କେନ୍ଦ୍ରାପଡା, ୩୦/୪- କେନ୍ଦ୍ରାପଡା ସହର କାକଟଠାରେ କେନ୍ଦ୍ରାପଡା ବ୍ଲକ ବିଜେଡି ପକ୍ଷରୁ କେନ୍ଦ୍ରାପଡା ବିଧାନସଭା କ୍ଷେତ୍ରର ଏକ ବନ୍ଧୁମିଳନ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଧିରେନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ଲକ ସଭାପତି ଆଲୋକ ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଜେଡି ବିଧାୟକ ପ୍ରାର୍ଥୀ ଗଣେଶ୍ୱର ବେହେରା, ବ୍ଲକ ଅଧ୍ୟକ୍ଷା ରଶ୍ମିତା ସେଠୀ, ବ୍ଲକ ଉପାଧ୍ୟକ୍ଷ ପ୍ରତାପ […]
Month: April 2024
ସାମାଜିକ ସୁରକ୍ଷା ଓ ଦକ୍ଷତା କେନ୍ଦ୍ରାପଡ଼ା, ୩୦ା୪: ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦ ବର୍ଷ ମଧ୍ୟରେ ଏକ କାଳୀନ ଦୈନିକ ମଜୁରୀ ୧୦୦ ଟଙ୍କା ବୃଦ୍ଧିକରି ଇତିହାସ ରଚିଛନ୍ତି ବୋଲି ଆଜି କେନ୍ଦ୍ରାପଡା ଗୌରୀଶଙ୍କର ଠାରେ ଏକ ସାମ୍ବାଦିକ ସମ୍ମୀଳନୀରେ ବିଜୁ ଶ୍ରମିକ ସାମୁଖ୍ୟର ମହାସଚିବ ଓ କଟକ ମେୟର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁବାସ ସିଂ ପ୍ରକାଶ କରିଛନ୍ତି । ଦୈନିକ ମଜୁରୀ ଓଡିଶାରେ […]
ବିଜେଡିକୁ ଟାର୍ଗେଟ କରି କେନ୍ଦ୍ରାପଡ଼ା ଜିଲ୍ଲା ବିଜେପିର ସାମ୍ବାଦିକ ସମ୍ମିଳନୀ । ବର୍ତ୍ତମାନ କେନ୍ଦ୍ରାପଡ଼ାରେ ନିର୍ବାଚନ ପ୍ରଚାର ଜୋରସୋରରେ ଚାଲିଥିବା ବେଳେ ମୁଖ୍ୟତଃ ବିଜେଡି ଓ ବିଜେପି ମଧ୍ୟରେ ଆରୋପ ଓ ପ୍ରତ୍ୟାରୋପର ପର୍ବ ଜାରି ରହିଛି । ଏହି କ୍ରମରେ ଆଜି (ମଙ୍ଗଳବାର) ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା, ଲୋକସଭା ପରିଚାଳନା କମିଟିର ସଂଯୋଜକ ଉପସଭାପତି ସଞ୍ଜୟ ରଥ, ଲୋକସଭା ସଂଯୋଜକ […]
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଖଡିଅଂଟା ପଂଚାୟତରେ ଆଗାମୀ ସାଧାରଣ ନିର୍ବାଚନରେ ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ବୃହତ ବିଜୟ ପାଇଁ ବିଜେଡି ଦଳ ପକ୍ଷରୁ ମଙ୍ଗଳବାର ଏକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ସଭାପତି କିଶୋର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ଉତ୍ସବରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସବୁବର୍ଗର ଲୋକଙ୍କ […]
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଖଣତା ପଂଚାୟତରେ ଆଗାମୀ ସାଧାରଣ ନିର୍ବାଚନରେ ରେକର୍ଡ ବିଜୟ ପାଇଁ କ୍ଷେତ୍ର ପ୍ରସ୍ତୁତ କରିଛି ବିଜେଡି । ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ବୃହତ ବିଜୟ ବ୍ୟବଧାନ ପାଇଁ ଦଳ ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ସଭାପତି କିଶୋର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ମିଶ୍ରଣ ସମାବେଶରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବେଲତଳ ଶୁଖୁଆପଡା ବସ୍ତିବାସିନ୍ଦା ସଙ୍ଘ ପକ୍ଷରୁ ଥଇଥାନ ଦାବିରେ ସୋମବାର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିବା ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଦୀର୍ଘ ୪୦ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ୩୦ଟି ପରିବାରର ୧୫୦ରୁ ଉର୍ଦ୍ଧ୍ୱ ଲୋକ ପିଲାଛୁଆଙ୍କୁ ଧରି ହିଂସ୍ର ଜନ୍ତୁଙ୍କ ଗହଣରେ ଘନ ଜଙ୍ଗଲ ପୂର୍ଣ୍ଣ ବେଲତଳସ୍ଥିତ ଶୁଖୁଆପଡା ବସ୍ତିର ବସବାସ କରି ଆସୁଛନ୍ତି । ୧୦ବର୍ଷ ପୂର୍ବରୁ […]
କେନ୍ଦ୍ରାପଡା, ୨୯/୪: ସୋମବାର ସନ୍ଧ୍ୟା ୭ ଘଟିକା ସମୟରେ ବିଜୁ ଜନତା ଦଳ କେନ୍ଦ୍ରାପଡା ନଗରର ବନ୍ଧୁମିଳନ କାର୍ଯ୍ୟକ୍ରମ ସହରସ୍ଥିତ ଦି ଡେଷ୍ଟିନେସନ୍ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ବିଜେଡିର ବିଧାୟକ ପ୍ରାର୍ଥୀ ଗଣେଶ୍ୱର ବେହେରା ଏବଂ ଦଳର ପୂର୍ବତନ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ସଭାରେ ପୁରାତନ ଏବଂ ନୂତନ ଭାବେ […]
କେନ୍ଦ୍ରାପଡା, ୨୯/୪: ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି)ର ଦୁହୁରିଆ ସ୍ଥିତ ନିଜସ୍ୱ ଗୃହକୁକୁ ସ୍ଥାନାନ୍ତରିତ ହୋଇଛି । ଏହି ଅବସରରେ କେନ୍ଦ୍ରାପଡା ଶାଖାର ନୂତନ ଗୃହରେ ରବିବାର ଦିନ ସ୍ୱତନ୍ତ୍ର ପୂଜା କରାଯାଇ ସୋମବାର ଦିନ ନୂତନ ଗୃହପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହାପରେ ସେଠାରେ କାର୍ଯ୍ୟାଳୟ ବିଧିବଧ ଭାବେ କାର୍ଯ୍ୟ କରାଯାଇଥିଲା । ଏହାକୁ ଏଲ୍ଆଇସି କଟକ ମଣ୍ଡଳର ବରିଷ୍ଠ ମଣ୍ଡଳ ପ୍ରବନ୍ଧକ ଅସିମ କୁମାର, […]
କେନ୍ଦ୍ରାପଡା, ୨୯/୪: କଥାକାର ଡ଼ ଯଶୋବନ୍ତ ସାମଲଙ୍କର ଅଷ୍ଟମ ଗଳ୍ପ ସଂକଳନ “ଅଳ୍ପ ଗଳ୍ପ’ ଚଳିତମାସ ୨୮ ତାରିଖରେ ଭୁବନେଶ୍ୱରସ୍ଥିତ ରେଡ଼କ୍ରସ ଭବନରେ ଉନ୍ମୋଚିତ ହୋଇଯାଇଛି । ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥିଭାବେ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ବରେଣ୍ୟ ଅତିଥିଭାବେ ବିଶିଷ୍ଟ କଥାକାର ଅଧ୍ୟାପକ ବିଶ୍ୱରଞ୍ଜନ ଏବଂ ଡ଼ ଗୌରହରି ଦାସ ଯୋଗଦାନ କରିଥିଲେ । ଓଡ଼ିଆ ଭାଷା ସାହିତ୍ୟ ବିଭାଗର ସ୍ୱତନ୍ତ୍ର ସଚିବ କବି […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ କଟକ-ଚାନ୍ଦବାଲି ରାସ୍ତା କଷଣଅଂଟା ପ୍ରଜ୍ଞାପ୍ୟାଲେସ ନିକଟରେ ହାଇୱା ସହ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହୋଇ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ଆଳି ଥାନା ଗୋପାଳପୁର ଗ୍ରାମର ବଂଟି ମଲିକ (୧୮) । ପ୍ରକାଶ ଯେ,ବଂଟି ପଟ୍ଟାମୁଣ୍ଡାଇ ବଜାର କାମସାରି ବାଇକ ନଂ( ଓଡି ୨୯ ଏମ ୬୫୪୮) ଯୋଗେ ଘରକୁ ଫେରୁଥିବା ବେଳେ ହଟାତ ଆଳିଆଡୁ ଦୃତଗତିରେ […]
କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆଜି କାଳବୈଶାଖୀ ତାଣ୍ଡବ ରଚି ବଜ୍ରପାତରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ସଡକ ଦୁର୍ଘଟଣାରେ ଜଣେ ଯୁବକ ସମେତ ଗଛପଡ଼ି ଆଉଜଣେ ମହିଳା ଗୁରୁତର ଆହତ ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସାଧିନ ଅଛନ୍ତି । ମୃତ ବ୍ୟକ୍ତି ହେଲେ ଲକ୍ଷ୍ମୀଧର ଦାସ(୪୮) । ଆଜି ଅପରାହ୍ନ ୫ଟା ସମୟରେ ହଠାତ୍ ଧୂଳିଝଡ ଆରମ୍ଭ ହୋଇଯାଇଥିଲା । […]
କେନ୍ଦ୍ରାପଡା ଜିଲାରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ହୋଇଛି । ଫଳରେ ଅସମ୍ଭାଳ ତାତିରୁ ସାମୟିକ ଆଶ୍ୱସ୍ତି ମିଳିଛି । ଆଜି ଦିନ ତମାମ ଖରତାତିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ସଂଧ୍ୟାରେ ଘଡ଼ଘଡ଼ି ସହ ବର୍ଷା ହୋବାରୁ ତାପମାତ୍ରାରେ ପରିବର୍ତ୍ତନ ଘଟି ପାରଦ ତଳକୁ ଖସିବାରୁ ତାତିରୁ ତ୍ରାହି ମିଳିଛି । ତେବେ ଆଦ୍ରତା ଅଧିକ ଥିବାରୁ ଉପକୂଳ ଓଡ଼ିଶାରେ ଗୁଳୁଗୁଳି ଅନୁଭୂତ ହେଉଛି । […]
କେନ୍ଦ୍ରାପଡା,୨୮/୪: ରାଜ୍ୟର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର ୩୫ତମ ବାର୍ଷିକ ଉତ୍ସବ ମାଷ୍ଟରକ୍ୟାଣ୍ଟିନ ଛକସ୍ଥିତ ବୁଲନ ଭାଇ ସେବାଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ, କବି ପୂଜନ ପର୍ବ, ଆଲୋଚନା ଚକ୍ର, ଆନୁଷ୍ଠାନିକ ସମ୍ବର୍ଦ୍ଧନା ଏବଂ ପୁସ୍ତକ ଲୋକାର୍ପଣ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ପ୍ରଥମ ଅଧିବେଶନ ଉଦ୍ଘାଟନୀ ଉତ୍ସବ କବି ଭକ୍ତଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ […]
କେନ୍ଦ୍ରାପଡ଼ା, ୨୮ା୪: ନିର୍ବାଚନ ସମୟରେ ପୋଷ୍ଟାଲ୍ ବାଲଟ୍ ମତଦାନର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ମହତ୍ୱପୂର୍ଣ୍ଣ ଅଂଶକୁ ଦକ୍ଷତାର ସହ ପରିଚାଳନା କରିବା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଏକ ଦିନିକିଆ ପ୍ରଶିକ୍ଷଣ ଶିବିର ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ପ୍ରକ୍ରିୟାରେ ଅନ୍ତର୍ଭୁକ୍ତିକରଣ ଓ ସମସ୍ତଙ୍କ ପାଇଁ ଉପଲବ୍ଧତା ସୁନିଶ୍ଚିତ କରିବା ଲକ୍ଷ୍ୟରେ […]
ପୁନର୍ବାସ ପକ୍ଷରୁ ଭିନ୍ନକ୍ଷମ ଯୁବପ୍ରତିଭାଙ୍କୁ ଆର୍ଥୀକ ପୋଷଣ ସହାୟତା କେନ୍ଦ୍ରାପଡା, ୨୮/୪- ଆର୍ଥୀକ ବାଧକ ହେତୁ ନିଜର ଅଭିଳଷିତ ଲକ୍ଷ୍ୟ ପ୍ରାପ୍ତି ଦିଗରେ ସଂଘର୍ଷରତ ଜିଲ୍ଲାର ଦୁଇ ଭିନ୍ନକ୍ଷମ ଯୁବ ପ୍ରତିଭାଙ୍କୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପୁନର୍ବାସ ପକ୍ଷରୁ ଏକବର୍ଷ ପର୍ଯ୍ୟନ୍ତ ଆର୍ଥୀକ ପୋଷାକ ସହାୟତା ପ୍ରଦାନ କରାଯାଇଛି । ଏହି ଦୁଇଜଣ ହେଲେ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ପଢ଼ୁଥିବା ଶଙ୍ଖପଦା, ମହାକାଳପଡ଼ାର ମେଧାବୀ ଛାତ୍ର ବରଜ କୁମାର ଦାସ ଓ […]
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ କୋଟ୍ ପରିସରରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳନ ହୋଇଯାଇଛି । ପଟ୍ଟାମୁଣ୍ଡାଇ ଓକିଲ ସଂଘର ସଭାପତି ତପନ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜୟନ୍ତୀ ଉତ୍ସବରେ କୋଷାଧକ୍ଷ ଧୀରେନ୍ଦ୍ରନାଥ ସାହୁ, ବରିଷ୍ଠ ଆଇନୀଜୀବୀ ଭବାନୀ ଶଙ୍କର ପଣ୍ଡା, ପ୍ରମୋଦ କୁମାର ସାହୁ, ସୁଧୀର କୁମାର ଦାସ, ଶିଶିର କୁମାର ମଳିକ, ଗୋପୀନାଥ ତ୍ରିପାଠୀ, ମୋହରି ବିଘ୍ନେଶ୍ୱର ଦାସ ପ୍ରମୁଖ ଯୋଗ ଦେଇ ମଧୁବାବୁ […]
କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ପଟ୍ଟାମୁଣ୍ଡାଇ ବ୍ଲକ ବିଜୁ ଜନତା ଦଳ ତରଫରୁ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅଣ୍ଢରାଠାରେ ଆୟୋଜିତ ହୋଇଯାଇଛି । କେନ୍ଦ୍ରାପଡ଼ା ବିଧାନସଭା ବିଜେଡି ସଂଯୋଜକ ଦୂର୍ଗାଶିଷ ମହାନ୍ତିଙ୍କ ପୌରହିତ୍ୟ ଓ ବରିଷ୍ଠ ନେତା ଚିତରଞନ ମଲ୍ଲିକଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ୫ ଶହରୁ ଅଧିକ ନେତା ଓ କର୍ମୀ ଯୋଗ ଦେଇ ଦଳର ବିଜୟ ନେଇ ଆଲୋଚନା କରିଥିଲେ । ଏହି ଅବସରରେ କେନ୍ଦ୍ରାପଡା ଜିଲ୍ଲା ପର୍ଯ୍ୟବେକ୍ଷକ […]
(ରଶ୍ମିତା ସେଠୀ) ଦରିଦ୍ରତାଙ୍କୁ ନେଇ ଦୀର୍ଘଦିନ ହେଲା ଦେଶରେ ବିତର୍କ ଚାଲୁଥିବା ବେଳେ ଦରିଦ୍ର କାହାକୁ କୁହାଯିବ ଓ ସେମାନଙ୍କ ସଂଖ୍ୟା କେତେ ସେନେଇ ପ୍ରଶ୍ନ ଉଠୁଛି । କେଉଁ ସାମାଜିକ ଅର୍ଥନୈତିକ କାରଣରୁ ଦରିଦ୍ରତା ବଢୁଛି ଏବଂ ଦରିଦ୍ରତାରୁ ଲୋକମାନଙ୍କୁ କିପରି ମୁକ୍ତ କରାଯାଇ ପାରିବ ସେନେଇ ସଚେତନ ନାଗରିକ ମାନଙ୍କୁ ବିବ୍ରତ କରୁଛି । ଆମ ଦେଶରେ ଦରିଦ୍ରତାର ଯେ ଆକଳନ ନ ହୋଇଛି, ସେକଥା ନୁହଁ […]
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡ଼ମୋହନପୁର ପଂଚାୟତରେ ଆଗାମୀ ସାଧାରଣ ନିର୍ବାଚନରେ ରେକର୍ଡ ବିଜୟ ପାଇଁ କ୍ଷେତ୍ର ପ୍ରସ୍ତୁତ କରିଛି ବିଜେଡି । ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ବୃହତ ବିଜୟ ବ୍ୟବଧାନ ପାଇଁ ଦଳ ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ବିଜେଡି ସଭାପତି କିଶୋର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ମିଶ୍ରଣ ସମାବେଶରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ […]
କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଚଉଦକୁଲାଟ ଫାଣ୍ଡି ଗାଙ୍ଗପଡା ଗ୍ରାମର ଅଶୋକ ଜେନାଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୩ ବଖରା ଛାଳଘର ପୋଡି ପାଉଁଶ ହୋଇଯାଇଛି । ଘରେ ଥିବା ଧାନ, ଚାଉଳ, ଟଙ୍କା, ପୋଷାକ ଆଦି ସମସ୍ତ ଆସବାବ ପତ୍ର ପୋଡି ପାଉଁଶ ହୋଇ ଯାଇଛି । ଘରେ ସମସ୍ତେ ଶୋଇଥିବା ବେଳେ ଏଭଳି କାଣ୍ଡ ଘଟିଛି । ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ଦମକଳବାହିନୀ ଖବର […]
କେନ୍ଦ୍ରାପଡ଼ା, ୨୭ା୪: ଶତ ପ୍ରତିଶତ ଭୋଟଦାନ ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅନନ୍ୟ ପ୍ରୟାସ ଜାରି ରହିଛି । କେବେ ଡଙ୍ଗାରେ ନଦୀ ପାର ହୋଇ ଘରକୁ ଘର ବୁଲି ଭୋଟରଙ୍କୁ ସଚେତନ କରୁଛନ୍ତି ତ ଆଉ କେବେ ଜଳ ସେବା କେନ୍ଦ୍ର ମାଧ୍ୟମରେ ମତଦାତାଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାର ସୁନିଶ୍ଚିତ କରିବାକୁ ଆହ୍ୱାନ ଦେଉଛନ୍ତି । କିନ୍ତୁ ଆଜି ଆଉ ଏକ […]
ଆଗାମୀ ସାଧାରଣ ନିର୍ବାଚନରେ ଉଭୟ କେନ୍ଦ୍ରାପଡ଼ା ଲୋକସଭା ଓ ରାଜନଗର ବିଧାନସଭା ଆସନରେ ଭାଜପା ପ୍ରତି ଜନସମର୍ଥନ ଉତ୍ସାହଜନକ ବୋଲି ଆଜି ପଟ୍ଟାମୁଣ୍ଡାଇ ଭାଜପା କାର୍ଯ୍ୟାଳୟରେ ଭାରତିୟ ଜନତା ପାଟି ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜନଗର ଆସନ ଭାଜପା ପ୍ରାର୍ଥୀ ଯୁବନେତା ଲଳିତ ବେହେରା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅବ କି ବାର ୪୦୦ ପାର ନାରା ପ୍ରତି ଜନସମର୍ଥନ […]
କେନ୍ଦ୍ରାପଡା( ଲକ୍ଷ୍ମୀକାନ୍ତ ନାୟକ )କେନ୍ଦ୍ରାପଡା ଲୋକସଭାର ଭାଜପା ପ୍ରାର୍ଥୀ ତଥା ହେବି ୱେଟ୍ ନେତା କୁହାଯାଉଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପାଇଁ ଏବେ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି କେନ୍ଦ୍ରାପଡା ବିଧାନସଭା ପ୍ରାର୍ଥୀ ଚୟନ ପ୍ରକ୍ରିୟା । ନିର୍ବାଚନ ଦିନକୁ ଦିନ ଯେତେ ଯେତେ ପାଖେଇ ଆସୁଛି ପ୍ରାର୍ଥୀ ଚୟନ କରିବା ସେତେ କଷ୍ଟକର ବ୍ୟାପାର ହେଉଛି ବୋଲି ବୈଜୟନ୍ତ କହିଛନ୍ତି । କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରରେ ୭ଟି […]
କେନ୍ଦ୍ରାପଡା ୨୬/୪ – ଦୁର୍ଘଟଣା ବଶତଃ ଚଳନଶକ୍ତି ହରାଇଥିବା ମଣିଷ ଭିତରେ ପ୍ରତିଭାର ସୁପ୍ତ ପ୍ରାଚୁର୍ୟ୍ୟ ଅନାବିସ୍କୃତ ହୋଇ ରହିଥାଏ । ଯଦି ତାକୁ ପ୍ରୋତ୍ସାହନ ଓ ସହାୟକ ଗତିଶୀଳତା ମିଳେ ତେବେ ସେ ନିଜ ସାମର୍ଥ୍ୟ ପ୍ରତିପାଦିତ କରିପାରେ । ଏହି ପରି ଜଣେ ସମ୍ଭାବନାମୟ ମହାକାଳପଡ଼ାର ଚଳନ ଶକ୍ତି ବାଧିତ ପାରା କ୍ରୀଡାବିତ୍ ପ୍ରଶାନ୍ତ କୁମାର ନାୟକଙ୍କୁ ମାଡ୍ରାସ ଆଇଆଇଟି ଦ୍ୱାରା ବିକଶିତ ଅତ୍ୟାଧୁନିକ ନିଉମୋସନ ମୋଟର […]