ଜିଲ୍ଲା ତୈଳିକ ବୈଶ୍ୟ ସମାଜର ସମାବେଶ



କେନ୍ଦ୍ରାପଡା ୨/୧୧- ଆଜି କେନ୍ଦ୍ରାପଡ଼ା ଜିଲ୍ଲା ତୈଳିକ ବୈଶ୍ୟ ସମାଜର ଏକ ସମାବେଶ ଡେରାବିଶ ଛତାଛକ ଜେକେ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା । ସମାବେଶରେ କୈଳାଶ ଚନ୍ଦ୍ର ସାହୁ ସଭାପତିତ୍ୱ କରିଥିଲେ । ଜିଲ୍ଲା ସଭାପତି ସରୋଜ ସାହୁ, ସମ୍ପାଦକ ଶ୍ରୀକାନ୍ତ ନାୟକ, ବରିଷ୍ଠ ସଦସ୍ୟ ଧିରେନ ସାହୁ, ଭରତ ଚନ୍ଦ୍ର ସାହୁ, ଅରୁଣ ସାହୁ ଆଇନଜୀବୀ ଦୀପକ ସାହୁ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ । ଏହି ସମାବେଶରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ମତବ୍ୟକ୍ତ କରିଥିଲେ । ଆମ ସାମଜକୁ କିପରି ମଜବୁତ କରାଯିବ ଏଥିରେ ବିଭିନ୍ନ ବିଷୟରେ ଆଲୋଚନା କରାଗଲା । ୨ୟ ସମାବେଶ ରାଜନଗର ଠାରେ ତା ୨୩ରିଖ ରବିବାର ଦିନ କରାଯିବ ବୋଲି ସ୍ଥିର କରାଗଲା । ପରିଶେଷରେ ସଭାର ସଭାପତି କୈଳାଶ ସାହୁ ଏକ ଜିଲ୍ଲା ଅଫିସ ଖୋଲିବା ପାଇଁ ମତ ଦେଇଥିଲେ । ଏହାକୁ ଜିଲ୍ଲା ସଭାପତି ସରୋଜ ସାହୁ ପ୍ରତିଶୁତି ଦେଲେଥିଲେ ଯେ କେନ୍ଦ୍ରାପଡ଼ାରେ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟ ଖୋଲାଯିବ ଘୋଷଣା କରିଥିଲେ ଓ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading