ପଟ୍ଟାମୁଣ୍ଡାଇ ୨୧/୧୨-ରାଜ୍ୟ ସରକାରଙ୍କ ନିର୍ଦେଶରେ ପ୍ରଶାସନ ଗାଁ ମୁହାଁ ହୋଇଛି । ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଳଭଦ୍ରପୁର ପଂଚାୟତରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ପଟ୍ଟାମୁଣ୍ଡାଇ ବିଡ଼ିଓ ଶୁଭ୍ରାଂଶୁ ସାହୁ, ସରପଂଚ ପ୍ରିୟବ୍ରତ ଓଝା, ସମିତି ସଭ୍ୟ କୈଳାଶ ପରିଡା, ପଂଚାୟତ ନିର୍ବାହୀ ଅଧିକାରୀ ଜ୍ୟୋତି ରଞ୍ଜନ ସାମଲ ଓ ଏଡିଇଓ ବର୍ଷାରାଣୀ ଖୁଂଟିଆ ଯୋଗ ଦେଇ ଜନସାଧାରଣଙ୍କ ଆପତି ଅଭିଯୋଗ ଶୁଣିବା ସହିତ ସମାଧାନ ଦିଗରେ ପଦକ୍ଷେପ ନେଇଥିଲେ । ଏହି ଜନଶୁଣାଣୀ ଶିବିରରେ ଶତାଧିକ ଅଭିଯୋଗ ଶୁଣାଣୀ କରାଯାଇଥିଲା । ବିଶେଷତଃ ଆବାସ, ରାସନ,ଭତା ପାନୀୟ ଜଳ ବିଦ୍ୟୁତ, ରାସ୍ତାଘାଟ ଆଦି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ଏହି ଶିବିରରେ ଶତାଧିକ ଲୋକ ଯୋଗ ଦେଇ ନିଜ ନିଜର ଆପତି ଉପସ୍ଥାପନ କରିଥିଲେ ।