ଡିଏଭି ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ



କେନ୍ଦ୍ରାପଡ଼ା,୨୧ା୧୨: ସ୍ଥାନୀୟ ଗରାପୁରସ୍ଥିତ ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଡିଏଭି ପବ୍ଲିକ ସ୍କୁଲର ଅଷ୍ଟମ ବାର୍ଷିକ ଉତ୍ସବ “ଅଭିବ୍ୟକ୍ତି” ପାଳିତ ହୋଇଯାଇଛି । ଏହି ଅବସରରେ ନାସା ମହାକାଶର ବୈଜ୍ଞାନିକ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଜ୍ଞାନ ହୋତା, ସମୀର ମିଶ୍ର, ଡା. ବିରଜା ରାଉତରାୟ ଓ ଇଂ ଦେବାଶିଷ ମହାନ୍ତି ପ୍ରମୁଖ ଅତିଥି ରୂପେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ପିଲାମାନଙ୍କୁ ଉଦ୍‌ବୋଧନ ଦେବାକୁ ଯାଇ ଅତିଥିମାନେ କହିଥିଲେ ଯେ ଡିଏଭି ପବ୍ଲିକ ସ୍କୁଲ ଏକ ସୁନାମଧନ୍ୟ ଶିକ୍ଷାନୁଷ୍ଠାନ । ଏଠାରେ ଅଧ୍ୟୟନରତ ସମସ୍ତ ଛାତ୍ରଛାତ୍ରୀମାନେ ଭବିଷ୍ୟତରେ ସୁନାଗରିକ ହୋଇ ଦେଶ ମାତୃକାର ସେବା କରିବେ । ଅଭିଭାବକମାନେ ପିଲାମାନଙ୍କ ମାର୍କ ଉପରେ ଗୁରୁତ୍ୱ ନ ଦେଇ ସେମାନଙ୍କ ପୂର୍ଣ୍ଣାଙ୍ଗ ବିକାଶ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ । ଏହା ଆଗାମୀ ସମୟର ଆହ୍ୱାନ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି ଉତ୍ସବକୁ ବିଦ୍ୟାଳୟ ଅଧ୍ୟକ୍ଷ ରଞ୍ଜନ କୁମାର ବିଶ୍ୱାଳ ପରିଚାଳନା କରିଥିଲେ । ବିଦ୍ୟାଳୟର ସମ୍ପାଦକ ଗାୟତ୍ରୀ ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶେଷରେ କୁନିକୁନି ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଚଳିତବର୍ଷ ପାଇଁ ବିଦ୍ୟାଳୟର ଛାତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କୁ ବେଷ୍ଟ ସ୍ଟୁଡେଣ୍ଟ ଭାବେ ସମ୍ମାନୀତ କରାଯାଇଥିଲା । ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ । ବିଦ୍ୟାଳୟରେ ଅଧ୍ୟୟନରତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଉତ୍ସାହିତ କରାଯାଇଥିଲା ।


Discover more from

Subscribe now to keep reading and get access to the full archive.

Continue reading