ଏତିହାସିକ କେନ୍ଦ୍ରାପଡା ବାଲିଯାତ୍ରା ଉଦ୍‌ଯାପିତ



କେନ୍ଦ୍ରାପଡା,୧୧ା୧୧: ଐତିହାସିକ କନ୍ଦ୍ରୋପଡା ବାଲିଯାତ୍ରା ମହୋତ୍ସବ ୨୦୨୫ର ଉଦ୍‌ଯାପନି ଉତ୍ସବ ବାଲିଯାତ୍ରା ମହୋତ୍ସବର ସଭାପତି ପ୍ରଦିପ କୁମାର ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଅଛି । ବରିଷ୍ଟ ଆଇଜୀବୀ ସଂଞ୍ଜୟ କୁମାର ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଉପସଭାପତି ଅଭିମନ୍ୟୁ ଗୋଚ୍ଛାୟତ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପ୍ରକଳ୍ପ ନିର୍ଦ୍ଧେଶକ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅଜାମ୍ବର ମହାନ୍ତି ଯୋଗଦାନ କରି କହିଲେ ମାନବୀୟ ଗୁଣାବଳିର ବିକାଶ ଘଟିଲେ କେନ୍ଦ୍ରାପଡାର ବୈଦ୍ଧିକ ବିକାଶ ଘଟିବ ଓ କେନ୍ଦ୍ରାପଡାର ଜନ୍ମିତ ତଅପୋଇ ଆତ୍ମା ଶାନ୍ତି ଲାଭ କରିବେ, ଅତ୍ୟାଚାରିତ ଆଧୁନିକ ତଅପୋଇମାନେ ଶାନ୍ତି ଲାଭ କରିବେ । ବରେଣ୍ୟ ଅତିଥିଭାବରେ ସ୍ୱାମୀଦିବ୍ୟ ସ୍ୱରୁପା ନନ୍ଦ ସରସ୍ୱତୀ ଯୋଗଦାନ କରି ବାଲିଯାତ୍ରାର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ସମ୍ମନୀୟ ଅତିୁଥି ଭାବରେ ଉତ୍କଳ ସାହିତ୍ୟ ସମାଜର ସଭାପତି ଗୋବିନ୍ଦ ଚାନ୍ଦ, ୱାଲଡ ୱାଚର ରାଜ୍ୟ ସମ୍ପାଦକ ଦିଲୀପ ଦାସ, ବିଜେପିର ଜିଲ୍ଲା ଉପସଭାପତି କୃଷ୍ଣ ଚନ୍ଦ୍ର ପଣ୍ଡା, ବିଶିଷ୍ଟ ସମାଜସେବୀ ଯୁଗଳ କିଶୋର ଦାସ ଯୋଗଦାନ କରି ବକ୍ତବ୍ୟ ଉପସ୍ଥାପନ କରିଥିଲେ । ମୁଖ୍ୟ ବକ୍ତା ଭାବରେ ଅତିରିକ୍ତ ଜିଲ୍ଲାପାଳ ରବିନ୍ଦ୍ର କୁମାର ମଲ୍ଲିକ ଯୋଗଦାନ କରି ବାଲିଯାତ୍ରାର ଦୀର୍ଘ ଜୀବୀଲାଗି ସମସ୍ତ ପ୍ରକାରର ସାହାର୍ଯ୍ୟ ଓ ସହଯୋଗ କରିବାକୁ ପ୍ରତିଶୃତି ପ୍ରଦାନ କରିଥିଲେ । ଏହି ଅବସରରେ ବିଶିଷ୍ଟ ସମାଜସେବୀ ଯୁଗଳ କିଶୋର ଦାସଙ୍କୁ କେନ୍ଦ୍ରାପଡା ଜିଲ୍ଲା ଶ୍ରେଷ୍ଟ ସ୍ୱର୍ଣ୍ଣକାର ସମ୍ମାନ ଉତ୍ତରୀୟ, ଫଳକ, ପୁଷ୍ପଗୁଚ୍ଛ ପ୍ରଦାନ କରି ମୁଖ୍ୟ ଅତିଥି ସମ୍ମନୀତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପସଭାପତି ଧିରେନ୍ଦ୍ର ଦାସ, କୋଷାଧ୍ୟକ୍ଷ ମନୋରଞ୍ଜନ ତ୍ରିପାଠୀ, ପ୍ରତ୍ରିକା ସମ୍ପାଦକ ଶୁଭାଂଶୁ କୁମାର ଦାସ, ସତ୍ୟବ୍ରତ ସିହ, ମୃତ୍ୟୁଞ୍ଜୟ ସାହୁ, ପିତବାସ ବେହେରା, ଟୁଟୁ ଗେରୁ, ରାଜୁ କୁବେର, ପଞ୍ଚାନନ ଗେରୁ, ମୃତ୍ୟୁଞ୍ଜୟ ମହାନ୍ତି, ଶ୍ରୀଧର ମହାନ୍ତି, ଗୋଲକ ପରିଡା, କରୁଣାକର ଦାସ, ଦିପକ କୁମାର ସାହୁ, କାକୁଲିୁ ମଲ୍ଲିକ, ଅଶୋକ ସାହୁ, ପିତବାସ ଦାସ ସମେତ ସମସ୍ତ କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମ ପରିଚାଳନା କରିଥରଲେ । ଶେଷାରେ ବିକ୍ରମ ରାଉତ ଅତିଥି ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading