କେନ୍ଦ୍ରାପଡା ୧୯/୩ – ଆଡଭୋକେଟ୍ ଶାରଦା ପ୍ରସାଦ ଦାସ(୬୪)ଙ୍କର ଗତକାଲି ରାତିରେ ହୃଦଘାତରେ ବିୟୋଗ ହୋଇଯାଇଛି । ନିଜେ ଜଣେ କଳା ସଂସ୍କୃତି ସମ୍ପନନୃତ୍ୟ ସଂଗୀତ ଅଭିନୟ ଦକ୍ଷତା ରଖୁଥିବା ବ୍ୟକ୍ତି ଥିଲେ । ସେ ସରସ୍ୱତୀ ଶିଶୁ ମନ୍ଦିରର ଆଠ ବର୍ଷ କାଳ ସାନ୍ତସାହି ପରିଚାଳନା ସମିତିର ସଭାପତି ଓ ତୁଳସୀ କଲଚରାଲ୍ ଆସୋସିଏସନ୍ ପରାମର୍ଶଦାତା ଭାବରେ କାର୍ଯ୍ୟ କରୁଥିଲେ । କୌଣସିରେ ବିଚଳିତ ନ ହୋଇ କାମ […]

କେନ୍ଦ୍ରାପଡ଼ା, ୧୯ା୩: ଭୁବନେଶ୍ୱରଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଚିତ୍ରକଳା ପ୍ରତିଯୋଗୀତାରେ କେନ୍ଦ୍ରାପଡ଼ାସ୍ଥିତ ପି.ଏମ୍‌.ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ଏନ୍‌.କେ. କୁନାଲ୍ ଭାଗ ନେଇ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି । ମହିଳା ଓ ଶିଶୁବିକାଶ ବିଭାଗ ଏବଂ ଓଡିଶା ରାଜ୍ୟ ଶିଶୁକଲ୍ୟାଣ ପରିଷଦର ମିଳିତ ସହଯୋଗରେ ହୋଟେଲ ନିୟୁ ମାରିୟନରେ ଆୟୋଜିତ ଏହି ପୁରସ୍କାର ବିତରଣ ଉତ୍ସବରେ ଓଡିଶା ରାଜ୍ୟ ଶିଶୁସୁରକ୍ଷା ଆୟୋଗର ପୂବର୍ତନ ଅଧ୍ୟକ୍ଷା କସ୍ତୁରୀ ମହାପାତ୍ର, […]

ସୋମବାର ନବୀନ ନିବାସରେ ପୁରୀ ଓ କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରର ନେତା ଏବଂ ବିଧାୟକ ଦାୟିତ୍ୱରେ ଥିବା ପର୍ଯ୍ୟବେକ୍ଷକଙ୍କୁ ନେଇ ଏକ ବୈଠକ ବସିଛି। ନିର୍ବାଚନ ତାରିଖ ଘୋଷଣା ହେବା ପରେ, ଜୋରଦାର ଲଢେଇ ପାଇଁ  ସୋମବାର ନବୀନ ନିବାସରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ପୁରୀ ଓ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରର ନେତାମାନଙ୍କୁ ଡାକି ବିଜେଡି ସୁପ୍ରିମୋ ପ୍ରାର୍ଥୀ ଚୟନ ନେଇ ଆଲୋଚନା କରିଛନ୍ତି । କେଉଁ ବିଧାନସଭା […]

ଆଗାମୀ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟ ଭାଜପା ନେତୃତ୍ୱଙ୍କ ନିର୍ଦେଶରେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ନିର୍ବାଚନ ମଣ୍ଡଳୀ ଭାଜପା ପକ୍ଷରୁ ଦଳର ସଂଗଠନକୁ ତୃଣମୂଳ ସ୍ତରରେ ମଜଭୁତ କରି ଦଳକୁ ଯଶସ୍ୱୀ କରିବା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ରାଜନଗର ନିର୍ବାଚନମଣ୍ଡଳୀ ୧୮ ନମ୍ୱର ଜୋନ ଅନ୍ତର୍ଗତ ବଳଭଦ୍ରପୁର ଗ୍ରାମରରେ ଭାଜପା ଯୁବନେତା ଅଜୟ ବେହେରାଙ୍କ ନେତୃତ୍ୱରେ ବିଭିନ୍ନ ଦଳର ନେତା ଓ କର୍ମୀମାନେ […]

କେନ୍ଦ୍ରାପଡା, ୧୮ା୩: କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ ଆଜି ନବରଙ୍ଗପୁରର ପୂର୍ବ ଡିଇଓ ପ୍ରଦୀପ କୁମାର ନାଗ ଦାୟିତ୍ୱ ଗ୍ରହଣ କରିବା ପରେ ଶିକ୍ଷକ ସଂଘ ପକ୍ଷରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଇତ୍ୟବସରରେ ଜିଲ୍ଲା ମିଳିତ ଶିକ୍ଷକ ଓ କର୍ମଚାରୀ ସଂଘ ସଭାପତି ହେମନ୍ତ ଜେନା, ସମ୍ପାଦକ ବଙ୍କିମ ବିହାରୀ ମହାନ୍ତି, ଉପଦେଷ୍ଟା କାଶୀନାଥ ରାଉତରାୟ, ବିଜୟ କୁମାର ସାମଲ, ଶିକ୍ଷକ ନେତା ଉପେନ୍ଦ୍ର […]

କେନ୍ଦ୍ରାପଡା: କେନ୍ଦ୍ରାପଡା ଏମ୍ ପାୱାର ପବ୍ଲିକ ସ୍କୁଲ ଗରାପୁରର ୭ମ ବାର୍ଷିକ ଉତ୍ସବ କେନ୍ଦ୍ରାପଡା ସଂସ୍କୃତି ଭବନ ଠାରେ ପାଳିତ ହୋଇଯାଇଛି । ସ୍କୁଲର ପ୍ରିନ୍ସପାଲ୍ ସ୍ନେହା ଲତା ହାତି ବାର୍ଷିକ ବିବରଣୀ ପାଠକରି ସଭା ପରିଚାଳନା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ସମ୍ବାଦର ପ୍ରତିଷ୍ଠାତା ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗଦେଇଥିବା ବେଳେ ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାସ ଏବଂ ଅନ୍ୟାନ୍ୟ ଅତିଥି ଭାବେ ବ୍ୟସା ନଗର ପବ୍ଲିକ […]

କେନ୍ଦ୍ରାପଡ଼ା,୧୭ା୩: ସୁସ୍ଥ ଗଣତନ୍ତ୍ରର ପରମ୍ପରାକୁ ବଜାୟ ରଖିବା ପାଇଁ ଆମେ ନିଷ୍ଠାର ସହ ପାଳନ କରିବୁ ଆଦର୍ଶ ଆଚରଣ ବିଧି । ଜିଲ୍ଲା ପ୍ରଶାସନକୁ ଏ ଦିଗରେ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ କହିଛନ୍ତି ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି । ସାଧାରଣ ନିର୍ବାଚନ ୨୦୨୪ ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍‌ଭାବନା […]

କେନ୍ଦ୍ରାପଡ଼ା,୧୭ା୩: ନିର୍ବାଚନ ଆଦର୍ଶ ଆଚରଣ ବିଧିକୁ କଡ଼ାକଡ଼ିଭାବେ ପାଳନ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ । ଭାରତର ନିର୍ବାଚନ ଆୟୁକ୍ତଙ୍କ ଦ୍ୱାରା ପ୍ରଣୀତ ଆଦର୍ଶ ଆଚରଣ ବିଧିକୁ ଅନୁପାଳନ କରିବା ପାଇଁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା କଥା ପ୍ରକାଶ କରିଥିଲେ । ଭାରତର ମୁଖ୍ୟ ନିର୍ବାଚନ କମିଶନରଙ୍କ ନିର୍ବାଚନ ତାରିଖ ଘୋଷଣାବେଳଠୁ ନିର୍ବାଚନ […]

ଭାରତରେ ଏବେ ସାଧାରଣ ନିର୍ବାଚନ ଲାଗି ବିଗୁଲ ବାଜି ସାରିଛି । ପ୍ରତ୍ୟେକ ରାଜନୈତିକ ଦଳ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ବିଭିନ୍ନ ପ୍ରକାର ଲୋଭନୀୟ ପ୍ରତିଶ୍ରୁତି ଦେଉଛନ୍ତି । କୌଣସି ଦଳ ଆର୍ଥିକ ଦିଗକୁ ଦୃଷ୍ଟି ନ ଦେଇ ଯେଉଁଭଳି ଭାବେ ସୁବିଧା ଘୋଷଣା କରିଚାଲିଛନ୍ତି, ତାହାକୁ ସୁସ୍ଥ ମସ୍ତିଷ୍କର ଜଣେ ବ୍ୟକ୍ତି କେବେହେଲେ ଗ୍ରହଣ କରିପାରିବେ ନାହିଁ । ଦେଶରେ ସୁବିଧା ଓ ଫାଇଦା କେଉଁଠାରୁ ମିଳୁଛି […]

ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ବଡ଼ମୂଳବସନ୍ତ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଏକ ବଡ଼ଧରଣର  ଚୋରୀ ହୋଇଯାଇଛି । ଏପରିକି ଘଟଣାସ୍ଥଳରୁ ୧୦୦ମିଟର ଦୁରେଇ ଥିବା ହାଇସ୍କୁଲ ପଡିଆରେ ଯାତ୍ରା ହେଉଥିଲେ ମଧ୍ୟ ଏଭଳି ଚୋରୀ ଘଟିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଖବର ପାଇଁ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ଏହି ଚୋରୀ ଘଟଣାର ତଦନ୍ତ ଆରମ୍ଭ କରିଛି । ପ୍ରକାଶ ଜେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା […]

ଭୁବନେଶ୍ୱର,୧୬ା୩: ଶନିବାର ଭାରତ ନିର୍ବାଚନ ଆୟୋଗ ରାଜ୍ୟରେ ୨୧ଟି ଲୋକ ସଭା ଏବଂ ୧୪୭ ବିଧାନସଭା ପାଇଁ ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ଏହି ଅନୁଯାୟୀ, ସମଗ୍ର ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ମେ’ ୧୩, ୨୦, ୨୫ ଏବଂ ଜୁନ୍‌‌ ୧ରେ ଆମ ରାଜ୍ୟରେ ନିର୍ବାଚନ ହେବ […]

୨୦୨୪ ଲୋକ ସଭା ସହ ଓଡ଼ିଶା ବିଧାନସଭା ଲାଗି ନିର୍ବାଚନ ତାରିଖ ଘୋଷଣା କରାଯାଇଛି । ଦେଶରେ ୭ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଜୁନ୍ ୪ରେ ଫଳାଫଳ ଆସିବ । ନିର୍ବାଚନ ତାରିଖ ଘୋଷଣା ହେବା ସହ ସାରା ଦେଶରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ତେବେ ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ କରିବା ଲାଗି ନିର୍ବାଚନ ଆୟୋଗ ଦ୍ୱାରା ପ୍ରସ୍ତୁତ ନିୟମକୁ […]

ଭୁବନେଶ୍ୱର,୧୬ା୩- ସାଧାରଣ ନିର୍ବାଚନ ୨୦୨୪ ପାଇଁ ଶନିବାର ତାରିଖ ଘୋଷଣା ହୋଇଛି । ଏନେଇ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଏକ ପ୍ରେସ୍‌ମିଟ୍‌ରେ ଭାରତୀୟ ନିର୍ବାଚନ କମିଶନ ରାଜୀବ କୁମାର ତାରିଖ ଘୋଷଣା କରିଛନ୍ତି । ସମଗ୍ର ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ଦେଶରେ ମେ ୧୩ ଚତୃର୍ଥ ପର୍ଯ୍ୟାୟ ନିର୍ବାଚନ ହେଉଥିବା ବେଳେ ଓଡ଼ିଶାରେ […]

କେନ୍ଦ୍ରାପଡ଼ା, ୧୬ା୩: କେନ୍ଦ୍ରାପଡା ପୌରସଂସ୍ଥା ପକ୍ଷରୁ ଶୁକ୍ରବାର ଅପରାହ୍ନରେ ସହରର ତିନିମୁହାଣି ମାର୍କେଟ୍‌ରେ ପଲିଥିନ ବିରୋଧୀ ଅଭିଯାନ ଚାଲିଥିବା ବେଳେ ପଲିଥିନ ଜବତକୁ ନେଇ ଜନୈକ ବ୍ୟବସାୟୀ ପୌର କର୍ମଚାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହିତ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି । କେନ୍ଦ୍ରାପଡା ପୌରସଂସ୍ଥା ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟର ଏମ୍‌ଏଚ୍‌ପିସି ସୁକାନ୍ତ ବିଶ୍ୱାଳ, ସାନିଟାରି ଏକ୍ସପର୍ଟ୍ ଓ ପୌର କର୍ମଚାରୀମାନେ ଟାଉନ ଥାନା ପୋଲିସ ଉପସ୍ଥିତିରେ ତିନିମୁହାଣୀ ମାର୍କେଟର […]

କେନ୍ଦ୍ରାପଡ଼ା, ୧୬ା୩: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଭାରତୀୟ ସ୍ଥଳସେନା ପକ୍ଷରୁ ଅଗ୍ନିବୀର ସ୍କିମ୍ ସମ୍ପର୍କରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଏନ୍‌ସିସି ୟୁନିଟ୍ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଶିବିରରେ ପ୍ରଶିକ୍ଷକ ଭାବେ ଭାରତୀୟ ସ୍ଥଳସେନାର ମେଜର ଡ. ହିମନ୍ଦ୍ର ସିଂ, ସୁବେଦାର ଏମ୍‌.ଏମ୍‌. ରଏ, ସୁବେଦାର ଗୋପାଳ କାଲେ, ହାବିଲଦାର ଗଙ୍ଗାଧର ସ୍ୱାଇଁ, ଏନ୍‌ସିସି ଅଫିସର ସତ୍ୟରଞ୍ଜନ ମିଶ୍ର ଓ ସହଯୋଗୀ ଏନ୍‌ସିସି ଅଫିସର କ୍ୟାପ୍‌ଟେନ […]

କେନ୍ଦ୍ରାପଡ଼ା, ୧୬ା୩: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ନିଖିଳ ଓଡିଶା ଆଶାକର୍ମୀ ସଂଘ ସିଏଚ୍‌ସି କମିଟି ପକ୍ଷରୁ ଆଜି ଗଣଧାରଣା ଦିଆଯାଇଥିଲା । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପାଦନ କରିବା ନିମନ୍ତେ ଆବଶ୍ୟକୀୟ ସରଞ୍ଜାମ ପାଇଁ ୧୦ହଜାର ଟଙ୍କା ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ଆଶାକର୍ମୀମାନଙ୍କୁ ପ୍ରଦାନ କରାଯାଇଥିବା ବେଳେ ଇନ୍ଦୁପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ଜଣେ ବି ଆଶାକର୍ମୀଙ୍କୁ ଏହି […]

ଲୋକ ସଭା ନିର୍ବାଚନ ସହ ଓଡିଶା ସମେତ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ କେନ୍ଦ୍ର ନିର୍ବାଚନ କମିଶନ ଘୋଷଣା କରିଛନ୍ତି । ଓଡିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ମେ ୧୩ରୁ ଆରମ୍ଭ ହୋଇ ଜୁନ ୧ ତାରିଖ ପର୍ଯ୍ୟନ୍ତ ୪ ପର୍ଯ୍ୟାୟରେ ଭୋଟ ଦାନ ଅନୁଷ୍ଠିତ ହେବ । ଜୁନ ୧ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଭୋଟ ଦାନ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ […]

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଧୋୟାଂଚଳର ବନ୍ୟା ବିପନ୍ନ ଲୋକମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ଘୋଷଣା ପୂର୍ବରୁ ଏକ ବୃହତ ସୌର ଆଲୋକୀକରଣ ପ୍ରକଳ୍ପ ଭେଟି ଦେଇଛନ୍ତି । କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବନ୍ୟାବିପନ୍ନ ଧୋୟାଂଚଳର ଅଣ୍ଢରା, ଅମୃତମଣୋହି, ବଲୁରିଆ, ପେଣ୍ଠପାଳ, ତରଡ଼ିପାଳ ଓ ଅଳପୁଆ ଆଦି ପଂଚାୟତର ଲୋକମାନେ ବନ୍ୟା, ବାତ୍ୟା ଆଦି ପ୍ରାକୃତିକ ବିପର୍ଯୟ ସମୟରେ ବିଦ୍ୟୁତ ସେବାରୁ ବଂଚିତ ହୋଇଥାନ୍ତି […]

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଳକ ଅନ୍ତର୍ଗତ ବିଲିକଣା ଗ୍ରାମର ଶ୍ରୀଧର ବେହେରାଙ୍କ ଘରେ ଭୋଜି ଖାଇ ୪୦ ଜଣ ଅସୁସ୍ଥ ହୋଇପଡିଛନ୍ତି । ଏମାନଙ୍କ ମଧ୍ୟରୁ ୧୬ ଜଣ ମେଡିକାଲରେ ଭର୍ତି ହୋଇଥିବା ବେଳେ ଅନ୍ୟମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡିଦିଆଯାଇଛି ବୋଲି ମେଡିକାଲ ପକ୍ଷରୁ ସୁଚନା ଦିଆଯାଇଛି । ଗତକାଲି ଠାରୁ ପଟ୍ଟାମୁଣ୍ଡାଇ ମେଡିକାଲରୁ ଏକ ଟିମ ଗାଁକୁ ଯାଇ ଭୋଜି ଖାଇଥିବା ସବୁଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି […]

ଭୁବନେଶ୍ୱର,୧୬ା୩: ବାଜିଲା ନିର୍ବାଚନୀ ବିଗୁଲ୍ । ଶନିବାର ସାଧାରଣ ନିର୍ବାଚନ ନେଇ ତାରିଖ ଘୋଷଣା ହୋଇଛି । ଏନେଇ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଏକ ପ୍ରେସ୍‌ମିଟ୍‌ରେ ଭାରତୀୟ ନିର୍ବାଚନ କମିଶନ ରାଜୀବ କୁମାର ତାରିଖ ଘୋଷଣା କରିଛନ୍ତି । ଲୋକ ସଭା ଏବଂ ଓଡ଼ିଶା ବିଧାନସଭା ପାଇଁ ତାରିଖ ଘୋଷଣା ହୋଇଛି । ସମଗ୍ର ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ […]

କେନ୍ଦ୍ରାପଡ଼ା,୧୫ା୩: କେନ୍ଦ୍ରାପଡା ଜିଲ୍ଲା ସାମ୍ବାଦିକ ୟୁନିଅନ ଓୟୁଜେ ନିର୍ଦ୍ଦେଶରେ ସାମ୍ବାଦିକମାନଙ୍କୁ ପେନସନ ପ୍ରୋକ୍ଟେସନ ଦାବିରେ କଳାବ୍ୟାଚ ପରିଧାନ କରି ପ୍ରତିବାଦ ଜଣାଇଛନ୍ତି । ସରକାର ସବୁ ଶ୍ରେଣୀର ଲୋକମାନଙ୍କୁ ସହୟତାର ଯୋଜନା ଉପରେ ଯୋଜନା କରି ଆର୍ଥୀକ ସାହାର୍ଯ୍ୟ କରୁଥିବା ବେଳେ ଗଣମାଧ୍ୟମ ପ୍ରତିନିଧି ଏଥିରୁ ବଞ୍ଚିତ ହୋଇଛନ୍ତି । ଏହାର ପ୍ରତିବାଦରେ କେନ୍ଦ୍ରାପଡା ଜିଲ୍ଲା ସାମ୍ବଦିକ ୟୁନିଅନର ସଦସ୍ୟମାନେ ଆଜି କଳାବ୍ୟାଚ ପରିଧ୍ୟାନ କରି କେନ୍ଦ୍ରାପଡା ସହର ପୁରୁଣା […]

କେନ୍ଦ୍ରାପଡ଼ା,୧୫ା୩ : ଇଚ୍ଛାପୁରର ଶ୍ୟାମକାଳୀ ଏନକ୍ଲେଭରେ ଏକ ଜିଲ୍ଲାସ୍ତରୀୟ ଉପଭୋକ୍ତା ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ସତ୍ୟସାଇ ବୈଷୟିକ ଅଗ୍ରଗତି ସେବା ସଂସ୍ଥାର ସହଯୋଗରେ ଅନୁଷ୍ଠିତ ଏହି ସଚେତନତା କର୍ମଶାଳାରେ ବେସାମାରିକ ଯୋଗାଣ ଅଧିକାରୀ ପ୍ରଫୁଲ୍ଲ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ କର୍ମଶାଳାକୁ ଉଦ୍‌ଘାଟନ କରିଥିଲେ । ସହକାରୀ ବେସାମରିକ ଯୋଗାଣ ଅଧିକାରୀ ଦେବଶ୍ରୀ ମାର୍ଥା ମୁଖ୍ୟବକ୍ତା , ବୈଧମାପ ଓ ଓଜନ ବିଭାଗର […]

ଓଡ଼ିଶାରେ ଭାରତୀୟ ଜନତା ପାର୍ଟି(ଭାଜପା) ଏବଂ ବିଜୁ ଜନତା ଦଳ(ବିଜେଡି) ମଧ୍ୟରେ ମେଂଟକୁ ନେଇ ଉଭୟ ଦଳର କର୍ମୀଙ୍କ ସହ ନେତା ଦ୍ୱନ୍ଦରେ ଥିବାବେଳେ ଏହାକୁ ନେଇ ବଡ ବୟାନ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଗୁରୁବାର ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେର କାନକ୍ଳେଭର ଏକ ସାକ୍ଷାତକାରରେ ସେ କହିଛନ୍ତି ମେଂଟ ନେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ପ୍ରଧାନମନ୍ତ୍ରୀ ନିଷ୍ପତି ନେଇନାହାନ୍ତି । ଓଡ଼ିଶାରେ ଭାଜପା କେମିତି […]

କେନ୍ଦ୍ରାପଡ଼ା, ୧୫ା୩: କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ପୁରୁଣା ବସଷ୍ଟାଣ୍ଡରେ ଏକ ଦୁଇମହଲା ବିଶିଷ୍ଟ ମାର୍କେଟ କମ୍ପେ୍ଲକ୍ସ କିଛିଦିନ ତଳେ ଉଦଘାଟିତ ହୋଇଛି । ସେହି ମାର୍କେଟ କମ୍ପେ୍ଲକ୍ସରେ ୧୩ଟି ଦୋକାନ ଘର ରହିଛି । ସେହି ମାର୍କେଟ କମ୍ପେ୍ଲକ୍ସରେ ଦୋକାନ ଗୃହ ବଣ୍ଟନ ନେଇ ପୈାରପରିଷଦ ପକ୍ଷରୁ ଏକ ଜରୁରୀ ବୈଠକ ଆହୂତ ହୋଇଥିଲା । ଏହି ବୈଠକକୁ ନେଇ କାଉନସିଲ ଦୁଇଫାଳ ହୋଇଯାଇଥିବା ସୂଚନା ମିଳିଛି । ଏଭଳି […]