ଟେରାକୋଟା ଓ କାଇଁଚରେ ପ୍ରସ୍ତୁତ ରାକ୍ଷୀ ଷ୍ଟଲ୍ ଉଦ୍‌ଘାଟିତ

କେନ୍ଦ୍ରାପଡ଼ା : ରାକ୍ଷୀ ବଜାରକୁ ଆଖିରେ ରଖି ଓର୍‌ମାସ୍ ପକ୍ଷରୁ ଆରମ୍ଭ କରାଯାଇଛି ଏକ ନୂତନ ବିକ୍ରୟ କେନ୍ଦ୍ର । କେନ୍ଦ୍ରାପଡ଼ା ଅର୍ବାନ୍ କୋଅପରେଟିଭ୍ ବ୍ୟାଙ୍କ୍ ନିକଟସ୍ଥ ଏହି ନୂତନ ଷ୍ଟଲ୍‌କୁ ଉଦ୍‌ଘାଟନ କରିଛନ୍ତି ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ…

ନିଖିଳ ଉତ୍କଳ ପଞ୍ଚାୟତ ଅଧିକାରୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

କେନ୍ଦ୍ରାପଡ଼ା: ଦୁଇ ଦଫା ଦାବିରେ ନିଖିଳ ଉତ୍କଳ ପଞ୍ଚାୟତ ଅଧିକାରୀ ସଂଘର ଆହ୍ୱାନରେ ଶୁକ୍ରବାର ଜିଲ୍ଲାର ଶତାଧିକ ପଞ୍ଚାୟତ ନିର୍ବାହୀ ଅଧିକାରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରବଳ ବର୍ଷା ସତ୍ତ୍ୱେ ଧାରଣା ଦେଇଥିଲେ । ସେମାନଙ୍କ ଦାବି ହେଉଛି ପଞ୍ଚାୟତ ନିର୍ବାହୀ…

ମଣି ସାହୁ ହତ୍ୟା ଘଟଣାରେ ଜଣେ ଗିରଫ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ ବନ୍ତପାଟଣା ଗ୍ରାମରେ ଗତ ଜୁଲାଇ ୨୩ ତାରିଖରେ ଗୁଣି ଗାରେଡ଼ି ସନ୍ଦେହରେ ଘଟିଥବା ମଣି ଚରଣ ସାହୁ ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ମଧ୍ୟରୁ ଜଣକୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି…

ଭୂତକୋଠି ପାଲଟିଛି ଖଡ଼ିଅଂଟା ପ୍ରାଣୀ ଚିକିତ୍ସା କେନ୍ଦ୍ର

ପଟ୍ଟାମୁଣ୍ଡାଇ: ଗ୍ରାମାଂଚଳରେ ଗୋରୁ, ଛେଳି, ମେଣ୍ଢା, କୁକୁଡ଼ା, ମଇଁଷି ଆଦି ପ୍ରାଣୀ ସମ୍ପଦଙ୍କ ଚିକିତ୍ସା ଦିଗରେ ସରକାରଙ୍କ ବିଭିନ୍ନ ପଦକ୍ଷେପ କେବଳ କାଗଜକଲମରେ ହିଁ ସୀମିତ ହୋଇ ରହିଯାଉଥିବା ଅଭିଯୋଗ ହେଉଛି । ଏପରି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି…

୯ଦଫା ଦାବିକୁ ନେଇ କଂଗ୍ରେସ ତରଫରୁ ପଟ୍ଟାମୁଣ୍ଡାଇ ବ୍ଲକ ଘେରାଉ

କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ୧୮ା୮- ରାଜ୍ୟର ବ୍ଲକମାନଙ୍କରେ ବ୍ୟାପକ ପିସି କାରବାର ବନ୍ଦ କରିବା ସହ ୯ ଦଫା ଦାବିକୁ ନେଇ ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ରାଜ୍ୟର ୩୧୪ଟି ବ୍ଲକ ଘେରାଉ ଡାକରା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର…

ବଜ୍ରପାତରେ ମୃତ ପରିବାରକୁ ସରକାରୀ ସହାୟତା

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମର ପ୍ରଫୁଲ୍ଲ ସେଠୀ ବିଲରେ ଚାଷ କରୁଥିବାବେଳେ ଗତ ୧୩ତାରିଖରେ ବଜ୍ରପାତରେ ପ୍ରାଣ ହରାଇଥିଲେ I ଖବର ପାଇ ରାଜନଗର ବିଧାୟକ ଧ୍ରୁବ ସାହୁ ମୃତ ପରିବାରକୁ ଭେଟି ସମବେଦନା ଜଣାଇବା ସହିତ…

ନୂଆଦିଲ୍ଲୀ ପ୍ୟାରେଡରେ ଭାଗ ନେଇଥିବା ପଟ୍ଟାମୁଣ୍ଡାଇ କଲେଜ ଏନସସି ଛାତ୍ରୀ ସମ୍ବର୍ଦ୍ଧିତ

ଚଳିତବର୍ଷ ଜାନୁଆରୀ ୨୬ ତାରିଖ ସାଧାରଣ ତନ୍ତ୍ର ଦିବସରେ ନୂଆଦିଲ୍ଲୀ ଠାରେ ଆୟୋଜିତ ଜାତୀୟ ପ୍ୟାରେଡରେ ଓଡିଶା ରାଜ୍ୟର ପ୍ରତିନିଧି ଭାବେ ଭାଗ ନେଇଥିବା ପଟ୍ଟାମୁଣ୍ଡାଇ କଲେଜ ଏନ ସି ସି ଛାତ୍ରୀ (ଏ ୧ ଓଡିଶା ) ଭାଗ୍ୟଶ୍ରୀ ଦାଶ…

ପଟ୍ଟାମୁଣ୍ଡାଇରେ ବେଧଡ଼କ ଚାଲିଛି ନିଶା କାରବାର ଚେଇଁ ଶୋଇଛି ଅବକାରୀ ବିଭାଗ

କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ବେଆଇନ ଦେଶୀ ଓ ବିଦେଶୀ ମଦ ସାଙ୍ଗକୁ ଗଞ୍ଜେଇ, ଅଫିମ, ବ୍ରାଉନସୁଗାର କାରବାର କାୟା ମେଲିଛି ।  କିନ୍ତୁ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ ବୋଲି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ଚୋରା…

କେନ୍ଦ୍ରାପଡ଼ା ସହରରେ ଅଜଣା ଗାଡିକୁ ନେଇ ଆତଙ୍କ

କେନ୍ଦ୍ରାପଡ଼ା,୧୬ା୮: କେନ୍ଦ୍ରାପଡା ସହରରେ ଏକ ଅଜଣା କାରକୁ ନେଇ କିଛି ସମୟ ଧରି ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା । କିନ୍ତୁ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ କରିବା ପରେ ଲୋକଙ୍କ ମନରୁ ସନ୍ଦେହ ଦୂର ହୋଇଥିଲା…

ଆନନ୍ଦ ଜେନାଙ୍କ ମୂର୍ତ୍ତୀ ସ୍ଥାନାନ୍ତର ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମ୍ବେଦକର ଷ୍ଟାଚ୍ୟୁ କମିଟି ପକ୍ଷରୁ ବିଶାଳ ଗଣଧାରଣା

କେନ୍ଦ୍ରାପଡ଼ା, ୧୭ା୮: ଡଃ ବି.ଆର୍‌. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ସମ୍ମୁଖରୁ ଆନନ୍ଦ ଚନ୍ଦ୍ର ଜେନାଙ୍କ ପ୍ରତିମୂର୍ତ୍ତୀ ସ୍ଥାନାନ୍ତର ଦାବିରେ ଆମ୍ବେଦକର ଷ୍ଟାଚ୍ୟୁ କମିଟି ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିଶାଳ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି । ଡଃ. ଆମ୍ବେଦକର ଷ୍ଟାଚ୍ୟୁ…

ଜିଲ୍ଲା ବୋଇତବନ୍ଦାଣ ସମିତିର ବାର୍ଷିକ ଅଧିବେଶନ

କେନ୍ଦ୍ରାପଡ଼ା,୧୬ା୮: ରାଜ୍ୟର ପୁରାତନ ସାସ୍କୃତିକ ଅନୁଷ୍ଠାନ ଜିଲ୍ଲା ବୋଇତ ବନ୍ଦାଣ ସମିତି କେନ୍ଦ୍ରାପଡାର ୫୫ତମ ବାର୍ଷିକ ଅଧିବେଶନ ଗରାପୁରସ୍ଥିତ ରାଜୀବଗାନ୍ଧୀ ସେବାକେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି । ସମିତିର ସ୍ଥାୟୀ ମୁଖ୍ୟ ଉପଦେଷ୍ଟା ପ୍ରଦୀପ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବାର୍ଷିକ…

କେନ୍ଦ୍ରାପଡ଼ା ଜିଲ୍ଲା ଜିଲ୍ଲାସ୍ତରୀୟ ୭୭ତମ ସ୍ୱାଧୀନତା ଦିବସ ପାଳିତ

କେନ୍ଦ୍ରାପଡ଼ା,୧୬ା୮: କେନ୍ଦ୍ରାପଡ଼ା ଜିଲ୍ଲା ସଦର ମହକୁମାଠାରେ ଜିଲ୍ଲାସ୍ତରୀୟ ୭୭ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲାପାଳ ଅମ୍ରିତ ଋତୁରାଜ ମୁଖ୍ୟ ଅତିଥିଭାବେ ଯୋଗଦେଇ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପଡ଼ିଆଠାରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ୍‌ରେ…

ଗାନ୍ଧୀ ପଦଯାତ୍ରା ସ୍ମୃତି ପରିଷଦ ପକ୍ଷରୁ ୭୭ତମ ସ୍ୱାଧୀନତା ଦିବସ ପାଳନ

କେନ୍ଦ୍ରାପଡ଼ା,୧୬ା୮ : ଗାନ୍ଧୀ ପଦଯାତ୍ରା ସ୍ମୃତି ପରିଷଦ ଆନୁକୂଲ୍ୟରେ ୭୭ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରଥମେ ଗରାପୁରସ୍ଥିତ ଗାନ୍ଧୀପୀଠରେ ଥିବା ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ପୁଷ୍ପମାଲ୍ୟ ଅର୍ପଣ କରାଯିବା ପରେ ତିନିମୁହାଣି…

ଜିଲ୍ଲା କଂଗ୍ରେସର ସାମ୍ବାଦିକ ସମ୍ମିଳନୀ,୯ ଦଫା ଦାବିରେ କଂଗ୍ରେସର ବ୍ଲକ ଘେରାଉ

କେନ୍ଦ୍ରାପଡ଼ା, ୧୭ା୮: ପ୍ରଦେଶ କଂଗ୍ରେସର ନିର୍ଦେଶକ୍ରମେ ଆସନ୍ତା କାଲି ୧୮ ତାରିଖରେ କଂଗ୍ରେସ ପକ୍ଷରୁ ରାଜ୍ୟର ସମସ୍ତ ବ୍ଲକକୁ ଘେରାଉ କରାଯିବା ସହ ରାଜ୍ୟପାଳଙ୍କ ଉଦେଶ୍ୟରେ ସଂପୃକ୍ତ ବ୍ଲକର ବିଡିଓଙ୍କ ଜରିଆରେ ଏକ ୯ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯିବ ବୋଲି…

ଶ୍ରୀରାମପୁର ବ୍ରାହ୍ମଣୀ ନଦୀରୁ ମୃତଦେହ ଉଦ୍ଧାର

  କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଶ୍ରୀରାମପୁର ପଂଚାୟତ କଦମଦାଣ୍ଡି ଗ୍ରାମ ନିକଟସ୍ଥ ବ୍ରାହ୍ମଣୀ ନଦୀରେ ବୁଧବାର ସକାଳେ ଏକ ଅଜଣା ଯୁବକର ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା ।ଏ ସମ୍ପର୍କରେ ଗ୍ରାମବାସୀ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନାକୁ ଖବର ଦେବା…

ବାଇକ ଚୋରି ବେଳେ ଧରାପଡ଼ିଲା ଚୋର

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ସହର ପୁରୁଣା ମାର୍କେଟ କମ୍ପେ୍ଲକ୍ସ ପାଖ ଏକ ପାନ ଦୋକାନ ଆଗରୁ ବାଇକ ଚୋରି କରିବା ସମୟରେ ସ୍ଥାନୀୟ ଲୋକେ ଚୋରକୁ ଧରି ପୋଲିସର ଜିମା ଦେଇଛନ୍ତି । ପୋଲିସ ଯୁବକ ଜଣକଙ୍କୁ ଥାନାରେ ଅଟକ ରଖି…

ଆଗୁଆ ନିର୍ବାଚନ ନେଇ ବଢୁଛି ଚର୍ଚ୍ଚା

ରାଜ୍ୟ ରାଜନୀତିରେ କିଛିଦିନ ହେବ ଆଗୁଆ ନିର୍ବାଚନ ହେବ ବୋଲି ଚର୍ଚ୍ଚା ଆଲୋଚନା ଜୋର୍‌ ଧରିଛି। ବିଜେଡି ଓ ଭାଜପା ମଧ୍ୟରେ ମେଣ୍ଟ ହୋଇପାରେ ବୋଲି ଆଉ ଏକ ଚର୍ଚ୍ଚା ମଧ୍ୟ ଆଲୋଚନା ହେଉଛି । ନିକଟରେ ଓଡିଶା ଗସ୍ତରେ ଆସିଥିବା…

ପଟ୍ଟାମୁଣ୍ଡାଇ ଜାତୀୟ ଦିବସ ପାଳନ କମିଟି ପକ୍ଷରୁ ଏମଏନ ହାଇ ସ୍କୁଲ ପଡ଼ିଆ ଠାରେ ସ୍ୱାଧୀନତା ଦିବସ ପାଳିତ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଏମଏନ ହାଇ ସ୍କୁଲ ପଡିଆ ଠାରେ ମଙ୍ଗଳବାର ୭୭ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଜାତୀୟ ଦିବସ ପାଳନ କମିଟିର ଅଧ୍ୟକ୍ଷ ତଥା ପଟ୍ଟାମୁଣ୍ଡାଇ ତହସିଲଦାର ଦିଲ୍ଲିପ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ…

ହାଇସ୍କୁଲ ନିକଟ ଆମ୍ବେଦକରଙ୍କ ମୂର୍ତ୍ତୀ ସମ୍ମୁଖରୁ ଆନନ୍ଦ ଜେନାଙ୍କ ମୂର୍ତ୍ତୀ ନ ଉଠିଲେ ଗଣଅନଶନ ଚେତାବନୀ

କେନ୍ଦ୍ରାପଡ଼ା, ୧୪ା୮: ଡଃ ବି.ଆର୍‌. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ସମ୍ମୁଖରୁ ଆନନ୍ଦ ଚନ୍ଦ୍ର ଜେନାଙ୍କ ପ୍ରତିମୂର୍ତ୍ତୀ ନ ହଟାଯିବାରୁ ଆମ୍ବେଦକର ଷ୍ଟାଚ୍ୟୁ କମିଟି ପକ୍ଷରୁ ଆଜି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଡଃ. ଆମ୍ବେଦକର ଷ୍ଟାଚ୍ୟୁ କମିଟି ସମ୍ପାଦକ ସୁଧୀର…

କେନ୍ଦ୍ରାପଡା ପୈାର ପରିଷଦର ସାଧାରଣ ବୈଠକ

କେନ୍ଦ୍ରାପଡା ପୈାର ପରିଷଦର ସାଧାରଣ ବୈଠକ ପୈାରସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ପୈାରାଧ୍ୟକ୍ଷା ସରିତା ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାଉନସିଲ ବୈଠକରେ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ଯୋଗଦେଇ ନୂତନ ଭାବେ ଯୋଗଦେଇଥିବା ପୋର ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ…

ପୂର୍ବତନ ବିଧାୟିକାଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡ଼ା,୧୪ା୮ : ପୂର୍ବତନ ବିଧାୟିକା ତଥା କଟକ ମହାନଗର ନିଗମର ମେୟର ସ୍ୱର୍ଗତା ନିବେଦିତା ପ୍ରଧାନଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା କେନ୍ଦ୍ରାପଡା ସହରର ସାନ୍ତସାହିସ୍ଥିତ ଅମର ଭବନରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ବିଜେପି ନେତା ତଥା ଆଇନଜୀବୀ ବୈଦ୍ୟନାଥ…

ହର୍ ଘର୍ ଏକ ପୌଦ୍ଧା

କେନ୍ଦ୍ରାପଡ଼ା ୧୪ା୮: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ପଞ୍ଜୀକୃତ ସଂସ୍ଥା ମାଇଁ ଏନ୍‌.ସି.ସି. ଅ।।ଲୁମିନି ଆସୋସିଏସନ ପକ୍ଷରୁ ‘ହର ଘର ଏକ ପୌଦ୍ଧା’ ଅନ୍ତର୍ଗତ ଏକ ସ୍ୱେଚ୍ଛାକୃତ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିିତ ହୋଇଯାଇଛି । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମାଇଁ…

ପଟ୍ଟାମୁଣ୍ଡାଇ ଭାଜପା ପକ୍ଷରୁ ତ୍ରିରଙ୍ଗା ଯାତ୍ରା

କେନ୍ଦ୍ରାପଡା ଜିଲ୍ଲା ରାଜନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକ ୧୭ନଂ ଜୋନ କଂଟାବଣ ଠାରେ ସ୍ୱାଧୀନତାର ଅମୃତ ମହୋତ୍ସବ ଓ ୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ ତ୍ରିରଙ୍ଗା ପଦଯାତ୍ରା ପଟ୍ଟାମୁଣ୍ଡାଇ ଭାଜପା ପକ୍ଷରୁ  ଆୟୋଜିତ ହୋଇଯାଇଛି …

କେନ୍ଦ୍ରାପଡାରେ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ମହୋତ୍ସବ ଓ ପ୍ରତିଭା ଅନ୍ୱେଷଣ

କେନ୍ଦ୍ରାପଡା ୧୩/୮- ଆଜି କେନ୍ଦ୍ରାପଡା ସହରସ୍ଥ ପୌରପାଳିକା ଟାଉନ୍‌ହଲ୍‌ଠାରେ ଓଡିଶା ସଂସ୍କୃତି କଳା ଏକାଡେମୀ(ଓକା) ଓ ସଙ୍ଗୀତ ମୂର୍ଚ୍ଛନା ଅନୁଷ୍ଠାନ ତରଫରୁ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ମହୋତ୍ସବ ପାଳନ କରାଯାଇଛି । ସକାଳ ୮ଟାରୁ ଓକା ଆଇଡଲ୍ ପକ୍ଷରୁ ଏକ ସାଂସ୍କୃତିକ ପ୍ରତିଯୋଗୀତା…