ପଟ୍ଟାମୁଣ୍ଡାଇ ବିଦ୍ୟୁତ ଉପଭୋକ୍ତା ମଞ୍ଚ ଟି ପି ସି ଓ ଡ଼ି ଏଲ କର୍ମକର୍ତ୍ତା ଙ୍କ ସହ ଆଲୋଚନା



ପଟ୍ଟାମୁଣ୍ଡାଇ ତା ୧୮/୧୨- ପଟ୍ଟାମୁଣ୍ଡାଇ ଅଂଚଳର ବିଦ୍ୟୁତ ଉପଭୋକ୍ତା ମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆଜି ପଟ୍ଟାମୁଣ୍ଡାଇ ବିଦ୍ୟୁତ ଉପଭୋକ୍ତା ସଂଘ ସଭାପତି କାଉନସିଲର ଗୋପୀବଲ୍ଲଭ ନାୟକ ଓ ସମ୍ପାଦକ ଗୋପୀନାଥ ତ୍ରିପାଠୀ ପଟ୍ଟାମୁଣ୍ଡାଇ ଟି ପି ସି ଓ ଡ଼ି ଏଲ କର୍ମକର୍ତ୍ତା ସହନିର୍ବାହୀଯନ୍ତ୍ରୀ ଇଂ ସ୍ମୃତି ରଞ୍ଜନ ରଥ, ଇଂ ଶାଶ୍ୱତ ପାଢ଼ୀ ଓ ମିତ୍ରଭାନୁ ମହାପାତ୍ର ପ୍ରମୁଖଙ୍କୁ ଭେଟି ପ୍ରତ୍ୟେକ ବିଦ୍ୟୁତ ବିଲରେ ଉପଭୋକ୍ତାମାନେ ବିଦ୍ୟୁତ ଶୁଳ୍କ ସହିତ ଅତିରିକ୍ତ ଶୁକ୍ଳ ଦେଉଥିବାରୁ ଉପଭୋକ୍ତା ମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି I ଅନେକ ସମୟରେ ମାତ୍ରାଧିକ ତ୍ରୁଟିପୂର୍ଣ୍ଣ ବିଲ ଆସୁଥିବା ଅଭିଯୋଗ ସମ୍ପର୍କରେ ଆଲୋଚନା କରି ତୁରନ୍ତ ସମାଧାନ ପାଇଁ ଦାବୀ କରିଥିଲେ I ଆସନ୍ତା ୨୪ତାରିଖରେ ବିଦ୍ୟୁତ ଉପଭୋକ୍ତା ସଂଘ ସହିତ ପୂର୍ଣ୍ଣାଙ୍ଗ ଆଲୋଚନା ପାଇଁ ସ୍ଥିର କରାଯାଇଛି I


Discover more from

Subscribe now to keep reading and get access to the full archive.

Continue reading