କେନ୍ଦ୍ରାପଡ଼ା, ୧୪ା୧୨ : ଓଡିଶା ଉର୍ଦ୍ଦୁ ଏକାଡେମୀ ଆନୁକୂଲ୍ୟରେ ଅନୁଷ୍ଠିତ ତିନି ଦିନିଆ ଉର୍ଦ୍ଦୁ ଶିକ୍ଷକ ତାଲିମ ଶିବିର ସ୍ଥାନୀୟ ଉର୍ଦ୍ଦୁ ପାଠାଗାର ପରିସରରେ ଆଜି ଅପରାହ୍ନରେ ଉଦଯାପିତ ହୋଇଯାଇଛି । ଏହି ତାଲିମ ଶିବିରକୁ ପୈାରାଧ୍ୟକ୍ଷା ସରିତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିବା ବେଳେ ଏଥିରେ ୯୦ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗଦେଇ ତାଲିମ ଗ୍ରହଣ କରିଥିଲେ । ଓଡିଶା ବାହାରୁ ଆସିଥିବା ଦକ୍ଷ […]
ସୃଜନଶୀଳ ମନୋଭାବ ନେଇ ବିଜ୍ଞାନ ଶିକ୍ଷା ଗ୍ରହଣ କଲେ ଛାତ୍ରଛାତ୍ରୀମାନେ ସବୁ କ୍ଷେତ୍ରରେ ସଫଳ ହୋଇ ମାଟିର ଗୌରବ ବୃଦ୍ଧି କରିପାରିବେ ବୋଲି କଷଣଅଣ୍ଟା ପଂଚାୟତ ହାଇସ୍କୁଲରେ ଆୟୋଜିତ ଜିଲ୍ଲା ବାଳବୈଜ୍ଞାନିକ ପ୍ରଦର୍ଶନୀ ଉଦଘାଟନ କରି ରାଜନଗର ବିଧାୟକ ଧ୍ରୁବ ସାହୁ ପ୍ରକାଶ କରିଛନ୍ତି । ଦୁଇ ଦିନ ଧରି ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ବାଳବୈଜ୍ଞାନିକ ପ୍ରଦର୍ଶନୀ ଉପଲକ୍ଷେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ଜିଲ୍ଲା ଶିକ୍ଷାଧିକାରୀଣୀ ଶୁଭଲଷ୍ମୀ ନାୟକ ପୌରହିତ୍ୟ […]
କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଅଂଚଳର ଏକ ହତ୍ୟା ମାମଲାର ଶୁଣାଣି କରି ଗୁରୁବାର ପଟ୍ଟାମୁଣ୍ଡାଇ କୋଟ ସହକାରୀ ଦୌରାଜଜ ସ୍ତ୍ରୀ ଓ ତା ପ୍ରେମିକକୁ ୪ ବର୍ଷ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି । ଅନାଦେୟ ଅଧିକ ୧ ମାସ ଜେଲଦଣ୍ଡ ହେବ ବୋଲି ଆଦେଶରେ ଉଲ୍ଲେଖ ଥିବା ଜଣାଯାଇଛି । କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଭାମଣ୍ଡା ଗ୍ରାମର ନୃସିଂହନାଥ ମନ୍ଦିର ପୂଜକ […]
ମଦ ପିଇ ଜଣେ ଯୁବକ ପୋଲିସ କର୍ମଚାରୀ ବୋଲି କହି ଆମ୍ବୁଲାନସ୍କୁ ଅଟକାଇ ଉନ୍ମତକାଣ୍ଡ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବିନା କାରଣରେ ଆମ୍ବୁଲାନସ୍କୁ ବାଡେଇ ଧମକ ଚମକ ଦେଇ ତାଳଚୁଆ ଥାନାର ପୋଲିସ ଡିଏସପି ବୋଲି କହିଥିବା ଆମ୍ବୁଲାନ୍ସ ଚାଳକ ଅସିତ ରାଉତରାୟ କହୁଥିବା ବେଳେ ଯୁବକ ଜଣଙ୍କ ମୁଁ ଜଣେ ସାଧାରଣ ଲୋକ ବୋଲି କହିଥିବା ଘୁରିବୁଲୁଥିବା ଭିଡିଓରୁ ଜଣାପଡିଛି । ଭାଇରାଲ […]
କଟକ,୧୩ା୧୨-ଜଣେ ଶିଶୁକୁ କୁକୁର ଝୁଣି ଖାଇବା ନେଇ ୧୦ ଲକ୍ଷ ଟଙ୍କା ତଣ୍ଡ ଗଣିବେ ପୁରୀ ପୌରପାଳିକା । ପୁରୀରେ ଜଣେ ଶିଶୁକୁ କୁକୁର କାମୁଡ଼ି କାମୁଡ଼ି ମାରିଦେବା ମାମଲାରେ ପୁରୀ ପୌରପାଳିକାକୁ ୧୦ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ୨୦୧୬ ମସିହାରେ ଡିସେମ୍ବର ମାସରେ ଏକ ୪ ବର୍ଷର ଶିଶୁ ପୁତ୍ରକୁ ବୁଲା କୁକୁର କାମୁଡି ମାରିଦେଇଥିଲା । ପର୍ଯ୍ୟଟନ ସହର ପୁରୀରେ ଏହି […]
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ଧୋୟାଂଚଳର ବ୍ରାହ୍ମଣୀନଦୀ ପଠାରୁ ଦୈନିକ ଶତାଧିକ ବାଲି ବୋଝେଇ ହାଇୱା ଟ୍ରକ ଡାଲା ଉପରେ ପାଲ ନ ଘୋଡାଇ ତୀବ୍ର ଗତିରେ ଯାତାୟାତ କରୁଥିବାର ବାଲି ଉଡି ରାସ୍ତାରେ ଯାଉଥିବା ସାଇକେଲ ଓ ବାଇକ ଆରୋହୀ ଦୁର୍ଘଟଣାର ଶିକାର ହେଉଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ୱରେ ଟ୍ରାଫିକ ସମସ୍ୟା ବଢ଼ିବାରେ ଲାଗିଛି । ରାଜସ୍ୱ ବିଭାଗ ବାଲିଘାଟ ନିଲାମ କରି ମୋଟା […]
କେନ୍ଦ୍ରାପଡା ୧୩/୧୨- ରାଜନଗର ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତରମାନଙ୍କୁ ଆକ୍ରମଣ ଘଟଣା ୧୩ଦିନ ବିତିଯାଇଛି । ଏହାଭିତରେ କାର୍ଯ୍ୟରତ ଡାକ୍ତରମାନଙ୍କୁ ଜିବନରେ ମାରିଦେବାକୁ ଧମକ ଦେଇଥିଲେ ବୋଲି ରାଜନଗର ଥାନାରେ ଅଭିଯୋଗ ହୋଇଛି । ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତରଙ୍କୁ ଦୁର୍ବ୍ୟବହାର ଘଟଣାରେ ମଙ୍ଗଳବାର ଦିନ ଓମସା ପକ୍ଷରୁ ଆନ୍ଦୋଳନ ପାଇଁ ଜିଲ୍ଲାପାଳ ଓ ପୋଲିସ ଆରକ୍ଷୀ ଅଧିକ୍ଷକଙ୍କୁ ଲିଖିତ ଭାବରେ ଜଣାଇଛନ୍ତି । ନାମକୁମାତ୍ର ଜଣଙ୍କୁ […]
କେନ୍ଦ୍ରାପଡ଼ା, ୧୩/୧୨: ବତୀଘର ପଂଚାୟତର ଦାରିଦ୍ର୍ୟରେ ପୂର୍ଣ୍ଣଛେଦ ଟାଣିବା ପାଇଁ ଆମେ ସାଦରେ ସ୍ୱାଗତ କରୁଛୁ ଶିଳ୍ପକୁ । ବେକାରୀ ସମସ୍ୟାର ଦୂରୀକରଣ ଓ ଅଭାବର ଅନ୍ତ ପାଇଁ ଆମେ ଶିଳ୍ପ ପ୍ରତିଷ୍ଠାକୁ ପୂର୍ଣ୍ଣ ପ୍ରାଣରେ ସମର୍ଥନ କରୁଛୁ ବୋଲି ଆର୍ସଲର୍ ମିତଲ୍ ନିପନ୍ ଷ୍ଟିଲ୍ ପ୍ଲାଂଟ୍ ପ୍ରତିଷ୍ଠା ପାଇଁ ଜମି ଅଧିଗ୍ରହଣର ଜନଶୁଣାଣିରେ କହିଛନ୍ତି ବତୀଘର ପଂଚାୟତର ପ୍ରଭାବିତ ଚାଷୀ ଓ ଗ୍ରାମବାସୀମାନେ । ଆଜି ତୃତୀୟ ତଥା […]
ଆସନ୍ତା ଫେବୃୟାରୀ ୨୦ ତାରିଖ ଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ଏହି ପରୀକ୍ଷା ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ବୋର୍ଡ ପକ୍ଷରୁ ମିଳିଥିବା ସୂଚନା ଜଣାପଡିଛି । ପ୍ରକାଶ ପାଇଥିବା ସୂଚୀ ଅନୁଯାୟୀ ୨୦ରେ ଓଡ଼ିଆ, ୨୩ରେ ଇଂରାଜୀ, ୨୬ରେ ଗଣିତ, ୨୮ରେ ହିନ୍ଦୀ/ସଂସ୍କୃତ, ମାର୍ଚ୍ଚ ୨ରେ ବିଜ୍ଞାନ, ୪ରେ ସାମାଜିକ ବିଜ୍ଞାନ ପରୀକ୍ଷା ଅନୁଷ୍ଠିତ ହେବ।ଆଗାମୀ ଦଶମ ପରୀକ୍ଷାରେ ରାଜ୍ୟବ୍ୟାପୀ ୨୯୯୧ କେନ୍ଦ୍ରରେ ମୋଟ […]
ପଟ୍ଟାମୁଣ୍ଡାଇ ପୌରପରିଷଦ ସହର ସାରା କୁଢ କୁଢ ଆବର୍ଜନା ନାମକୁ ମାତ୍ର ବର୍ଜ୍ୟବସ୍ତୁ ପରିଚାଳନା କମ୍ପୋଷ୍ଠ ସେଂଟର ସହରର ସ୍ୱଚ୍ଛ ଓ ସୁସ୍ଥ ପରିମଳ ପ୍ରତ୍ୟେକ ସ୍ୱାୟତ ଶାସନ ସଂସ୍ଥାର ମୌଳିକ ଦାୟିତ୍ୱ । ଏ କ୍ଷେତ୍ରରେ ପଟ୍ଟାମୁଣ୍ଡାଇ ପୌରପାଳିକା କେବଳ ଆପରାଧିକ ଅବହେଳା କରୁନାହିଁ, ବରଂ ଜାତିୟ ଗ୍ରୀନ ଟ୍ରୀବୃନାଲ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତାଗିଦକୁ ମଧ୍ୟ ବେଖାତିର କରୁଛି […]
କ୍ରମବର୍ଦ୍ଧିଷ୍ଣୁ ପଟ୍ଟାମୁଣ୍ଡାଇ ସହରରୁ ଟ୍ରାଫିକ ସମସ୍ୟା ଦୂର କରିବା ଓ ଜନସାଧାରଣଙ୍କୁ ଉତ୍ତମ ଗମନାଗମନ ସେବା ଯୋଗାଇ ଦେବା ପାଇଁ ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ଦାବୀକୁ ବିଚାରକୁ ନେଇ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ପଟ୍ଟାମୁଣ୍ଡାଇ ନୂତନ ବାଇ ପାସ ରାସ୍ତା ନିର୍ମାଣ ପାଇଁ ୨୧କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି ବୃହତ ପ୍ରକଳ୍ପର ଟେଣ୍ଡର କରାଯାଇ ନିର୍ମାଣକାରୀ ସଂସ୍ଥା ନିଯୁକ୍ତ କରାଯାଇଛି । ସମ୍ପୃକ୍ତ ସଂସ୍ଥା […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ମଦନପୁର ୟୁକେ ମହାବୀର ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଓ ୟୁକେ ମହାବୀର ଡିଗ୍ରୀ କଲେଜରେ ଓଡିଶା ସରକାରଙ୍କ ନୂଆ-ଓ ଯୁବଓଡିଶା ନବୀନ ଓଡିଶା ସମନ୍ୱିତ ଯୁବବିକାଶ କାର୍ଯ୍ୟକ୍ରମ କଲେଜ ଅଧ୍ୟକ୍ଷ ପ୍ରଫେସର ସବ୍ୟସାଚୀ ତ୍ରିପାଠୀଙ୍କ ପୌରହିତ୍ୟ ଓ ଅଧ୍ୟାପକ ଦିଲ୍ଲୀପ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ଯୋଗଦେଇ ଉଦଘାଟନ କରିଥିଲେ […]
କେନ୍ଦ୍ରାପଡ଼ା, ୧୨ା୧୨ : କେନ୍ଦ୍ରାପଡା ଜିଲ୍ଲା କ୍ଷତ୍ରୀୟ ଖଣ୍ଡାୟତ ମହାସଙ୍ଘ ପକ୍ଷରୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଉଚ୍ଚଶିକ୍ଷା ଓ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଉତ୍ସସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ମହାସଙ୍ଘର ଜିଲ୍ଲା ସଭାପତି ଶରତ କୁମାର ବେହୁରାଙ୍କ ନେତୃତ୍ୱରେ ଉପଦେଷ୍ଟା ସଞ୍ଜୟ କୁମାର ଲେଙ୍କା, ଗଙ୍ଗାଧର ପରିଡା, ଧୁନକିଶୋର ନାୟକ, ମାର୍ଶାଘାଇ ବ୍ଲକ ସଭାପତି ରଞ୍ଜନ କୁମାର ନାୟକ, ରଘୁନାଥ ସାହୁ, ସତୁ […]
କେନ୍ଦ୍ରାପଡା ୧୨/୧୨ ଗତ ନଭେମ୍ବର ୨୯ତାରିଖ ରାତି ୧୧ଟା ପରେ ରାଜନଗର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତରଙ୍କ ସହିତ ଯୁକ୍ତିତର୍କ କରି ଧମକ ଦେବା ଓ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଠେଲାପେଲା କରିଥିଲେ । ଏହି ଘଟଣାକୁ ନେଇ ରାଜନଗର ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ଏହି ଘଟଣାକୁ ଜିଲ୍ଲା ଓମ୍ସା ଗୁରୁତର ସହ ବିଚାରକୁ […]
କେନ୍ଦ୍ରାପଡା ୧୨/୧୨-ଏକବିଂଶତମ ରାଜ୍ୟସ୍ତରୀୟ ପୁସ୍ତକମେଳାର ୨ୟ ପ୍ରସ୍ତୁତି ବୈଠକ ମାଧପୁର ସ୍ଥିତ ଉପଦେଷ୍ଠା ଡଃ ବିରଜା ରାଉତରାୟଙ୍କ ଭାସଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସମ୍ପାଦକ ମହମ୍ମଦ ଜାହିଦ୍ ଖାଁଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା । ପୁସ୍ତକମେଳା ଜାନୁଆରୀ ୬ତାରିଖରୁ ଆରମ୍ଭ ହୋଇ ୧୩ତାରିଖରେ ଶେଷ ହେବ ବୋଲି ସୂଚନା ଦିଆଯାଇଥିଲା । ଏହି ମେଳାରେ ଜାତୀୟ ସ୍ତରୀୟ ଖ୍ୟାତନାମା ପୁସ୍ତକ ପ୍ରକାଶନ ସଂସ୍ଥା ସହିତ ରାଜ୍ୟର ପ୍ରତିଷ୍ଠିତ […]
କେନ୍ଦ୍ରାପଡ଼ା, ୧୨/୧୨: ଆର୍ସଲର୍ ମିତଲ୍ ନିପନ୍ ଷ୍ଟିଲ୍ ଇଣ୍ଡିଆ ପକ୍ଷରୁ ୨୪ ଏମ୍.ଟି.ପି.ଏ ଇଂଟିଗ୍ରେଟେଡ୍ ଷ୍ଟିଲ୍ ପ୍ଲାଂଟ୍-୧ ପ୍ରତିଷ୍ଠା ପାଇଁ ମହାକାଳପଡ଼ା ତହସିଲ୍ ଅନ୍ତର୍ଗତ ଖରିନାସୀ ଗ୍ରାମର ପ୍ରତ୍ୟକ୍ଷ ଓ ପରୋକ୍ଷଭାବେ ପ୍ରଭାବିତ ହେଉଥିବା ସାମାଜିକ ପ୍ରଭାବ ଆକଳନ ସର୍ଭେ ସମ୍ବନ୍ଧୀୟ ଜନଶୁଣାଣୀ ଆଜି ସକାଳ ୧୦ ଘଟିକା ସମୟରେ ଖରିନାସୀ ସରପଂଚ ବନିତା ରାଉତରାୟଙ୍କ ଅଧ୍ୟକ୍ଷତାରେ ଆନନ୍ଦ ଆଶ୍ରମ ବିଦ୍ୟା ନିକେତନ ବିଦ୍ୟାଳୟ ପଡ଼ିଆଠାରେ ଅନୁଷ୍ଠିତ ହୋଇଯାଇଛି । […]
ରାଜ୍ୟ ସରକାରଙ୍କ ନୂଆ-ଓ କାର୍ଯ୍ୟକ୍ରମ ଅନ୍ତର୍ଗତ ଯୁବଓଡିଶା ନବୀନ ଓଡିଶା ସମନ୍ୱିତ ଯୁବବିକାଶ କାର୍ଯ୍ୟକ୍ରମ ପଟ୍ଟାମୁଣ୍ଡାଇ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଅଧ୍ୟକ୍ଷା ଡ଼ ରାଜଲଷ୍ମୀ ମହାନ୍ତିଙ୍କ ପୌରହିତ୍ୟ ଆୟୋଜିତ ଉଦଘାଟନୀ ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ. ମୁଖ୍ୟଅତିଥି ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ ସମ୍ମାନିତଅତିଥି ଓ ଡିଗ୍ରୀ କଲେଜ ଅଧ୍ୟକ୍ଷ ରମେଶ ଚନ୍ଦ୍ର ଦେଠୀ ମୁଖ୍ୟବକ୍ତା ଭାବେ […]
ପୁରଣ ହେଉନି ଡାକ୍ତର ପଦବି ଖୋଲା ହେଉଛି ନୁଆନୁଆ ଡାକ୍ତରଖାନା କେନ୍ଦ୍ରାପଡା ଜିଲ୍ଲାର ଦ୍ୱିତୀୟ ବୃହତମ ସହର ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି । ଏହି ଚିକିତ୍ସାଳୟକୁ ଦୈନିକ ପଟ୍ଟାମୁଣ୍ଡାଇ ସମେତ ଆଳି, ରାଜନଗର, ମହାକାଳପଡା, ରାଜକନିକା ଅଂଚଳରୁ ହଜାର ହାଜାର ରୋଗୀ ଆସୁଥିବା ବେଳେ ଉତମ ସ୍ୱାସ୍ଥ୍ୟସେବା ପାଇବାରୁ ବଂଚିତ ହେଉଛନ୍ତି । ଏହାର ମୁଖ୍ୟ କାରଣ ଆବଶ୍ୟକୀୟ ଡାକ୍ତର ପଦବି ଖାଲି ପଡିଥିବା ବେଳେ […]
କେନ୍ଦ୍ରାପଡ଼ା ତା.୧୧/୧୨: ଆୟକର ବିଭାଗ ତରଫରୁ ବିପୁଳ କଳା ଟଙ୍କା ଜବତରେ ମଦ ବ୍ୟବସାୟୀ ସାହୁ ବ୍ରଦର୍ସ, ଅପାରଗ ରାଜ୍ୟ ସରକାର ଓ କଂଗ୍ରେସର ଗଠବନ୍ଧନର ଫଳ ସ୍ୱରୂପ ଆଜି ଆୟକର ବିଭାଗ ଦ୍ୱାରା ପ୍ରାୟ ୫୦୦ କୋଟି କଳା ଟଙ୍କା ଜବତ ହୋଇଛି ବୋଲି ଅଭିଯୋଗ କରି କେନ୍ଦ୍ରାପଡ଼ା ବିଜେପି ତରଫରୁ ଜିଲ୍ଲା ସଭାପତିଙ୍କ ନେତୃତ୍ୱରେ ସ୍ଥାନୀୟ ପୁରୁଣା ମୋଟର ଷ୍ଟାଣ୍ଡ ଠାରେ ମଦ ବ୍ୟବସାୟୀ କଂଗ୍ରେସ ସାଂସଦ […]
କେନ୍ଦ୍ରାପଡ଼ା, ୧୧ା୧୨ : କେନ୍ଦ୍ରସରକାରଙ୍କ ଦ୍ୱାରା ୨୦୨୦ମସିହାରେ ଆଗତ ୩ଟି କୃଷି ଆଇନକୁ କୃଷକ ବିରୋଧୀ ଦର୍ଶାଇ ଦେଶର ୫ଶହରୁ ଅଧିକ କୃଷକ ସଂଗଠନ ରାଜଧାନୀ ଦିଲ୍ଲୀର ଚାରି ସୀମାରେ ଦୀର୍ଘ ୧୩ମାସ ଧରି ଆନ୍ଦୋଳନ ସଂଗଠିତ କରିଥିଲେ । ପରେ ପ୍ରଧାନମନ୍ତ୍ରୀ କୃଷି ଆଇନକୁ ପ୍ରତ୍ୟାହାର କରିନେବା ସଂକ୍ରାନ୍ତରେ ଘୋଷଣା କରିବା ସହ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆନ୍ଦୋଳନରତ ନେତୃତ୍ୱଙ୍କ ସହ ଏକ ଚୁକ୍ତି ସ୍ୱାକ୍ଷର ହେବା ପରେ […]
କେନ୍ଦ୍ରାପଡ଼ା, ୧୦ା୧୨ : ଗ୍ରାମୀଣ ଡାକସେବକ ସଙ୍ଘ ମିଳିତ କ୍ରୀୟାନୁଷ୍ଠାନ କମିଟିର ଆହ୍ୱାନରେ ଅଖିଳ ଭାରତ ଗ୍ରାମୀଣ ଡାକସେବକ ସଙ୍ଘ, ଜାତୀୟ ଗ୍ରାମୀଣ ଡାକସେବକ ସଙ୍ଘ, ଓଡିଶା ସର୍କଲ ପକ୍ଷରୁ ମହାସଂଗ୍ରାମ ଅଧିକାର ପାଇଁ ଆସନ୍ତା ଡିସେମ୍ବର ୧୨ତାରିଖରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଦେଶବ୍ୟାପି ଧର୍ମଘଟ ଆରମ୍ଭ ହେଉଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡାମଣ୍ଡଳରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗ୍ରାମୀଣ ଡାକସେବକଙ୍କ କାର୍ଯ୍ୟ ନିର୍ଘଣ୍ଟ […]
କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ଗ୍ରାମପଞ୍ଚାୟତର ବାଲିଆ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ “ନୂଆ- ଓ”ଯୁବ ଓଡିଶା ନବୀନ ଓଡିଶା ଉଦଘାଟନୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ପଦ୍ମାଳୟା ଦାଶ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ଭାଗବତପୁର ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରିୟଙ୍କା ପ୍ରିୟଦର୍ଶିନୀ ନାୟକ ଏବଂ ସମ୍ମାନୀତ ଅତିଥି ଭାବେ […]
କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଓ ରାଜ୍ୟ ଶିଶୁ କଲ୍ୟାଣ ପରିଷଦର ମିଳିତ ସହଯୋଗରେ ଆଜି ପୁରୁଣା ମୁଖ୍ୟ ଡାକ୍ତରଖାନା ନିକଟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ସକାଳ ୯ଟାରୁ ରେଜିଷ୍ଟ୍ରେସନ ଆରମ୍ଭ ହୋଇଥିବା ବେଳେ ୧୨.୩୦ ସମୟରେ ଏହି ପ୍ରତିଯୋଗିତା ଶେଷ ହୋଇଥିଲା । ୧୮୦ରୁ ଉର୍ଦ୍ଧ୍ୱ ଚିତ୍ରଶିଳ୍ପୀ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିଥିଲେ । […]
ମାନବ ଅଧିକାରର ସୁରକ୍ଷା ନିମନ୍ତେ ୧୯୪୮ ମସିହା ଡିସେମ୍ବର ୧୦ ତାରିଖରେ ମିଳିତ ଜାତିସଂଘରେ ମାନବାଧିକାର ଘୋଷଣାନାମା ସ୍ୱୀକୃତି ପାଇଥିଲା । ବିଶ୍ୱର ବହୁଦେଶ ଏହି ଐତିହାସିକ ଦିବସଟିକୁ ବିଶ୍ୱ ମାନବାଧିକାର ଦିବସ ରୂପେ ପାଳନ କରି ଆସୁଛନ୍ତି । ଆଜି ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସହାୟତା କମିଟି ପକ୍ଷରୁ କୋଟ୍ କକ୍ଷରେ ୭୬ ତମ ମାନବାଧିକାର ଦିବସ ଆନୁକୁଲ୍ୟରେ ଏକ ଆଲୋଚନା ଚକ୍ର ଓ କର୍ମଶାଳା ଅନୁଷ୍ଟିତ ହୋଇଯାଇଛି […]