ଜାତୀୟ ସ୍ତରୀୟ ଅବଦୁଲ କରିମଖାନ ମେମୋରିଆଲ , ବାଳିକା ପ୍ରଦର୍ଶନୀ ମ୍ୟାଚରେ ଆଳି ବିଜୟୀ



କେନ୍ଦ୍ରାପଡା,୧ା୨: ଜାତୀୟ ସ୍ତରୀୟ ପଞ୍ଚମ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟ ପକ୍ଷରୁ ଶନିବାର ଏକ ବାଳିକା ପ୍ରଦର୍ଶନୀ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ଏହି ମ୍ୟାଚ୍‌ରେ କେନ୍ଦ୍ରାପଡା ଜିଲ୍ଲାର ଆଳି ଆଥଲେଟିକ ଆସୋସିଏସନ୍ ଯାଜପୁରର ସ୍ପୋର୍ଟସ ଆଣ୍ଡ ଆଡଭେଞ୍ଚର କ୍ଲବକୁ ୬-୦ ଗୋଲରେ ହରାଇ ବିଜୟୀ ହୋଇଛି। ଫକିରାବାଦ ଲକି ସ୍ପୋଟିଂ କ୍ଲବ ଆନୁକୂଲ୍ୟରେ କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳପଡିଆରେ କ୍ଲବର ସଭାପତି ମହମ୍ମଦ ସଲିମ ଖାନ୍‌ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ କେନ୍ଦ୍ରାପଡା ପୈାରପରିଷଦର ପୈାରାଧ୍ୟକ୍ଷା ସରିତା ସାହୁ ମୁଖ୍ୟଅତିଥି, ଟାଉନ ଥାନା ଅଧିକାରୀ ଦିଲ୍ଲିପ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ମ୍ୟାଚକୁ ଉଦ୍‌ଘାଟନ କରିଥିଲେ। ଏଥିସହିତ ଖେଳପଡିଆକୁ ଯାଇ ଉଭୟ ଦଳର ଖେଳାଳୀମାନଙ୍କ ସହ ହାତମିଳାଇ ଶୁଭେଛା ଜଣାଇଥିଲେ। ଆଜିର ଏହି ପ୍ରଦର୍ଶନୀ ମ୍ୟାଚରେ ଆଳି ଆଥଲେଟିକ ଆସୋସିଏସନ୍ ଯାଜପୁରର ସ୍ପୋର୍ଟସ ଆଣ୍ଡ ଆଡଭେଞ୍ଚର କ୍ଲବକୁ ୬-୦ ଗୋଲରେ ହରାଇ ବିଜୟୀ ହୋଇଛି। ଏହି ମ୍ୟାଚ୍‌କୁ ରେଫରୀ ଭାବେ ପ୍ରଦୀପ୍ତ କୁମାର ମହାନ୍ତି, ମହମ୍ମଦ ସାକଲିନ, ସୁକାନ୍ତ ସିଂ ଓ ମହମ୍ମଦ ମୋକିମ ପ୍ରମୁଖ ପରିଚାଳନା କରିଥିଲେ। ରବିିବାର ଅନୁଷ୍ଠିତ ହେବାକୁ ଥିବା ଫାଇନାଲ୍ ମ୍ୟାଚରେ କଟକର ମା’ମଙ୍ଗଳା କ୍ଲବ କେନ୍ଦ୍ରାପଡାର ଚାନ୍ଦ କ୍ଲବକୁ ଭେଟିବ। ଅନ୍ୟମାନଙ୍କ ମଧ୍ୟରେ କ୍ଲବର କାର୍ଯ୍ୟକାରୀ ସଭାପତି ମହମ୍ମଦ ନିଆଜ୍‌, ସାଧାରଣ ସମ୍ପାଦକ ସେକ ସାହାବୁଲ୍ଲା, ଉପସଭାପତି ସେକ ଫରିଦଉଦ୍ଦିନ୍‌, ସେକ ସଫାତୁଲ୍ଲା, ଇବ୍ରାହିମ ଖାନ୍‌, ସମିଉଲ୍ଲା ଖାନ୍‌, ସେକ ବୁରାନଉଲ୍ଲା, ସମ୍ପାଦକ ମୀର ସଲିମ, ମୀର ଜରାର୍‌, କଲିମ ଖାନ୍‌, ମୀର ଅବୁସମା, ଆୟାଜ ମହମ୍ମଦ୍‌, କୋଷାଧ୍ୟକ୍ଷ ସେକ ମୁସ୍ତାକ ଓ ମହମ୍ମଦ ଆଝାରୁଦ୍ଦିନ ପ୍ରମୁଖ ମଞ୍ଚାସୀନ ଥିଲେ। କ୍ଲବର ଉପଦେଷ୍ଟା ସୟଦ ଅକମଲ ଅଲ୍ଲୀ, ମାସୁମ ଖାନ୍‌, ମୀର ସଲାମତ୍‌, ସଲିମ ଖାନ୍‌, ଜାହିଦ ଖାନ୍‌, ମୀର ମହମ୍ମଦ ଅମୀରଙ୍କ ସମେତ ସେକ ଆଦିକ ଇକବାଲ୍‌, ସମସେର ଅଲ୍ଲୀ ଖାନ୍‌, ମହମ୍ମଦ ଇମ୍ରାନ୍‌, ୱାସିମ, ଦିଲୁ ପଣ୍ଡା, ଆଜମଲ ଖାନ୍‌, ମହମ୍ମଦ ଅଜିଜ୍‌, ମିରାଜନ୍‌, ମୋତି ଖାନ୍ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।


Discover more from

Subscribe now to keep reading and get access to the full archive.

Continue reading