ରାମନାହାକଡିଆ ଝାଡ଼ବଣ ବିକାଶ ପାଇଁ ଉଚ୍ଚ ପଦାଧିକାରୀଙ୍କୁ ଅନୁରୋଧ



କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ତରଡ଼ିପାଳ ପଂଚାୟତ ବ୍ରାହ୍ମଣୀ ନଦୀ କୂଳରେ ଅବସ୍ଥିତ ପ୍ରକୃତିପଲ୍ଲୀ ରାମନାହାକଡିଆକୁ ଏକ ପଯ୍ୟଟନସ୍ଥଳୀର ମାନ୍ୟତା ଦିଆଗଲେ ଅଂଚଳର ଆର୍ôଥକ ବିକାଶରେ ସହାୟକ ହୋଇପାରିବ ବୋଲି ଧୋୟାଂଚଳ ବିକାଶ ମଂଚ ପକ୍ଷରୁ ଏକ ପ୍ରତିନିଧିଦଳ ବୁଧବାର ରାଜନଗର ଡ଼ିଏଫଓଙ୍କୁ ଭେଟି ଦାବୀ ପତ୍ର ପ୍ରଦାନ କରିଛନ୍ତି ।


ପଟ୍ଟାମୁଣ୍ଡାଇ ଧୋୟାଂଚଳ ବିକାଶ ମଂଚର ସମ୍ପାଦକ ରାଜ କୁମାର ବିଶ୍ୱାଳ, କାର୍ତିକ ରାଉତ, ପ୍ରେମାନନ୍ଦ ସୂତାର, କାର୍ତିକ ରାଉତ ଓ ବିପିନ ବିହାରୀ ବର୍ମା ପ୍ରମୁଖଙ୍କ କହିଛନ୍ତି ପଟ୍ଟାମୁଣ୍ଡାଇ ଧୋୟାଂଚଳ ବ୍ରାହ୍ମଣୀ ନଦୀ କୂଳରେ ଅବସ୍ଥିତ । ଏ ଅଂଚଳର ଲୋକମାଙ୍କର କୃଷି ହେଉଛି ମୁଖ୍ୟ ପେସା । ବନ୍ୟା ବାତ୍ୟା ଆଦି ପ୍ରାକୃତିକ ବିପର୍ଯୟ ଅନେକ ସମୟରେ ଲୋକମାନଙ୍କ ଫସଲକୁ ବହୁଳ ଭାବେ ନଷ୍ଟ କରିଦେଇଥାଏ । ନଦୀ କୂଳରେ ବାସ କରୁଥିବାରୁ ଅନେକ ସମୟରେ କୁମ୍ଭୀର ଭୟ ରହିଛି । ଜୀବନ ଓ ଜୀବିକାର ଲଢେଇ ମଧ୍ୟରେ ଅଂଚଳବାସୀ ସୁରକ୍ଷିତ ସହାବସ୍ଥାନ ଓ ଆର୍ôଥକ ଉନ୍ନତି ଆଶା କରୁଛନ୍ତି । ଏଠାରେ ୨୦୦ଏକରରୁ ଉର୍ଦ୍ଧ ଜଙ୍ଗଲ ଜମି ରହିଛି । ଆମ୍ବ ପଣସ, ଜାମୁ, ବେତ ବାଉଁଶ ଆଦି ବିଭିନ୍ନ ପ୍ରକାର ଗଛ ଲତାରେ ଏ ଅଂଚଳ ପ୍ରକୃତିର ସୌନ୍ଦର୍ଯ୍ୟ ବୃଦ୍ଧି କରିଛି । ଏହି ଜଙ୍ଗଲ ମଧ୍ୟରେ ନାନା ପ୍ରକାର ଜୀବଜନ୍ତୁ ରହିଛନ୍ତି । ଏଠାରେ ଥିବା ଝାଡ଼ବଣରେ ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟ ବିରାଜମାନ କରୁଥିବାବେଳେ ସିଦ୍ଧ ମହାପୁରୁଷ ମନ୍ଦିର ରହିଛି । ବିଭିନ୍ନ ଅଂଚଳର ବହୁ ପର୍ଯ୍ୟଟକ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ସହ ବଣ ଭୋଜି ପାଇଁ ଏଠାକୁ ଆସିଥାନ୍ତି । ଏହାଛଡା ମାନସିକ ପୂରଣ ପାଇଁ ଲୋକମାନେସିଦ୍ଧ ମହାପୁରୁଷ ମନ୍ଦିରକୁ ଆସି ପୂଜାର୍ଚନା କରିଥାନ୍ତି । ଏହି ସ୍ଥାନକୁ ପଯ୍ୟଟନସ୍ଥଳୀର ମାନ୍ୟତା ଦିଆଗଲେ ଅଂଚଳର ଆର୍ôଥକ ବିକାଶରେ ସହାୟକ ହୋଇପାରିବ ବୋଲି ସେମାନେ କହିବା ସହିତ ଆସନ୍ତା କାଲି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସମେତ ସମସ୍ତ ଉଚ୍ଚପଦସ୍ଥ ସରକାରୀ ଅଧିକାରୀଙ୍କୁ ଭେଟି ରାମନାହାକଡିଆ ଅଂଚଳର ବିକାଶ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଯିବ ବୋଲି କହିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading