ପଟ୍ଟାମୁଣ୍ଡାଇ କଲେଜ ୫୫ତମ ବାର୍ଷିକ କ୍ରୀଡା ଉଦଘାଟିତ



ପଟ୍ଟାମୁଣ୍ଡାଇ ତା ୧୮/୧୨- ପଟ୍ଟାମୁଣ୍ଡାଇ କଲେଜର ୫୫ତମ ବାର୍ଷିକ କ୍ରୀଡା ଉଦଘାଟିତ ହୋଇଯାଇଛି I ୩ଦିନ ବ୍ୟାପି ଆୟୋଜିତ କ୍ରୀଡା ଉତ୍ସବକୁ ପଟ୍ଟାମୁଣ୍ଡାଇ କଲେଜ ଅଧକ୍ଷ ପ୍ରଫେସର ଉମାକାନ୍ତ ପାତ୍ର ପତାକା ହଲାଇ ଉଦଘାଟନ କରିବା ସହିତ ଶିକ୍ଷା ସହିତ କ୍ରୀଡା ଛାତ୍ରଛାତ୍ରୀଙ୍କୁ ଜୀବନରେ ସଫଳତାର ମାର୍ଗ ଦେଖାଏ ବୋଲି ପ୍ରକାଶ କରିଥିଲେ । ପଟ୍ଟାମୁଣ୍ଡାଇ କଲେଜ କ୍ରୀଡା ସଂସଦ ଉପସଭାପତି ଅଧ୍ୟାପକ ଅରବିନ୍ଦ ପାଣ୍ଡଵ ଓ ଅଧ୍ୟାପକ ଡ଼ ମାନସ ନାୟକ ଅଧ୍ୟାପିକ ପ୍ରଦ୍ୟୁମ୍ନ ପ୍ରଧାନ ଅଧ୍ୟାପିକା ରଶ୍ମିତା ପାଣିଗ୍ରାହୀ, ଦେବସ୍ମିତା ତ୍ରିପାଠୀ ପ୍ରତ୍ୟକ୍ଷ ତତ୍ୱାବଧାନରେ ୧୦୦, ୨୦୦, ୪୦୦, ଓ ୮୦୦ମିଟର ଦୌଡ଼, ସଟପୁଟ,ଡ଼ିସକସ ଥ୍ରୋ, ଜାଭେଲିନ ଥ୍ରୋ,ଲଙ୍ଗ ଜମ୍ପ, ହାଏ ଜମ୍ପ ଆଦି ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି କ୍ରୀଡା ପ୍ରତିଯୋଗିତାକୁ ପ୍ରାଧ୍ୟାପକ ଡ଼ ରମେଶ କୁମାର ସାହୁ,କ୍ୟାପଟେନ ମନୋଜ ପରିଡା, ପ୍ରମୋଦ ସ୍ୱାଇଁ ସର୍ବେଶ୍ୱର ସାହୁ, ଅଧ୍ୟାପକ ପିଣ୍ଟୁ ପଟେଲ ପ୍ରମୁଖ ପରିଚାଳନା କରିଥିବାବେଳେ ଅଧ୍ୟାପକ ପୃଥ୍ୱୀରାଜ ବିଶ୍ୱାଳ, ଅମିତ ସାହୁ ରୋହିତ ବଗର୍ତି ଓ ଅଧ୍ୟାପିକା ନିବେଦିତା ପ୍ରଧାନ ଓ ସୀମାଙ୍ଗିନୀ ଦାସ ପରିଚାଳନାରେ ସହଯୋଗ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading