ବୋଇତ ବନ୍ଦାଣ ଓ ବାଲିଯାତ୍ରା ଉତ୍ସବ ଇନ୍ଦୁପୁର



କେନ୍ଦ୍ରାପଡା,୦୫ା୧୧: କେନ୍ଦ୍ରାପଡା ବ୍ଲକ୍ ଅନ୍ତର୍ଗତ ଇନ୍ଦୁପୁର ବିରୁପାନଦୀ ରେ ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଯାଇଅଛି । ମୁଖ୍ୟ ଅତିଥି ପ୍ରଫେସର ଚାରୁ ଚନ୍ଦ୍ର ହାଜରା, ସଭାପତି-ଶିକ୍ଷାବିତ୍ ପ୍ରଣବ କୁମାର ଜେନା ଆଡଭୋକେଟ୍ ଗୋକୁଳ ଚନ୍ଦ୍ର ଦାସ, ନିକିରାଇ ଥାନା ଅଧିକାରିଣୀ ପଦ୍ମାଳୟା ପ୍ରଧାନ ମହିଳା କମିଶନ ସଦସ୍ୟା ଡଃ କଳ୍ପନା ମଲିକ୍ ଅବସର ପ୍ରାପ୍ତ ପ୍ରଶାସକ ସୁଖ ରଞ୍ଜନ ବୋଷ, କେନ୍ଦ୍ରାପଡା ବ୍ଲକ ବିଜେଡି ସଭାପତି ଆଲୋକ ସାହୁ, ମୁରଲୀଧର ବିଶ୍ୱାଳ, ମୁଖ୍ୟ ବକ୍ତା ପ୍ରଭାସ କୁମାର ଜେନା, ବୀରକିଶୋର ରାଉତ, ଶ୍ରୀବତ୍ସ ନାୟକ, ନୀଳମାଧବ ପତି ପ୍ରଭୃତି ଉପସ୍ଥିତ ରହି ଅତୀତର ନୈାବାଣିଜ୍ୟ କ୍ଷେତ୍ରରେ ଇନ୍ଦୁପୁର ବିରୂପାନଦୀର ଭୂମିକା ସମ୍ପର୍କରେ ଆଲୋକ ପାତ କରିଥିଲେ । ଦେବାଶିଷ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାମନାରାୟଣ ସିଂହ, ଧିରେନ୍ଦ୍ର ସେଠୀ, ବିନୟ ବୋଷ, ପ୍ରକାଶ ଜେନା, ପ୍ରଭୃତି ପରିଚାଳାରେ ସାହାଯ୍ୟ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading