ଇଚ୍ଛାପୁର ସ୍ଥିତ ଜିଲ୍ଲାସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରକଳ୍ପ ପଦର୍ଶନୀରେ ସରସ୍ୱତୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଥମ



କେନ୍ଦ୍ରାପଡା,୨୫ା୧୨: କେନ୍ଦ୍ରାପଡା ଇଚ୍ଛାପୁର ହାଇସ୍କୁଲରେ ଆୟୋଜିତ ୨୫-୨୬ବର୍ଷର ଜିଲ୍ଲାସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀରେ ବେଣୀପୁର ସ୍ଥିତ ସରସ୍ୱତୀ ସରକାରୀ ଉଚ୍ଚ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ର ଜ୍ଞାନରଞ୍ଜନ ରାଉତଙ୍କ ପ୍ରକଳ୍ପ ପ୍ରଥମ ସ୍ଥାନ ଅଧିକାର କରିଛି । ଏହି ଜିଲ୍ଲା ସ୍ତରୀୟ ପ୍ରଦର୍ଶନୀରେ ବ୍ଲକ ସ୍ତରକୁ ଚୟନ ହୋଇଥିବା ୭୨ଟି ପ୍ରକଳ୍ପ ସ୍ଥାନ ପାଇଥିଲା । ସେଥିମଧ୍ୟରୁ ସରସ୍ୱତୀ ସରକାରୀ ଉଚ୍ଚ ବିଦ୍ୟାଳୟର “ଗଣିତ ଉଦ୍ୟାନ”ପ୍ରକଳ୍ପ ପ୍ରଥମ ସ୍ଥାନ ଅଧିକାର କରିଛି । ଏହି ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ କଳ୍ପନା ବେହେରା, ମଧୁଶ୍ମିତା ଲେଙ୍କା ତତ୍ୱାବଧାନରେ ଷଷ୍ଠ ଶ୍ରେଣୀର ଛାତ୍ର ଶ୍ରୀ ରାଉତ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ । ଏହି ସଫଳତା ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କାଦମ୍ବନୀ ନାୟକ, ପଞ୍ଚସଖା ଶିକ୍ଷା ସେତୁର ସଭାପତି ଡଃ ଉପେନ୍ଦ୍ର ନାଥ ପ୍ରଧାନ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ମନୋଜ ନାୟକ ଓ ବିଦ୍ୟାଳୟର ଶିକ୍ଷକ ମହୋଶ୍ୱର ସାହୁ, ସନ୍ତୋଷ କୁମାର ଜେନା, ସୁଜତା ସାହୁ, ମାନସ କୁମାର ତରାଇ, ଲକ୍ଷ୍ମୀ ନାୟକ, ରାଇସନ ମାରାଣ୍ଡି, ସବିତା ରାଉତ ରାୟ, ଜୟନ୍ତି ମହାନ୍ତି, ଆରତୀ ଖଟୁଆ, ଦିବ୍ୟ ଜ୍ୟେତି ଦାସ ଆଜି ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଞ୍ଚଳର ବୃଦ୍ଧିଜୀବୀ ମାନେ ଜ୍ଞାନ ରଞ୍ଜନ ରାଉତଙ୍କୁ ଶୁଭେଚ୍ଛା ପ୍ରଦାନ କରିବା ସହ ଛାତ୍ରଟିର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading