ନୀଳାଚଳ ସାରସ୍ୱତ ସଂଘ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଡିହାପଡା ପଂଚାୟତ ଗଣ୍ଡକୂଳ ଠାରେ ରାଜ୍ୟ ସ୍ତରୀୟ ନିଗମାନନ୍ଦ ସମ୍ମିଳନୀ ଆୟୋଜନ ପାଇଁ ପ୍ରସ୍ତୁତି ଜୋରଦାର ହୋଇଚାଲିଛି । କେନ୍ଦ୍ରାପଡ଼ା ବିଧାୟକ ପୂର୍ବତନମନ୍ତ୍ରୀ ଶଶୀଭୁଷଣ ବେହେରା ଗଣ୍ଡକୁଳ ଜୟଗୁରୁ ଆଶ୍ରମରେ ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରସ୍ତୁତିର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ । ରାଜ୍ୟ ସ୍ତରୀୟ ସମ୍ମିଳନୀକୁ ସଫଳ କରିବା ପାଇଁ ଆବଶ୍ୟକ ସମସ୍ତ ପଦକ୍ଷେପ ନେବାକୁ ବିଧାୟକ […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡ଼ପଡା ପଂଚାୟତର ପୂର୍ବତନ ସମିତି ସଭ୍ୟ କଲ୍ୟାଣ କୁମାର ସ୍ୱାଇଁଙ୍କ ହୃଦଘାତରେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୫୨ବର୍ଷ ବୟସ ହୋଇଥିଲା । ସେ ଜଣେ ମିଷ୍ଠଭାଷୀ ପରୋପକାରୀ ବ୍ୟକ୍ତି ଭାବେ ସାଧାରଣରେ ପରିଚିତ ଥିଲେ । ବଡ଼ପଡା ପଂଚାୟତ ବିକାଶରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ତାଙ୍କ ମରଶରୀରକୁ ପଟ୍ଟାମୁଣ୍ଡାଇ ରୁ ଏକ ଶୋଭାଯାତ୍ରାରେ ବଡପଡା ଗ୍ରାମକୁ […]

ଭକ୍ତିର ମହକରେ ମହକିତ ହୋଇଛି କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ପଟ୍ଟାମୁଣ୍ଡାଇର ପୌରାଞ୍ଚଳ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଭବ୍ୟ ଓ ଦିବ୍ୟ କରିବା ନିମନ୍ତେ ପଟ୍ଟାମୁଣ୍ଡାଇ ଅଞ୍ଚଳ  ସମର୍ପି ଦେଉଛନ୍ତି ଅକ୍ଷତ (ଅରୁଆ ଚାଉଳ) ଓ ଗୁଆ । ଶ୍ରଦ୍ଧାର ସହ ‘ଅର୍ପଣ ରଥ’କୁ ସ୍ୱାଗତ କରିବା ପାଇଁ ଗାଁ ଦାଣ୍ଡକୁ ମୁରୁଜ ଓ ଚିତା ପକାଇ ସଜାଇ ରଖିଛନ୍ତି । ହରିବୋଲ, ହୁଳହୁଳି ସାଙ୍ଗକୁ ସଂକୀର୍ତନ, ଘଂଟଘଂଟା, ଶଙ୍ଖ ଧ୍ୱନି, […]

କେନ୍ଦ୍ରାପଡ଼ା ୧୨ା୧: କେନ୍ଦ୍ରାପଡା ପୌରାଞ୍ଚଳ ଅନ୍ତର୍ଗତ ପୁରାତନ ବିଦ୍ୟାଳୟ ବଳଦେବ ଉଚ୍ଚ ବିଦ୍ୟାଳୟରେ ୟୁଥ୍ ଆଣ୍ଡ ଇକୋ କ୍ଲବ୍ ସୌଜନ୍ୟରେ ପବିତ୍ର ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । ଏହି ସଭାରେ ପ୍ରଧାନ ଶିକ୍ଷକ ନୃସିଂହ ଚରଣ ତ୍ରିପାଠୀ ସଭାପତିତ୍ୱ କରି ଜାତୀୟ ଯୁବ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ । ମୁଖ୍ୟ ଅତିଥି ଭାବେ ଆଲୁମୁନି ଅଦୈତ ପ୍ରସାଦ ଦାସ ଓ ମୁଖ୍ୟବକ୍ତା ଭାବରେ […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବିକାଶ ପରିଷଦ, କସ୍ତୁରି କଳାନିକେତନ, ଚେତନା ସାହିତ୍ୟ ସଂସଦ ଆଦି ଅନେକ ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା,କେନ୍ଦ୍ରାପଡ଼ା କର୍ମଜୀବି ସାମ୍ବାଦିକ ସଂଘର ପ୍ରାକ୍ତନ ସଭାପତି, ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ବିଶିଷ୍ଟ ସ୍ତମ୍ଭକାର, ସଂସ୍କୃତି ପୁରୁଷ ଦିବାକର ବିଶ୍ୱାଳଙ୍କ ପୁଣ୍ୟତିଥିରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଖବରଦାତା ଚିତରଞ୍ଜନ ମଲ୍ଲିକଙ୍କ ସଂଯୋଜନାରେ ହୋଇଥିବା କାର୍ଯ୍ୟକ୍ରମରେ ବର୍ଷିଆନ ସମାଜସେବୀ ବସନ୍ତ କୁମାର ମଲ୍ଲିକ, ରାଜ୍ୟପାଳ ପୁରସ୍କୃତ ଶିକ୍ଷକ […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ବଳଦେବନଗର ଜୋରରେ ଆଜି ଏକ ବଉଳା କୁମ୍ଭୀର ଭାସୁଥିବା ଦେଖିବାକୁ ମିଳିଛି । ଏହି ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳକୁ ଲୋକମାନଙ୍କ ସୁଅ ଛୁଟିଛି । ଚଳିତ ବର୍ଷ କୁମ୍ଭୀର ଆକ୍ରମଣରେ ପଟ୍ଟାମୁଣ୍ଡାଇ ଧୋୟାଂଚଳର ୫ଜଣ ଲୋକ ମୃତ ଆହତ ହୋଇଥିବାରୁ କୁମ୍ଭୀର ଦେଖି ସ୍ଥାନୀୟ ଅଂଚଳବାସୀ ଆତଙ୍କିତ ହୋଇପଡିଛନ୍ତି । ରାଜନଗର ବନଖଣ୍ଡ ବିଭାଗ ପକ୍ଷରୁ ତୁରନ୍ତ କୁମ୍ଭୀରକୁ ଧରି […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ସଂଗୀତାନୁଷ୍ଠାନ ସ୍ୱରତୀର୍ଥର ୯ମ ବାର୍ଷିକୋତ୍ସବ ସଭାପତି କବି ଡାଃ ମନୋରଞ୍ଜନ ଦାଶଙ୍କ ପୌରହିତ୍ୟରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ପ୍ରେକ୍ଷାଳୟରେ ଶୁକ୍ରବାର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ପଣ୍ଡିତ ହୃଷୀକେଶ ରଥ ଉଦଘାଟନ କରିଥିଲେ । ଏଥିରେ ମୁଖ୍ୟ ଅତିଥିଭାବେ ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକ, ମୁଖ୍ୟବକ୍ତା ଭାବେ ଅଧ୍ୟାପକ ମୋହନ ଚରଣ ଜେନା, ସମ୍ମାନିତ ବକ୍ତା ଅଧ୍ୟାପକ ଡଃ ନୀଳମଣି ଲେଙ୍କା, […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ କଂଗ୍ରେସ ପୂର୍ବତନ ସଭାପତି ବରିଷ୍ଠ ନେତା ମଳୟ ଦାସ ଜିଲ୍ଲା କଂଗ୍ରେସ ଓବିସି ବିଭାଗ ଅଧ୍ୟକ୍ଷ ଭାବେ ଅଖିଳ ଭାରତ କଂଗ୍ରେସ ଓବିସି ବିଭାଗ ଅଧ୍ୟକ୍ଷ ଅଜୟ ସିଂହ ଯାଦବ ନିଯୁକ୍ତି ଦେଇଛନ୍ତି । ଜଣେ ଦୃଢ଼ ସଂଗଠକ ଓ ଅନୁଭୂତିସମ୍ପନ୍ନ ଅଭିଜ୍ଞ ନେତା ଶ୍ରୀଦାସଙ୍କୁ ଏହି ନିଯୁକ୍ତି ଦିଆଯାଇଥିବାରୁ କଂଗ୍ରେସ ଓବିସି ବିଭାଗ ଅଧିକ ଶକ୍ତିଶାଳୀ ହେବ ବୋଲି ଆଶା କରାଯାଉଛି । […]

ଆସନ୍ତା ୧୭ତାରିଖରେ ଶ୍ରୀକ୍ଷେତ୍ର ପୁରୀରେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଭବ୍ୟ ଓ ସଦୃଶ୍ୟ ପରିକ୍ରମା ପ୍ରକଳ୍ପ ଉଦଘାଟିତ ହେବାକୁ ଯାଉଛି । ଏହି ମହାର୍ଘ୍ୟ କାର୍ଯ୍ୟକ୍ରମରେ କୋଟି କୋଟି ଜଗନ୍ନାଥ ପ୍ରେମୀ ଓ ଭକ୍ତମାନେ ସାମିଲ ହେବା ସହିତ ନିଜ ଭକ୍ତିର ନିଦର୍ଶନ ସ୍ୱରୂପ ପ୍ରଭୁଙ୍କୁ ଭେଟି ଦେବା ପାଇଁ ସାରା ଓଡିଶାର ପ୍ରତି ଘରୁ ଅରୁଆ ଚାଉଳ ଓ ଗୁଆ ପଠାଇବା ପାଇଁ ଭକ୍ତମାନେ ବ୍ୟଗ୍ରତା ଓ ଆଗ୍ରହ […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ମଦନପୁର ମହାବୀର କ୍ରିକେଟ କ୍ଲବ ପଡିଆରେ ଆୟୋଜିତ ବନୋଜ ସାହୁ ସ୍ମାରକୀ ଚ୍ୟାଲେଞ୍ଜ ଟ୍ରଫିର ଫାଇନାଲ ମ୍ୟାଚ କେନ୍ଦ୍ରାପଡ଼ା ବାଲାବାବା କ୍ରିକେଟ କ୍ଲବ ଓ ଯାଜପୁର ଜାଗୁଳାଇ କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଆଜିର ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଯାଜପୁର କ୍ରିକେଟ କ୍ଲବ ନିର୍ଧାରିତ ୨୦ ଓଭରରେ ୩୦୨ ରନ କରଥିଲା । ଜବାବରେ ୩୦୩ ରନର ବିଶାଳ […]

କେନ୍ଦ୍ରାପଡ଼ା ୧୩ା୧: ଆନ୍ତର୍ଜାତୀୟ କ୍ରୀଡା ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇ ଫେରିଥିବା କୁନି ଧାବକ ସାହାଦତ ଖାନକୁ କେନ୍ଦ୍ରାପଡାରେ ଉଛୋସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସାହାଦତ ନେପାଳରୁ ଫେରି ଦୁହୁରିଆ ନିକଟରେ ପହଞ୍ଚିବା ପରେ ସେଠାରୁ ଏକ ସୁସଜ୍ଜିତ ଗାଡିରେ ତାକୁ ଏକ ବିରାଟ ପଟୁଆରରେ ସହର ମଧ୍ୟ ଦେଇ ପୁରୁଣା ବସଷ୍ଟାଣ୍ଡକୁ ପାଛୋଟି ଅଣାଯାଇଥିଲା । ସେଠାରେ ବିଭିନ୍ନ କ୍ରୀଡା ଅନୁଷ୍ଠାନ ସମେତ ସାମାଜିକ ସଂଗଠନ […]

କେନ୍ଦ୍ରାପଡ଼ା ୧୩ା୧: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଦର୍ଶନଶାସ୍ତ୍ର ବିଭାଗ ପକ୍ଷରୁ “କର୍ତ୍ତବ୍ୟ ଓ ସାଧୁତା” ଉପରେ ଏକଦିବସୀୟ ଆଲୋଚନାଚକ୍ର ବିଭାଗୀୟ ସେମିନାର ହଲରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଦର୍ଶନଶାସ୍ତ୍ର ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ସତ୍ୟରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ବିଶ୍ୱରଞ୍ଜନ ପୁହାଣ ମୁଖ୍ୟଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ମୁଖ୍ୟବକ୍ତା ଭାବେ ଭୁବନେଶ୍ୱରସ୍ଥିତ […]

କେନ୍ଦ୍ରାପଡ଼ା, ତା ୧୨/୦୧: ଓଡ଼ିଶାର ପାରମ୍ପରିକ ଲୋକକଳା ମାଧ୍ୟମରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଓ ଉନ୍ନୟନମୂଳକ ଯୋଜନାର ବାର୍ତା ବାଂଟିବେ ଲୋକକଳାକାର । ଏଥି ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ସୂଚନା, ଶିକ୍ଷା ଓ ଯୋଗାଯୋଗ ଉପକ୍ରମରେ ଲୋକକଳାର ପ୍ରୟୋଗ ଉପରେ ଏକଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ନିଲୁ ମହାପାତ୍ର ପ୍ରଦୀପ ପ୍ରଜ୍ଵାଳନ କରି ଏହି କର୍ମଶାଳା ଉଦ୍‌ଘାଟନ କରିଥିଲେ […]

କେନ୍ଦ୍ରାପଡ଼ା ୧୨/୧- କେନ୍ଦ୍ରାପଡା ସହର ନିକଟ ରୁଦ୍ରାଣୀ ପବ୍ଲିକ ସ୍କୁଲର ୧୮ ତମ ବାର୍ଷିକ ଉତ୍ସବ “ଆରମ୍ଭ’ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକ, ସମ୍ମାନିତ ଅତିଥି ଭାବରେ ସେଣ୍ଟ ଜାଭିଅର ସ୍କୁଲର ଅଧକ୍ଷ ପ୍ରତାପ ଶତପଥି, ମୁଖ୍ୟବକ୍ତା ଭାବେ ପଣ୍ଡିତ ହୃଷିକେଶ ରଥ, ସଭାପତି ଭାବରେ ଅବସର ପ୍ରାପ୍ତ ପୂର୍ବତନ ରୋଟାରିଆନ ପିତାମ୍ବର ଦାସ, ରୁଦ୍ରାଣୀ ପବ୍ଲିକ ସ୍କୁଲ […]

କେନ୍ଦ୍ରାପଡ଼ା ୧୨ା୧: ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ରେସ୍‌ୱା ଅନ୍ତେବାସୀଙ୍କୁ ଆଜି କମ୍ବଳ ବଣ୍ଟନ କରାଯାଇଛି । ଟ୍ରଷ୍ଟର ମୁଖ୍ୟ ପୃଷ୍ଠପୋଷକ ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମିରଟସ୍ ପ୍ରଫେସର ଡଃ ଦେବେନ୍ଦ୍ର କୁମାର ଦାସ ଗରାପୁର ସ୍ଥିତ ରେସ୍‌ୱା ସ୍ୱାଧାର ଗୃହରେ ପହଞ୍ôଚ ଅନ୍ତେବାସୀମାନଙ୍କୁ କମ୍ବଳ ବଣ୍ଟନ କରିବା ସହିତ ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ଦିଗରେ ବହୁ […]

  କେନ୍ଦ୍ରାପଡ଼ା ୧୨ା୧: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଜାତୀୟ ଯୁବ ରେଡ୍‌କ୍ରସ୍ ଆନୁକୂଲ୍ୟରେ ୨୭ତମ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାମାଜିକ କର୍ମୀ ବିଷ୍ଣୁଚରଣ ମହାପାତ୍ର ଯୋଗଦେଇ ବିବେକାନନ୍ଦଙ୍କ ଶିକ୍ଷାଦାନ ଏବଂ ଆନ୍ତର୍ଜାତୀୟ ସଂହତିରେ ଯୁବକମାନଙ୍କ ଭୂମିକା ଉପରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ । ଏହି ସଭାରେ ଯୁବ […]

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦାଣ୍ଡିସାହି ଅବସର କର୍ମଚାରୀ ପରିଷଦ ପକ୍ଷରୁ ନବବର୍ଷ ଉପଲକ୍ଷେ ଏକ ବନ୍ଧୁମିଳନ ଓ ଆଲୋଚନା ସଭା ଝାଡ଼ବଣ ଠାରେ ଅନୁଷ୍ଠିତ ହୋଇଯାଇଛି ।  ପରିଷଦ ସମ୍ପାଦକ ରାଜକୁମାର ବିଶ୍ୱାଳଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ପ୍ରେମାନନ୍ଦ ସୂତାର, କାର୍ତିକ ରାଉତ, ନିମାଇ ମଲ୍ଲିକ,ରଂଜିତ ରାଉତ,ଧରଣୀଧର ନାଥଶର୍ମା ଭଗବାନ ରାଉତ,ନୃସିଂହ ରାଉତ, ବିଚିତ୍ରାନନ୍ଦ ସାମଲ,ଧରଣୀଧର ବିଶ୍ୱାଳ,ରମେଶ ଦାସ,ନିରାକାର ସୂତାର, ପତିତପାବନ ଦାସ, କାର୍ତିକ ମଲ୍ଲିକ, ବିଜୟ […]

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଏମ ଏନ ହାଇସ୍କୁଲରେ ପଟ୍ଟାମୁଣ୍ଡାଇ ବ୍ଲକର ସମସ୍ତ ହାଇସ୍କୁଲର ପ୍ରଧାନଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ହରିହର ଦଳାଇଙ୍କ ପୌରହିତ୍ୟରେ ଆୟୋଜିତ ସମ୍ମିଳନୀରେ ବିଭିନ୍ନ ହାଇସ୍କୁଲର ପ୍ରଧାନଶିକ୍ଷକମାନେ ଯୋଗ ଦେଇ ଶିକ୍ଷା ଓ ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟା ସହ ବିଭିନ୍ନ ହାଇସ୍କୁଲ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏଇ ଅବସରରେ କଷଣ ଅଣ୍ଟା ହାଇସ୍କୁଲର ପ୍ରାକ୍ତନ ନୋଡାଲ ପ୍ରଧାନଶିକ୍ଷକ କବି […]

ବିଜେପି ରାଷ୍ଟ୍ରୀୟ ଉପସଭାପତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଜନ୍ମଦିନ ପାଳନ କରାଯାଇଛି । ନଗର ବିଜେପି ପ୍ରଭାରୀ ସୁଶୀଲ ପରିଡାଙ୍କ ନେତୃତ୍ୱରେ ବିଜେପି ନେତା ଶଶିକାନ୍ତ ସ୍ୱାଇଁ,ସମୀର ପାତ୍ର,ପଦ୍ମ ନାଭ ପଣ୍ଡା,ରଶ୍ମିତା ସାହୁ,କାଉନ ସିଲର ବିଦ୍ୟାଧର ସେଠୀ,ଚନ୍ଦନ ପାତ୍ର,ରବୀନ୍ଦ୍ର ବିଶ୍ୱାଳ,ପିତାମ୍ବର କର, ପରେଶ ସାହୁ,ପଞ୍ଚାନନ ବିଶ୍ୱାଳ,ସୁଧାଂଶୁ ଜେନା, ରାଜକିଶୋର ସାହୁ,ଅଭିଷେକ ଦାସ,ଅଶୋକ ସେଠୀ, ଉପେନ୍ଦ୍ର ନାୟକ, ସୁଷମା ଭୂୟାଁ, ସ୍ବର୍ଣ୍ଣଲତା ସ୍ୱାଇଁ ଓ ସବିତା ଧଳ ପ୍ରମୁଖ ବହୁ […]

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଣ୍ଢରା ଉଷା ଦେବୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଯୁବରେଡକ୍ରସ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଅଧକ୍ଷା ସଲୀଳା ବାରିକ ଉଦଘାଟନ କରିଥିଲେ। ଯୁବରେଡକ୍ରସ କାଉନସେଲର ଅଧ୍ୟାପିକା ବିଜୟାଲଷ୍ମୀ ସ୍ୱାଇଁ, ଅଧ୍ୟାପିକା କବିତା ରାଉତ ଓ ମଞ୍ଜୁଶ୍ରୀ ଜେନାଙ୍କ ନେତୃତ୍ୱରେ କଲେଜ ଛାତ୍ରୀମାନେ ବିଭିନ୍ନ ପ୍ଲା କାର୍ଡ ଧରି ସଡ଼କ ସୁରକ୍ଷା ଜୀବନ ରକ୍ଷା ସ୍ଲୋଗାନ ଦେଇ […]

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଡିଗ୍ରୀ କଲେଜ ଓ ପଟ୍ଟାମୁଣ୍ଡାଇ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ମିଳିତ ଭାବେ ନୂଆ-ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧକ୍ଷ ପ୍ରଫେସର ଦିଲ୍ଲୀପ କୁମାର ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧକ୍ଷ ହେମନ୍ତ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ନୂଆ -ଓ ସାହିତ୍ୟ ପ୍ରତିଯୋଗିତା ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଂଚଳ ୧୫ ନଂ ୱ୍ୱାର୍ଡ ଅଳଭା ଦଳିତ ସାହିରେ ଅର୍ପଣ ରଥକୁ ଅଟକାଇ ବିରୋଧ ପ୍ରଦର୍ଶନ କଲେ ଗ୍ରାମବାସୀ । ଦୀର୍ଘ ମାସ ହେଲା ଗ୍ରାମରେ ଲାଗିରହିଥିବା ଅସାନ୍ତି ଲୋକେ ଆଜି ଜଗନ୍ନାଥଙ୍କ ଅର୍ପର ରଥ ଉପରେ ସୁଝାଇଛନ୍ତି । କାରଣ ଗ୍ରାମରେ ହେଉଥିବା କୌଣସି କାର୍ଯ୍ୟକ୍ରମରେ ଆମକୁ ସାମିଲ କରାଯାଉନଥିବା ବେଳେ ରଥକୁ କାହିଁକି ଏଠରେ ପରିକ୍ରମା କରାଉଛ ବୋଲି କେତେଜଣ କହି ଅଡି […]

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ସଂସାରଫଳ ଗାଁରେ ବିଭିନ୍ନ ସ୍ଥାନରେ କାଉ ମରି ପଡିଥିବାର ଦେଖି ସ୍ଥାନୀୟ ଲୋକମାନଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଗାଁର ବିଭିନ୍ନ ସ୍ଥାନରେ କାଉ ମରିପଡିଥିବା ବେଳେ ଅନେକ କାଉ ଅର୍ଦ୍ଧମୃତ ଭାବେ ଇତସ୍ତତଃ ହୋଇ ବୁଲୁଥିବାର ଦେଖିବାକୁ ମିଳିଛନ୍ତି । କାଉ ମାନଙ୍କର ଏପରି ଆକଶ୍ମିକ ମୃତ୍ୟୁକୁ ଦେଖି ଗ୍ରାମବାସୀ ମାନଙ୍କ ମନରେ ନାନା ଆଶଙ୍କା ଦେଖା ଦେଇଛି । […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଦାଣ୍ଡିସାହି ବ୍ରାହ୍ମଣୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ବାଳିକା ଆତ୍ମସୁରକ୍ଷା କର୍ମଶାଳା ଉଦଘାଟିତ ହୋଇଯାଇଛି । ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଡ଼ ସୁବାଷ ଚନ୍ଦ୍ର ଜେନା ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ପୂର୍ବତନ ଛାତ୍ର ସମାଜସେବୀ ବରିଷ୍ଠ ସାମ୍ବାଦିକ ଚିତରଞନ ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବାଳିକାମାନଙ୍କୁ ନିଜର ଆତ୍ମ ସୁରକ୍ଷା ସମ୍ପର୍କରେ ଆଲୋକପାତ କରିଥିଲେ । କୌଣସି ବ୍ୟକ୍ତି ବା ପୁଅ ସାଙ୍ଗଙ୍କ ଠାରୁ […]