ରାଜନଗର ବିଧାୟକ ଭାବେ ପ୍ରଭାବଶାଳୀ ବିଜେଡି ଯୁବନେତା ବିଧାୟକ ଧ୍ରୁବ ସାହୁ ପୁନର୍ବାର ବିଜୟ ବାନା ଉଡାଇ ଦ୍ୱିତୀୟ ବାର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି I ବିଧାୟକ ଭାବେ ନିର୍ବାଚିତ ହେବା ପରେ ତାଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଶ୍ରୀ ସାହୁ ପୁନର୍ବାର ବିଧାୟକ ଭାବେ ନିର୍ବାଚିତ ହେବା ପରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ପୌର ଅଧକ୍ଷ ହେମନ୍ତ […]
Month: June 2024
କେନ୍ଦ୍ରାପଡ଼ା ୮/୬ – କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଆୟବା ପଞ୍ଚାୟତ ବାଲିଗୋଠ ଗ୍ରାମରେ ପିପିଏଲ ଓ ରିଲିଆନ୍ସ ଫାଉଣ୍ଡେସନ ମିଳିତ ଆନୁକୂଲ୍ୟରେ ଏକ ମୂର୍ତ୍ତିକା ସ୍ୱାସ୍ଥ୍ୟ ସୁରକ୍ଷା ଓ ମୂର୍ତ୍ତିକା ପରୀକ୍ଷଣ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ପାରାଦ୍ୱୀପ ଫସଫେଟ ଲିମିଟେଡ଼ ର କୃଷି ସଂଯୋଜକ ନୀଳମାଧ୍ୱ ପଣ୍ଡା ମୂର୍ତ୍ତିକା ସ୍ୱାସ୍ଥ୍ୟ ଯତ୍ନ ଓ ସାର ପରିଚାଳନା ବିଷୟରେ ଆଲୋଚନା କରିବା ସହ କିପରି ମୂର୍ତ୍ତିକାକୁ […]
କେନ୍ଦ୍ରାପଡ଼ା, ୮ା୬: କେନ୍ଦ୍ରାପଡା ଜିଲ୍ଲା ପ୍ରିୟଶ୍ଳୋକ ଆର୍ଯ୍ୟ ଫାଉଣ୍ଡେସନ ଟ୍ରଷ୍ଟର ୩ୟ ବାର୍ଷିକ ଉତ୍ସବ ଆଜି ଶନିବାର ଦିନ କେଶପୁର ବଜାରଠାରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଆଇନଜୀବୀ ଲଳିତେନ୍ଦୁ ପଣ୍ଡା ସଭା ପରିଚାଳନା କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହାପରେ ସେ ଟ୍ରଷ୍ଟ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ଗତ ୩ବର୍ଷତଳେ ପ୍ରିୟଶ୍ଳୋକ ଆର୍ଯ୍ୟ ଆକସ୍ମିକ ମୃତ୍ୟୁବରଣ କରିଥିଲେ । ସେ […]
କେନ୍ଦ୍ରାପଡ଼ା ୭/୬: ଆଜି କେନ୍ଦ୍ରାପଡା ନଗର ବିଜେଡି ତରଫରୁ ଏକ ଜରୁରୀ ବୈଠକ ଆହୁତ କରାଯାଇଥିଲା । କାକଟ ସ୍ଥିତ ସ୍ୱୟଂ ସେଲିବ୍ରେସନ ମଣ୍ଡପରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ପୌରହିତ୍ୟ କରିଥିଲେ । ଏହି ବୈଠକରେ ନବ ନିର୍ବାଚିତ ବିଧାୟକ ଗଣେଶ୍ୱର ବେହେରାଙ୍କୁ ନଗର ବିଜେଡି, ମହିଳା ବିଜେଡି ଓ ପୌର ପ୍ରତିନିଧିମାନଙ୍କ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ପୌର ପ୍ରତିନିଧି ତରଫରୁ ପୌରାଧ୍ୟକ୍ଷା […]
ପଟ୍ଟାମୁଣ୍ଡାଇ ଓ ଆଖପାଖ ଅଂଚଳରେ ଟମାଟୋ ଦର ଆକାଶଛୁଆଁ ହୋଇଛି । ସାଧାରଣ ଖାଉଟି ଟମାଟୋ ବଜାରରୁ କିଣିପାରୁନାହିଁ । ୨ ସପ୍ତାହ ମଧ୍ୟରେ ଟମାଟୋ ଦର ୪୦ ଟଙ୍କାରୁ ବୃଦ୍ଧି ପାଇ ୮୦ ଟଙ୍କାରେ ପହଁଚି ଥିବା ବେଳେ ଶୁକ୍ରବାର ୬୦/୭୦ରେ ବିକ୍ରି ହେଉଛି ।ଚାଷୀ ସୁରେନ୍ଦ୍ର ପରିଡା କୁହନ୍ତି, ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କାରଣରୁ ଟମାଟୋ ଗଛଗୁଡ଼ିକ ଭୁରୁଙ୍ଗା ମାରିଯିବା ଫଳରେ ଫଳ ଧରୁନାହିଁ । କେନାଲ […]
ଗୁରୁ ଶିଷ୍ୟର ସମ୍ପର୍କ ଅତୁଟ, ଯଦି ଗୁରୁ ଠିକ୍ଭାବରେ ଛାତ୍ରକୁ ଗଢିତୋଳିଥିବ ସେ କେବେ ଗୁରୁନିନ୍ଦା କରିବନାହିଁ । ଆଦର୍ଶ ଛାତ୍ରହିଁ ପ୍ରକୃତ ଗୁରୁଦକ୍ଷିଣା ଦେଇପାରିବ ବୋଲି କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଚନ୍ଦନନଗର ପଦ୍ମଲୋଚନ ବିଦ୍ୟାପିଠ ୧୯୮୯ ମସିହା ପୁରାତନ ଛାତ୍ରୀଛାତ୍ରଙ୍କ ଦ୍ୱାରା ଗୁରୁପୂଜନ ଓ ବନ୍ଧୁମିଳନ ସମାରୋହ ଉପସ୍ଥିତ ଅତିଥିମାନେ ଯୋଗଦେଇ ମତବ୍ୟକ୍ତ କରିଥିଲେ । ବରିଷ୍ଠ ଖବରଦାତା ଭାସ୍କର ରାଉତରାୟଙ୍କ ସଭାପତିତ୍ୱରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ପୂର୍ବତନ […]
ଭୁବନେଶ୍ୱର,୭/୬: ବିଜେଡିର ନିର୍ବାଚନୀ ବିପର୍ଯ୍ୟୟ ପରେ ଆଜି ଓଡ଼ିଶା ଆସିଛନ୍ତି ବିଜୁ ପଟ୍ଟନାୟକଙ୍କ ନାତି ଅରୁଣ ପଟ୍ଟନାୟକ । ବିଜେଡିର ବିପର୍ଯ୍ୟୟ ପାଇଁ ଭିକେ ପାଣ୍ଡିଆନ ଓ ତାଙ୍କ ଟିମକୁ ଦାୟୀ କରାଯାଉଥିବାବେଳେ ଅରୁଣଙ୍କ ଅଚାନକ ଭୁବନେଶ୍ୱର ଆଗମନ ବିଜେଡି ରାଜନୀତିକୁ ଉଷ୍ମ କରିଦେଇଛି । ନବୀନଙ୍କ ଉତରାଧିକାରୀ ହୋଇ ଅରୁଣ ବିଜେଡିର ନେତୃତ୍ୱ ନେବେ ନା ନବୀନଙ୍କୁ ସାନ୍ତ୍ୱନା ଦେଇ ପୁଣିଥରେ ଦିଲ୍ଲୀ ଫେରିଯିବେ ତାକୁ ନେଇ କଳ୍ପନାଜଳ୍ପନା […]
ଓଡ଼ିଶା ନୁହେଁ ତମାମ ଭାରତୀୟ ରାଜନୀତିର ଏକ ଅଦ୍ଭୂତ ବ୍ୟକ୍ତିତ୍ୱ ଭାବେ ପରିଗଣିତ ହୋଇଥିବା ନବୀନ ବାବୁ ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀ । ମୋଦି ସୁନାମୀରେ ବ୍ରାଣ୍ଡ ନବୀନ ଧ୍ୱଂସବିଧ୍ୱଂସ । ଓଡ଼ିଶା ରାଜନୀତିରେ ଅଟଳ, ଅଚଳ, ଅପରାଜୟ, ଅପ୍ରତିଦ୍ୱନ୍ଦ୍ୱୀର ମହାନାୟକ ନବୀନ ପଟ୍ଟନାୟକଙ୍କୁ ଶକ୍ତଧକ୍କା ଲାଗିଛି । ୨୪ବର୍ଷର ନିରଙ୍କୁଶ ଯାତ୍ରାରେ ଯବନିକା ପଡ଼ିଛି ଆଉ ଭାରତର ଅନ୍ୟତମ ପ୍ରଭାବୀ ତଥା ଶକ୍ତିଶାଳୀ ଆଞ୍ଚଳିକ ଦଳ ବିଜେଡ଼ି ବିପର୍ଯ୍ୟୟ […]
ଲୋକସଭା ନିର୍ବାଚନର ଫଳାଫଳ ପରେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ଦେଖିବାକୁ ମିଳିଛି । ପରାଜିତମାନଙ୍କ ଶିବିରରେ ଆନନ୍ଦ ଉଲ୍ଲାସ ଏବଂ ବିଜୟୀମାନଙ୍କ ଘରେ ଶୋକ । ଭାଜପା ସରକାର ଗଢିବା ନିଶ୍ଚିତ, କିନ୍ତୁ ମୋଦୀକ ଗ୍ୟାରେଣ୍ଟି ଯୁଗ ଶେଷ ହୋଇଛି । ଭୋଟରମାନେ ଏଥର ଭାଜପର ଇଗୋକୁ ଅଭିଷେକ କରିଛନ୍ତି। ଏକଜିଟ୍ ପୋଲ୍ ଫଳାଫଳ ଦର୍ଶାଇଥିଲା ଭଜପା ଭଲ ପ୍ରଦର୍ଶନ କରିବ । ଏକଜିଟ୍ ପୋଲରେ ଯେତେ ରାଜନୈତିକ ପଣ୍ଡିତ […]
କେନ୍ଦ୍ରାପଡ଼ା ୭/୬: ଶତାୟୁ ଈଶ୍ୱର ଚନ୍ଦ୍ର ସାହୁଙ୍କ ମହାପ୍ରୟାଣର ଦ୍ୱାଦଶାହରେ କେନ୍ଦ୍ରାପଡା ପୌରସଂସ୍ଥା ଅନ୍ତର୍ଗତ ଚାଟରାପାଟଣାଠାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି କେନ୍ଦ୍ରାପଡାର ବିଧାୟକ ଗଣେଶ୍ୱର ବେହେରା କହିଲେ ଈଶ୍ୱର ଚନ୍ଦ୍ର ସାହୁ ଜାତକ ଅନୁଯାୟୀ ୯୯ ବର୍ଷ ୬ ମାସରେ ଦେହାନ୍ତ ହୋଇଥିଲା । ତେଣୁ ୬ ମାସରୁ ଉର୍ଦ୍ଧ୍ୱ ହେଲେ ତାକୁ ଗୋଟିଏ ବର୍ଷ ବୋଲି ଗଣନା କରାଯାଇଥାଏ । ଏଣୁ […]
ନୂଆଦିଲ୍ଲୀ,୭।୬: ଶୁକ୍ରବାର ଅନୁଷ୍ଠିତ ଏନଡିଏ ସଂସଦୀୟ ଦଳର ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏନଡିଏ ଦଳର ନେତା ଭାବେ ମନୋନୀତ କରାଯାଇଛି। ଏହାପରେ ପରେ ନରେନ୍ଦ୍ର ମୋଦି ସମ୍ବୋଧନ କରି କହିଛନ୍ତି, ସର୍ବସମ୍ମତି କ୍ରମେ ମୋତେ ବାଛି ନୂଆ ଦାୟିତ୍ୱ ଦେଇଛନ୍ତି। ଏଥିପାଇଁ ମୁଁ ଆପଣମାନଙ୍କ ପାଖରେ କୃତଜ୍ଞ। ଏନଡିଏ ଭଳି ଅନ୍ୟ କୌଣସି ପ୍ରି-ପୋଲ ଆଲାଏନ୍ସ ସଫଳ ହୋଇନି। ଏନଡିଏ ହେଉଛି ସବୁଠାରୁ ସଫଳ ଆଲାଏନ୍ସ। ୩୦ ବର୍ଷ […]
BBSR,୭।୬: ଓଡ଼ିଶାରେ ଦୀର୍ଘ ୨୪ବର୍ଷ ଶାସନରେ ରହିବା ପରେ ମଙ୍ଗଳବାର ବିଜୁ ଜନତା ଦଳ (ବିଜେଡି) ସରକାରର ପତନ ଘଟିଛି। ତେବେ ବିଜେଡିର ଶୋଚନୀୟ ପରାଜୟକୁ ନେଇ କାରଣ ଖୋଜା ଚାଲିଛି। କିଏ କହୁଛି ପାଣ୍ଡିଆନ୍ ଏହାର ମୁଖ୍ୟ କାରଣ ତ ଆଉ କିଏ କହୁଛି ଉଭୟ ପାଣ୍ଡିଆନ୍ ଏବଂ ନବୀନ ହିଁ ଏଥିପାଇଁ ସମ୍ପୂର୍ଣ୍ଣ ଦାୟୀ। ଏସବୁ ଭିତରେ ଏକ ବଡ଼ କାରଣ ସାମ୍ନାକୁ ଆସିଛି । କୁହାଯାଉଛି, […]
ଅଷ୍ଠଦଶ ଲୋକ ସଭା ସହ ୪ ରାଜ୍ୟ ଆନ୍ଧ୍ରପ୍ରଦେଶ, ଓଡ଼ିଶା, ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମ୍ ବିଧାନସଭା ଲାଗି ନିର୍ବାଚନ ଶେଷ ହୋଇ ଫଳ ପ୍ରକାଶ ପାଇଛି । କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ଏନ୍ଡିଏ ସରକାର ଗଠନ କରିବାକୁ ଯାଉଛି । ସେହିଭଳି ଓଡ଼ିଶାରେ ଭାଜପା, ଅରୁଣାଚଳ ପ୍ରଦେଶରେ ବିଜେପି, ସିକ୍କିମରେ ସିକ୍କିମ୍ କ୍ରାନ୍ତିକାରୀ ମୋର୍ଚ୍ଚା (ଏସ୍କେଏମ୍) ଏବଂ ଆନ୍ଧ୍ରରେ ଟିଡିପି (ତେଲୁଗ ଦେଶମ ପାଟି) ସରକାର ଗଠନ କରିବା […]
BBSR- 6/6-ରାଜ୍ୟରେ BSKY ଯୋଜନାକୁ ନେଇ ଚାଲିଥିବା ଦ୍ୱନ୍ଦ୍ୱକୁ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଦୂର କରିଛନ୍ତି । ଗୁରୁବାର ସେ ଏକ ଭିଡିଓ ଜାରି କରି ସ୍ପଷ୍ଟ କହିଛନ୍ତି ଯେ, BSKY ଯୋଜନା ଚାଲୁ ରହିଛି। ଏହି ଯୋଜନାରେ ରୋଗୀଙ୍କ ଚିକିତ୍ସା ଅବ୍ୟାହତ ରହିଛି। ବିଏସ୍କେଓ୍ବାଇ ହିତାଧିକାରୀଙ୍କୁ ହସ୍ପିଟାଲଗୁଡ଼ିକ ଅବହେଳା କରିପାରିବେ ନାହିଁ କି ଡିସ୍ଚାର୍ଜ କରିପାରିବେ ନାହିଁ। BSKY କାର୍ଡ ପାଇଁ ରୋଗୀଙ୍କୁ ମଧ୍ୟ ଫେରାଇବେ […]
କେନ୍ଦ୍ରାପଡ଼ା, ୫/୬: ସାଧାରଣ ନିର୍ବାଚନ ଅବସରରେ କେନ୍ଦ୍ରାପଡା ଲୋକସଭା ସାଂସଦ ବୈଜୟନ୍ତ ପଣ୍ଡା ଓ ମହାକାଳପଡା ବିଧାନସଭାର ନବନିର୍ବାଚିତ ବିଧାୟକ ଦୁର୍ଗା ପ୍ରସନ୍ନ ନାୟକଙ୍କର ବିଜୟ ଫଳରେ ବିକାଶ ମଞ୍ଚର ସଭାପତି ତଥା ପରିବେଶବିତ୍ କାଶିନାଥ ରାଉତରାୟ ସମ୍ପାଦକ ବିଚିତ୍ର ବାରିକ, ଉପଦେଷ୍ଟା ପ୍ରତାପ ରୁଦ୍ର ପାଇକରାୟ, ମଞ୍ଚର ସଦସ୍ୟ ରମେଶ ଚନ୍ଦ୍ର ସ୍ୱାଇଁ, ଧନେଶ୍ୱର ସେଠୀ, ମିକି ମହାପାତ୍ର, ନିରଞ୍ଜନ ଓଝା, ବିଶ୍ୱନାଥ ରାଉତରାୟ, ଲକ୍ଷ୍ମୀଧର ସ୍ୱାଇଁ, ସରୋଜ […]
କେନ୍ଦ୍ରାପଡ଼ା, ୫ା୬: ସମ୍ପ୍ରତି ୨୦୨୪ ଲୋକସଭା ଓ ରାଜ୍ୟ ବିଧାନସଭାର ନିର୍ବାଚନରେ କେନ୍ଦ୍ରାପଡା ନବନିର୍ବାଚିତ ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, ବିଧାନସଭାର ପ୍ରତାପ କେଶରୀ ଦେବ, ଗଣେଶ୍ୱର ବେହେରା, ଧ୍ରୁବ ଚରଣ ସାହୁ, ଦୂର୍ଗାପ୍ରସନ୍ନ ନାୟକ ଓ ଅରବିନ୍ଦ ମହାପାତ୍ରଙ୍କୁ ଜିଲ୍ଲା ବିକାଶ ସାମ୍ମୁଖ୍ୟ ତରଫରୁ ଅଭିନନ୍ଦନ । ସମଗ୍ର ରାଜ୍ୟରେ ପ୍ରତିଷ୍ଠା ଅର୍ଜନ କରିଥିବା ଆମ ଜିଲ୍ଲା ରାଜନୈତିକ ମାନଦଣ୍ଡରେ ରାଜ୍ୟରେ ୨୭ତମ ସ୍ଥାନରେ ସ୍ଥାନୀତ । […]
କେନ୍ଦ୍ରାପଡ଼ା, ୫ା୬: କେନ୍ଦ୍ରାପଡା ଲୋକସଭା କ୍ଷେତ୍ର ବିଜୁ ପଟ୍ଟନାୟକଙ୍କ ଗଡ ଭାବେ ଖ୍ୟାତ । ଏହି ଗଡକୁ ବିଜେପି ନେତା ବୈଜୟନ୍ତ ପଣ୍ଡା ଦଖଲ କରି ଇତିହାସ ରଚନା କରିଛନ୍ତି । କେନ୍ଦ୍ରାପଡା ଲୋକସଭା କ୍ଷେତ୍ରରୁ ଶ୍ରୀ ପଣ୍ଡା ବିଜେପି ପ୍ରାର୍ଥୀ ଭାବେ ବିଜୟ ଲାଭ କରିଛନ୍ତି । ସେହିପରି ଭାବେ ମହାକାଳପଡା ବିଧାୟକ ବିଜେପି ପ୍ରାର୍ଥୀ ଦୂର୍ଗା ପ୍ରସନ୍ନ ନାୟକ ବିପୁଳ ସଂଖ୍ୟାରେ ଭୋଟ ପାଇ ବିଜୟ ଲାଭ […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ବଳଭଦ୍ରପୁର ପଂଚାୟତ ବାଲିପାଟଣା ଗାଁର ରଙ୍ଗାଧର ପରିଡାଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଆସବାବ ପତ୍ର ସହ ଦୁଇ ପରିବାରର ଲୁଗାପଟା ପୋଡି ପୋଡି ପାଉଁଶ ହୋଇଯାଇଛି । ଅଗ୍ନିଶମ ବିଭାଗ ପହଁଚି ନିଆଁକୁ ଆୟତ କରିଥିଲେ । ଚୁଚନାଅନୁଯାଇ ବାଲିପାଟଣା ଗ୍ରାମର ରଙ୍ଗାଧରଙ୍କ ଘରେ ମଙ୍ଗଳବାର ରାତି ପ୍ରୟ ଗୋଟାଏ ସମୟରେ ବିଦ୍ୟୁତ ସର୍ଟ ସର୍କିଟ […]
ଯେତେବେଳେ ମୁଖ୍ୟମନ୍ତ୍ରୀ ହୋଇଥିଲି, ଓଡ଼ିଶାର ୭୦% ଲୋକ ଦାରିଦ୍ରଥିଲେ ହେଲେ ଏବେ ରାଜ୍ୟର ୧୦% ଲୋକେ ଦାରିଦ୍ର ସୀମାରେଖାରେ ଅଛନ୍ତି -ନବୀନ ପଟ୍ଟନାୟକ BBSR 5-6/ ରାଜ୍ୟରେ ହୋଇଥିବା ସାଧାରଣ ନିର୍ବାଚନରେ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଠନ କରିବାକୁ ଯାଉଛି। ହେଲେ ପରାଜିତ ହୋଇ ଅଧିକ ଚର୍ଚ୍ଚାରେ ରହିଛି ବିଜେଡି, ସେ ବି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନେଇ। ଦୀର୍ଘ ୨୪ ବର୍ଷ ଧରି ଶାସନ କ୍ଷମତାରେ […]
BBSR,୫।୬ ରାଜ୍ୟରେ ବିଜେପିକୁ ବହୁମତ ମିଳିବା ପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(BSKY)କୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ବିଭିନ୍ନ ମେଡିକାଲରେ BSKY କାର୍ଡ ବନ୍ଦ ହୋଇଯାଇଥିବା କହି ଏହାକୁ ଗ୍ରହଣ କରୁ ନଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଗତ କାଲି ଫଳାଫଳ ପ୍ରକାଶ ପାଇବା ପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ (BSKY)କୁ ନେଇ ଅନେକ ଅଭିଯୋଗ […]
BBSR-5/6-ଓଡ଼ିଶାରେ ବନ୍ଦ ହୋଇଯିବ BSKY ଯୋଜନା । ନୂଆ ସରକାର ଗଠନ ହେବା ପରେ ଓଡ଼ିଶାରେ ବିଏସକେୱାଇ କାର୍ଡ ବନ୍ଦ ହୋଇଯିବ । ଅର୍ଥାତ ଓଡ଼ିଶାବାସୀ ଆଉ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଲାଭ ଉଠାଇପାରିବେ ନାହିଁ । ଏଣିକି ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା । ଏନେଇ ବଡ଼ ସୂଚନା ଦେଇଛନ୍ତି ଭାଜପା ରାଜ୍ୟ ସଭାପତି ମନେମାହନ ସାମଲ । ଓଡ଼ିଶାରେ ଦୀର୍ଘ ୨୪ ବର୍ଷର […]
କେନ୍ଦ୍ରାପଡ଼ା, ୪ା୬: କେନ୍ଦ୍ରାପଡାରେ ପ୍ରଥମ ଥର ପାଇଁ ବିଜେଡିରୁ ଯାଇ ବିଜେପିରେ ସାଂସଦ ପ୍ରାର୍ଥୀ ହୋଇ ପ୍ରାୟ ୫୫ହଜାରରୁ ଉର୍ଦ୍ଧ୍ୱ ବ୍ୟବଧାନରେ ବିଜେଡି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କୁ ହରାଇ ବିଜୟୀ ହୋଇଛନ୍ତି । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କେନ୍ଦ୍ରାପଡା ଗସ୍ତ ଓ ନିର୍ବାଚନ ପ୍ରଚାର ପରେ ଏଠାରେ ମୋଦି ଲହର ଯୋଗୁଁ ରାଜନଗର ବିଧାନସଭା କ୍ଷେତ୍ର ବ୍ୟତିତ ସବୁଠି ଶ୍ରୀ ପଣ୍ଡା ଆଗରେ ରହିଥିବା ଦେଖାଯାଇଛି । […]
ଭୁବନେଶ୍ୱର,୩।୬: ବିଧାନସଭା ଏବଂ ଲୋକ ସଭା ନିର୍ବାଚନରେ ପରାଜୟ ପରେ ପ୍ରଥମ ବୟାନ ଦେଇଛନ୍ତି ନବୀନ ପଟ୍ଟନାୟକ। ସେ କହିଛନ୍ତି ”ଦଳମତ ନିର୍ବିଶେଷରେ ବିଜୟୀ ସମସ୍ତ ପ୍ରାର୍ଥୀଙ୍କୁ ମୋର ଶୁଭେଚ୍ଛା। ବିଜୁ ଜନତା ଦଳର ସମସ୍ତ କର୍ମୀ ଓ ନେତାଙ୍କ ନିଷ୍ଠାପର ଉଦ୍ୟମ ଓ ତ୍ୟାଗ ପ୍ରତି ମୋର ସମ୍ମାନ ଓ ଧନ୍ୟବାଦ ଜଣାଇଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୪ ବର୍ଷ ମଧ୍ୟରେ ପ୍ରଥମ ଥର […]
ଭୁବନେଶ୍ୱର,୩।୬: ବିଧାନସଭା ଏବଂ ଲୋକ ସଭା ନିର୍ବାଚନରେ ପରାଜୟ ପରେ ପ୍ରଥମ ବୟାନ ଦେଇଛନ୍ତି ନବୀନ ପଟ୍ଟନାୟକ। ସେ କହିଛନ୍ତି ”ଦଳମତ ନିର୍ବିଶେଷରେ ବିଜୟୀ ସମସ୍ତ ପ୍ରାର୍ଥୀଙ୍କୁ ମୋର ଶୁଭେଚ୍ଛା। ବିଜୁ ଜନତା ଦଳର ସମସ୍ତ କର୍ମୀ ଓ ନେତାଙ୍କ ନିଷ୍ଠାପର ଉଦ୍ୟମ ଓ ତ୍ୟାଗ ପ୍ରତି ମୋର ସମ୍ମାନ ଓ ଧନ୍ୟବାଦ ଜଣାଇଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୪ ବର୍ଷ ମଧ୍ୟରେ ପ୍ରଥମ ଥର […]