କେନ୍ଦ୍ରାପଡ଼ା ତହସିଲରେ ଜିଲ୍ଲାପାଳଙ୍କ ରାଜସ୍ୱ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ



କେନ୍ଦ୍ରାପଡ଼ା, ୧୭ା୧୨: କେନ୍ଦ୍ରାପଡ଼ା ତହସିଲରେ ବୁଧବାର ଜିଲ୍ଲାପାଳ ରଘୁରାମ ଆର. ଆୟର ରାଜସ୍ୱ ସଂକ୍ରାନ୍ତୀୟ ବିଭିନ୍ନ ଅଭିଯୋଗ ଗୁଡିକର ଶୁଣାଣି କରିଛନ୍ତି। ଏହି ଅଭିଯୋଗ ଶୁଣାଣିରେ କେନ୍ଦ୍ରାପଡା ତହସିଲଦାର ସୁଶ୍ରୀ କୁଇନି ଜେନା ଉପସ୍ଥିତ ରହି ସହାୟତା ପ୍ରଦାନ କରିଥିଲେ। ଆଜି ମୋଟ ୨୧ ଟି ଅଭିଯୋଗ ମଧ୍ୟରୁ ୨୦ ଟି ବ୍ୟକ୍ତିଗତ ଏବଂ ଗୋଟିଏ ସାମୂହିକ ରାଜସ୍ୱ ଅଭିଯୋଗ ପଞ୍ଜିକୃତ ହୋଇଥିଲା। ପ୍ରକାଶଥାଉ କି ଆସନ୍ତା ୨୦ ତାରିଖରେ ପଟ୍ଟାମୁଣ୍ଡାଇ ତହସିଲ, ୨୪ ତାରିଖରେ ଡେରାବିଶ ଏବଂ ୨୬ ତାରିଖରେ ମାର୍ଶାଘାଇ ତହସିଲରେ ପୂର୍ବାହ୍ନ ୧୦.୩୦ ରୁ ଦିନ ୧ ଘଟିକା ପର୍ଯ୍ୟନ୍ତ ରାଜସ୍ୱ ଜନଶୁଣାଣି ଶିବିର ଅନୁଷ୍ଠିତ ହେବ। ଜନସାଧାରଣଙ୍କ ରାଜସ୍ୱ ସଂକ୍ରାନ୍ତୀୟ କୌଣସି ଅଭିଯୋଗ ଥିଲେ ଧାର୍ଯ୍ୟ ଦିନ ଏବଂ ସମୟରେ ତହସିଲରେ ଉପସ୍ଥିତ ରହି ଅଭିଯୋଗ କରିପାରିବେ। ଅଭିଯୋଗ ଶୁଣାଣିରେ ଅନ୍ୟମାନଙ୍କ ମଧ୍ୟରେ ତହସିଲ କର୍ମଚାରୀ ପ୍ରଦୀପ କୁମାର ଦାସ, ସୌଭାଗ୍ୟ ଦାସ, ଉମେଶ କୁମାର ବେହେରା ପ୍ରମୁଖ ସହଯୋଗ କରିଥିଲେ।


Discover more from

Subscribe now to keep reading and get access to the full archive.

Continue reading