
କେନ୍ଦ୍ରାପଡ଼ା,୫ା୯:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଡେପୁଟି ନର୍ସିଙ୍ଗ ସୁପରିନଟେଣ୍ଡେଣ୍ଟ ବାସନ୍ତି ନାୟକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି ଉପଲକ୍ଷେ ଏକ ସଭା ଶୁକ୍ରବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ଼ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା.ମନୋରଞ୍ଜନ ରାଉତ, ଏ. ଡ଼ି. ଏମ. ଓ.଼ ମେଡିକାଲ ଡା଼. ପ୍ରମୋଦ କୁମାର ପ୍ରହରାଜ, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡା.ସଚ୍ଚିଦାନନ୍ଦ ମିଶ୍ର, ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ଗୌରାଙ୍ଗ ଚରଣ ଗିରି, କନସଲଟାଣ୍ଟ ଶିଶୁ ବିଶେଷଜ୍ଞ ଡା.କିଶୋର ଚନ୍ଦ୍ର ମିଶ୍ର, ସ୍ତ୍ରୀ ଓ଼ ପ୍ରସୂତୀ ବିଭାଗର ବରିଷ୍ଠ ଡାକ୍ତର ଅଶୋକ କର, ପ୍ରଶାସନିକ ଅଧିକାରୀ ଦିଲ୍ଲୀପ କୁମାର ନାୟକ, ବିତ୍ତ ଅଧିକାରୀ ଆଶୁତୋଷ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ଶ୍ରୀମତୀ ନାୟକଙ୍କ ଭଲଗୁଣ ଗୁଡିକ ଉପରେ ଆଲୋକପାତ କରି ତାଙ୍କ ଭବିଷ୍ୟତ ଜୀବନ ନିରୋଗ ରହିବା ପାଇଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସିନିଅର ନର୍ସିଂ ଅଫିସର ଅଞ୍ଜନବାଳା ସାହୁ, କବିତା କୁମାରୀ, ବନିତା ପାଣି, ବିନ୍ଦୁରେଖା ରଥ, ଜ୍ୟୋସ୍ନା ରାଣୀ ସ୍ୱାଇଁ, ମାନସୀ ବେହେରା, ଶୈଳବାଳା ନାୟକ, ମିନତୀ ଲେଙ୍କା, ମମତାମୟୀ ନାୟକ, ରିଙ୍କି ପ୍ରିୟଦର୍ଶିନୀ ବାରିକ, ହସ୍ପିଟାଲ ମ୍ୟାନେଜର ପ୍ରଭାତ କୁମାର ନାୟକ ଓ଼ ସୁଭାଶିଷ ସାଠୁଆ ଏବଂ ପୁଷ୍ଟି ପୁନର୍ବାସ କେନ୍ଦ୍ରର ପରାମର୍ଶଦାତ୍ରୀ ସୁଶ୍ରୀ ଅମ୍ରିତା ଜେନାଙ୍କ ସମେତ ଅନ୍ୟାନ୍ୟ ସମସ୍ତ ନର୍ସିଙ୍ଗ ଅଫିସର ଉପସ୍ଥିତ ରହି ସେମାନଙ୍କର ବିଦାୟକାଳୀନ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ସଭାରେ ସମସ୍ତ ଡାକ୍ତର ନର୍ସିଙ୍ଗ ବୃତ୍ତି ର ପ୍ରଶଂସା କରିଥିଲେ। ଡାକ୍ତରଖାନାରେ ଡାକ୍ତରଙ୍କ ଅପେକ୍ଷା ନର୍ସିଙ୍ଗ ଅଫିସର ମାନଙ୍କ ପାଖରେ ରୋଗୀଟିଏ ଅଧିକ ସମୟ ରହି ସମସ୍ତ ସେବା ଓ଼ ଶୁଶ୍ରୁଷା ପାଏ ବୋଲି ଆଲୋଚନା କରାଯାଇଥିଲା। ଏହି ସମ୍ବର୍ଦ୍ଧନା ସଭାକୁ ଡେପୁଟି ମ୍ୟାନେଜର (ପ୍ରଜନନ ଓ଼ ଶିଶୁ ସ୍ୱାସ୍ଥ୍ୟ) ସୁକାନ୍ତ କୁମାର ପ୍ରଧାନ ସଂଯୋଜନା କରିବା ସହିତ ଏକ ବିଦାୟ କାଳୀନ କବିତା ଗାଇଥିଲେ। ହସ୍ପିଟାଲ ମ୍ୟାନେଜର ପ୍ରଭାତ କୁମାର ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ। ଶେଷରେ ଶ୍ରୀମତୀ ନାୟକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନାରେ ଉପହାର ପ୍ରଦାନ କରାଯାଇଥିଲା।









