
ପଟ୍ଟାମୁଣ୍ଡାଇ ତା ୧୮/୧୨ -ପଟ୍ଟାମୁଣ୍ଡାଇ ରାଧାରମଣ ମଠ ପରିସରରେ ଥିବା ସରସ୍ବତୀ ଶିଶୁ ଶିକ୍ଷା ମନ୍ଦିରର ୧୩ତମ ବାର୍ଷିକ କ୍ରୀଡା ଉତ୍ସବ ୪ଦିନ ଧରି ଶିଶୁ ଶିକ୍ଷା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରୀଡା ଉତ୍ସବକୁ ଶିକ୍ଷା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ପ୍ରଭୁ ଦତ୍ତ ଦାଶ ଉଦଘାଟନ କରିଥିବା ବେଳେ ସମ୍ପାଦକ ଅମ୍ବୁଜ ଭୂଷଣ ନାୟକ ଅତିଥି ଭାବେ ଯୋଗ ଦେଇ ଶିଶୁମାନଙ୍କୁ ଉତ୍ତମ ଶିକ୍ଷା ସହିତ ଭଲ କ୍ରୀଡା ପ୍ରତିଭା ପ୍ରଦର୍ଶନ କରିବାକୁ ପରାମର୍ଶ ଦେଇଥିଲେ । ବରିଷ୍ଠ ଆଚାର୍ଯ୍ୟା ସୁଲୋଚନା ମିଶ୍ର ସ୍ୱାଗତଭାଷଣ ଓ ଆଚାର୍ଯ୍ୟ ମୃତ୍ୟୁ ଞ୍ଜୟ ସୂତାର ଅତିଥି ପରିଚୟ ପ୍ରଦାନ କରିଥିଲେ । ଆଚାର୍ଯ୍ୟା ସାଗରୀକା ଦାଶ, ମମତା ଗୁଇଁ, ସଂଗୀତା ପ୍ରଧାନ, ଭାଗ୍ୟଶ୍ରୀ ଜେନା, ସ୍ମିତା ଦାସ, କଳ୍ପନା ବାରିକଙ୍କ ତତ୍ୱାବଧାନରେ ୧୦୦ମିଟର, ୨୦୦ମିଟର ଦୌଡ଼, ଲମ୍ବା ଡିଆଁ, ଉଚ୍ଚଡିଆଁ, ଦଉଡି ଡିଆଁ, ଡ଼ିସକସ ଥ୍ରୋ, ଅଖା ଦୌଡ଼, ବେଙ୍ଗ ଡିଆଁ, ଗୁଲି ଚାମଚ, ରଙ୍ଗ ଦୌଡ଼, ପରିଵା ଚି଼ହ୍ନଟ, ଜିଲ୍ଲାପି ଡିଆଁ, ଅଙ୍କ ଦୌଡ଼, ମାଠିଆ ଦୌଡ଼, କୌତୁକ ପୋଷାକ ଆଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଚାରକ ଭାବେ ପ୍ରଭୁଦତ୍ତ ଦାଶ, ପ୍ରଭାକର ସାହୁ, ମୃତ୍ୟୁଞ୍ଜୟ ସୂତାର, କ୍ରିଷ୍ଣାରାଣୀ ଦାସ, ଜ୍ୟୋତ୍ସ୍ନାରାଣୀ ପ୍ରଧାନ ସୌମ୍ୟ ରଞ୍ଜନ ଦାଶ ପ୍ରମୁଖ ଯୋଗ ଦେଇ କୃତୀ ପ୍ରତିଭା ଚୟନ କରିଥିଲେ । ଶେଷରେ ସୁଚିତ୍ରା ମହାନ୍ତି ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଲିପ୍ସା ସାହୁ,ରୀନା ନାୟକ, ସୁପ୍ରିୟା ପ୍ରଧାନ, ସସ୍ମିତା ନନ୍ଦୀ, ବର୍ଷାରାଣୀ ମହାନ୍ତି, ସୁଜ୍ଞାନୀ ପାଢ଼ୀ ପରିଚାଳନା କରିଥିବା ବେଳେ ସଙ୍ଗୀତା ନାୟକ, ରଶ୍ମିରେଖା ଦାଶ, ବିଶ୍ୱରୂପା ବିଶ୍ଵାଳ, ମୋନାଲିସା ଦାସ, ରଶ୍ମିତା ବେହେରା, ଅପ୍ସରା ଦାଶ, କଲ୍ୟାଣୀ ପ୍ରଧାନ,ଅନିତା ଖଣ୍ଡାୟୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।










