ନେତାଜୀ ମଡେଲ ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ



କେନ୍ଦ୍ରାପଡ଼ା,୨୪ା୧୨: ମଙ୍ଗଳବାର ସ୍ଥାନୀୟ ନେତାଜୀ ମଡେଲ ସ୍କୁଲର ୨୩ତମ କ୍ରୀଡା ଉତ୍ସବ ସ୍କୁଲ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ଅଧ୍ୟକ୍ଷ ଅଜୟ କୁମାର ପୃଷ୍ଟିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କ୍ରୀଡା ଉତ୍ସବକୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା କରିଥିଲେ । ଅଭିଭାବକମାନେ ମଧ୍ୟ ଖେଳରେ ସହଯୋଗ କରିଥିଲେ । ଶିଶୁଙ୍କୁ ବିଭିନ୍ନ ବର୍ଗରେ ଭାଗ କରାଯାଇ ବିଭିନ୍ନ ଖେଳର ଆୟୋଜନ କରାଯାଇଥିଲା । ବେଲୁନ ଫୁଟା ରେସ୍‌, ବ୍ରିଞ୍ଜାଲ ରେଜ୍ ଭାରି ମନୋରମ ଥିଲା । ଅଭିଭାବକମାନଙ୍କ ମଧ୍ୟରେ ମ୍ୟୁଜିକ୍ ଚେୟ୍ୟାର ଖେଳ ହୋଇଥିଲା । ସେମାନଙ୍କୁ ମଧ୍ୟ ପୁସ୍କୃତ କରାଯାଇଥିଲା । ଦୁଇଦିନଧରି ଚାଲିଥିବା ଏହି ଖେଳର ଶେଷରେ ସମସ୍ତ ଶିଶୁମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading