ପ୍ରାଥମିକ ଶିକ୍ଷକ ସଂଘ ପ୍ରସ୍ତୁତି ବୈଠକ



କେନ୍ଦ୍ରାପଡା, ୮/୧୨- ପ୍ରାଥମିକ ଶିକ୍ଷକ ସଂଘ (ଏକ୍ସ କାଡର) ଶିକ୍ଷକ ଶିକ୍ଷୟତ୍ରୀଙ୍କ ବିଭିନ୍ନ ଦାବି ପୂରଣ ପାଇଁ ଆସନ୍ତା ୧୫ ଡିସେମ୍ବରରେ ହେବାକୁ ଥିବା ବିକ୍ଷୋଭ ଓ ଧାରଣାକୁ ସଫଳ କରିବା ଉଦ୍ଦେଶ୍ୟରେ ମହାକାଳପଡା ବ୍ଲକର କେୟାରବବାଙ୍କ ଠାରେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲା ସଭାପତି ଆଲୋକ ସତ୍ୟବ୍ରତ ଦେବବ୍ରତ ରାୟଙ୍କ ଅଧକ୍ଷତାରେ, ସମ୍ପାଦକ କୈଳାଶ ଚନ୍ଦ୍ର ରାଉତରାୟ, କାର୍ଯ୍ୟକାରୀ ସଭାପତି ଅମରେନ୍ଦ୍ର ମହାନ୍ତି, ବ୍ଲକ ସଭାପତି ସନ୍ତୋଷ କୁମାର ବାରିକ , ବ୍ଲକ ସମ୍ପାଦକ ମହେନ୍ଦ୍ର କୁମାର ସ୍ୱାଇଁ, ମାର୍ଶାଘାଇ ବ୍ଲକ ସଂଗଠକ ଶ୍ରୀଚନ୍ଦନ ଓଝା, ଧନେଶ୍ୱର ନାଥ ଶର୍ମା, ରାଜନଗର ବ୍ଲକ ସଂଗଠକ ବିରଞ୍ଚି ନାରାୟଣ ମିଶ୍ର, ତ୍ରିଲୋଚନ ନାୟକ , ଗୋପୀନାଥ ସାହୁ , ପଞ୍ଚାନନ ମଣ୍ଡଳ , ଭାଗବତ ମାଇତି, ପ୍ରତିଭା ସେନାପତି , ଚପଳା ବିଶ୍ୱାଳ , ସୁଶାନ୍ତ କୁମାର ଦାସ , ରଞ୍ଜିତ କୁମାର ସ୍ୱାଇଁ , ଗୋପବନ୍ଧୁ ସ୍ୱାଇଁ , ଗୁରୁଚରଣ ସାହୁ , ଦୁର୍ଲଭ ଚରଣ ଜେନା , ବ୍ରହ୍ମାନନ୍ଦ ନାୟକ , ଦିଲ୍ଲୀପ କୁମାର ସାହୁ , ସୌଦାମିନୀ ଦାସ , ପ୍ରମୋଦ ଧାଡ଼ା , ହରେନ୍ଦ୍ର ମଣ୍ଡଳ , ବାବୁଲି ଚରଣ ରାଉତ ଆଦି ଉପସ୍ଥିତ ଥିଲେ। ଶିକ୍ଷକ ସଂଘର ବିଭିନ୍ନ ଦାବି — ବେତନ ବୃଦ୍ଧି, ପଦୋନ୍ନତି, ସେବା ନିୟମାବଳୀ ଏକ୍ସ କାଡର ଉଛେଦ, ଇତ୍ୟାଦି ବିଷୟରେ ରାଜ୍ୟ ସରକାରଙ୍କ ଦୃଷ୍ଟିଆକର୍ଷଣ ପାଇଁ ରାଲି ଓ ଧାରଣା ଆବଶ୍ୟକ ବୋଲି ଅଭିମତ ବ୍ୟକ୍ତ ହୋଇଥିଲା। ବକ୍ତାମାନେ ଶିକ୍ଷକଙ୍କ ଦୀର୍ଘ ଦିନର ସମସ୍ୟା, ଅବହେଳିତ ଦାବି ଓ ନ୍ୟାୟସଙ୍ଗତ ଦାବି ପୂରଣ ଆବଶ୍ୟକତା ଉପରେ ଜୋର ଦେଇ, ଆଗାମୀ ରାଲିରେ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସକ୍ରିୟ ଅଂଶଗ୍ରହଣ ପାଇଁ ନିବେଦନ ରଖିଥିଲେ। ବୈଠକ ସମାପ୍ତିରେ ଆନ୍ଦୋଳନକୁ ସଫଳ କରିବା ପାଇଁ ସମସ୍ତଙ୍କ ସମନ୍ୱୟ ଓ ଏକତାର ଆହ୍ୱାନ କରାଯାଇଥିଲା।


Discover more from

Subscribe now to keep reading and get access to the full archive.

Continue reading