ପାଖେଇ ଆସୁଛି ୨୦୨୪ ସାଧାରଣ ନିର୍ବାଚନ । ନୂଆବର୍ଷରେ ରାଜନୈତିକ ପାଣିପାଗ ସରଗରମ ହୋଇପଡିଥିବା ବେଳେ ରାଜନଗର ନିର୍ବାଚନ ମଣ୍ଡଳୀର ପଟ୍ଟାମୁଣ୍ଡାଇ ଲୋକଙ୍କ ନିକଟତର ହେବାକୁ ନେତାମାନେ ରୂପରେଖ ପ୍ରସ୍ତୁତ କରି ସାରିଲେଣି । ନୂଆବର୍ଷର ଅଭିନନ୍ଦନ ନାଁରେ ପଟ୍ଟାମୁଣ୍ଡାଇର ଗଳିକନ୍ଦିରେ ପୋଷ୍ଟର-ବ୍ୟାନରକୁ ନେଇ ରାଜନୀତି ଜୋର ଧରିଛି । ବିଜେଡି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଓ ଅଭିନନ୍ଦନର ବାର୍ତା ଦେଉଥିବା ବେଳେ ଭାଜପା ଓ କଂଗ୍ରେସ […]

   ନିଶା କାରବାରଠୁ ବଳିଗଲାଣି ଇଟା ପୋଡି,ବାଲି ଚୋରି  ପ୍ରଶାସନ-ରାଜନେତା-ବାଲିମାଫିଆଙ୍କ ମଧୁଚନ୍ଦ୍ରିକା ବିଗୁଡୁଛି ଆଇନଶୃଙ୍ଖଳା ପରିସ୍ଥିତି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଅଂଚଳରେ ବେଆଇନ ଭାବେ ଶତାଧିକ ଇଟାଭାଟି ଗଢି ଉଠି ଦୂଷିତ କଳା ଧୂଆଁରେ ପରିବେଶରେ ପ୍ରଦ୍ୟୁଷଣ ବଢ଼ୁଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ପରିବେଶବିଭାଗ ଓ ରାଜସ୍ୱବିଭାଗର ବିନା ମଞ୍ଜୁରୀରେ ଇଟାଭାଟି କରାଯାଇ ପାରିବନାହିଁ ବୋଲି ସରକାର ନିୟମ କରିଛନ୍ତି । କିନ୍ତୁ ଗୋଚର ଅନାବାଦୀ […]

ସହରାଂଚଳ ଗ୍ରାମାଂଚଳ ଏସଏଚଜି ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଏବଂ ଦୂରଦୁରାନ୍ତରୁ ଆସୁଥିବା ଲୋକ ସୁସ୍ୱାଦୁ ଖାଦ୍ୟ ଯୋଗାଇଦେବା ଲକ୍ଷରେ ଜିଲ୍ଲା ପ୍ରଶାସନ ପଟ୍ଟାମୁଣ୍ଡାଇ ବ୍ଲକ ଭିତରେ ଗତ ୩ ବର୍ଷ ତଳେ ମିଶନ ଶକ୍ତି କାଫେ ଖୋଲି ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଏହାର ପରିଚାଳନା ଦାୟିତ୍ୱ ଦେଇଥିଲା । ମାତ୍ର ଏହି କଫେ କିଛିଦିନ ଚାଲିଲା ପରେ ଏବେ ବନ୍ଦ ହୋଇ ପଡିଥିବାରୁ ଏହା ଉପରୁ ଜନସାଧାରଣଙ୍କ ଆସ୍ଥା ତୁଟୁଛି […]

ଆଳି ରାଜା ସାହେବ ପୂର୍ବତନମନ୍ତ୍ରୀ ସ୍ୱର୍ଗତ ଶରତ କୁମାର ଦେବଙ୍କ ଧର୍ମପତ୍ନୀ ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ମାତା ପୂର୍ବତନ ସାଂସଦ ଓ ବିଧାୟିକା ରାଜମାତା ସୁଶ୍ରୀ ଦେବୀଙ୍କ ମର ଶରୀର କଟକରୁ ଶୋଭାଯାତ୍ରାରେ ବାହାରି ଆଳି ଅଭିମୁଖେ ଯାଉଥିବାବେଳେ ପଟ୍ଟାମୁଣ୍ଡାଇ ବାଇପାସ ବିଜୁ ପଟ୍ଟନାୟକ ଛକ ଠାରେ ରାଜନଗର ବିଧାୟକ ଧ୍ରୁବ ସାହୁ, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ପୌରଅଧ୍ୟକ୍ଷ ହେମନ୍ତ ସାହୁ, ପଟ୍ଟାମୁଣ୍ଡାଇ ପୁର୍ବତନ ବ୍ଲକ […]

କେନ୍ଦ୍ରାପଡା ୧୧/୧- ଏକବିଂଶତମ ରାଜ୍ୟସ୍ତରୀୟ କେନ୍ଦ୍ରାପଡା ପୁସ୍ତକମେଳାର ୬ଷ୍ଠ ସନ୍ଧ୍ୟାରେ କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ରାଜ୍ୟସ୍ତରୀୟ ସାରସ୍ୱତ ଉତ୍ସବ କବିତା ପାଠ ଓ ସମ୍ବର୍ଦ୍ଧନା ପର୍ବ ସାହିତ୍ୟ ସଂସଦରେ ସଭାପତି ଡଃ ବାସୁଦେବ ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଓଡିଶା ସାହିତ୍ୟ ଏକାଡେମୀର ଉପସଭାପତି ଡ. ସଂଗ୍ରାମ ଜେନା ଯୋଗଦାନ କରି କହିଲେ, ସାହିତ୍ୟ ସମାଜର ବାଡି । ତାହା […]

କେନ୍ଦ୍ରାପଡ଼ା, ତା ୧୧/୦୧: ପରିକ୍ରମା ପ୍ରକଳ୍ପର ଲୋକର୍ପଣ ପୂର୍ବରୁ ତୁଳସୀକ୍ଷେତ୍ରର ପୁରପଲ୍ଲୀ ଭକ୍ତିମୟ ହେଉପଡିଛି । କେନ୍ଦ୍ରାପଡ଼ାବାସୀ ‘ଅର୍ପଣ ରଥ’କୁ କେବଳ ଭବ୍ୟ ସ୍ୱାଗତ କରୁନାହାନ୍ତି ବରଂ କେଉଁଠି କେଉଁଠି ଜନ ସମାଗମକୁ ଦେଖିଲେ ମନେ ହେଉଛି ସତେ ଯେପରି ଆସିଛି ମହାପ୍ରଭୁଙ୍କ ରଥଯାତ୍ରା । ରଥ-ପଥ ଏକାକାର ହୋଇଯିବା ପରି ଜଗନ୍ନାଥମୟ ହୋଇଉଠିଛି ତୁଳସୀକ୍ଷେତ୍ର । ଶ୍ରୀ ଜଗନ୍ନାଥଙ୍କ ଭକ୍ତିର ମହକରେ ମହକିତ ହୋଇଛି ସମଗ୍ର ଜିଲ୍ଲା । […]

କେନ୍ଦ୍ରାପଡା ଜିଲ୍ଲାପ୍ରଶାସନ କାର୍ଯ୍ୟାଳୟର ସଦ୍‌ଭାବନା ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ରଙ୍କ ସଭାପତିତ୍ବରେ ଜିଲ୍ଲାସ୍ତରୀୟ ୭୫ତମ ସାଧାରଣତନ୍ତ୍ର ଦିବସ-୨୦୨୪ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ସଭାରେ ଯୋଗଦେଇଥିବା ସମସ୍ତଙ୍କୁ ସ୍ୱାଗତ କରିବା ସହ ପ୍ରସ୍ତୁତି ବୈଠକର ଆଭିମୁଖ୍ୟ ସମ୍ଭନ୍ଧରେ ପ୍ରତିପାଦନ କରିଥିଲେ। ଏହା ପରେ ଏହି ଜାତୀୟ ଦିବସକୁ ଜିଲ୍ଲା ସ୍ତରରେ  ସୁନ୍ଦର ତଥା ଆକର୍ଷଣୀୟ ଭାବେ ବ୍ୟବସ୍ଥିତ […]

ଆସନ୍ତା ୨୦୨୪  ସାଧାରଣ ନିର୍ବାଚନ ପାଇଁ ଇଭିଏମ୍ ଓ ଭିଭିପିଏଟି ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ର ଓ ଡେପୁଟି କଲେକ୍ଟର(ନିର୍ବାଚନ) ଶିବାଶିଷ ପରିଡ଼ାଙ୍କ ଦ୍ୱାରା ଏହା ଶୁଭାର କରାଯାଇଛି । ଜିଲ୍ଲାପାଳ ଅମ୍ରିତ୍ ଋତୁରାଜଙ୍କ ନିର୍ଦ୍ଦେଶକ୍ରମେ ୯ଟି ବ୍ଲକ ଓ ୨ଟି ପୌରାଚଂଳରେ ମୋଟ୍ ୧୧ ଗୋଟି ଭ୍ରାମ୍ୟମାଣ ସଚେତନତା ରଥ ବୁଧବାର ଠାରୁ ଭ୍ରମଣ ଆରମ୍ଭ କରିଛି । ଏହି ସଚେତନତା […]

କେନ୍ଦ୍ରାପଡ଼ା, ତା ୧୦/୦୧: ତୁଳସୀକ୍ଷେତ୍ରରେ ପୁରପଲ୍ଲୀରେ ‘ଅର୍ପଣ ରଥ’କୁ କରାଯାଉଛି ଭବ୍ୟ ସ୍ୱାଗତ । ରଙ୍ଗବେରଙ୍ଗ ମୁରୁଜ ସାଙ୍ଗକୁ ଝୋଟିଚିତା ପକାଇ ଗାଁ ଦାଣ୍ଡକୁ ସଜେଇ ରଖିଛନ୍ତି ଶ୍ରଦ୍ଧାଳୁ । ସଂକୀର୍ତନ, ଘଂଟଘଂଟା, ଶଙ୍ଖ ଧ୍ୱନି, ହରିବୋଲ, ହୁଳହୁଳି ସାଙ୍ଗକୁ ଜୟ ଜଗନ୍ନାଥ ଧ୍ୱନିରେ ସବୁଠି ସୃଷ୍ଟି ହୋଇଛି ଏକ ଭାବମୟ ପରିବେଶ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଭବ୍ୟ ଓ ଦିବ୍ୟ କରିବା ନିମନ୍ତେ କେନ୍ଦ୍ରାପଡ଼ାବାସୀ ଶ୍ରଦ୍ଧାର ସହ […]

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଏମଏନ ହାଇସ୍କୁଲ ପଡିଆଠାରେ ଦକ୍ଷତା ବିକାଶ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳାର ଦ୍ୱିତୀୟ ତଥା ଅନ୍ତିମ ଦିବସ ଅନୁଷ୍ଠିତ ହୋଇଯାଇଛି । ରାଜନଗରର ବିଧାୟକ ଧ୍ରୁବଚରଣ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହି ମେଳାକୁ ଆନୁଷ୍ଠାନିକଭାବେ ଉଦ୍‌ଘାଟନ କରି କହିଥିଲେ ଏଣେତେଣେ ଘୁରିବୁଲୁଥିବା ବେକାରୀ ଯୁବକ ଯୁବତୀମାନେ ଏଠାକୁ ଆସିଥିବା ବିଭିନ୍ନ ସଂସ୍ଥା ଦ୍ୱାରା ଚାକିରୀ […]

ଧାନର ଅଭାବୀ ବିକ୍ରି ଦୂର କରିବା ପାଇଁ ରାଜ୍ୟ ସରକାର ଓ ସମବାୟ ବିଭାଗ ପଦକ୍ଷେପ ଗ୍ରହଣ କରିଛି । କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନରେ ଥିବା ପଟ୍ଟାମୁଣ୍ଡାଇ ବଡମୂଳବସନ୍ତ ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ଏକ ମଣ୍ଡି ଖୋଲା ଯାଇଛି ।ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ବଡ଼ମୂଳବସନ୍ତ ସମବାୟ ସମିତି ସଭାପତି ସଞ୍ଜୟ ଲେଙ୍କା ମୁଖ୍ୟଅତିଥି ଭାବେ ମଣ୍ଡିକୁ ଉଦଘାଟନ କରିଥିଲେ । ଉଦଘାଟନ […]

କେନ୍ଦ୍ରାପଡ଼ା ୧୦ା୧: ରାଜନଗରର ବିଜେଡି ବିଧାୟକ ଧ୍ରୁବ ସାହୁଙ୍କ ଟେଣ୍ଡର ଫିକ୍ସିଂରେ ସଂପୃକ୍ତିକୁ ନେଇ ଜିଲ୍ଲା ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ଆଜି ଅପରାହ୍ନରେ ତିନିମୁହାଣି ଛକରେ ବିଧାୟକ ଶ୍ରୀ ସାହୁଙ୍କ କୁଶ ପୁତଳିକା ଦାହ କରାଯାଇଛି । ବିଧାୟକ ଶ୍ରୀ ସାହୁଙ୍କୁ ବିଧାୟକ ପଦରୁ ବହିଷ୍କାର କରାଯିବା ସହିତ ତାଙ୍କ ବିରୋଧରେ ଫୈାଜଦାରୀ ମାମଲା ରୁଜୁ କରାଯିବା ପାଇଁ ଜିଲ୍ଲା ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ […]

କେନ୍ଦ୍ରାପଡ଼ା ୧୦ା୧: ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଛ ଓ ନିର୍ମଳ ଶାସନର ନାରା ସହ ୫-ଟି ଉପକ୍ରମରେ ସଶକ୍ତ ସମୃଦ୍ଧ ଓ ଦୁର୍ନୀତି ମୁକ୍ତ ଓଡିଶା ଗଠନ କରିବାର ସ୍ଳୋଗାନ ଦେଉଥିବା ବେଳେ ସେହି ଦଳର ରାଜନଗରରୁ ପ୍ରତିନିଧିତ୍ୱ କରୁଥିବା ବିଧାୟକ ଧ୍ରୁବ ସାହୁଙ୍କ ଟେଣ୍ଡର ଫିକ୍ସିଂରେ ସମ୍ପୃକ୍ତି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ରାଜନଗର ଅଞ୍ଚଳର ଜନସାଧାରଣ ହତବାକ ଏବଂ ଲଜ୍ଜିତ ହୋଇପଡିଛନ୍ତି । […]

କେନ୍ଦ୍ରାପଡ଼ା ୧୦ା୧: କେନ୍ଦ୍ରାପଡା ଜିଲ୍ଲାର ହକ୍ ପାଇଁ ଆଜି ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସି.ପି.ଆଇ.) ପକ୍ଷରୁ ରାଜ୍ୟପାଳଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ରଙ୍କୁ ଏକ ୧୦ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଉଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଦେଶ ସ୍ୱାଧୀନତାର ୭୬ବର୍ଷ ପରେ ବି ଆମ କେନ୍ଦ୍ରାପଡା ଜିଲ୍ଲା ଯେଉଁ ତିମିରେ କୁ ସେହି ତିମିରେ ରହିଛି । ଜିଲ୍ଲା ଗଠନ ହେବାର ୩୦ବର୍ଷ ପରେବି ଓଡିଶା […]

କେନ୍ଦ୍ରାପଡା ୧୦/୧- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତରେ ଏକ କଂଗ୍ରେସ କର୍ମୀ ସମ୍ମିଳନୀ ନୂଆସାହିଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଅବସରପ୍ରାପ୍ତ ଶିକ୍ଷକ ପ୍ରଭାକର ନାଥଶର୍ମା ସଭାପତିତ୍ୱ କରିଥିଲେ । ଆଗାମୀ ୨୦୨୪ ବିଧାନସଭା ନିର୍ବାଚନରେ ଗଣେଶ୍ୱର ବେହେରାଙ୍କୁ ସର୍ବାଧିକ ଭୋଟ ଦେଇ ନିର୍ବାଚିତ କରିବାକୁ ଏକ ପ୍ରସ୍ତାବ ବିପୁଳ କରତାଳି ମାଧ୍ୟମରେ ପାରିତ ହୋଇଥିଲା । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଏହି ସମ୍ମିଳନୀରେ ଅଭିଭାଷଣ […]

ବାରମ୍ବାର ଜନସାଧାରଣଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହୋଇ ଦୀର୍ଘବର୍ଷ ଧରି କ୍ଷମତା ବାହାରେ ଥିବା ବିରୋଧି ଦଳ ହତାଶ ହୋଇ ଏକ ନିର୍ଦ୍ଧିଷ୍ଟ ବୈଦୁତିକ ଗଣମାଧ୍ୟମ ଓ ୱେବ ମିଡିଆକୁ ହାତବାରିସୀ କରି ଟେଣ୍ଡର ଫିକ୍ସିଙ୍ଗର ଫେକ ଭିଡ଼ିଓ ଓ ଅଡିଓ ଜରିଆରେ ବିଧାୟକଙ୍କୁ ବଦନାମ କରିବା ପାଇଁ ବିଧିବଦ୍ଧ ଷଡଯନ୍ତ୍ର କରିଛି ବୋଲି ପଟ୍ଟାମୁଣ୍ଡାଇ ବ୍ଲକ ଓ ନଗର ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି । ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ […]

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ଓ ରାଜ୍ୟସଭା ସାଂସଦ ଓ ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ମା’ ରାଜବାଟୀ ଆଳିର ରାଜମାତା ସୁଶ୍ରୀ ଦେବୀଙ୍କ ବୁଧବାର ପରଲୋକ ଘଟିଛି। କଟକସ୍ଥିତ ବାସଭବନରେ ୭୩ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଥିବା ଜଣାପଡ଼ିଛି। ତାଙ୍କ ଦେହାନ୍ତ ଖବର ଶୁଣି ଆଳି ନିର୍ବାଚମଣ୍ଡଳୀ ସମତେ ରାଜ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହେଇଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ବିଜୁ ଜନତା […]

କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ବେଲପାଳ ଆର ଆଇ ଅଫିସ ନିର୍ମାଣ କାର୍ଯ୍ୟରେ ଟେଣ୍ଡର ଫିକ୍ସିଙ୍ଗ ହୋଇଥିବା ଓ ବିଧାୟକ ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗ କରି ଆଜି ସନ୍ଧ୍ୟାରେ ପଟ୍ଟାମୁଣ୍ଡାଇ ବିଜେପି ପକ୍ଷରୁ ସ୍ଥାନୀୟ ବାଇପାସ ଛକ ଠାରେ ବିଧାୟକ ଧ୍ରୁବ ସାହୁଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଜେପି ସଂଗଠକ ଶଶିକାନ୍ତ ସ୍ଵାଇଁଙ୍କ ନେତୃତ୍ବରେ ଜ୍ୟୋତି ପ୍ରକାଶ ପ୍ରଧାନ, ଅଭିଷେକ ଦାସ, ସୁଶାନ୍ତ ଦାସ, […]

କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକ ବେଲପାଳ ଆର ଆଇ ଅଫିସ ନିର୍ମାଣ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିଲା । ଏହି କାର୍ଯ୍ୟ ପାଇଁ ୩ଜଣ ଠିକାଦାର ଟେଣ୍ଡର ପକାଇ ଥିଲେ । ତେବେ ରାଜନଗର ବିଧାୟକ ବିଭାଗୀୟ ଅଫିସରଙ୍କୁ ଟେଲିଫୋନ କରି ମୋ ନିଜ ଲୋକ ଟେଣ୍ଡର ପାଇବା ଦରକାର ଓ ଅନ୍ୟ ଠିକାଦାରଙ୍କୁ ବାଦ ଦେବା ପାଇଁ ନିର୍ଦେଶ ଦେବା ସହିତ ନିଜ ଲୋକ ଠିକା କାମ ପାଇବେ […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଏମ ଏନ ହାଇସ୍କୁଲ ଏନ ସି ସି ସ୍କାଉଟ ଗାଇଡ଼ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା ଅଭିଯାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଏମ ଏନ ହାଇସ୍କୁଲ ପ୍ରଧାନଶିକ୍ଷକ ଗଗନ ବିହାରୀ ସୂତାର ଉଦଘାଟନ କରିଥିଲେ । ଏନ ସି ସି, ସ୍କାଉଟ ଗାଇଡ଼ ଓ ସ୍କୁଲ ଛାତ୍ରଛାତ୍ରୀମାନେ ଶୋଭାଯାତ୍ରାରେ ସ୍କୁଲ ପରିସରରୁ ବାହାରି ବାଇପାସ ପର୍ଯ୍ୟନ୍ତ ଯାଇ ସଡ଼କ ସୁରକ୍ଷା ଉପରେ ଜନସଚେତନତା ସୃଷ୍ଟି […]

ଷ୍ଟାର ପ୍ଲସ ଟି ଭି ଚ୍ୟାନେଲ ଓ ହଟ ଷ୍ଟାର ଟି ଭି ରେ ହେଉଥିବା ଜାତୀୟ ସ୍ତରରେ ଡ୍ୟାନ୍ସ ରିଅଲିଟି ସୋରେ ଭାଗ ନେଇ କମାଲ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ସୁନାମଧନ୍ୟ ଅଗ୍ରଣୀ ଡ୍ୟାନ୍ସ ସ୍କୁଲ ଫିଟ ଅଫ ଫାୟାର ଡ୍ୟାନ୍ସ ଏକାଡେମୀ ଛାତ୍ର ରାକେଶ ସାହୁ । ଏହି ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଓଡିଶା ରାଜ୍ୟର ଏକମାତ୍ର ପ୍ରତିଯୋଗୀ ଭାବେ ବିଭିନ୍ନ ରାଜ୍ୟର ୧୨ଜଣ […]

କେନ୍ଦ୍ରାପଡ଼ା, ତା ୦୯/୦୧: ‘ଅର୍ପଣ ରଥ’କୁ ସ୍ୱାଗତ କରିବା ପାଇଁ କେନ୍ଦ୍ରାପଡ଼ାବାସୀଙ୍କ ମନରେ ନାହିଁ ନଥିବା ଉତ୍ସାହ ପରିଲକ୍ଷିତ ହୋଇଛି । ରଙ୍ଗବେରଙ୍ଗର ମୁରୁଜ ଓ ଝୋଟିଚିତା ପକାଇ ଗାଁ ଦାଣ୍ଡକୁ ସଜେଇ ରଖିଛନ୍ତି ଶ୍ରଦ୍ଧାଳୁ । ଗୋବରରେ ଲିପାପୋଛା କରି ବସେଇଛନ୍ତି ଶୁଭ କଳସ । ସଂକୀର୍ତନ, ଘଂଟଘଂଟା, ଶଙ୍ଖ ଧ୍ୱନି, ହରିବୋଲ ହୁଳହୁଳି ସାଙ୍ଗକୁ ଜୟ ଜଗନ୍ନାଥ ଧ୍ୱନିରେ ସମଗ୍ର ଜିଲ୍ଲାରେ ସୃଷ୍ଟି ହୋଇଛି ଏକ ଭାବମୟ […]

କେନ୍ଦ୍ରାପଡ଼ା, ୯ା୧: ଦକ୍ଷତା ବିକାଶ ଓ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଆଜି କେନ୍ଦ୍ରାପଡା ସ୍ୱୟଂଶାସିତ ମହବିଦ୍ୟାଳୟ ଖେଳପଡିଆରେ ଅନୁଷ୍ଠିତ ହୋଇଯାଇଛି । ଏହି ନିଯୁକ୍ତି ମେଳାକୁ ଆନୁଷ୍ଠାନିକ ଭାବେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା ଉଦ୍‌ଘାଟନ କରିଥିଲେ । ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଘନଶ୍ୟାମ ସା ପ୍ରାରମ୍ଭରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳାର ଆଭିମୁଖ୍ୟ ସମ୍ପର୍କରେ […]

ଅଖିଳ ବିଶ୍ଵ ଗାୟତ୍ରୀ ପରିବାର ଶାନ୍ତିକୁଞ୍ଜ ହରିଦ୍ଵାର ଆନୁକୂଲ୍ୟରେ ମଙ୍ଗଳବାର କେନ୍ଦ୍ରାପଡା ଜିଲ୍ଲା ସମନ୍ଵୟ ସମିତି ପୁନର୍ଗଠନ ହୋଇଯାଇଛି । ଜିଲ୍ଲାର ମଧ୍ୟସ୍ଥଳି ପଟ୍ଟାମୁଣ୍ଡାଇ ସନ୍ନିକଟ କଷଣଅଣ୍ଟା ସ୍ଥିତ ମା’ଗାୟତ୍ରୀଙ୍କ ଶକ୍ତିପୀଠ ଠାରେ ଜିଲ୍ଲା ସମନ୍ଵୟ ସମିତିର ମୁଖ୍ୟ ସଂଯୋଜକ ମହେଶ୍ଵର ରାଉତଙ୍କ ସଂଯୋଜନା ତଥା ହରିଦ୍ଵାର ଶାନ୍ତିକୁଞ୍ଜ ଗୁରୁପୀଠର ପରିବ୍ରାଜକ ଶେଷଦେବ ବଢେଇଜୀ, ପ୍ରଦୀପ୍ ସାହୁ ଜୀ ଏବଂ କଟକ ସବଜୋନ ମୁଖ୍ୟ କୃପାସିନ୍ଧୁ ଷଢଙ୍ଗୀ ଜୀଙ୍କ ପ୍ରତ୍ୟକ୍ଷ […]