ଭୁବନେଶ୍ୱର,୨୪ ।୩: ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ରବିବାର ପଞ୍ଚମ ପର୍ଯ୍ୟାୟରେ ନିଜର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଏଥିରେ ଓଡ଼ିଶାର ୧୮ଟି ଲୋକସଭା ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି । ଭାଜପା କେନ୍ଦ୍ରୀୟ ନିର୍ବାଚନ କମିଟି ଏହି ଘୋଷଣା କରିଛି । ଏହି କ୍ରମରେ ଭାଜପା କେନ୍ଦ୍ରାପଡ଼ାରୁ ବୈଜୟନ୍ତ ପଣ୍ଡା, ପୁରୀ ପାଇଁ ସମ୍ବିତ ପାତ୍ର, ସମ୍ବଲପୁର […]

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଳକ ବଡପଡା ପଚାଂୟତ କାଠିଆପଡା ଠାରେ ୩୬ତମ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଟିତ ହୋଇଯାଇଛି । ଗତ ସୋମବାର ୧୮ ତାରିଖରେ ବିଶ୍ୱଶାନ୍ତି ମହାଯଜ୍ଞର ଅଙ୍କୁର ରୋପଣ ୧୯ରେ କଳସଯାତ୍ରା ଯଜ୍ଞଶାଳା ପୂଜା ଅନୁଷ୍ଠିତ ହୋଇଥିବା ବେଳେ ଆସନ୍ତା କାଲି ଦୋଳପୂର୍ଣ୍ଣିମା ସୋମବାର ଉଦ୍‌ଯାପିତ ହେବ । ପଣ୍ଡିତ ପ୍ରଶାନ୍ତ ପଣ୍ଡାଙ୍କ ତତ୍ୱାବଧାନରେ ୯ ଜଣ ପଣ୍ଡିତ ଅନୁଷ୍ଠିତ ମହାଯଜ୍ଞରେ ପ୍ରତ୍ୟେହ ସୂର୍ଯ୍ୟ ପୂଜା, ଗୀତାପାଠ, ଚଣ୍ଡିପାଠ, […]

ଭୁବନେଶ୍ୱର, ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ‘ବିଜନେସ ଏମିନେନ୍ସ ଆୱାର୍ଡ ୨୦୨୪’ ଶନିବାର ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି । ‘ବିଜନେସ ଏମିନେନ୍ସ ଆୱାର୍ଡ’ର ଏହି ଚତୁର୍ଥ ସଂସ୍କରଣରେ ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ସ୍ୱାଗତ ଭାଷଣ ଦେବା ସହିତ କାର୍ଯ୍ୟକ୍ରମ ଉଦ୍ଦେଶ୍ୟରେ ଆଲୋକାତ କରିଥିଲେ । କାର୍ଯ୍ୟକ୍ରମରେ ଇଲୋକେଟ୍ରାନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ମନୋଜ ମିଶ୍ର […]

କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ପ୍ରବଳ ଖରା ସାଙ୍ଗକୁ ଗରମ ଅନୁଭୂତ ହେଉଛି । ଅଜି ଶନିବାର ତାପମାତ୍ରା ୩୫ରୁ ୩୭ ଡିଗ୍ରୀ ରହିଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି । ଗ୍ରୀଷ୍ମ ପ୍ରବାହରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ପ୍ରଶାସନ ପକ୍ଷରୁ ସାଧାରଣ ଲୋକଙ୍କୁ ସଚେତନ କରାଯାଉଛି । ମାତ୍ର ବେଆଇନ ନାଲି ଇଟାଭାଟିର ନିଆଁଯୋଗୁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବୃଦ୍ଧି ହୋଇ ତାତି ବେଶି ବଢ଼ିବାରେ ଲାଗିଛି ବୋଲି […]

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡ଼ପଡା ଉପ୍ରା ବିଦ୍ୟାଳୟରେ ବିଶ୍ୱ ଜଙ୍ଗଲ ଦିବସ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ ପ୍ରମୋଦ ସ୍ୱାଇଁଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ବଡପଡା ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା ନିରାକାର ସେଠୀ, ସିଆରସିସି ଏମ ଡି ମସିଉଲ୍ଲା, ପୂର୍ବତନ ପ୍ରଧାନଶିକ୍ଷକ ବିଧୁଭୂଷଣ ମହାନ୍ତି, ସ୍କୁଲ ପରିଚାଳନା କମିଟି ସଭାପତି ସତ୍ୟବ୍ରତ ରାଉତ ଓ ସହକାରୀ ଶିକ୍ଷକ କବି ଅନ୍ତର୍ଯ୍ୟାମୀ ବେଜ ଯୋଗ ଦେଇ ପରିବେଶ ସୁରକ୍ଷା […]

କେନ୍ଦ୍ରାପଡ଼ା, ୨୩ା୩: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମପଞ୍ଚାୟତର ଜଗନ୍ନାଥପୁର ଗ୍ରାମର ବାସନ୍ତୀ ଦେବୀ ମନ୍ଦିର ନିକଟରେ ଥିବା ଏକ ଗୋଚର ଜମି ଉପରେ “ଆମ ଗାଁ ଆମ ବିକାଶ ଯୋଜନାରେ ଗତ ୨୦୧୯ମସିହାରେ ୩ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳରେ ବେଆଇନ ଭାବରେ ଏକ ଗୋଷ୍ଠିକେନ୍ଦ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ସଂପୃକ୍ତ କାର୍ଯ୍ୟଟିକୁ ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ନିର୍ବାହ କରାଯାଉଥିବାରୁ ଏସମ୍ପର୍କରେ ତତକାଳୀନ ଜିଲ୍ଲାପାଳ ଓ ତହସିଲଦାରଙ୍କ […]

କେନ୍ଦ୍ରାପଡ଼ା,୨୩/୩: କପାଳେଶ୍ୱର ପଞ୍ଚାୟତରେ ଏକ କର୍ମୀ ସମ୍ମିଳନୀ ଗରାପୁର ଦି’ ପ୍ୟାଲେସଠାରେ ପୂର୍ବତନ ସରପଞ୍ଚ ବିଶ୍ୱଜିତ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୨୦୧୯ ତୁଳନାରେ ୨୦୨୪ରେ ଗାଁ ୱରୀ କଂଗ୍ରେସର ସ୍ଥିତି ସମୀକ୍ଷା କରାଯାଇଥିଲା । ନିର୍ବାଚନ ନିମନ୍ତେ ଗୋଟିଏ ପଞ୍ଚାୟତ ନିର୍ବାଚନ କମିଟି ସହ ବୁଥ୍ କମିଟିମାନ ଗଠନ କରାଯାଇଥିଲା । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଯୋଗଦେଇ ୨୦୨୪ ନିର୍ବାଚନର ଗୁରୁତ୍ୱ ଉପରେ […]

କେନ୍ଦ୍ରାପଡ଼ା, ୨୩ା୩: ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରଦେଶ କଂଗ୍ରେସ ନିର୍ଦ୍ଦେଶରେ କଜଳାସ୍ଥିତ ଜିଲ୍ଲା କଂଗ୍ରେସ ଭବନରେ ଜିଲ୍ଲା କଂଗ୍ରେସ ସଭାପତି ଲୋକନାଥ ମହାରଥୀଙ୍କ ପୌରୋହିତ୍ୟରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଯୋଗଦେଇ କହିଥିଲେ ଯେ କଂଗ୍ରେସର ଇସ୍ତାହାର ହେଉଛି କଂଗ୍ରେସର ପବିତ୍ର ପ୍ରତିଶୃତି । ରାଜ୍ୟ ତଥା ରାଜ୍ୟବାସୀଙ୍କ ସେବାରେ ସମର୍ପିତ କଂଗ୍ରେସ ଦଳ ଏକ ସୁଖୀ […]

କେନ୍ଦ୍ରାପଡ଼ା, ୨୩ା୩: ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳ ନିମନ୍ତେ କାର୍ଯ୍ୟ କରିବା ଉଦେଶ୍ୟରେ ୩ଜଣ କଲେଜ କର୍ମଚାରୀଙ୍କୁ ନିର୍ବାଚନ ଦାୟୀତ୍ୱରୁ ଅବ୍ୟାହତି ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ଓଳାଭର ମହାବିଦ୍ୟାଳୟର କର୍ମଚାରୀମାନଙ୍କ ଏକ ନାମ ତାଲିକା ନିର୍ବାଚନ ଡ୍ୟୁଟି ପାଇଁ କଲେଜ ପକ୍ଷରୁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟକୁ ଆସିଛି । କିନ୍ତୁ ଏହି ତାଲିକାରେ ଜାଣିଶୁଣି ଅଧ୍ୟାପକ […]

ରାଜ୍ୟ ରାଜନୀତିରେ ରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ନେତାଙ୍କୁ ନେଇ ସଦାସର୍ବଦା ଚର୍ଚ୍ଚା ଲାଗି ରହିଥାଏ । ଏହି ନିର୍ବାଚନ ମଣ୍ଡଳୀରେ ଏକାଧିକ ରାଜନେତା ମାତ୍ର ଥରଟିଏ ବିଧାୟକ ହେବା ପରେ ଦଳ ପାଇଁ ଅଲୋଡ଼ା ହୋଇଯାଇଛନ୍ତି । ପଦବି ଯିବା ପରେ ସେମାନଙ୍କ ରାଜନୈତିକ ଯାତ୍ରା ସମାପ୍ତ ହୋଇଯାଉଛି । ୨୦୨୪ ନିର୍ବାଚନରେ ନିର୍ବାଚନରେ ବିଜେଡି ସୁପ୍ରିମ କି ପ୍ରକାର ପଦକ୍ଷେପ ଗ୍ରହଣ କରିବେ ତାକୁ ନେଇ ଚର୍ଚ୍ଚା […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରୁ ଯେଉଁଭଳି ଭାବେ ଦିନରାତି ବାଲି ଖୋଳା ହେଉଛି ଆଉ ଅଳ୍ପଦିନ ମଧ୍ୟରେ ନଦୀ ଗର୍ଭରେ ନିଶ୍ଚିହ୍ନ ହୋଇଯିବ ସବୁଜୀମା । ଗୋଟିଏ ପଟେ ଅହରହ ବାଲି ଉତୋଳନ ଯୋଗୁ ଜଳସ୍ତର କ୍ରମଶଃ ହ୍ରାସ ପାଉଥିବା ବେଳେ ଅନ୍ୟପଟେ ନଦୀ ଗତିପଥ ବଦଳାଇ ଚାଷଜମି ଆଡକୁ ମାଡି ଆସୁଛି । ଲିଜ୍ ଦିଆଯାଇ ନ ଥିବା ବାଲି ଘାଟରୁ ଦିନରାତି ବାଲି […]

ପଟ୍ଟାମୁଣ୍ଡାଇ ପୌରପରିଷଦ ବିନା ଅନୁମତିରେ ପୌରାଂଚଳରେ କୌଣସି ପୋଷ୍ଟର, ବ୍ୟାନର, ହୋଡିଂ ଆଦିରେ ବିଜ୍ଞାପନ ମାରିବା ଆଇନ ନଥିବା ବେଳେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରପାଳୀକାରେ ଏହାର ଖୋଲାଖୋଲି ଉଲଘଂନ ହେଉଥିବା ଦେଖିବାକୁ ମିଲୁଛି । ବେସରକାରୀ ବିଜ୍ଞାପନ ପୋଷ୍ଟର, ବ୍ୟାନର ସହରସାରା ମରାଯାଇଥିବା ବେଳେ ଏହାର ଟିକସ କିଏ ଅସୁଲ କରୁଛି ତାହାର ହିସାବ ପଟ୍ଟାମୁଣ୍ଡାଇ ପୌରପରିଷଦ କର୍ମଚାରୀଙ୍କ ପାଖରେ ନଥିବା ବେଳେ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି […]

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ଦିନକୁ ଦିନ ନିଶା କାରବାର ବଢ଼଼ିଚଲିଥିବା ବେଳେ ନିଶାସେବନକାରୀଙ୍କ ସଂଖ୍ୟା ସବୁଆଡେ ମାଡ଼ିଗଲାଣି । ହାତ ପାହାନ୍ତାରେ ନିଶାଦ୍ରବ୍ୟ ସହଜରେ ମିଳିଯାଉବାରୁ ମାରାତ୍ମକ ନିଶା କବଳରେ ପଡିଲେଣି ଆଜିର ଯୁବପିଢ଼ି । ନିଶାରେ ମତୁଆଲା ହୋଇ ସେମାନେ ମଦ, ଗଞ୍ଜେଇ, କଫ ସିରପ, ନିଶା ଟେବଲେଟ ଓ ବ୍ରାଉନ ସୁଗାର ବ୍ୟାପାର ଠାରୁ ଆରମ୍ଭ କରି ବିଭିନ୍ନ ବେଆଇନ କାର୍ଯ୍ୟରେ ନିଜକୁ ଲିପ୍ତ ରଖୁଛନ୍ତି […]

କେନ୍ଦ୍ରାପଡ଼ା, ୨୨ା୩: କେନ୍ଦ୍ରାପଡାର ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକ ଆଜି ଭୁବନେଶ୍ୱରସ୍ଥିତ ବିଜେପି କାର୍ଯ୍ୟାଳୟରେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଚନ୍ତି । ଶ୍ରୀମତୀ ନାୟକ ଗତ ୨୦୦୪ରୁ ୨୦୦୯ମସିହା ପର୍ଯ୍ୟନ୍ତ ଚର୍ତୁଦଶ ଲୋକସଭାରେ ବିଜୁ ଜନତାଦଳରୁ ଲୋକସଭା ସାଂସଦ ଥିଲେ । ଶ୍ରୀମତୀ ନାୟକ ତାଙ୍କର ସମର୍ଥକମାନଙ୍କ ସହ ବିଜେପିରେ ଯୋଗଦେଇଛନ୍ତି । ଏଥିସହିତ କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକର ପୂର୍ବତନ ଅଧ୍ୟକ୍ଷ ସରୋଜ କୁମାର ସାହୁ ଏବଂ ବର୍ତ୍ତମାନର […]

କେନ୍ଦ୍ରାପଡ଼ା, ୨୨ା୩: ଉଚ୍ଚଶିକ୍ଷା ବିଭାଗ ଆଞ୍ଚଳିକ ଶିକ୍ଷା ନିର୍ଦେଶାଳୟର ଏକ ଦୁଇଜଣିଆ ଟିମ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ପହଞ୍ଚି ପୂର୍ବତନ କଲେଜ ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ବେହେରାଙ୍କ କାର୍ଯ୍ୟକାଳ ସମୟରେ ହୋଇଥିବା ବିଭିନ୍ନ ଦୁର୍ନୀତି ଅଭିଯୋଗର ତଦନ୍ତ ଆରମ୍ଭ କରିଛନ୍ତି । ଆଞ୍ଚଳିକ ଶିକ୍ଷା ନିର୍ଦେଶାଳୟର ଡେପୁଟୀ ଡାଇରେକ୍ଟର ରଞ୍ଜିତ କୁମାର ପ୍ରଧାନଙ୍କ ନେତୃତ୍ୱରେ ଆସିଥିବା ଏହି ଦୁଇଜଣିଆ ଟିମରେ ସହକାରୀ ନିର୍ଦେଶକ ବିଜୟ କୁମାର ସାହୁ ଅଛନ୍ତି […]

କେନ୍ଦ୍ରାପଡ଼ା,୨୨ା୩: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାଲିଆ ପି.ଏଚ୍‌.ସିରେ କାର୍ଯ୍ୟରତ ଆୟୁଷ ଡାକ୍ତର ସାଧାରଣ ରୋଗୀଙ୍କ ପ୍ରତି ଦୁର୍ବ୍ୟବହାର ଯୋଗୁଁ ତାଙ୍କର ବଦଳି ପାଇଁ ଭାଗବତପୁର ପଞ୍ଚାୟତର ଅଧିବାସୀମାନେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ତାଙ୍କ ଦୁର୍ବ୍ୟବହାର ଦ୍ୱାରା ସାଧାରଣ ଜନତା ଅତିଷ୍ଣୁ ହୋଇପଡିଲେଣି । ଗତ ୨୧ତାରିଖ ଗୁରୁବାର ଦିନ ସକାଳେ ଭାଗବତପୁର ଜଣେ ରୋଗୀ ରାମଚନ୍ଦ୍ର ବାରିକ ଚିକିତ୍ସା ପାଇଁ ପି.ଏଚ୍‌.ସି ଆସିଥିଲେ । କିନ୍ତୁ ଚିକିତ୍ସା […]

କେନ୍ଦ୍ରାପଡ଼ା,୨୨ା୩: ମାର୍ଶାଘାଇ ବ୍ଲକ ଅନ୍ତର୍ଗତ କୁହୁଡି ପଞ୍ଚାୟତର ତୁଳସୀକ୍ଷେତ୍ର ଇସି ମହାସଂଘର କାର୍ଯ୍ୟକାରିଣୀ ସଦସ୍ୟାମାନଙ୍କ ବିଭିନ୍ନ ସମସ୍ୟା ଏବଂ ତାହାର ସମାଧାନ ପାଇଁ ସେମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ପଞ୍ଚାୟତ ମହାସଂଘର ଏମ୍‌ବିକେ ଅଧିକାରୀଙ୍କ ବିଭିନ୍ନ ମନମୁଖୀ କାର୍ଯ୍ୟକଳାପ ବିଷୟରେ କାର୍ଯ୍ୟକାରିଣୀ ସଦସ୍ୟାମାନେ ବ୍ଲକ ଅଧିକାରିଣୀଙ୍କୁ ବହୁବାର ଅଭିଯୋଗ କରିଥିଲେ ସୁଦ୍ଧା ଅଧିକାରୀମାନଙ୍କ ପକ୍ଷରୁ କୌଣସି କାର୍ଯାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ତେଣୁ ସେମାନେ ଜିଲ୍ଲାପାଳଙ୍କ ନିକଟରେ ବିଭିନ୍ନ […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳରେ ଫେଲ୍ ମାରିଛି ସରକାରଙ୍କ ଆଲୋକିକରଣ ବ୍ୟବସ୍ଥା । ଗ୍ରାମାଂଚଳରେ ଏଲଇଡି ଷ୍ଟ୍ରିଟ୍ ଲାଇଟ୍ ଲଗେଇ ଠିକାସଂସ୍ଥା ମାଲେମାଲ ହୋଇଥିବାବେଳେ ନିମ୍ନମାନର ଏଲଇଡି ଓ ବିଦ୍ୟୁତ ସରଞ୍ଜାମ ଲଗା ହେବା କାରଣରୁ ଗ୍ରାମବାସୀ ଅନ୍ଧାରରେ ରାହୁଥିିବା ନେଇ ସାଧାରଣରେ ଅଭିଯୋଗ ହେଉଛି । ସାମାଜିକ କର୍ମୀ ସତ୍ୟପ୍ରିୟ ସାମଲ କହିଛନ୍ତି ପଟ୍ଟାମୁଣ୍ଡାଇ ଗ୍ରାମାଂଚଳର ବିଭିନ୍ନ ପଂଚାୟତରେ ଆଲୋକିକରଣ ପାଇଁ ୨୦୨୧-୨୨ ଓ ୨୦୨୨-୨୩ ଆର୍ôଥକ ବର୍ଷରେ […]

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ବଡ଼ମୂଳବସନ୍ତ ପଂଚାୟତ ପୋହଳ ଛକ ନିକଟସ୍ଥ ବଡ଼ମୂଳବସନ୍ତ ଗ୍ରାମର ସରକାରୀ ଓକିଲ ଭୀମସେନ ପ୍ରଧାନ ଓ ତାଙ୍କ ପତ୍ନୀ ନିଜ ଘରେ ଶୋଇଥିବା ବେଳେ ଗତ ୧୬ ତାରିଖ ବିଳମ୍ବିତ ରାତିରେ କେତେକ ଦୁବୃର୍ତ ଘର ଗ୍ରିଲ କାଟି ଘର ମଧ୍ୟରେ ପ୍ରବେଶ କରି ତାଙ୍କୁ ମିଳିତ ଭାବେ ଏକ ଛୁରୀ ସାହାଯ୍ୟରେ ଆକ୍ରମଣ କରିବା ସହିତ ସୁନାଗହଣା ନଗଦ ଟଙ୍କା […]

କେନ୍ଦ୍ରାପଡ଼ା,୨୧ା୩: କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ହେଉଛି ଏହି ଜିଲ୍ଲାର ସର୍ବପ୍ରାଚୀନ ଓ ସର୍ବବୃହତ ଉଚ୍ଚଶିକ୍ଷାନୁଷ୍ଠାନ । ଏହି କମ୍ପୋଜିଟ ଶିକ୍ଷାନୁଷ୍ଠାନରେ ଏବେ ଯୁକ୍ତ ଦୁଇ ସହ, ଯୁକ୍ତ ତିନି ସ୍ନାତକ ଓ କଳା, ବିଜ୍ଞାନ ଏବଂ ବାଣିଜ୍ୟ ଆଦି ୧୫ଟି ବିଷୟରେ ସ୍ନାତକୋତ୍ତର ଶିକ୍ଷା ପ୍ରଦାନ କରାଯାଏ । ଏହି ମହାବିଦ୍ୟାଳୟଟି ଏକ ସ୍ୱୟଂଶାସିତ ଶିକ୍ଷାନୁଷ୍ଠାନ ଭାବେ ବିବେଚିତ ଓ ବିଗତ ଦୁଇଦୁଇ ଥର ନାକ୍ ମାନ୍ୟତାରେ ‘ଏ’ ଗ୍ରେଡ଼ […]

କେନ୍ଦ୍ରାପଡ଼ା,୨୦ା୩: ଜିଲ୍ଲା ଯାତ୍ରା କମିଟି ମହାସଙ୍ଘ, କେନ୍ଦ୍ରାପଡ଼ା ଏବଂ ଓଡିଆ କଳା ସଂସ୍କୃତି ପୁନରୁଦ୍ଧାର ସମିତିର ମିଳିତ ଆନୁକୂଲ୍ୟରେ ସହର ସନ୍ନିକଟ ଶ୍ୟାମସୁନ୍ଦରପୁର ଗଡାସ୍ଥିତ ଚଣ୍ଡିଆ ପ୍ୟାଲେସରେ ଆଜି ବିଶ୍ୱ ପଖାଳ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲା ଯାତ୍ରା କମିଟି ମହାସଙ୍ଘର ସଭାପତି ମିହିର କୁମାର ସାମଲଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ବିଶିଷ୍ଟ ସମାଜସେବୀ, ଓଡିଆ କଳା ସଂସ୍କୃତି ପୁନରୁଦ୍ଧାର ସମିତି ସଭାନେତ୍ରୀ ତଥା ଆଇନଜୀବୀ […]

କେନ୍ଦ୍ରାପଡା ବିଧାନସଭା ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକର ସିଂହଗାଁ ପଞ୍ଚାୟତରେ ଏକ ନିର୍ବାଚନୀ ବୈଠକ ସିଂହଗାଁଠାରେ ପଞ୍ଚାୟତ ସଭାପତି ଦୀପକ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଯୋଗଦେଇ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା କହିଥିଲେ ଯେ, ଆମେ ବିଧାନସଭା ଯିବା ଲକ୍ଷ୍ୟ ପୂରଣ ନେଇ ଆମକୁ ‘କର ବା ମର’ ଆହ୍ୱାନରେ ସମ୍ମୁଖୀନ । ସୁତରାଂ ଆମେ ସମସ୍ତେ ଏକାଠି ଲଢି ସିଂହଗାଁ ପଞ୍ଚାୟତରେ ମୋତେ […]

କେନ୍ଦ୍ରାପଡ଼ା, ୧୯ା୩: କେନ୍ଦ୍ରାପଡା ରିଲାଏନ୍ସ ପେଟ୍ରୋଲ ପମ୍ପର ବେଆଇନ ପେଟ୍ରୋଲ କାରବାର ବିରୋଧରେ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ସଦସ୍ୟ ଆଇନଜୀବୀ ବିଧୁଭୂଷଣ ମହାପାତ୍ର ବେସାମରିକ ଯୋଗାଣ ଅଧିକାରୀ ଓ କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ କରିଥିବା ସୂଚନା ଦେଇଛନ୍ତି । ତାଙ୍କ ଅଭିଯୋଗ ଅନୁଯାୟୀ ଗତ ସପ୍ତାହରେ ପେଟ୍ରୋଲ ଓ ଡିଜେଲ ଦର ୨ଟଙ୍କା କରି ହ୍ରାସ ପାଇଥିବା ବେଳେ ଦୁହୁରିଆ ନିକଟସ୍ଥ ରିଲାଏନ୍ସ ପେଟ୍ରୋଲ ପମ୍ପ ଗତ […]

କେନ୍ଦ୍ରାପଡ଼ା, ୧୯ା୩: ପୁରାଣ ଓ ଇତିହାସ ପ୍ରସିଦ୍ଧ ଶ୍ରୀ ଶ୍ରୀ ସିଦ୍ଧବଳଦେବଜୀଉ ମହାପ୍ରଭୁଙ୍କ ଅଲୈାକିକ ମହିମାର ପ୍ରଚାର ପ୍ରସାର ପାଇଁ ପ୍ରଥମ ଥର ‘ତୁଳସୀ କ୍ଷେତ୍ର ପରିକ୍ରମା ଓ ବଳଦେବ ଜ୍ୟୋତି ଯାତ୍ରା ‘ ଉତ୍ସବ ପାଳନ ପାଇଁ ଦିବ୍ୟ ଜୀବନ ସଂଘ କେନ୍ଦ୍ରାପଡ଼ାର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ପୌରୋହିତ୍ୟରେ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଶ୍ରୀ ଶ୍ରୀ ସିଦ୍ଧବଳଦେବ ଜୀଉଙ୍କ […]