
କେନ୍ଦ୍ରାପଡା,୨୬ା୧୦: କେନ୍ଦ୍ରାପଡା ଜିଲ୍ଲା ଉପକଣ୍ଠରେ ଅବସ୍ଥିତ ଏହି ଜିଲ୍ଲାର ଏକମାତ୍ର ଆଇ.ସି.ଏସି.ଇ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ସେଣ୍ଟଯୋସେଫ୍ ସ୍କୁଲର ବାର୍ଷିକ ବିଜ୍ଞାନ, କଳା ଓ ହସ୍ତକଳାର ଚିତ୍ତାକର୍ଷକ ପ୍ରଦର୍ଶନୀ ଗତ ଶନିବାର ଦିନ ଅନୁଷ୍ଠିତ ହୋଇଥିଲା । ଏହା ପୂର୍ବହ୍ନ ୧୦ଘଟିକା ଠାରୁ ଅପରାହ୍ନ ୪ଘଟିକା ପର୍ଯ୍ୟନ୍ତ ବିଦ୍ୟାଳୟର ବିଭିନ୍ନ କକ୍ଷ ମଧ୍ୟରେ ଆୟୋଜିତ କରାଯାଇଥିଲା । ବିଦ୍ୟାଳୟର ଅଧ୍ୟକ୍ଷ ଫାଦର ନବକିଶୋର ଦିଗାଲ୍, ବିଦ୍ୟାଳୟର ମ୍ୟାନେଜର ଫାଦର ରମେଶ ବଳିଆର ସିଂହ ଏବଁ ବିଦ୍ୟାଳୟର ଉପଦେଶ୍ଟା ସିଷ୍ଟର ମାନସୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରଦର୍ଶନୀ ଉଦଘାଟିତ ହୋଇଥିଲା । ଏହି ପ୍ରଦର୍ଶନୀରେ ମୁଖ୍ୟ ଅତିଥି ଭାବରେ ମେହେନ୍ଦିପୁର ସ୍ଥିତ ଲାଲ୍ ବାହାଦୁର ହାଇସ୍କୁଲର ଇଂରାଜୀ ବିଭାଗ ମୁଖ୍ୟ ସମ୍ମାନନୀୟ ପ୍ରକାଶ କୁମାର ବେହେରା ଉପସ୍ଥିତ ହୋଇ ଛାତ୍ରଛାତ୍ରୀ ମାନଙ୍କୁ ବିଜ୍ଞାନ, କଳା ଓ ହସ୍ତକଳା ସମ୍ପର୍କିର୍ତ ମୂଲ୍ୟବାନ ଓ ସାରଗର୍ଭକ ଉପଦେଶ ପ୍ରଦାନ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଆୟୋଜିତ ବିଭିନ୍ନ ବିଭାଗ ଯଥା ବିଜ୍ଞାନ ବିଭାଗ, ଫିଜିକ୍ସ, କେମେଷ୍ଟ୍ରି, ବାୟଲୋଜି, କଳା ବିଭାଗ, ଇଂରାଜୀ, ଗଣିତ, ସାମାଜିକ ବିଜ୍ଞାନ, ଇତିହାସ, ଭୂଗୋଳ ତଥା କମ୍ପ୍ୟୁଟର ଏବଂ ଚିତ୍ରାଙ୍କନ ଓ ବିଭିନ୍ନ ହସ୍ତକଳାର ସର୍ବମୋଟ ୧୧୮ଟି ପ୍ରଦର୍ଶନୀ ପ୍ରଦର୍ଶିତ ହୋଇଥିଲା । ଏହି ପ୍ରଦର୍ଶନୀରେ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ସମେତ କଟକ ଓ ଭୁବନେଶ୍ୱର ସ୍ଥିତ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ପ୍ରାୟ ୨୫ ଜଣ ଶିକ୍ଷକ, ଶିକ୍ଷୟତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକାମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରଦର୍ଶିତ ପ୍ରଦର୍ଶନୀ ଗୁଡିକର ମୂଲ୍ୟାଙ୍କନ କରିଥିଲେ । କୋମଳମତି ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଚିତ୍ରାଙ୍କନ ଓ ହସ୍ତକଳା ଗୁଡିକ ବେଶ୍ ଚିତ୍ତାକର୍ଷକ ଥିଲା । ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଛାତ୍ରଛାତ୍ରୀ ମାନଙ୍କ ପ୍ରଦର୍ଶନୀରେ ସନ୍ତୋଷତା ପ୍ରକାଶ କରିଥିଲେ । ପ୍ରଦର୍ଶନୀର ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନଙ୍କୁ ବିଦ୍ୟାଳୟ ତରଫରୁ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧନା କରାଯାଇଥିଲା । ବିଜ୍ଞାନ, କଳା ଓ ହସ୍ତକଳା ପ୍ରଦର୍ଶନୀର ମୁଖ୍ୟ ଆୟୋଜିକା ସୁସ୍ମିତା ମିଶ୍ର, ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଓ ସଭ୍ୟସଭ୍ୟାଙ୍କ ମିଳିତ ଉଦ୍ୟମରେ ସେଣ୍ଟଯୋସେଫ୍ ବିଦ୍ୟାଳୟରେ ଚଳିତ ବର୍ଷର ବାର୍ଷିକ ବିଜ୍ଞାନ, କଳା ଓ ହସ୍ତକଳା ପ୍ରଦର୍ଶନୀ ଉଚ୍ଚକୋଟିର ମାନ୍ୟତା ପାଇବା ସଙ୍ଗେ ସଫଳତା ଲାଭ କରିଥିଲେ । କେନ୍ଦ୍ରାପଡା ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନର ପ୍ରଫେସର୍ ରଞ୍ଜିତ କୁମାର ଦାସ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଭୁବନେଶ୍ୱର କେ.ଟି ଗ୍ଲୋବାଲ ସ୍କୁଲ ପଦାର୍ଥ ବିଜ୍ଞାନ ଅଧ୍ୟାପକ ପି.ଚନ୍ଦ୍ରଶେଖର, କେନ୍ଦ୍ରାପଡା ବାରୋ ନବୋଦୟ ସ୍କୁଲ ପି.ଜି.ଟି ଶିକ୍ଷକ ପି. ଘଡେଇ ଓ ରସାୟନ ବିଜ୍ଞାନ ପି.ଜି.ଟି ଶିକ୍ଷକ ଜି.ଏସ୍. ସାହୁ, କେନ୍ଦ୍ରାପଡା ମହାବିଦ୍ୟାଳୟ ଅଧ୍ୟାପକ ଆକାଶ କୁମାର ପଣ୍ଡା, ଭୁବନେଶ୍ୱର କେ.ଟି ଗ୍ଲୋବାଲ ସ୍କୁଲ ଜିବ ବିଜ୍ଞାନ ଅଧ୍ୟାପକ ଶଶାଙ୍କ ଶେଖର ସିଂ ଓ କେନ୍ଦ୍ରାପଡା ମହାବିଦ୍ୟାଳୟ ଅଧ୍ୟାପକ ପ୍ରଶାନ୍ତ କୁମାର ସାହୁ, କମ୍ପ୍ୟୁଟରରେ ଭୁବନେଶ୍ୱର କେ.ଟି ଗ୍ଲୋବାଲ ସ୍କୁଲ ଶିକ୍ଷକ ମନୋରଞ୍ଜନ ସାହୁ ଓ କେନ୍ଦ୍ରାପଡା ମୁଖ୍ୟଜିଲ୍ଲା ଚିକିତ୍ସା ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ ଆର୍ଥକ ପରିବହନ ସହାୟକ ବିଦ୍ୟାଧର ବେହେରା, ଗଣିତରେ କେନ୍ଦ୍ରାପଡା ଅଙ୍କୁର ଶିକ୍ଷା ନିକେତନର ପୂର୍ବତନ ଉପାଧ୍ୟକ୍ଷ ଗଣେଶ୍ୱର ସାହୁ, ସେଣ୍ଟଯୋସେଫ ସ୍କୁଲର କିଶୋର କୁମାର ସାହୁ, ବିଜ୍ଞାନରେ ଜିଲ୍ଲା କମିଶନର ସ୍କାଉଟ୍ ପୂର୍ବତନ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ପିତବାସ ପଣ୍ଡା ଓ ସେଣ୍ଟଯୋସେଫ ସ୍କୁଲର ପ୍ରହ୍ଲାଦ ପାତ୍ର, ସାମାଜିକ ବିଜ୍ଞାନରେ ବାରିମୂଳ ପଞ୍ଚାୟତ ଉଚ୍ଚବିଦ୍ୟାଳୟ କଳା ସାମାଜିକ ବିଜ୍ଞାନର ଟି.ଜି.ଟି ଶିକ୍ଷକ ରେଖାଞ୍ଜଳି ବେହେରା ଓ ସେଣ୍ଟ ଜୋସେଫ ସ୍କୁଲ ମାନସ ରଞ୍ଜନ ମହାପାତ୍ର, ହସ୍ତଶିଳ୍ପରେ କେନ୍ଦ୍ରାପଡା ବ୍ଲକ୍ କ୍ଲାଷ୍ଟର ଜୁତିଆଳ ଶ୍ରୀ ଜଗନ୍ନାଥ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଜୟଶ୍ରୀ ସାହୁ, କଳାରେ ଏଣ୍ଡର ୟୁଜିୟୁପି ସ୍କୁଲ କଳା ଶିକ୍ଷକ ହିମାଂସୁ କୁମାର ଦାସ, ଇଂରାଜୀରେ ମେହେନ୍ଦିପୁର ଲାଲ ବାହାଦୁର ଉଚ୍ଚ ବିଦ୍ୟାଳୟର ଟି.ଜି.ଟି ଶିକ୍ଷକ ପ୍ରକାଶ ଚନ୍ଦ୍ର ବେହେରା, ସେଣ୍ଟ ଯୋସେଫ ସ୍କୁଲର ପ୍ରସନ୍ନ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ ।
ମାତୃ କୃପାହି କେବଳଂ










