ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅମୃତମଣୋହି ପଂଚାୟତ ନୂଆଡିଆ ଶାରଦା ନୋଡାଲ ଉପ୍ରା ବିଦ୍ୟାଳୟରେ ଶିକ୍ଷକ ଅଭାବରୁ ଶିକ୍ଷାଦାନ ବ୍ୟାହତ ହୋଇପଡ଼ିଛି । ଏହି ସ୍କୁଲରେ ୧ମ ରୁ ୮ମ ପର୍ଯ୍ୟନ୍ତ ୮ଟି ଶ୍ରେଣୀରେ ପ୍ରାୟ ୯୮ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଆବଶ୍ୟକ ଶିକ୍ଷକ ଅଭାବରୁ ଶିକ୍ଷାଦାନ ଗୁରୁତର ଭାବେ ପ୍ରଭାବିତ ହେଉଛି । ଏଥି ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ନିକଟରେ ପଟ୍ଟାମୁଣ୍ଡାଇ ବ୍ଲକ […]
Month: September 2023
କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ପାଇଁ ଆନ୍ଦୋଳନ ଦିନକୁ ଦିନ ତୀବ୍ର ହେବାକୁ ଲାଗିଛି । ଜିଲ୍ଲାରେ ସ୍ୱାସ୍ଥ୍ୟସେବାରେ ସୁଧାର ପାଇଁ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ନିମନ୍ତେ ବର୍ଷବର୍ଷ ଧରି ବିଭିନ୍ନ ପର୍ଯ୍ୟାୟରେ ଚାଲି ଆସିଥିବା ଆନ୍ଦୋଳନ ଏବେ ତୀବ୍ରତ୍ତର ହେବାକୁ ବସିଛି । ଜିଲ୍ଲା ପ୍ରଶାସନର ସମସ୍ତ ବାରଣ ସତ୍ତ୍ୱେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସନ୍ନିକଟରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ […]
ଓଡିଶାର ପ୍ରାକ୍ତନ ଉପମୁଖ୍ୟମନ୍ତ୍ରୀ ବସନ୍ତ କୁମାର ବିଶ୍ୱାଳଙ୍କ ୨୦ତମ ଶ୍ରାଦ୍ଧୋତ୍ସବ ବସନ୍ତ କୁମାର ବିଶ୍ୱାଳ ସ୍ମୃତି କମିଟି ଆନୁକୁଲ୍ୟରେ ପ୍ରାକ୍ତନ ମନ୍ତ୍ରୀ ଭାଗବତ ପ୍ରସାନ ମହାନ୍ତିଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରତ୍ୟୁସରେ ସହରର ନୂଆ ବସ୍ଷ୍ଟାଣ୍ଡ ନିକଟସ୍ଥ ଶନି ଘାଟଠାରେ ତିଳତର୍ପଣ ପୂର୍ବକ ସ୍ୱର୍ଗତ ବିଶ୍ୱାଳଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହାପରେ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ମୃତି କମିଟିର ସଭାପତି ଫକୀର ଚରଣ […]
କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଚକ୍ରୋଡା ପଞ୍ଚାୟତର ତରାପୁରସ୍ଥିତ ମା’ ଶାରଳାଙ୍କ ପୀଠରେ ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ଜନ୍ମେଜୟ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଆସନ୍ତା ଦୁର୍ଗାପୂଜାରେ ମା’ ଶାରଳାଙ୍କ ପୀଠରେ ଦୈନଦିନ କାର୍ଯ୍ୟକ୍ରମ ପାଇଁ ଏକ କମିଟି ଗଠନ କରାଯାଇଥିଲା । ଆସନ୍ତା ମୂଳା ଅଷ୍ଟମୀ ଠାରୁ ମା’ଙ୍କର ଶୋଡଷ ଉପଚାର ସହିତ ଦଶହରା ପର୍ଯ୍ୟନ୍ତ […]
ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଧୋୟାଂଚଳରେ ଅଘୋଷିତ ବିଦ୍ୟୁତକାଟ ହେଉଛି । ଫଳରେ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏ ନେଇ ଅଂଚଳବାସୀ ବହୁବାର ବିଦ୍ୟୁତ ବିଭାଗର ଉଚ୍ଚ ପଦାଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିଲା । ଏହାର ପ୍ରତିବାଦରେ ଗୁରୁବାର ପଟ୍ଟାମୁଣ୍ଡାଇ ଧୋୟାଂଚଳ ମାନସ ବିକାଶ ମଂଚ ପକ୍ଷରୁ ଦାଣ୍ଡିସାହି ବିଦ୍ୟୁତ ବିଭାଗ ସେକ୍ସନ କାର୍ଯାଳୟ ଘେରାଉ କରିବା ସହିତ ତୁରନ୍ତ […]
କେନ୍ଦ୍ରାପଡ଼ା, ୬ା୯: କେନ୍ଦ୍ରାପଡା ସହରରେ ଆସନ୍ତା ଗଣେଶପୂଜା ଉପଲକ୍ଷେ ଗଣେଶପୂଜା ସମନ୍ୱୟ ସମିତିର ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଖଡିଅଙ୍ଗସ୍ଥିତ ମଣିମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସମନ୍ୱୟ ସମିତିର ସଭାପତି ଭାବଗ୍ରାହୀ ସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ସହରର ୩୦ଟି ମେଢର କର୍ମକର୍ତ୍ତାମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ବୈଠକରେ ଆସନ୍ତା ୧୯ତାରିଖରେ ଗଣେଶ ପୂଜା ସହରର ୩୦ଟି ମଣ୍ଡପରେ ଅନୁଷ୍ଠିତ […]
ଶିକ୍ଷାଗତ ଯୋଗ୍ୟତା ସମ୍ପର୍କୀୟ କେତେକ ତଥ୍ୟ ଯୁକ୍ତିଯୁକ୍ତ କାରଣ ନଥାଇ ସୂଚନା ଅଧିକାର ନିୟମ ଅନୁଯାଇ ଜ୍ୟୋତିପ୍ରକାଶ ପ୍ରଧାନଙ୍କୁ ତଥ୍ୟ ପ୍ରଦାନ ନକରିବାରୁ ରାଜ୍ୟ ସୂଚନା କମିସନର ବିକ୍ରମ ସେନାପତି ଏକ ଉଲ୍ଲେଖନୀୟ ରାୟରେ ୨୦ ହଜାର ଟଙ୍କାର ଅର୍ଥ ଦଣ୍ଡାଦେଶ ଦେଇଛନ୍ତି । ସୂଚନା ଅଧିକାର ଆଇନ ଅନୁପାଳନ କରାଯାଇ ନଥିବା କାରଣରୁ ପଟ୍ଟାମୁଣ୍ଡାଇ ସହକାରୀ ବ୍ଲକ ଶିକ୍ଷାଧିକାରୀଙ୍କୁ ଆଇନ ଅନୁମୋଦିତ ଭାବେ ଦଣ୍ଡିତ କରିବା ପଟ୍ଟାମୁଣ୍ଡାଇ ଅଂଚଳର […]
ସନାତନ ଧର୍ମ ବିରୋଧରେ ମନ୍ତବ୍ୟ ଦେଇଥିବା ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କ ମୁଣ୍ଡକାଟ ଲାଗି ୧୦କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି ଅଯୋଧ୍ୟାର ସନ୍ଥ ପରମହଂସ ଆଚାର୍ଯ୍ୟ । ଉଦୟନିଧିଙ୍କ ମୁଣ୍ଡକାଟ ପାଇଁ ଯଦି ଏହି ପୁରସ୍କାର ରାଶି ପର୍ଯ୍ୟାପ୍ତ ନ ହୁଏ ତେବେ ଏହାର ପରିମାଣ ସେ ବୃଦ୍ଧି କରିବେ ବୋଲି ପରମହଂସ କହିଛନ୍ତି । ପରମହଂସ କହିଛନ୍ତି ଯେ ଉଦୟନିଧି ସନାତନ ଧର୍ମ ବିରୋଧରେ ଦେଇଥିବା ମନ୍ତବ୍ୟ […]
ନୂଆଦିଲ୍ଲୀ,୬ା୯: ସାରା ବିଶ୍ୱ ଏବେ ଗୁରୁତର ଆର୍ଥିକ ସଂକଟ ଦେଇ ଗତି କରୁଛି । ପ୍ରଥମେ କୋଭିଡ-୧୯ ଓ ତା ପରେ ଆରମ୍ଭ ହୋଇଥିବା ରୁଷ-ୟୁକ୍ରେନ ଯୁଦ୍ଧ ସାରା ବିଶ୍ୱକୁ ସଂକଟ ମୁହଁକୁ ନେଇଯାଇଛି । ଏଥିରେ ଦେଖା ଦେଇଥିବା ମାନ୍ଦାବସ୍ଥା ସାରା ବିଶ୍ୱରେ ବେକାରୀ ସମସ୍ୟାକୁ ଉତ୍କଟ କରିଛି । ଆର୍ଥିକ ସଂକଟ ଯୋଗୁ ବଡ଼ ବଡ଼ କମ୍ପାନୀମାନେ ବହୁ ସଂଖ୍ୟାରେ କର୍ମଚାରୀଙ୍କୁ ଛଟେଇ କରୁଛନ୍ତି । ଏହି […]
ଓଡ଼ିଆ ସଂସ୍କୃତିରେ ମହାନ ଆଧ୍ୟାତ୍ମିକଧାରାର ପ୍ରତୀକ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ପଟ୍ଟାମୁଣ୍ଡାଇର ପୁରପଲ୍ଲୀରେ ବିପୁଳ ଆନନ୍ଦଉଲ୍ଲାସର ସହିତ ମହାସମାରୋହରେ ପାଳିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ଅଂଚଳର ପ୍ରସିଦ୍ଧ ଆଧ୍ୟାତ୍ମିକ ପୀଠ ଉତିକଣର ଚନ୍ଦ୍ରମଉଳି ମନ୍ଦିର ହରପାର୍ବତୀ ମନ୍ଦିର,ଭୋଳିବାବା ମଠ, ପତିତପାବନ ମନ୍ଦିର, ଲକ୍ଷେଶ୍ୱର ମହାଦେବ ମନ୍ଦିର, ହନୁମାନ ମନ୍ଦିର ଆଦି ବିଭିନ୍ନ ଦେବାଦେବୀ ପୀଠରେ ଜନ୍ମାଷ୍ଟମୀ ଉତ୍ସବ ପାଳନର ଅପୂର୍ଵ ଦୃଶ୍ୟ ଦେଖିବାକୁ ମିଳିଥିଲା । ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ […]
କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ପାଇଁ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ଜିଲ୍ଲାରେ ଥିବା ଦୟନୀୟ ସ୍ୱାସ୍ଥ୍ୟସେବାରେ ସୁଧାର ନିମନ୍ତେ ମେଡିକାଲ କଲେଜ ପ୍ରତିଷ୍ଠା ନିମନ୍ତେ ଦୀର୍ଘ ଦୁଇବର୍ଷରୁ ଅଧିକ କାଳ ଧରି ବିଭିନ୍ନ ପର୍ଯ୍ୟାୟରେ ଚାଲି ଆସିଥିବା ଆନ୍ଦୋଳନ ଏବେ ଚରମ ରୂପ ନେବାକୁ ଆଭାସ ମିଳୁଛି । ଜିଲ୍ଲା ପ୍ରଶାସନର ବାରଣ ସତ୍ତ୍ୱେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ନିକଟରେ ଥିବା ମହାତ୍ମାଗାନ୍ଧୀଙ୍କ […]
ଓଡିଶାର ବିଭିନ୍ନ କଲେଜରେ ନିଯୁକ୍ତି ପାଇଥିବା ଏସ ଏସ ବି ଅଧ୍ୟାପକ ଓ ଅଧ୍ୟାପିକା ସ୍ୱଳ୍ପ ଦରମାରେ ଦୀର୍ଘ ୮ବର୍ଷ ଧରି କାର୍ଯ୍ୟ କରିଆସୁଥିଲେ ମଧ୍ୟ ସରକାର ସେମାନଙ୍କ ନାର୍ଯ୍ୟ ଦାବୀପ୍ରତି ଉଦାସୀନ ମନୋଭାବ ପୋଷଣ କରିଆସୁଥିବା ଅଭିଯୋଗ ହୋଇଛି । ଓଡିଶା ଏସ ଏସ ବି ଅଧ୍ୟାପକ ସଂଘ ସଭାପତି ସରୋଜକାନ୍ତ ନାୟକଙ୍କ ନେତୃତ୍ୱରେ ଗ୍ରେଡ଼ ପେ ୪୬୦୦ରୁ ୫୪୦୦ କରିବା ଆଦି ବିଭିନ୍ନ ଦାବୀ ନେଇ ପଟ୍ଟାମୁଣ୍ଡାଇ […]
କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ପାଇଁ ଦୀର୍ଘ ୨ବର୍ଷରୁ ଅଧିକ କାଳ ଧରି ଆନ୍ଦୋଳନ ଚାଲିଛି । ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ରାଜଭବନ ପର୍ଯ୍ୟନ୍ତ ମିଳିତ କ୍ରିୟାନୁଷ୍ଠାନ କମିଟି ନେତୃତ୍ୱରେ ଜିଲ୍ଲାବାସୀଙ୍କ ପକ୍ଷରୁ ବାରମ୍ବାର ଦାବି ଉପସ୍ଥାପନା ଓ ଆନ୍ଦୋଳନ ହୋଇଥିଲେ ମଧ୍ୟ ରାଜ୍ୟ ସରକାର ଏ ସମ୍ପର୍କରେ କୌଣସି ସକରାତ୍ମକ ନିଷ୍ପତ୍ତି ନେଲେ ନାହିଁ । ଫଳରେ କ୍ରିୟାନୁଷ୍ଠାନ କମିଟି ଗୁରୁଦିବସ ଠାରୁ […]
କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ସଂସାଧନ ସଭ୍ୟଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ଆଜି ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ପ୍ରଶିକ୍ଷଣ ଶିବିରର ଦ୍ୱିତୀୟ ଦିବସ ପ୍ରାରମ୍ଭରେ କେନ୍ଦ୍ରାପଡାର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ପ୍ରଦାନ ପୂର୍ବକ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ଜିଲ୍ଲା ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ତହସିଲ କାର୍ଯ୍ୟାଳୟ ପରିସରରେ ଶୌଚାଳୟ ଓ ପନୀୟ ଜଳ ସୁବିଧା ନ ଥିବାରୁ ଏଠାକୁ ଆସୁଥିବା ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ନେଇ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବାବେଳେ ନୂତନ ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଛନ୍ତି । ସାମାଜିକ କର୍ମୀ ଜ୍ୟୋତିପ୍ରକାଶ ପ୍ରଧାନ କୁହନ୍ତି ପଟ୍ଟାମୁଣ୍ଡାଇ ତହସିଲ ଉପରେ ନିର୍ଭରଶୀଳ ୩୧ ପଂଚାୟତର ୧୫୫ଗ୍ରାମର ଜନସାଧାରଣ, ଛାତ୍ରୀଛାତ୍ର ଜମିଜମା […]
କେନ୍ଦ୍ରାପଡ଼ା, ୫ା୯: ଗାଜିଆ ବାଦ କୋର୍ଟ ପରସିରରେ ଆଇନଜୀବୀଙ୍କୁ କାର୍ଯ୍ୟରତ ଅବସ୍ଥାରେ ନିର୍ମମ ଭାବରେ ହତ୍ୟା କରିବା ଘଟଣାକୁ କେନ୍ଦ୍ରାପଡା ଜିଲ୍ଲା ଓକିଲ ସଂଘ ନିନ୍ଦା କରିବା ସହ ଦୋଷୀକୁ ତୁରନ୍ତ ଦଣ୍ଡ ଦେବା ପାଇଁ ଦାବି କରିଛି । ଆଇନଜୀବୀମାନଙ୍କୁ କାର୍ଯ୍ୟରତ ସମୟରେ ସୁରକ୍ଷା ପ୍ରଦାନ କରାଯିବା ଅତ୍ୟନ୍ତ ଜରୁରୀ ଅଟେ । ଏଣୁ ଜିଲ୍ଲା ଓକିଲ ସଂଘର ସଭାପତି ବିଚିତ୍ରାନନ୍ଦ ମହାନ୍ତିଙ୍କ ନେତୃତ୍ୱରେ ଜିଲ୍ଲାପ୍ରଶାସନ ଜରିଆରେ ରାଜ୍ୟପାଳଙ୍କୁ […]
ରାଜ୍ୟ ସରକାରଙ୍କ ପକ୍ଷରୁ କୃଷି ଓ କୃଷକଙ୍କ ଉନ୍ନତି ପାଇଁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଇଛି । ଏପରିକି ତୃଣମୂଳସ୍ତରରେ ଥିବା ଚାଷୀଙ୍କ କୃଷି ସମ୍ପର୍କିତ ସମସ୍ୟା ଦୂର କରିବା ପାଇଁ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ତେବେ ଏହା କେତେମାତ୍ରାରେ କାର୍ଯ୍ୟକାରୀ ହେଉଛି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଚାଷୀଙ୍କ ଉନ୍ନତି ପାଇଁ ସରକାରୀ ତହବିଲରୁ ବହୁ ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ କୃଷକଙ୍କ ସମସ୍ୟାର କୌଣସି […]
ପଟ୍ଟାମୁଣ୍ଡାଇ ବ୍ଲକ ଦେଇ ଯାଇଥିବା ବ୍ରାହ୍ମଣୀ ନଦୀରୁ ବେଆଇନ ବାଲି ଚାଲାଣ ଏକ ନିତିଦିନିଆ ଘଟଣା ହୋଇଗଲାଣି । ପ୍ରମୁଖ ଘାଟ ଗୁଡିକୁ ପ୍ରଶାସନ ପକ୍ଷରୁ ନିଲାମ ଦିଆଯାଇନଥିବା ବେଳେ ଚୋରା ବାଲି ଚାଲାଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ପଟ୍ଟାମୁଣ୍ଡାଇ ନୂତନ ଭାବେ ଯୋଗଦେଇଥିବା ତହସିଲଦାର ସମିର ବେହେରା ଉକ୍ତ ଘଟଣାକୁ ଗୁରୁତର ସହିତ ନେଇଥିବା ବେଳେ ସୋମବାର ବେଆଇନ ବାଲି ଚାଲାଣ ହେଉଥିବା ତିନୋଟି ହାଇୱ୍ୱା […]
ଜଗତଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ଅନ୍ୟତମ ଲୀଳାକ୍ଷେତ୍ର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ମଣ୍ଡପଡା ଅଭିରାମ ଆଶ୍ରମରେ ଝୁଲଣ ଯାତ୍ରା ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ ଜଗତଗୁରୁ ଠାକୁର ଅଭିରାମ ପରମହଂସଙ୍କ ଦୀକ୍ଷିତ ମହିୟସୀ ମହିଳା ସରୋଜିନୀ ସାମଲ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଆୟୋଜିତ ଆଧ୍ୟାତ୍ମିକ ସମାବେଶ ହରିବଂଶ, ପାରାୟଣ,ପ୍ରବଚନ ଓ ଭଜନ ଜଣାଣ କାର୍ଯ୍ୟକ୍ରମ ସମାରୋହରେ ଅନୁଷ୍ଠିତ ହୋଇଯାଇଛି । […]
କେନ୍ଦ୍ରାପଡା ଜିଲାରେ ବସଯାତ୍ରା ସେବା ବିପର୍ଯ୍ୟସ୍ତ ହୋଇଯାଇଛି । ବସଭଡା ବାବଦକୁ ସରକାରଙ୍କ ନିରଦ୍ଧାରିତ ରେଟ ଠାରୁ ଅଧିକ ଭଡା ଜୋରଜବରଦସ୍ତ ଲୁଟି ନେଉଛନ୍ତି ବସ କର୍ମଚାରୀ । ଏଥିନେଇ ବାରମ୍ବାର ଅଭିଯୋଗ ହୋଇଥଲେ ସୁଦ୍ଧା ଜିଲା ପରିବହନ ବିଭାଗ ଚେଇଁ ଶୋଇରହିଛନ୍ତି । ବସ୍ ଯାତ୍ରୀମାନଙ୍କ ଠାରୁ ଯେଭଳି ଭାବେ ଭଡା ଆଦାୟ କରାଯାଉଛି ତାହାକୁ ଦେଖିଲେ ଏହା ଉପରେ କାହାରି ନିୟନ୍ତ୍ରଣ ଥିଲାଭଳି ମନେ ହେଉନାହିଁ । […]
କେନ୍ଦ୍ରାପଡ଼ା, ୪ା୯: କେନ୍ଦ୍ରାପଡ଼ା ସଦର ମହକୁମାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜିଲ୍ଲା ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଆଜି ପୈାରସଂସ୍ଥା ଟାଉନ୍ହଲ୍ରେ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧୀକ୍ଷକ ସନ୍ଦୀପ୍ ସମ୍ପଦ୍ ମଡକର୍, କେନ୍ଦ୍ରପଡ଼ା ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା, ଉପଜିଲ୍ଲାପାଳ ନିରଞ୍ଜନ ବେହେରା, ବିଭିନ୍ନ […]
କେନ୍ଦ୍ରାପଡ଼ା, ୪ା୯: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନକୁ ଯଥାଶୀଘ୍ର କରାଯିବା ଏବଂ କଲେଜରେ ହୋଇଥିବା ମହାଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଦାବିରେ ଛାତ୍ର କଂଗ୍ରେସ ପକ୍ଷରୁ କଲେଜ ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । କେନ୍ଦ୍ରାପଡା ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ପରଭେଜ ଅକ୍ତରଙ୍କ ନେତୃତ୍ୱ୍ୱରେ ଛାତ୍ର କଂଗ୍ରେସ ପକ୍ଷରୁ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ମହାବିଦ୍ୟାଳୟ ଆଭ୍ୟନ୍ତରୀଣ ରାସ୍ତା ନିର୍ମାଣରେ ୨୯ଲକ୍ଷ […]
ଭିତରକନିକାର ଡାଙ୍ଗମାଳ ଯେତିକି ପ୍ରସିଦ୍ଧ ସେତିକି ପ୍ରସିଦ୍ଧି ଲାଭକରିଛି କୁମ୍ଭୀର ପ୍ରଜନନ ପାଇଁ, ଭିତରକନିକାର ବଗଗହନ ମଧ୍ୟ ସେତିକି ପ୍ରସିଦ୍ଧି ଲାଭକରିଛି ଦେଶୀୟ ପକ୍ଷୀ ମାନଙ୍କ ପ୍ରଜନନ ପାଇଁ । ବର୍ଷାଦିନେ ଭିତରକନିକାର ବଗଗହନ ଦେଶୀୟ ପକ୍ଷୀମାନଙ୍କ କଳରବରେ ଫାଟିପଡେ । ଲକ୍ଷଲକ୍ଷ ଦେଶୀୟ ପକ୍ଷୀମାନେ ବିଭିନ୍ନ ଅଞ୍ଚଳରୁ ଆସି ଏଠି ଅଣ୍ଡା ଦିଅନ୍ତି, ଛୁଆ ଫୁଟାନ୍ତି । ଆଉ ଛୁଆମାନେ ଉଡି ଶିଖିଲେ, ଶିକାର କରି ଶିଖିଲେ ବାପା […]
କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଏକ ନଦୀନାଳ ଘେରା ଅଂଚଳ । ସମୁଦ୍ରକୂଳବର୍ତୀ ଏହି ଅଞ୍ଚଳରେ ବ୍ରାହ୍ମଣୀ, ବୈତରଣୀ ସହ ଶାଖାନଦୀ ହଂସୁଆ, ପାଟ୍ଟାଶାଳା, ଖୋଳା ଭିତରକନିକା ଦେଇ ପ୍ରବାହିତ ହୋଇ ସମୁଦ୍ରରେ ମିଶିଛନ୍ତି । ଏହି ବ୍ଲକ ତଥା ଜିଲ୍ଲାରେ ଦିନକୁ ଦିନ କୁମ୍ଭୀର ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି । ଏପରିକି ଅଢେଇ ମାସରେ ଲଗାତର ୬ ଟି ଜୀବନ କୁମ୍ଭୀର ଆକ୍ରମଣରେ ଚାଲି ଯାଇଛି । […]