ଗଳ୍ପସଙ୍କଳନ ମୂକସଖୀ ଉନ୍ମୋଚିତ



କେନ୍ଦ୍ରାପଡା ୫/୧୨- ଗାଳ୍ପିକ ମାତୃଦତ୍ତ ମହାନ୍ତିଙ୍କ ଗଳ୍ପସଂକଳନ “ମୂକସଖୀ’ ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରେ ଉନ୍ମୋଚିତ ହୋଇଯାଇଛି । ପ୍ରଥମେ ପୂଜାର୍ଚ୍ଚନା କରାଯାଇ ଗଳ୍ପସଙ୍କଳନଟିକୁ ଶ୍ରୀ ଜୀଉମାନଙ୍କୁ ଲାଗି କରାଯାଇଥିଲା । ପରେ ପରେ ଅବସରପ୍ରାପ୍ତ ଶିକ୍ଷକ ଗୁରୁ କାଙ୍ଗାଳି ଚରଣ ବାରିକ ଓ ପୂର୍ବତନ ସୈନିକ ବ୍ରଜ କିଶୋର ସାହୁ ଅତିଥି ଭାବେ ଯୋଗଦେଇ ଗଳ୍ପସଂକଳନର ଲୋକାର୍ପଣ କରିଥିଲେ । ବିଲୁପ୍ତ ପ୍ରାୟ କେନ୍ଦ୍ରାପଡା ଜିଲାର ସଖୀ କଣ୍ଢେଇ ପରମ୍ପରା ଓ ଏଥିପ୍ରତି ବିମୁଖ ଯୁବପିଢ଼ିଙ୍କ ବିଚାରଧାରାକୁ ନେଇ ମୂକସଖୀ ଗଳ୍ପ ରଚନା କରାଯାଇଛି । ଗଳ୍ପ ସଂକଳନଟିରେ ଭିନ୍ନ ଭିନ୍ନ ସ୍ୱାଦର ମୋଟ ୧୪ ଗୋଟି ଗଳ୍ପ ରହିଛି । ପ୍ରତିଟି ଗଳ୍ପରେ ସାମାଜିକ ପରିବର୍ତ୍ତନ ଓ ବ୍ୟକ୍ତି ଜୀବନ ଉପରେ ଏହାର ପ୍ରଭାବ ସମ୍ପର୍କରେ ଗାଳ୍ପିକ ଆଲୋକପାତ କରିଛନ୍ତି । ମନ୍ତ୍ର ପବ୍ଲିକେଶନ୍ ପକ୍ଷରୁ ପ୍ରକାଶିତ ଏହି ପୁସ୍ତକ ପାଠକଙ୍କ ଦ୍ୱାରା ଆଦୃତ ହେବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ପୁସ୍ତକ ଲୋକାର୍ପଣ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ରାଜେନ୍ଦ୍ର ମହାପାତ୍ର, ସୁଶାନ୍ତ ନାୟକ, ବିରେନ୍ଦ୍ର ଦାସ, ରଶ୍ମି ରଞ୍ଜନ ସ୍ୱାଇଁ, ମଳୟ ସାହୁ, ଜ୍ଞାନ ରଞ୍ଜନ ଦାସ, ଗୌତମ କୁମାର ସାହୁ, ପଙ୍କଜ ସିହ୍ନା ପ୍ରମୁଖ ଯୋଗଦେଇଥିଲେ । ପୂର୍ବରୁ ଗାଳ୍ପିକ ମାତୃଦତ୍ତ ମହାନ୍ତିଙ୍କର ୪ ଗୋଟି ଗଳ୍ପ୍ ସଂକଳନ ପ୍ରକାଶିତ ।


Discover more from

Subscribe now to keep reading and get access to the full archive.

Continue reading