ପଟ୍ଟାମୁଣ୍ଡାଇ କଲେଜରେ ଓଡିଶା କେମିକାଲ ସୋସାଇଟି ଅଧିବେଶନ



ପଟ୍ଟାମୁଣ୍ଡାଇ ତା ୨୨/୧୧- ଓଡିଶା କେମିକାଲ ସୋସାଇଟି ଓ ପଟ୍ଟାମୁଣ୍ଡାଇ କଲେଜ ରସାୟନ ବିଜ୍ଞାନ ବିଭାଗ ମିଳିତ ଆନୁକୂଲ୍ୟରେ ଓଡିଶା କେମିକାଲ ସୋସାଇଟିର ୩୦ତମ ଆଞ୍ଚଳିକ ଅଧିବେଶନ ଓ ଜାତୀୟ ସେମିନାର ଅନୁଷ୍ଠିତ ହୋଇଯାଇଛି । ଓଡିଶା କେମିକାଲ ସୋସାଇଟି ସଭାପତି ପ୍ରଫେସର ସ୍ମୃତିପ୍ରଭା ଦାସଙ୍କ ପୌରହିତ୍ୟରେ ଆୟୋଜିତ ଉଦଘାଟନୀ ଅଧିବେଶନରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ସ୍ୱତନ୍ତ୍ର ସଚିବ ଚିତ୍ତରଞ୍ଜନ ପାତ୍ର ମୁଖ୍ୟଅତିଥି, ରାଜନଗର ବିଧାୟକ ଧ୍ରୁବ ସାହୁ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ । ପଟ୍ଟାମୁଣ୍ଡାଇ କଲେଜ ଅଧ୍ୟକ୍ଷ ପ୍ରଫେସର ଉମାକାନ୍ତ ପାତ୍ର ସ୍ୱାଗତ ଭାଷଣ ଦେଇଥିଲେ । ଆକ୍ୟୁଏସି ସଂଯୋଜକ ଅଧ୍ୟାପକ ସୁଭାଶିଷ ମିଶ୍ର ଅତିଥିପରିଚୟ ପ୍ରଦାନ କରିଥିଲେ । ଅଧିବେଶନର ସଂଗଠନ ସମ୍ପାଦକ ପ୍ରାଧ୍ୟାପକ ଡ଼ ସୁନୀଲ ପ୍ରଧାନ ଭିତ୍ତି ପ୍ରବନ୍ଧ ପାଠ କରିଥିଲେ । ଓଡିଶା କେମିକାଲ ସୋସାଇଟି ସମ୍ପାଦକ ପ୍ରଫେସର ଅଚ୍ୟୁତାନନ୍ଦ ଆଚାର୍ଯ୍ୟ ବିବରଣୀ ପାଠ କରିଥିଲେ । ଏହି ଅଧିବେଶନରେ ପ୍ରଫେସର ସ୍ମୃତିପ୍ରଭା ଦାସ ଅଭିଭାଷଣ ଦେଇଥିଲେ । ଶରତ ଚନ୍ଦ୍ର ବିଜ୍ଞାନ ପ୍ରୋତ୍ସାହନ ସମ୍ମାନରେ ପତ୍ରପୁର ହାଇସ୍କୁଲ ପ୍ରଧାନଶିକ୍ଷୟତ୍ରୀ ଆରାଧନା ଦାଶଙ୍କୁ ପ୍ରଦାନ କରାଯାଇଥିଲା । ଶେଷରେ ଓଡିଶା କେମିକାଲ ସୋସାଇଟି ଯୁଗ୍ମ ସମ୍ପାଦକ ପ୍ରମୋଦ ଦାସ ଧନ୍ୟବାଦ ଦେଇଥିଲେ । ଏଇ ଅବସରରେ ଓ ସି ଏସ ପୂର୍ବତନ ଅଧକ୍ଷ ଶଶଧର ସାମଲଙ୍କ ପୌରହିତ୍ୟ ଓ ମୟୁରଭଞ୍ଜ ୟୁ ଏନ କଲେଜ ପୂର୍ବତନ ଅଧକ୍ଷ ଅସିତ ପରିଜାଙ୍କ ସଂଯୋଜନାରେ ଆୟୋଜିତ ପ୍ରଥମ ଟେକ୍ନିକାଲ ଅଧିବେଶନରେ ଆଇ ଆଇ ଟି ଭୁବନେଶ୍ୱର ର ପ୍ରଫେସର ଦୂର୍ଗା ପ୍ରସନ୍ନ ଓଝା, ଟି ଆଇ ଏଫ ଆର ହାଇଦ୍ରାବାଦର ଡ଼ ପବିତ୍ର ନାୟକ, ନାଇଜର ଭୁବନେଶ୍ୱରର ପ୍ରଫେସର ଚନ୍ଦ୍ରଶେଖର ପୁରୋହିତ ପ୍ରମୁଖ ବିଷୟ ବିଶାରଦ ଭାବେ ଯୋଗ ଦେଇ ବିଷୟଭିତ୍ତିକ ଆଲୋଚନା କରିଥିଲେ । ଓ ସି ଏସ ପୂର୍ବତନ ଅଧକ୍ଷ ପ୍ରଫେସର ଆଶୁତୋଷ ସାମନ୍ତରାୟଙ୍କ ପୌରହିତ୍ୟ ଓ ରାଜକନିକା ଏସ ଏନ କଲେଜ ରସାୟନ ବିଜ୍ଞାନ ରିଡର ଡ଼ ଫକୀର ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ଦ୍ୱିତୀୟ ଟେକ୍ନିକାଲ ଅଧିବେଶନରେ କଲକତା ସାହା ଇନଷ୍ଟିଚ୍ୟୁଟ ଅଫ ନିଉକ୍ଲିୟାର ଫିଜିକ୍ସର ପ୍ରଫେସର ପଦ୍ମଜା ପ୍ରସାଦ ମିଶ୍ର ଓ ଭୁବନେଶ୍ୱର ଆଇ ଏମ ଏମ ଟିର ପ୍ରଫେସର ରତି ରଞ୍ଜନ ନାୟକ ବିଷୟ ବିଶାରଦ ଭାବେ ଯୋଗ ଦେଇ ବିଷୟ ଭିତ୍ତିକ ଆଲୋଚନା କରିଥିଲେ । ବୁର୍ଲା ଭି ଏସ ଏସ ୟୁ ଟି ପ୍ରଫେସର ଶରତ କୁମାର ସ୍ୱାଇଁଙ୍କ ପୌରହିତ୍ୟ ଓ ଅଧ୍ୟାପକ ରଞ୍ଜନ କୁମାର ଗାହାଣଙ୍କ ସଂଯୋଜନାରେ ୩ୟ ଟେକ୍ନିକାଲ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଉଦଯାପନୀ ଅଧିବେଶନରେ ପ୍ରଫେସର ଶରତ ଦାଶ ମୁଖ୍ୟଅତିଥି ପ୍ରଫେସର ରୂପଶ୍ରୀ ରାଗିଣୀ ଦାସ, ପ୍ରଫେସର ଅଜୟ ପଟନାୟକ, ଚିତ୍ତ ରଞ୍ଜନ ମିଶ୍ର,ପ୍ରଫେସର ସୁରେନ୍ଦ୍ର ମହାନ୍ତି ପ୍ରଫେସର ପ୍ରଶାନ୍ତ ଦାସ ଯୋଗ ଦେଇଥିଲେ । ଏହି ଅଧିବେଶନରେ ପଟ୍ଟାମୁଣ୍ଡାଇ କଲେଜ ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଦୁର୍ଯ୍ୟୋଧନ ପରିଡା ଓ ଡ଼ ଦୁଃଶାସନ ପରିଡା, ପ୍ରଫେସର ଅଜୟ ଦାଶ,ପ୍ରାଧ୍ୟାପକ ରବୀନ୍ଦ୍ର ପଣ୍ଡା,ମାର୍ଶାଘାଇ କଲେଜ ଅଧ୍ୟକ୍ଷ ଡ଼ ଶଶିକାନ୍ତ ନାୟକ,ଡ଼ ଦୀପକ ଦାସ, ଦୀପନ ବିହାରୀ ନାଥ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ କ୍ୟାପଟେନ ମନୋଜ ପରିଡା, ପ୍ରାଧ୍ୟାପକ ଡ଼ ରମେଶ ସାହୁ ସର୍ବେଶ୍ୱର ସାହୁ ଡ଼ ଅଞ୍ଜଳି ଦାଶ, ସରୋଜିନୀ ମିଶ୍ର, ନିବେଦିତା ନାୟକ ପ୍ରମୁଖ ବହୁ ବରିଷ୍ଠ ଅଧ୍ୟାପକ ଅଧ୍ୟାପିକା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ପ୍ରଦ୍ୟୁମ୍ନ ପ୍ରଧାନ, ସରୋଜ ନାୟକ, ରଞ୍ଜନ ବେହୁରା,ନିର୍ମଳ ନାୟକ, ଡ଼ ମାନସ ନାୟକ,ଜିତେନ୍ଦ୍ର ମଲ୍ଲିକ, ଡ଼ ନିବେଦିତା ପ୍ରଧାନ ପ୍ରମୁଖ ପରିଚାଳନା କରିଥିବାବେଳେ ଅଧ୍ୟାପକ ଅମିତ ସାହୁ ଅଧ୍ୟାପିକା ଦେବସ୍ମିତା ତ୍ରିପାଠୀ, ଶୁଭଲଷ୍ମୀ ପ୍ରଧାନ, ଶୁଭଶ୍ରୀ ପୋଥାଳ, ରଶ୍ମିତା ପାଣିଗ୍ରାହୀ, ଗୋକୁଳ ଦାଶ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଏଥିରେ ପଟ୍ଟାମୁଣ୍ଡାଇ ଓ ରାଜକନିକା କଲେଜ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading