କେନ୍ଦ୍ରାପଡ଼ା,୨୯ା୩ : କେନ୍ଦ୍ରାପଡା ସହର ଉପକଣ୍ଠ ଭରତପୁର ଗ୍ରାମରେ ପ୍ରସିଦ୍ଧ ଭରତପୁର ମକ୍କଦ୍ଦମ ଦୋଳମେଲଣ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଶ୍ରୀ ଗୋପାଳଜୀଉଙ୍କ ମକ୍କଦ୍ଦମ ଦୋଳମେଲଣ ଶ୍ରୀଦଧିବାବନଜୀଉଙ୍କ ମନ୍ଦିର ସମ୍ମୁଖ ଠାକୁରଦାଣ୍ଡରେ ବୁଧବାର ରାତିରେ ଅନୁଷ୍ଠିତ ହୋଇଥିବା ବେଳେ ଗୁରୁବାର ସୀତାରାମ ମଠ ପଡିଆରେ ପ୍ରବୋଧ କୁମାର ଦାସଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଏହି ଦୋଳ ମେଲଣରେ ପ୍ରାୟ ୧୮ଟି ବିମାନ ବାଜା ବଜାଇ, […]

କେନ୍ଦ୍ରାପଡ଼ା, ୨୯ା୩: ଅବସରପ୍ରାପ୍ତ ଶିକ୍ଷକ ଗୁରୁ କାଙ୍ଗାଳି ଚରଣ ବାରିକଙ୍କ ଦ୍ୱାରା ରଚିତ ପୁସ୍ତକ ‘ଶ୍ରୀ ଲଛମନଜୀଉଙ୍କ ମହିମା ଗାଥା’ ବାଲିପାଟଣା ସ୍ଥିତ ଲଛମନଜୀଉଙ୍କ ମନ୍ଦିର ପରିସରରେ ଉନ୍ମୋଚିତ ହୋଇଯାଇଛି । କୁଶିଆପାଳ ସରପଞ୍ଚ ଦୟାନିଧି ଦାସ, ଗାଳ୍ପିକ ମାତୃଦତ୍ତ ମହାନ୍ତି ଓ ଶିକ୍ଷାବିତ୍ ଶ୍ରୀଧର କୁମାର ଭୋଳ ଅତିଥି ଭାବେ ଯୋଗଦେଇ ପୁସ୍ତକଟିକୁ ଉନ୍ମୋଚନ କରିଥିଲେ । ମନ୍ତ୍ର ପବ୍ଲିକେଶନ୍ ଦ୍ୱାରା ପ୍ରକାଶିତ ଏହି ପୁସ୍ତକରେ ଶ୍ରୀ ଲଛମନଜୀଉଙ୍କ […]

କେନ୍ଦ୍ରାପଡ଼ା, ୨୯ା୩: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ପଞ୍ଚାୟତର ବାଲିଆସ୍ଥିତ କାନୁଗୋ ଭବନରେ ବଳଦେବ ସାଂସ୍କୃତିକ ପରିଷଦ ତରଫରୁ ଆୟୋଜିତ ସ୍ୱର୍ଗତ ଡା. ସରୋଜକାନ୍ତ କାନୁନଗୋଙ୍କ ୩୬ତମ ଶ୍ରଦ୍ଧାଞ୍ଜଳି ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମୃତିସଭାକୁ ବୟୋଜ୍ୟେଷ୍ଠ ବ୍ୟକ୍ତି ନିରଞ୍ଜନ ସ୍ୱାଇଁ ପରିଚାଳନା କରିଥିଲେ । ଏହି ଉପଲକ୍ଷେ ୧ମିନିଟ ନୀରବ ପ୍ରାର୍ଥନା କରାଯାଇ ପୂଷ୍ପାର୍ଘ୍ୟ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ଏଥିସହିତ ଜଗଦିଶ […]

  କେନ୍ଦ୍ରାପଡ଼ା ବ୍ଲକ ହରିହରାନନ୍ଦ ମାତୃଆଶ୍ରମ ପରିସରରେ “ଜ୍ଞାନପ୍ରଭା” ( gyana prava) ମିଶନ୍ ଆନୁକୂଲ୍ୟରେ ପବିତ୍ର ଦୋଳପୂର୍ଣ୍ଣିମା ଉପଲକ୍ଷେ ଏକ ମାତୃ ସତ୍ ସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପରମହଂସ ପ୍ରଜ୍ଞାନାନନ୍ଦଜୀଙ୍କ ସହିତ ଗରାପୁରସ୍ଥିତ ଦିବ୍ୟ ଜୀବନସଂଘର ଶ୍ରୀମା ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ, ସ୍ୱାମୀ ସମର୍ପଣାନନ୍ଦ ଗିରି ଏବଂ ତ୍ରୀଜିବ ଦାସ ଯୋଗଦାନ କରି ମାତୃଶକ୍ତି ର ପରିବର୍ତ୍ତନ ରେ ସମାଜର ପରିବର୍ତ୍ତନ ସମ୍ଭବ ହୋଇପାରିବ […]

ପୁରୀ: ଆଗାମୀ ସାଧାରଣ ନିର୍ବାଚନରେ ବିଜେଡିର କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତି ଶୁକ୍ରବାର ଅପରାହ୍‌ଣରେ ପୁରୀରେ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି । ଲୋକସଭା ନିର୍ବାଚନରେ କେନ୍ଦ୍ରାପଡ଼ାରୁ ଜିତିବା ନେଇ ଶକ୍ତି ଓ ସାମର୍ଥ୍ୟ ପାଇଁ ସେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ଟିକେଟ ପ୍ରଦାନ କରିଛନ୍ତି । କେନ୍ଦ୍ରାପଡାବାସୀଙ୍କର ସେବା କରିବି । ମୁଖ୍ୟମନ୍ତ୍ରୀଙ୍କ ବିକାଶ ମୂଳକ କାର୍ଯ୍ୟ ସହ ଜନକଲ୍ୟାଣ […]

କେନ୍ଦ୍ରାପଡ଼ା, ୨୮ା୩: କେନ୍ଦ୍ରାପଡା ସହରର ନୂଆ ବସଷ୍ଟାଣ୍ଡସ୍ଥିତ ହୋଟେଲ ରିଭରଭ୍ୟୁ ସମ୍ମିଳନୀ କକ୍ଷରେ କେନ୍ଦ୍ରାପଡା କ୍ଷତ୍ରୀୟ ଖଣ୍ଡାୟତ ମହାସଙ୍ଘ ତରଫରୁ ପୂର୍ବତନ ମନ୍ତ୍ରୀ ତଥା ଅଭିଜ୍ଞ ଓ ସ୍ପଷ୍ଟବାଦୀ ରାଜନେତା ଡାକ୍ତର ଦାମୋଦର ରାଉତଙ୍କ ବିୟୋଗରେ ସ୍ମୃତିଚାରଣ ସଭା ସଭାପତି ଶରତ କୁମାର ବେହୁରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଭାପ୍ରାରମ୍ଭରେ ସ୍ୱର୍ଗତ ରାଉତଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଉପସ୍ଥିତ ସମସ୍ତ ସଦସ୍ୟମାନେ ୨ମିନିଟ ନୀରବ ପ୍ରାର୍ଥନା କରିଥିଲେ […]

କେନ୍ଦ୍ରାପଡ଼ା, ୨୭/୩ : କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ରଞ୍ଜନ କୁମାର ଦାସ ଦିନିକିଆ କେନ୍ଦ୍ରାପଡ଼ା ଗସ୍ତରେ ଆସି ସାଧାରଣ ନିର୍ବାଚନ ୨୦୨୪ ସମ୍ପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ସମସ୍ତ ପଦକ୍ଷେପ ଉପରେ ସମୀକ୍ଷା କରିଛନ୍ତି । ଜିଲ୍ଲାପାଳଙ୍କ କାର୍ଯାଳୟର ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟାରିଆ, ଅତିରିକ୍ତ […]

ଦିନରେ ଘୁଷୁରି ପାଳନ, ରାତିରେ ଚୋରି କେନ୍ଦ୍ରାପଡ଼ା,୨୭ା୩ : ଜିଲ୍ଲାର ବିଭିନ୍ନ ସ୍ଥାନରୁ ଘର ତାଡି ଡକାୟତି କରିବା ଅଭିଯୋଗରେ କେନ୍ଦ୍ରାପଡା ପୋଲିସ ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଦିନରେ ଘୁଷୁରି ପାଳନ କରି ରାତିରେ ଡକାୟତି କରିବା ପାଇଁ ଯୋଜନା କରୁଥିଲେ । ରାତିହେଲେ ସେମାନେ ଏକାଠି ହୋଇ ଘରେ କେହି ନଥିବାର ସୁଯୋଗ ନେଇ ଘର କବାଟ ତାଡି ସମସ୍ତ ଅଳଙ୍କାର ନଗଦ […]

ସାଧାରଣ ନିର୍ବାଚନ-୨୦୨୪ ପାଇଁ ବିଜୁ ଜନତା ଦଳ (ବିଜେଡି) ବୁଧବାର ନିଜର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଏଥିରେ ବିଜେଡି ୧୫ ଜଣ ସାଂସଦ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ ୭୨ ଜଣ ବିଧାୟକ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି । ଏହି କ୍ରମରେ ବିଜେଡି ରାଜନଗର ବିଧାନସଭା ଆସନ ପାଇଁ ରାଜନଗର ବିଧାୟକ ଧ୍ରୁବ ସାହୁ ଓ କେନ୍ଦ୍ରାପଡ଼ା ଲୋକସଭା […]

ଆସନ୍ତା ସାଧାରଣ ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ଆଉ ୬ ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ବୁଧବାର ସନ୍ଧ୍ୟା ସୁଦ୍ଧା ୧୫ଟି ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ପୂର୍ବାହ୍ନରେ ଦଳ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୯ଟି ଲୋକସଭା ଏବଂ ୭୨ଟି ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା । ଦ୍ୱିତୀୟ ପର୍ଯ୍ୟାୟ ଘୋଷଣାରେରେ […]

କେନ୍ଦ୍ରାପଡା,ତା୨୭/୩-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ଗ୍ରାମର ବୁଢାଗୋବିନ୍ଦଜୀଉ ମନ୍ଦିର ପରିସରରେ ୪୨ତମ ବାର୍ଷିକ ଶ୍ରୀମଦ୍ ଭାଗବତ ପାରାୟଣ ସପ୍ତାହ ମାର୍ଚ୍ଚ ୧୯ତାରିଖ ମଙ୍ଗଳବାର ଠାରୁ ୨୫ତାରିଖ ସୋମବାର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସୋମବାରଦିନ ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ରାଧାଗୋବିନ୍ଦଜୀଉଙ୍କ ନିକଟରେ ନୂତନ ପାଞ୍ଜିକା ପଠନ କରାଯିବା ପରେ ଶ୍ରୀମଦ୍ ଭଗବତ ଗୀତା ଘୃତଯଜ୍ଞ କରାଯାଇ ପାରାୟଣ ଉଦ୍‌ଯାପନ କରାଯାଇଥିଲା । ଏହାପରେ ଦୋଳପୂର୍ଣ୍ଣିମାଠାରୁ ପାଞ୍ଚଦିନ […]

୨୦୨୪ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ସରିଥିବା ବେଳେ ଏପ୍ରିଲ ୧୯ରୁ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ସାତଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ଏହା ସହ ଜୁନ୍ ୪ ତାରିଖରେ ଫଳାଫଳ ପ୍ରକାଶ ପାଇବ । ପ୍ରଥମ ପର୍ଯ୍ୟାୟ ମତଦାନ ଏପ୍ରିଲ ୧୯ରେ ହେବାକୁ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬, ତୃତୀୟ ପର୍ଯ୍ୟାୟ ମେ ୭, ଚତୁର୍ଥ ପର୍ଯ୍ୟାୟ ମେ ୧୩, ପଞ୍ଚମ […]

ଭୁବନେଶ୍ୱର,୨୭ ।୩: ଆଗାମୀ ସାଧାରଣ ନିର୍ବାଚନ ଲାଗି ବିଜେଡି ପକ୍ଷରୁ ବୁଧବାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରାଯାଇଛି । ବିଧାନସଭା ଏବଂ ଲୋକ ସଭା ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ତାଲିକାରେ କିଛି ନୂଆ ମୁହଁ ଦେଖାଯାଇଥିଲେ ହେଁ ଦଳ ପୁରୁଣା ନେତାଙ୍କ ଉପରେ ଭରସା ଦେଖାଇଛି । ଆଜି ମୁଖ୍ୟମନ୍ତ୍ରୀ ୭୧ଟି ବିଧାନସଭା ଆସନ ପାଇଁ […]

କେନ୍ଦ୍ରପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ଆନୁକୂଲ୍ୟରେ ପ୍ରତିବର୍ଷ ପରି ଆସନ୍ତା ଏପ୍ରିଲ ମାସ ପହିଲାରେ ପବିତ୍ର ଉତ୍କଳ ଦିବସ ମହା ସମାରୋହରେ ପାଳନ କରାଯିବ। ନିମନ୍ତେ ଏକ ପୂର୍ଣ୍ଣାଙ୍ଗ ପ୍ରସ୍ତୁତି ବୈଠକ ସଭାପତି ଗୋପୀବଲ୍ଲଵ ନାୟକଙ୍କ ପୌରାହିତ୍ୟରେ ସ୍ଥାନୀୟ ପଟ୍ଟାମୁଣ୍ଡାଇ ପରିଷଦ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ସମ୍ପାଦକ ଗୋପୀନାଥ ତ୍ରିପାଠୀ ବୈଠକରେ କାର୍ଯ୍ୟକ୍ରମର ରୂପରେଖ ତଥା ଅତିଥି ଓ ବକ୍ତାଙ୍କୁ ଆମନ୍ତ୍ରଣ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି […]

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ବଡ଼ମୂଳବସନ୍ତ ଗ୍ରାମର ସରକାରୀ ଓକିଲ ଭୀମସେନ ପ୍ରଧାନଙ୍କ ଘରୁ ଚୋରୀ ଓ ଆକ୍ରମଣ ଘଟଣାରେ ବାଲେଶ୍ୱର ଜିଲ୍ଲା ସିମୁଳିଆରୁ ଜଣେ ଅଭିଯୁକ୍ତକୁ ସୋମବାର ପଟ୍ଟାମୁଣ୍ଡାଇ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲେ ବାଲେଶ୍ୱର ଜିଲ୍ଲା ସିମୁଳିଆ ଅବଜୁନା ଗ୍ରାମର କାଳନ୍ଦି ଦାସଙ୍କ ପୁଅ ରଞନ ଦାସ । ରଞନ ଗିରଫ ହେବା ସମ୍ପର୍କରେ ଅନ୍ୟ […]

କେନ୍ଦ୍ରାପଡ଼ା:୨୫/୦୩ :ଗାଙ୍ଗପଡା ପଞ୍ଚାୟତ କଂଗ୍ରେସର ଏକ କର୍ମୀ ବୈଠକ ଦୋବନ୍ଧା ଠାରେ ପଞ୍ଚାୟତ କଂଗ୍ରେସ ସଭାପତି ଅଙ୍କୁର ଚରଣ ଦାସ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇ ଯାଇଛି. ଏହି ବୈଠକ ରେ ବୁଥୟାରୀ ଦଳର ସ୍ଥିତି ସମୀକ୍ଷା କରାଯାଇ ଅଛି ଆସନ୍ୟ ୨୦୨୪ ସାଧାରଣ ନିର୍ବାଚନ ପାଇଁ ରଣନୀତି ବାବଦରେ ଆଲୋଚନା ସହ ପଂଚାୟତ ନିର୍ବାଚନ କମିଟି ଓ ବୁଥ ନିର୍ବାଚନ କମିଟି ଗଠନ କରା ଯାଇଛି । […]

କେନ୍ଦ୍ରାପଡା ମହିପାଳ ସରକାରୀ ହାଇସ୍କୁଲର ଚିତ୍ରକଳା ଶିକ୍ଷକ ତଥା କ୍ରିଷ୍ଣା ଆର୍ଟ ଆଣ୍ଡ କଲଚର ଏକାଡେମୀର ଅଧ୍ୟକ୍ଷ ତଥା ଚିତ୍ରଶିଳ୍ପୀ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଅଯୋଧ୍ୟାରେ ଅନୁଷ୍ଠିତ ହୋଇଥିବା “ରାମ ଉତ୍ସବ” ଶୀର୍ଷକ ଚିତ୍ର କର୍ମଶାଳାରେ ସମ୍ମାନୀତ କରାଯାଇଅଛି । ଚଳିତ ମାସ ୧୬ ତାରିଖରୁ ୨୨ ତାରିଖ ଟେଣ୍ଟ ସିଟି ଉତ୍ତର ପ୍ରଦେଶ ଠାରେ ସଂସ୍କାର ଭାରତୀ ଓ ଲଳିତକଳା ଏକାଡେମୀ ଉତ୍ତରପ୍ରଦେଶ ମିଳିତ ଉଦ୍ୟମରେ ଦେଶର ପ୍ରତି ରାଜ୍ୟର […]

  ଦୋଳେ ଚ ଦୋଳଗୋବିନ୍ଦଂ ଚାପେ ଚ ମଧୁସୂଧନମ୍‌ । ରଥେ ତୁ ବାମନଂ ଦୃଷ୍ଟା ପୁନର୍ଜନ୍ମ ନବିଦ୍ୟତେ । ଦୋଳରେ ବା ବିମାନରେ ଦୋଳଗୋବିନ୍ଦଙ୍କୁ, ଚାପରେ ମଧୁସୂଦନ ଶ୍ରୀହରିଙ୍କୁ ଓ ରଥରେ ବାମନ ରୂପୀ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ମନୁଷ୍ୟର ଆଉ ପୁନର୍ଜନ୍ମ ହୁଏ ନାହିଁ ବୋଲି ବିଶ୍ୱାସ ରହିଛି । ଏହି ବିଶ୍ୱାସ ଲୋକମାନଙ୍କ ମଧ୍ୟରେ ପୁଞ୍ଜିଭୂତ ହୋଇ ରହିଛି । ଆଜି ପବିତ୍ର ଦୋଳ ପୂର୍ଣ୍ଣମୀ। […]

କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକ ପେଣ୍ଠ ବେଳାଭୂମିରେ ସାଗରବେଳା ମହୋତ୍ସବ ପଚଂମ ସଂସ୍କରଣର ଦ୍ୱିତୀୟ ସଂନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବର ସଭାପତି ଡାକ୍ତର ଅଭୟ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାକୁ କ୍ଷୀରୋଦ କୁମାର ମଲ୍ଲିକ ସଂଯୋଜନା କରିଥିଲେ । ମୁଖ୍ୟ ଅତିଥି ଭାବେ ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ, ବରେଣ୍ୟ ଅତିଥି ଭାବେ ବ୍ରାହ୍ମାବଧୂତ ଅଭୟ ବାବା, ମୁଖ୍ୟବକ୍ତା ଭାବେ ବ୍ରହ୍ମାବଧୂତ ଚିତ ବାବା ପ୍ରଦୀପ […]

କେନ୍ଦ୍ରାପଡ଼ା, ୨୪ା୩: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ସାନମାଣିତିଆରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚତୁର୍ଦ୍ଧା ମୂରତି ସ୍ଥାପନ ଉତ୍ସବ ଶନିବାର ଠାରୁ ଆରମ୍ଭ ହୋଇଥିବା ବେଳେ ଏହା ଆସନ୍ତା ୨୭ତାରିଖ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ଶ୍ରୀକ୍ଷେତ୍ର ପୁରୀର ପଣ୍ଡିତ ପଦ୍ମନାଭ ତ୍ରିପାଠୀଶର୍ମା, ପଣ୍ଡିତ ଭୁବନେଶ୍ୱର ତ୍ରିପାଠୀଶର୍ମା, ମୁକ୍ତିମଣ୍ଡପର ପଣ୍ଡିତ ମହେନ୍ଦ୍ରନାଥ ଷଡଙ୍ଗୀ ଓ ପଣ୍ଡିତ ହେମନ୍ତ କୁମାର ପଣ୍ଡା ପ୍ରମୁଖ ଯୋଗଦେଇ ଶନିବାର ଯଜ୍ଞାଧିବାସ, ମଣ୍ଡଳକରଣ, ଅଙ୍କୁରାରୋପଣ, ଦେବତା […]

କେନ୍ଦ୍ରାପଡ଼ା, ୨୪ା୩: କେନ୍ଦ୍ରାପଡାର ପ୍ରତିଷ୍ଠିତ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ବଟବାବା ସାସ୍କୃତିକ ସଂଗଠନ, ତୁଣୁପୁରର ତ୍ରିଦିବସ ବ୍ୟାପି ୨୯ତମ ନାର୍ଷିକ ଉତ୍ସବ ଉଦଘାଟିତ ହୋଇଯାଇଛି । ଉତ୍ସବର ପ୍ରଥମ ଦିବସରେ ବଗଡା ପଞ୍ଚାୟତର ୨୦ଜଣ ବୟୋଜ୍ୟେଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା ପ୍ରଦାନ ପୂର୍ବକ ପୂଜାର୍ଚ୍ଚନା କରାଯାଇଥିଲା । ଏହି ଉପଲକ୍ଷେ ସଂଗଠନର ସଭାପତି ନିତ୍ୟାନନ୍ଦ ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ଉଦଘାଟନୀ ସଭାରେ ପ୍ରାକ୍ତନ ଅଧ୍ୟକ୍ଷ ପ୍ରାଧ୍ୟାପକ ମୋହନ ଚରଣ ଜେନା ମୁଖ୍ୟଅତିଥି, […]

କେନ୍ଦ୍ରାପଡ଼ା, ୨୪/୩: କେନ୍ଦ୍ରାପଡା ଆମ୍ ଆଦମି ପାର୍ଟି ପକ୍ଷରୁ ଶ୍ୟାମସୁନ୍ଦରପୁର ଗଡାସ୍ଥିତ ପାର୍ଟି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ପାର୍ଟିର ଜିଲ୍ଲା ସଭାପତି ସନ୍ଦୀପ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସଭାପତି ଶ୍ରୀ ଦାସ ସାମ୍ବାଦିକମାନଙ୍କୁ କହିଥିଲେ ଯେ ଆମ୍ ଆଦମି ପାର୍ଟିର ରାଷ୍ଟ୍ରୀୟ ସଭାପତି ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଥ୍ୟା ଅଭିଯୋଗରେ ଗିରଫ କରାଯିବା ସମ୍ବନ୍ଧରେ ସାଂଘାତିକ ତଥ୍ୟ ପଦାକୁ ଆସିଛି […]

କେନ୍ଦ୍ରାପଡା ୨୪/୩: ଆଜି ତା. ୨୪.୦୩.୨୦୨୪ (ରବିବାର) କେନ୍ଦ୍ରାପଡ଼ାର ଅଗ୍ରଣୀ ଅନୁଷ୍ଠାନ ସଂଖ୍ୟାଲଘୁ ବିକାଶ ଟ୍ରଷ୍ଟ ତରଫରୁ କେନ୍ଦ୍ରାପଡ଼ା ଟେଲେଣ୍ଟ ସର୍ଚ ପରୀକ୍ଷା (କେ.ଟି.ଏସ୍‌)-୨୦୨୪, କେନ୍ଦ୍ରାପଡ଼ା ଗୋପସ୍ଥିତ ଜାଭିୟର ହାଇସ୍କୁଲରେ ସକାଳ ୯ଘଟିକାରେ ଅନୁଷ୍ଠିତ ହୋଇଥିଲା । ସଂଖ୍ୟାଲଘୁ ବିକାଶ ଟ୍ରଷ୍ଟ ବିଭିନ୍ନ ସମୟରେ ଶିକ୍ଷାର ମାନ ବୃଦ୍ଧି ଓ ଶିକ୍ଷା ପ୍ରଚାର ପ୍ରସାର ନିମନ୍ତେ ସଦା ସର୍ବଦା ଚେଷ୍ଟିତ । ଏହି ଟ୍ରଷ୍ଟ ତରଫରୁ ବିଗତ ଦିନରେ ଶିକ୍ଷା […]

ମୋବାଇଲ ଟାୱାର ନିର୍ମାଣ ଯନ୍ତ୍ରାଂଶ ନେଇ ଯାଉଥିବା ଏକ ଟ୍ରକକୁ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୋଲିସ ସନ୍ଦେହରେ ଅଟକ ରଖି ଛାନଭିନ୍ ଆରମ୍ଭ କରିଛି । ପ୍ରକାଶ ଯେ ଗତକାଲି ବିଳମ୍ବିତ ରାତିରେ ମୋବାଇଲ ଟାୱାର ଯନ୍ତ୍ରାଂଶ ନେଇ ଏପି ୩୯ ୟୁଜେ ୨୪୪୫ନଂ ଟ୍ରକ କଟକ /ଭୁବନେଶ୍ୱର ଅଭିମୁଖେ ଯାଉଥିବାବେଳେ ପଟ୍ଟାମୁଣ୍ଡାଇ ବାଇପାସ ଠାରେ ସ୍ଥାନୀୟ ପୋଲିସ ସନ୍ଦେହରେ ଅଟକ ରଖି ଛାନଭିନ ଆରମ୍ଭ ସହ କାଗଜପତ୍ର ଯାଂଚ […]