ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଠାରୁ ବାର୍ଷିକ ଜୀବନ ପ୍ରମାଣପତ୍ର ଗ୍ରହଣ



କେନ୍ଦ୍ରାପଡା ୫/୧୧- ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଠାରୁ ବାର୍ଷିକ ଜୀବନ ପ୍ରମାଣପତ୍ର ଗ୍ରହଣ ଉଭୟ ଜିଲ୍ଲା କୋଷାଗାର କାର୍ଯ୍ୟାଳୟ (ଟ୍ରେଜେରୀ ଅଫିସ)ଓ ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରେ ଚଳିତ ମାସ ପହିଲାରୁ ଆରମ୍ଭ ହୋଇଅଛି । ଜିଲ୍ଲା କୋଷାଗାର ଅଧିକାରୀ ପ୍ରମୋଦ କୁମାର ରାଉତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସାଧାରଣ ସଂପାଦକ ହେମନ୍ତ କୁମାର ଜେନା ଏବଂ ସଂଗଠନ ସମ୍ପାଦକ ବୈଷ୍ଣବ ଚରଣ ସ୍ୱାଇଁଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ ନଭେମ୍ବର ମାସ ଶେଷ ପର୍ଯ୍ୟନ୍ତ ଚାଲିବ । ପେନସନଧାରୀ ମାନେ ସାଥୀରେ ପେନସନବହି, ବ୍ୟାଙ୍କପାସବହି ଏବଂ ଆଧାର କାର୍ଡ ଆଣିବାକୁ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ଶ୍ରୀ ଜେନା ଅନୁରୋଧ କରିଛନ୍ତି । ଏଥିସହ ଯେଉଁ ପେନସନଭୋଗୀମାନେ ବ୍ୟାଙ୍କ ବା ଟ୍ରେଜେରୀକୁ ଆସିବାପାଇଁ ଅସମର୍ଥ ସେମାନେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଲିଖିତଭାବେ ଜଣାଇଲେ ସେମାନଙ୍କ ଘରୁ ଜୀବନ ପ୍ରମାଣପତ୍ର ଆଣିବାର ବ୍ୟବସ୍ଥା କରିବେ ।


Discover more from

Subscribe now to keep reading and get access to the full archive.

Continue reading