ଧାନମଣ୍ଡିରେ ଏଫଏକ୍ୟୁ ମାନର ଧାନ କ୍ରୟ ପାଇଁ ଚାଷୀ ପ୍ରଶିକ୍ଷଣ ଶିବିର



କେନ୍ଦ୍ରାପଡ଼ା,୩୦ା୧୨: ଚଳିତବର୍ଷ କେନ୍ଦ୍ରାପଡା ଜିଲ୍ଲାରେ ଧାନମଣ୍ଡି ଗୁଡିକରେ ଧାନ କ୍ରୟ ନିମନ୍ତେ ୪ଟି ପ୍ରାଥମିକ କୃଷି ସମବାୟ ସମିତିର ଚାଷୀମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଭରତପୁର ପ୍ରାଥମିକ କୃଷି ସମବାୟ ସମିତି ପରିସରରେ ସୋମବାର ଅନୁଷ୍ଠିତ ହୋଇଯାଇଛି। ସମବାୟ ସମିତି ସମୁହର ଉପସହକାରୀ ନିବନ୍ଧକ ଅଜୟ କୁମାର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ଅତିରିକ୍ତ ବେଷାମରିକ ଯୋଗାଣ ଅଧିକାରୀ ପ୍ରଫୁଲ୍ଲ କୁମାର ଦାସ, କେନ୍ଦ୍ରାପଡା ବ୍ଲକର ଯୋଗାଣ ନିରୀକ୍ଷକ ସରୋଜିନି ଦଳାଇ, ଡେରାବିଶ ବ୍ଲକର ଯୋଗାଣ ନିରୀକ୍ଷକ ସ୍ୱରୂପ କୁମାର ଦାସ ଓ ଯୋଗାଣ ବିବାଗର କ୍ୱାଲିଟି ଆନାଲିସିଷ୍ଟ ଗୁଣ୍ମୟୀ ସନ୍ଦିବିଗ୍ରହ ପ୍ରମୁଖ ଯୋଗଦେଇ ଚଳିତବର୍ଷ ସରକାରୀ ଧାନମଣ୍ଡିରେ ଧାନ ଦେବା ପୂର୍ବରୁ ଚାଷୀମାନେ ଏଫଏକ୍ୟୁ ସାଧାରଣ ମାନର ଧାନ କିଭଳି ପ୍ରସ୍ତୁତ କରିବେ ସେ ସମ୍ପର୍କରେ ଉପସ୍ଥିତ ଚାଷୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏହି ଶିବିରରେ ଆଞ୍ଚଳିକ ବଜାର କମିଟି ସମ୍ପାଦକ ସଚ୍ଚିଦାନନ୍ଦ ଜେନା, ଭାରତପୁର ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ବସନ୍ତ କୁମାର ରାଉତ, ସମ୍ପାଦକ ସୁବୋଧ କୁମାର ଲେଙ୍କା, ଜମଧର ସମବାୟ ସମିତି ସଭାପତି ଧରଣୀଧର ଦାସ, ସମ୍ପାଦକ ବୈରାଗି ଚରଣ ସାହୁ, ବଗଡା ସମବାୟ ସମିତିର ସଭାପତି ଅକ୍ଷୟ କୁମାର ପାଣି ଓ ସମ୍ପାଦକ କାଳନ୍ଦୀ ବିଶ୍ୱାଳ, ରତାଦିଆଖଣ୍ଡସାହି ସମବାୟ ସମିତି ସଭାପତି ବିମଳକାନ୍ତ ତ୍ରିପାଠୀ ପ୍ରମୁଖଙ୍କ ସମେତ ଦୁଇ ଶହରୁ ଉର୍ଦ୍ଧ୍ୱ ଚାଷୀ ଉପସ୍ଥିତ ଥିଲେ।


Discover more from

Subscribe now to keep reading and get access to the full archive.

Continue reading