
କେନ୍ଦ୍ରାପଡ଼ା,୨/୧୧: ଆଜି କେନ୍ଦ୍ରାପଡ଼ା ଜିଲ୍ଲା ସାହିତ୍ୟ ପରିଷଦ ପକ୍ଷରୁ ବିଶିଷ୍ଟ କଥାକାର ରାମଚନ୍ଦ୍ର ବେହେରାଙ୍କ ୮୦ ତମ ସ୍ୱନକ୍ଷତ୍ର ଦିବସ ପାଳିତ ହୋଇଯାଇଛି। ପରିଷଦର ସଭାପତି ବିଶିଷ୍ଟ କବି ଅପର୍ଣ୍ଣା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପୂଜ୍ୟପୂଜା କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ସାହିତ୍ୟ, ସାଂସ୍କୃତିକ ସଂଗଠନ, କବି,ଲେଖକ ଓ ବୁଦ୍ଧିଜୀବୀ ମାନେ ଯୋଗଦେଇ କଥାଶିଳ୍ପୀ ରାମଚନ୍ଦ୍ର ବେହେରାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇ ତାଙ୍କର ଦୀର୍ଘ ଜୀବନ କାମନା କରିଥିଲେ। ପ୍ରଫେସର ନନ୍ଦକିଶୋର ପରିଡ଼ା ଏହି ଉତ୍ସବରେ ଅତିଥି ଭାବେ ଯୋଗଦେଇ କଥାକାର ରାମଚନ୍ଦ୍ରଙ୍କ ସାରସ୍ୱତ ସର୍ଜନା, ବ୍ୟକ୍ତି ଜୀବନର ସଫଳତା ଓ ଲୋକପ୍ରିୟତା ସମ୍ପର୍କରେ ଅବତାରଣା କରିଥିଲେ। ଡା. ବେହେରା କେବଳ ଜଣେ ଲେଖକ ନୁହେଁ ସେ ଜଣେ ଚିନ୍ତକ, ଜଣେ ସତ୍ୟ ଶିକ୍ଷକ ଏବଂ ଜଣେ ମନୁଷ୍ୟତାର ପ୍ରତୀକ। ତାଙ୍କ ଲେଖାରେ ଗାଁର ଗନ୍ଧ ରହିଥାଏ, ମାଟିର ସ୍ନେହ ରହିଥାଏ, ଏବଂ ଜୀବନର କଠୋର ସତ୍ୟ ରହିଥାଏ । ତାଙ୍କ ଉପନ୍ୟାସ ଓଡ଼ିଆ ସାହିତ୍ୟକୁ ନୂଆ ଦିଗ ଦେଇପାରିଛି ଯେଉଁଠାରେ ମନୁଷ୍ୟ ମନର ସଂଘର୍ଷ, ସମାଜର ବିପରୀତ ଚିତ୍ର ଓ ଜୀବନର ଗଭୀର ଅନୁଭବ ସୁନ୍ଦର ଭାବେ ଅଙ୍କିତ ହୋଇଛି ଓ ତାଙ୍କ ଶିକ୍ଷାଦାନମାଧ୍ୟମରେ ମନୁଷ୍ୟ ତିଆରି କରୁଥିଲେ, ଛାତ୍ରଙ୍କ ମନରେ ଭାବନା ଓ ବିବେଚନାର ଅଗ୍ନି ଜଳାଇ ଦେଉଥିଲେ ବୋଲି ବକିମାନେ ମତବ୍ୟକ୍ତ କରିଥିଲେ । ଆଜି ତାଙ୍କ ଅଶିତମ ଜନ୍ମ ଜୟନ୍ତୀରେ ସେ ଯାହା ଶିଖାଇଥିଲେ, ସେ ସେଇ ଆଦର୍ଶ, ସେଇ ମନୁଷ୍ୟତାକୁ ସ୍ମରଣ କରୁଛି । ତାଙ୍କ ସାହିତ୍ୟ ଓ ଚିନ୍ତା ଆଗାମୀ ପିଢ଼ୀ ପାଇଁ ଆଲୋକ ସ୍ତମ୍ଭ ହେଇ ରହୁ । ଆଜି ତାଙ୍କ ଅଶିତମ ଜନ୍ମ ଜୟନ୍ତୀରେ ସେ ଯାହା ଶିଖାଇଥିଲେ, ସେ ସେଇ ଆଦର୍ଶ, ସେଇ ମନୁଷ୍ୟତାକୁ ସ୍ମରଣ କରୁଛି । ତାଙ୍କ ସାହିତ୍ୟ ଓ ଚିନ୍ତା ଆଗାମୀ ପିଢ଼ୀ ପାଇଁ ଆଲୋକ ସ୍ତମ୍ଭ ହେଇ ରହୁ। ତୁଳସୀ କଲଚରାଲ ଆସୋସିଏସନ୍ ପକ୍ଷରୁ ସମ୍ପାଦକ କୈଳାସ ମହାନ୍ତି, ରବିନ୍ଦ୍ର ରଥ, ଅକ୍ଷୟ ସେନାପତି, ଅଶୋକ ସାହୁ, ମହେନ୍ଦ୍ର ସୁଆର, ବିଷ୍ଣୁପ୍ରିୟା ସାମଲ, ବେଲେଶ୍ୱର ସାହିତ୍ୟ ସଂସଦ ପକ୍ଷରୁ ବ୍ରଜବନ୍ଧୁ ଦାଶ, ପ୍ରଦୀପ ନାୟକ, କେନ୍ଦ୍ରାପଡ଼ା ଇଭେଣ୍ଟ ମ୍ୟାନେଜମେଣ୍ଟ ପକ୍ଷରୁ ଅକ୍ଷୟ ପାଣି, ଜାହିଦ୍ ଖାଁ, ବଂଶୀଧର ମହାନ୍ତି, ଟ୍ୟାକ୍ସ ଆଡଭୋକେଟ ଆସୋସିଏସନ୍ ପକ୍ଷରୁ ବିଜୟ ସାହୁ, ବଳରାମ ସାହୁ, ଆଳି ସମ୍ବାଦ ସାହିତ୍ୟ ଘର ପକ୍ଷରୁ କଥାକାର ଅତୁଲ ବଳ, ସଂଯୋଜକ ପ୍ରମୋଦ ମଲ୍ଲିକ, ଅଶୋକ ବାରିକ, ଆମଗାଁ ସାହିତ୍ୟ ସଂସଦ ପକ୍ଷରୁ ରଞ୍ଜନ ବାଇ, କବି ଅଜୟ ପାତ୍ର, କେନ୍ଦ୍ରାପଡ଼ା ମହାବିଦ୍ୟାଳୟ ସାହିତ୍ୟ ସମାଜ ପକ୍ଷରୁ ଅଧ୍ୟାପକ ପବିତ୍ର ସାହୁ, ଅଧ୍ୟାପକ ଅନୁପମ ମଲିକ, ଦୀପକ ସ୍ୱାଇଁ, ଓଳାଭର ମହାବିଦ୍ୟାଳୟର ଅଧ୍ୟାପକ ବସନ୍ତ ସେଠୀ, ହରିନାଥ ଦାଶ ପାଲା ଗାୟକ ଗୋଲକ ବିହାରୀ ସିଂହ, କେନ୍ଦ୍ରାପଡ଼ା ଜିଲ୍ଲା ସାହିତ୍ୟ ସଂସଦ ପକ୍ଷରୁ କବି କରୁଣାକର ଦାସ, ନୃସିଂହ ତ୍ରିପାଠୀ, ସମାଜସେବୀ ହେମନ୍ତ ପରିଡ଼ା, ଭୂବନ ସିଂହ, ଜିଲ୍ଲା “ସମ୍ବାଦ’ ପ୍ରତିନିଧି ସୁବ୍ରତ ସାମଲ, ରାଜନେତା ପ୍ରସନ୍ନ ପରିଡ଼ା, ଅଲ୍ୟଳ ବଳ, ଭବାନୀ ଓଝା, ଭୂବନ ମୋହନ ଜେନା, ଅବନୀ ରଞ୍ଜନ ନାୟକ,ତପନ କୁମାର ପତି, ଅଧିକାରୀ ଲକ୍ଷ୍ମୀନାରାୟଣ ଦାଶ, ନବଜ୍ୟୋତି ରାୟ, ପ୍ରମୋଦ ଧଳ ପ୍ରମୁଖ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ କଥାକାର ଶ୍ରୀ ବେହେରାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଜିଲ୍ଲା ସାହିତ୍ୟ ପରିଷଦର ସମ୍ପାଦକ ସରୋଜ କୁମାର ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ କବି ମାତୃଦତ୍ତ ମହାନ୍ତି ସଂଚାଳନ କରିଥିଲେ।










