ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କ ଗଣଧାରଣା



କେନ୍ଦ୍ରାପଡ଼ା,୨୩ା୧୨: ବିଦ୍ୟୁତ୍ କର୍ମଚାରୀଙ୍କ ନିଯୁକ୍ତି ଓ ଦରମା ସମେତ ବିଭିିନ୍ନ ସମସ୍ୟା ସମାଧାନ ନହେବା ଯୋଗୁଁ କର୍ମଚାରୀମାନେ ସୋମବାର ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି । ସାରା ଓଡିଶାକୁ ଆଲୋକିତ କରୁଥିବା ବିଦ୍ୟୁତ୍ ଶ୍ରମିକଙ୍କ ଭାଗ୍ୟ ଆଜି ଅନ୍ଧାରରେ ଏହି ବାର୍ତ୍ତା ନେଇ ଓଡିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘ ଡାକରାରେ ସାରା ଓଡିଶାରେ ବିଦ୍ୟୁତ୍ ବଣ୍ଟନ ବିଭାଗରେ କାର୍ଯ୍ୟରତ ବିଦ୍ୟୁତ୍ କର୍ମଚାରୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ପାରାଦୀପ ବିଦ୍ୟୁତ୍ ମଣ୍ଡଳ ଅଧିନସ୍ତ କେନ୍ଦ୍ରାପଡାସ୍ଥିତ ଟାଟା ପାୱାର ଦ୍ୱାରା ପରିଚାଳିତ କେଇଡି-୧ ଓ କେଇଡି-୨ର ବିଭାଗୀୟ ଦପ୍ତର ଆଗରେ ଆଜି ଠାରୁ ଗଣଧାରଣା ଆରମ୍ଭ ହୋଇଛି । ୧୯୭୧ ମସିହାଠାରୁ ଆରମ୍ଭ ହୋଇଥିବା ବିଦ୍ୟୁତ୍ ଉତ୍ପାଦନ, ପ୍ରସାରଣ ଓ ବଣ୍ଟନ ବିଭାଗରେ କାର୍ଯ୍ୟରତ ଶ୍ରମିକଙ୍କ ପାଇଁ ଆରମ୍ଭ ହୋଇଥିବା ଏକ ପାଞ୍ଚବର୍ଷୀୟ ମଜୁରୀ ନିର୍ଦ୍ଧାରଣ ପ୍ରକ୍ରିୟା ୨୦୨୦ ଏପ୍ରିଲ ମାସରୁ ସମାଧାନ ନ ହୋଇ ପଡି ରହିଥିବା ବେଳେ ଶ୍ରମିକଙ୍କ ହିତରେ କାର୍ଯ୍ୟ ସମ୍ପାଦନ କରୁଥିବା ନୂତନ ସରକାରଙ୍କ ଆଗମନ ସହ ସମାଧାନ ହୋଇ ଅନୁମୋଦିତ ହୋଇଥିଲା । ପରେ କର୍ମଚାରୀମାନଙ୍କ ମଜୁରୀ ନିର୍ଦ୍ଧାରଣ ଦାୟିତ୍ୱ ଓଏସଇବି ଓ ଗ୍ରୀଡ୍‌କୋ ଏବଂ ପରବର୍ତ୍ତୀ ସମୟରେ ଓପିଟିସିଏଲ୍‌କୁ ହସ୍ତାନ୍ତର କରାଯାଇଥିଲା । ବର୍ତ୍ତମାନ ଓପିଟିସିଏଲ୍ ଦ୍ୱାରା ସମାଧାନ ହୋଇ ୬ମାସ ବିତି ଯାଇଥିଲେ ସୁଦ୍ଧା ଚୁକ୍ତି ମୁତାବକ ପୂର୍ବ ସମସ୍ତ କର୍ମଚାରୀଙ୍କ ଚାକିରୀ ସର୍ତ୍ତାବଳୀ ଓ କ୍ୟାଡର ରୁଲ୍ ଅପରିବର୍ତ୍ତିତ ରଖିବାରେ ଟାଟା ପାୱାର ଦ୍ୱାରା ନିଯୁକ୍ତ ଅନଭିଜ୍ଞ ପରିଚାଳକଙ୍କ ଶ୍ରମିକ ମାରଣ ନୀତି ପାଇଁ ଆଜି ଶ୍ରମିକ ଓ କର୍ମଚାରୀ ଅବହେଳିତ। ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଓପିଟିସିଏଲ୍‌ର ବିଭାଗୀୟ ବିଜ୍ଞପ୍ତି ପରେ ମଧ୍ୟ ଚାରୋଟି ବିଦ୍ୟୁତ୍ ବଣ୍ଟନ ବିଭାଗରେ କାର୍ଯ୍ୟରତ ବିଦ୍ୟୁତ୍ ଶ୍ରମିକ ନିଜ ବକେୟା, ନୂତନ ମଜୁରୀ ଓ କ୍ୟାଡର ପୁନର୍ଗଠନର ସୁବିଧାରୁ ବୈଷୟିକ ତାଲିମ ପ୍ରାପ୍ତ କର୍ମଚାରୀଙ୍କୁ ବଞ୍ôଚତ ରଖିବା, ବାରମ୍ବାର ଶ୍ରମ ବିଭାଗର ଦ୍ୱାରସ୍ତ ହେବା ପରେ ସୁଫଳ ନ ମିଳିବା, ବିଦ୍ୟୁତ୍ କର୍ମଚାରୀଙ୍କୁ ଛୋଟ ଛୋଟ କାରଣକୁ ନେଇ ଚାକିରୀରୁ ଛଟେଇ କରିବା ଭଳି ଘୃଣ୍ୟ ନୀତିକୁ ତୁରନ୍ତ ବନ୍ଦ କରିବା, ସମସ୍ତ ଛଟେଇ କର୍ମଚାରୀଙ୍କୁ ତୁରନ୍ତ ଥଇଥାନ କରିବା ତଥା ଖାଲି ପଡିଥିବା ପଦବୀରେ ତୁରନ୍ତ ନୂତନ ନିଯୁକ୍ତି ସହ ଆବଶ୍ୟକୀୟ କର୍ମଚାରୀ ଅଭାବରୁ ୮ ଘଣ୍ଟା ବଦଳରେ ୨୪ ଘଣ୍ଟା କାର୍ଯ୍ୟ ସମ୍ପାଦନ କରୁଥିବା ବିଦ୍ୟୁତ୍ କର୍ମଚାରୀଙ୍କୁ ପାରିଶ୍ରମିକ ନ ମିଳିବା ଭଳି ପ୍ରମୁଖ ଦାବିକୁ ନେଇ ବିଦ୍ୟୁତ୍ କର୍ମଚାରୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଏହି ସମସ୍ୟାର ତୁରନ୍ତ ସମାଧାନ କରିବା ସହିତ ଓପିଟିସିଏଲ୍ ଦ୍ୱାରା ପ୍ରସ୍ତୁତ ନୀତି ଭଳି ସାତବର୍ଷିଆ କ୍ୟାଡର ପଦ୍ଧତି ଉପରେ ବ୍ୟବସ୍ଥା କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଏହି ଗଣବିକ୍ଷୋଭରେ ରାଜୀବ ମହାନ୍ତି, ଅମର କୁମାର, ପ୍ରତାପ ସିଂହ, ପ୍ରିୟବ୍ରତ ନାୟକ ପ୍ରମୁଖ ନେତୃତ୍ୱ ନେଇଥିବା ବେଳେ ଆଦିତ୍ୟ, ମନୋରଞ୍ଜନ, ରାଜୀବ, ନିକୁଞ୍ଜ, ପ୍ରସନ୍ନ, ସୁଶାନ୍ତ,ପ୍ରଦୀପ, ଅଖିଳ ପ୍ରମୁଖ ଉପସ୍ଥିତ ଥିଲେ ।


Discover more from

Subscribe now to keep reading and get access to the full archive.

Continue reading