ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗରେ ମାନବ ସଭ୍ୟତା ସଫଳତା ପଥରେ ଚାଲିଛି


ପଟ୍ଟାମୁଣ୍ଡାଇ କଲେଜ ଶିକ୍ଷା ବିଭାଗ ଆଲୋଚନାଚକ୍ର

ପଟ୍ଟାମୁଣ୍ଡାଇ ୧୭/୧୨ – ପଟ୍ଟାମୁଣ୍ଡାଇ କଲେଜ ଶିକ୍ଷା ବିଭାଗ ପକ୍ଷରୁ ଶ୍ରେଣୀ କକ୍ଷରେ ପ୍ରଯୁକ୍ତି ବିଦ୍ୟାର ସମନ୍ୱିତ ଆହ୍ୱାନ ଓ ସମ୍ଭାବନା ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଉମାକାନ୍ତ ପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନାଚକ୍ରରେ କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ କଲେଜ ଅଧ୍ୟାପକ ଡ଼ ପ୍ରଭାକର ମଲ୍ଲିକ ମୁଖ୍ୟ ଆଲୋଚକ ଭାବେ ଯୋଗ ଦେଇ ଆଜିର ଯୁଗ ହେଉଛି ବିଜ୍ଞାନ, ପ୍ରଯୁକ୍ତି ଓ ନବସୃଜନର ଯୁଗ । ମାନବ ସଭ୍ୟତାର ଉନ୍ନତିରେ ବିଜ୍ଞାନର ଅନେକ ଅବଦାନ ରହିଛି । ଚକର ଆବିଷ୍କାର ଠାରୁ ଆରମ୍ଭ କରି କୃତ୍ରିମ ବୁଦ୍ଧିମତା ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ନବସୃଜନର ପ୍ରଭାବ ସ୍ପଷ୍ଟ କରିଥାଏ । ପ୍ରତ୍ୟେକଟି ନବସୃଜନ ମାଧ୍ୟମରେ ସମୃଦ୍ଧ ଓ ସଶକ୍ତ କରିପାରିଛି । ପରୀକ୍ଷା, ପର୍ଯ୍ୟବେକ୍ଷଣ ଓ ସତ୍ୟର ଅନ୍ୱେଷଣ ବିଚାର ଦ୍ୱାରା ଉତ୍ପନ୍ନ ଜ୍ଞାନରୁ ବିଜ୍ଞାନ ସୃଷ୍ଟି ହୁଏ । କୃଷି, ଖାଦ୍ୟ, ସ୍ୱାସ୍ଥ୍ୟ, ଶିଳ୍ପ, ଶିକ୍ଷା ପ୍ରତ୍ୟେକ କ୍ଷେତ୍ରରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଫଳରେ ମାନବ ସଭ୍ୟତା ନିତି ନୂତନ ସୁଯୋଗ ନୂତନ ସଫଳତା ପଥରେ ଆଗେଇ ଚାଲିଛି । ବିଜ୍ଞାନ ଜ୍ଞାନର ପଥ ହୋଇଥିବା ବେଳେ ପ୍ରଯୁକ୍ତି ହେଉଛି ଜ୍ଞାନର ପ୍ରୟୋଗ ଏବଂ ନବସୃଜନ ଅଗକୁ ବଢିବାର ପଥ । ଯାହଦ୍ୱାରା ବିଶ୍ୱ ନିରନ୍ତର ତୀବ୍ର ପ୍ରଗତି ହେଉଛି ବୋଲି କହିଥିଲେ । ବିଭିନ୍ନ ଅସୁବିଧାର ସମ୍ମୁଖୀନ ଓ ବ୍ୟବହାର ଉପଯୋଗୀ ଜିନିଷ ଗୁଡିକର ଉଦ୍ଭାବନକୁ ବିଜ୍ଞାନ ଓ ଜ୍ଞାନ କୌଶଳ ଦ୍ୱାରା ବ୍ୟବହାର ଓ କର୍ମ ଉପଯୋଗୀ କରାଯାଇପାରିବା ସମ୍ପର୍କରେ ଆଲୋଚନା କରିଥିଲେ । ପଟ୍ଟାମୁଣ୍ଡାଇ କଲେଜ ଶିକ୍ଷା ବିଭାଗ ମୁଖ୍ୟ ଅଧ୍ୟାପିକା ନିବେଦିତା ନାୟକ ସ୍ୱାଗତଭାଷଣ ଓ ଅତିଥିପରିଚୟ ପ୍ରଦାନ କରିଥିଲେ । ଏଥିରେ ଆଇକ୍ୟୁ ଏସି ସଂଯୋଜକ ସୁଭାଶିଷ ମିଶ୍ର ପ୍ରଯୁକ୍ତି ବିଦ୍ୟା ସମ୍ପର୍କରେ ସମ୍ୟକ ସୂଚନା ଦେଇ କହିଥିଲେ ଯେ ବିଜ୍ଞାନ ବିଶ୍ୱବାସୀ ପ୍ରଲୋଭିତ କରିସାରିଲାଣି । ଫଳରେ ଭବିଷ୍ୟତ ପାଇଁ ଏହା ବିପଦକୁ ମଧ୍ୟ ଡାକି ଆଣୁଛି ବୋଲି ଅସ୍ୱୀକାର କରା ଯାଇ ନ ପାରେ । ସମାଜ, ପରିବେଶ ଓ ଅର୍ଥବ୍ୟବସ୍ଥା ଉପରେ ଏହାର କ୍ରମାଗତ ପ୍ରଭାବ ଆଗାମୀ ଦିନରେ ଏକ ସଂଘର୍ଷମୟ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ବିଶେଷଜ୍ଞମାନେ ମତ ପୋଷଣ କରନ୍ତି । ଏହା ସୁନିଶ୍ଚିତ କରିବା ଅତ୍ୟନ୍ତ ଜରୁରୀ ମନେହୁଏ ଯେ ପ୍ରଗତି ସମସ୍ତଙ୍କ ପାଇଁ ଲାଭଦାୟକ ହେବା ଉଚିତ ବୋଲି କହିଥିଲେ । ଶେଷରେ ଅଧ୍ୟାପିକା ନମିତା ବେହେରା ଧନ୍ୟବାଦ ଦେଇଥିଲେ । ଏହି ଆଲୋଚନାଚକ୍ରକୁ ଶିକ୍ଷା ବିଭାଗ ଛାତ୍ରୀଛାତ୍ରମାନେ ପରିଚାଳନା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading