ଗୁଡି ସୂତା ଲାଗିଯିବାରୁ ମୃତ୍ୟୁ ମୁଖରୁ ବଞ୍ଚଲେ ଦେବେନ୍ଦ୍ର



କେନ୍ଦ୍ରାପଡ଼ା,୧୭ା୧: ବର୍ତ୍ତମାନ ଗୁଡିଉଡା ପର୍ବ ଚାଲିଛି । ଏହି ପରିପ୍ରେକ୍ଷିରେ କେନ୍ଦ୍ରାପଡା ସହର ଗୋବରୀ ନଦୀ କୂଳରେ ପିଲାମାନେ ଗୁଡି ଉଡେଇବାରେ ବ୍ୟସ୍ତ । ଗୁଡି ସୂତା ପ୍ଲାଷ୍ଟିକରେ ହେଉ ବା ମାଞ୍ଜା ସୂତା ହେଉ । ତାହା ସାଧାରଣ ବାଟୋଇମାନଙ୍କର କାଳ । ଆଜି ଅପରାହ୍ନରେ କେନ୍ଦ୍ରାପଡା ନୂଆ ବସଷ୍ଟାଣ୍ଡ ବାଇପାସ ରାସ୍ତାରେ କେନ୍ଦ୍ରାପଡା ଗୁଲନଗର ଛକ ନିକଟ ଏକ ଅଟୋ ସୋରୁମରେ କାର୍ଯ୍ୟରତ ଅସୁରେଶ୍ୱର ଗ୍ରାମର ଦେବେନ୍ଦ୍ର ସାହୁ(୫୧) କୌଣସି ଏକ କାମରେ ପୁରୁଣା ବସଷ୍ଟାଣ୍ଡ ଆଡକୁ ବାଇକ ଯୋଗେ ଯାଉଥିଲେ । ସେହିଠାରେ ପ୍ଲାଷ୍ଟକ ଗୁଡି ସୂତା ତାଙ୍କ ବେକରେ ଗୁଡେଇ ହୋଇଯାଇଥିଲା । ସେ ହଟାତ ବ୍ରେକ ମାରିଦେବାରୁ ଘୁସୁଡି ତଳେ ପଡିଯାଇଥିଲେ । ଯାହା ଫଳରେ ଗୋଡହାତ ଖଣ୍ଡିଆ ହୋଇଯିବା ସହ ବାଇକ ଭାଙ୍ଗିଯାଇଥିଲା । ସେଠାରେ ଲୋକମାନେ ତାଙ୍କୁ ସଙ୍ଗେସଙ୍ଗେ ରାସ୍ତା ଉପରୁ ଉଠାଇଥିଲେ । ଶ୍ରୀ ସାହୁ କହିଥିଲେ ଯେ ନିଶ୍ଚିତ ମୃତ୍ୟୁରୁ ଭଗବାନ ତାଙ୍କୁ ରକ୍ଷା କରିଦେଲେ । ସେହିପରି ସେଠିକାର ଆଉଜଣେ ବ୍ୟବସାୟୀ ଯୁବକଙ୍କ ବେକରେ ଗୁଡି ସୂତା ଲାଗିଯିବାରୁ ବେକ କଟି ଯାଇଥିବାର ଦେଖାଇ ଥିଲେ । ସେ ଭୟରେ ତାଙ୍କ ନାମ ପ୍ରକାଶ କରିନଥିଲେ । କେନ୍ଦ୍ରାପଡା ସହରରେ ସ୍ଥାନୀୟ ପ୍ରଶାସନ ଏହାର କୌଣସି ପ୍ରତିକାର ନେବାକୁ ସାଧାରଣ ଲୋକ ଦାବି କରିଛନ୍ତି ।


Leave a Reply

Your email address will not be published. Required fields are marked *

Discover more from

Subscribe now to keep reading and get access to the full archive.

Continue reading