ମୌସୁମୀ ଲୁଚକାଳି ଖେଳ,କେନାଲରେ ପାଣି ନାହିଁ ଗଜା ମରୁଡ଼ି ଆଶଙ୍କା, ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲରେ ପାଣି ଛାଡିବାକୁ ଦାବି

କେନ୍ଦ୍ରାପଡ଼ା ୫ା୭-:ବର୍ଷା ନଥିବାରୁ ଚାଷୀମାନେ ପାଣିଟୋପାଏ ପାଇଁ ଚାହିଁ ବସିଥିବାବେଳେ ପଟ୍ଟାମୁଣ୍ଡାଇ ମୁଖ୍ୟକେନାଲ ସହିତ ଶାଖା କେନାଲ ଶୁଖିଲା ପଡିଛି  । ପ୍ରତିଦିନ ଆକାଶରେ କଳାବାଦଲ ଢ଼ାଙ୍କୁଥିଲେବି ଭଲ କରି ବର୍ଷା ହେଉନାହିଁ । ଫଳରେ କେନ୍ଦ୍ରପଡା ଜିଲ୍ଲାର ଭାତ ହାଣ୍ଡି…

ବଜ୍ରପାତ ରଚିଲା ତାଣ୍ଡବ

କେନ୍ଦ୍ରାପଡ଼ା ୪ା୭: କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ମହାକାଳପଡା ବ୍ଲକ୍‌ର ଅମିରାବାଦ ଗ୍ରାମରେ ଆଜି ମଧ୍ୟାହ୍ନ ସମୟରେ ବଜ୍ରପାତ ରଚିଲା ତାଣ୍ଡବ । ଏକ କାଳୀନ ପଡିଲା ୪ଟି ନଡିଆ ଗଛ ଉପରେ ଜଳିଲା ହୁତୁ ହୁତୁ ହୋଇ ନିଆଁ । ତଳେ…

କେନ୍ଦ୍ରାପଡା ପୁର୍ତ୍ତ ବିଭାଗରେ ଅଧିକ୍ଷଣ ଯନ୍ତ୍ରୀ ପଦବୀ ଖାଲି, ବିକାଶ ଅଧାବାଟରେ

କେନ୍ଦ୍ରାପଡ଼ା ୪ା୭: କେନ୍ଦ୍ରାପଡା ଜିଲ୍ଲାରେ ଅନେକ ପଦବୀରେ କର୍ମଚାରୀ ନ ଥିବାରୁ କାର୍ଯରେ ବାଧା ଦେଖାଦେଇଛି । ଜଣେ ଅଧିକାରୀଙ୍କୁ ଏକାଧିକ ବିଭାଗର ଦାୟିତ୍ତ୍ୱ ଦିଆଯାଇଛି । ଯନ୍ତ୍ରୀମାନଙ୍କୁ ଏକାଧିକ ଦାୟିତ୍ତ୍ୱ ଦିଆଯାଇଥିବାରୁ ସଠିକ ଭାବେ କାର୍ଯ୍ୟର ତଦାରଖ କରାଯାଇପାରୁନାହିଁ ।…

କେନ୍ଦ୍ରାପଡା ଜିଲ୍ଲାର ଗୌରବ ,ଭାରତୀୟ ଭଲିବଲ୍ ଦଳରେ ମହମ୍ମଦ ରାଜା ସାମିଲ

କେନ୍ଦ୍ରାପଡ଼ା ୪ା୭: ଏକୋଇଶି ବର୍ଷରୁ କମ ଭାରତୀୟ ଭଲିବଲ ଦଳରେ ଓଡିଶାର କେନ୍ଦ୍ରାପଡା ସହରସ୍ଥ ରଣପଡା ଗ୍ରାମର ମହମ୍ମଦ ରାଜା ସ୍ଥାନ ପାଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ସେ ଆନ୍ତର୍ଜାତୀୟ ଭଲିବଲ୍ ପ୍ରତିଯୋଗିତାରେ ଭାଗନେବା ପାଇଁ ଆଜି ବାହାରିନ…

ପଟ୍ଟାମୁଣ୍ଡାଇ ଏମ ଏନ ହାଇସ୍କୁଲ ପ୍ରଧାନଶିକ୍ଷକ ସମେତ ଶିକ୍ଷକ ନିଯୁକ୍ତି ପାଇଁ ଧାରଣା ନିଷ୍ପତ୍ତି

କେନ୍ଦ୍ରାପଡା ୪.୭-କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ସର୍ବପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ଏମଏନ ହାଇସ୍କୁଲ ସପ୍ରତି ସମସ୍ୟା ପରେ ସମସ୍ୟାରେ ଛନ୍ଦି ହୋଇପଡିଛି । ରାଜ୍ୟ ସରକାର ଏହି ପୁରାତନ ହାଇସ୍କୁଲର ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ପ୍ରଯ୍ୟାପ୍ତ ସରକାରୀ ଅନୁଦାନ ଯୋଗାଇ…

ନିଖୋଜ ଯୁବକଙ୍କ ମୃତଦେହ ନଦୀରୁ ଉଦ୍ଧାର

ପଟ୍ଟାମୁଣ୍ଡାଇ ୪.୭-ତିନିଦିନ ତଳୁ ନିଖୋଜ ଥିବା ଯୁବକର ମୃତ ଦେହ ବ୍ରାହ୍ମଣୀ ନଦୀରୁ ଉଦ୍ଧାର ହୋଇଛି । ପରିବାର ପକ୍ଷରୁ ଯୁବକଙ୍କୁ ହତ୍ୟା କରାଯାଇଛି ବୋଲି ସନ୍ଦେହ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଂଚଳ ତନୁପୁର ନନ୍ଦିନଗର ଗାଁର ଶୁକଦେବ…

ବିଜେପି ମହାଜନସମ୍ପର୍କ ଓ ଲାଭର୍ଥୀ ସମାବେଶ

ପଟ୍ଟାମୁଣ୍ଡାଇ ତା ୩.୭-ରାଜନଗର ନିର୍ବାଚନମଣ୍ଡଳୀ ବିଜେପି ପକ୍ଷରୁ ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନନଗର ପଂଚାୟତ ଅଢାଯୋଡ଼ି ସାତହୁଙ୍କା ମଠ ଠାରେ ମହାଜନସମ୍ପର୍କ ଓ ଲାଭାର୍ଥୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବତନ ବିଧାୟକ ଡ଼ ଅଲେଖ କୁମାର ଜେନା ଯୋଗ ଦେଇ…

ଦିହୁଡିପୁର ପଂଚାୟତରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ

ପଟ୍ଟାମୁଣ୍ଡାଇ ତା ୩.୭-ଆଜି ପଟ୍ଟାମୁଣ୍ଡାଇ ବ୍ଲକର ଦିହୁଡିପୁର ପଞ୍ଚାୟତରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ  ବିଡ଼ିଓ ଶୁଭ୍ରାଂଶୁ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦିହୁଡି ପୁର ସରପଞ୍ଚ ନରେଶ ମଲିକ  ପ୍ରମୁଖ ଯୋଗ ଦେଇ ପଲ୍ଲୀ ପ୍ରଶାସନର ଲକ୍ଷ୍ୟ…

ଆକାଶ ଛୁଆଁ ଦରବୃଦ୍ଧି ନେଇ ସିପିଆଇ ପକ୍ଷରୁ ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡ଼ା, ୩ା୭ : ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସି.ପି.ଆଇ.)କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆକାଶ ଛୁଆଁ ଦରବୃଦ୍ଧିର ପ୍ରତିବାଦ କରାଯାଇଥିଲା । ବର୍ତ୍ତମାନ ଯେଭଳି ଭାବେ ଅଦା କିଲୋ ୩ଶହ ଟଙ୍କା, ବିଲାତି କିଲୋ ୧୨୦ଟଙ୍କା, ରସୁଣ କିଲୋ…

ଦିବ୍ୟାଙ୍ଗ ଟପ୍ପର ଛାତ୍ରଙ୍କୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା, ୩ା୭: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନରେ ୯୧.୮୫ ପ୍ରତିଶତ ନମ୍ବର ରଖି ବରଜ କୁମାର ଦାସ ଟପ୍ପର ହୋଇଛନ୍ତି । ସେ ଜଣେ ଦିବ୍ୟାଙ୍ଗ ହୋଇମଧ୍ୟ କଲେଜ ଟପ୍ପର ହୋଇଥିବାରୁ ବିଭିନ୍ନ ମହଲରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି ।…

କଳାକାରମାନଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା ୩/୭- ଜିଲ୍ଲାର କଳାକାରମାନେ ଆଜି ସହକାରୀ ଜିଲ୍ଲାପାଳଙ୍କୁ ଭେଟି ଜିଲ୍ଲା ସଂସ୍କୃତି ଅଧିକାରିଣୀଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ କରିଥିଲେ । ସେମାନଙ୍କ ଅଭିଯୋଗ ଥିଲା କଳାକାରମାନଙ୍କ ଭତ୍ତା ସେମାନଙ୍କୁ ନିୟମିତ ଦିଆନଯାଇ ସାତଆଠ ମାସ କାଳ ତାଙ୍କ କାର୍ଯ୍ୟାଳୟରେ ପକାଇ…

ଜିଲ୍ଲାର ୨ଟି କେନ୍ଦ୍ରରେ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଆଜିଠୁ ଆରମ୍ଭ

କେନ୍ଦ୍ରାପଡ଼ା, ୩ା୭ : କେନ୍ଦ୍ରାପଡା ଜିଲ୍ଲାର ୨ଟି ପରୀକ୍ଷା କେନ୍ଦ୍ରରେ ଆଜିଠୁ ମାଟ୍ରିକ ପରୀକ୍ଷା ଓ ଷ୍ଟେଟ ଓପନ ସ୍କୁଲ ସାର୍ଟିଫିକେଟ ଏକଜାମିନେସନ ଆରମ୍ଭ ହୋଇଛି । କେନ୍ଦ୍ରାପଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ପଟ୍ଟାମୁଣ୍ଡାଇ ସରକାରୀ ବାଳିକା ଉଚ୍ଚ…

ପ୍ରୋତ୍ସାହନ ଅଭାବରୁ ହେଇପାରୁନି ଅଦା ଚାଷ

  ଆପଣ ତରକାରୀରେ ଅଧିକ ମସଲା ପକାଉଛନ୍ତି କି । ତେବେ ହୋଇ ଯାଆନ୍ତୁ ସତର୍କ ନହେଲେ ମାସିକ ବଜେଟ ଉପରେ ପଡିପାରେ ପ୍ରଭାବ । ମସଲାପାଇଁ ଆବଶ୍ୟକ ହେଉଥିବା ଅଦାର ଦର ବଜାରରେ ବଢିବଢି ଚାଲିଛି । ଏହି କ୍ରମରେ…

ପଟ୍ଟାମୁଣ୍ଡାଇ ବ୍ଲକରେ ମୋ ଘର ସଚେତନତା ଓ କାର୍ଯାଦେଶ ବଣ୍ଟନ ,ପ୍ରତ୍ୟେକ ଯୋଗ୍ୟଲୋକଙ୍କୁ ଛାତ ଘର ଯୋଗାଇ ଦିଆଯିବ :ବିଧାୟକ

ପଟ୍ଟାମୁଣ୍ଡାଇ ୩.୭-ପ୍ରତ୍ୟେକ ଯୋଗ୍ୟ ଲୋକଙ୍କୁ ଛାତ ଘର ଯୋଗାଇ ଦିଆଯିବ ବୋଲି  ରାଜନଗର ବିଧାୟକ ଧ୍ରୁବ ସାହୁ ଆଜି ପଟ୍ଟାମୁଣ୍ଡାଇ ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସଯୋଜନା କାର୍ଯ୍ୟାଦେଶ ବଣ୍ଟନ ଓ ମୋ ଘର ଯୋଜନା ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ…

ବନମହୋତ୍ସବ ଅବସରରେ ଶ୍ରେଷ୍ଠ ଚିତ୍ରକର ପ୍ରତିଯୋଗିତା

ପଟ୍ଟାମୁଣ୍ଡାଇ ୩.୭-ବନ ମହୋତ୍ସବ ଅବସରରେ ପରିବେଶ ସୁରକ୍ଷା ବାର୍ତା ଦେବା ପାଇଁ ଅଭିପସା ପକ୍ଷରୁ ପରିବେଶ ସମ୍ପର୍କିତ ଶ୍ରେଷ୍ଠ ଚିତ୍ରକର ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ବାଦାମବାଡ଼ି ପ୍ରଶାନ୍ତି ଶିକ୍ଷାଶ୍ରମ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ କଟକ ସହର ସମେତ କେନ୍ଦ୍ରାପଡ଼ା, ଯାଜପୁର…

ବେଆଇନ ପାର୍କିଂ କରୁଥିଲେ ସାବଧାନ, ହେବ କଡା କାର୍ଯ୍ୟାନୁଷ୍ଠାନ

ପଟ୍ଟାମୁଣ୍ଡାଇ ୩ା୭-ପଟ୍ଟାମୁଣ୍ଡାଇ ସହରରେ ଗାଡି ବେଆଇନ ପାକିଂ କରୁଛନ୍ତି କି ହୋଇଯାଆନ୍ତୁ ସାବଧାନ ! ଯଦି ଆପଣ ମାନେ ରାସ୍ତା ଉପରେ ଗାଡି ପାର୍କ କରୁଛନ୍ତି ତେବେ ସୁଧୁରି ଯାଆନ୍ତୁ ନଚେତ ଏହାପାଇ ଗଣିବାକୁ ପଡିବ ତଣ୍ଡ । ବେଆଇନ ପାର୍କିଂକୁ…

Land sharks push Gobari to extinction

Kendrapara, July 3: The Gobari river flowing by Pattamundai area in Kendrapara district for a 20-km stretch is getting buried fast and its existence has been threatened, a report said…

ଘର ଉପରକୁ ମାଡିଗଲା ମାଲବାହି ହାଇଓ୍ଵା : ଦୁଇ ଗୁରୁତର

କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ବାଘୁଆ ଗାଁର ଏକ ଘର ଉପରକୁ ମାଡିଗଲା ମାଲବାହି ହାଇଓ୍ଵା । ଫଳରେ ଘରେ ଶୋଇଥିବା ଶାଶୁ ଓ ବୋହୁ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ରାଜନଗର…

ଅଦା ଦର ହୁ ହୁ ହୋଇ ବଢିଚାଲିଛି : କିଲୋ ପିଛା ୩ ଶହରୁ ୩୨୦ ଟଙ୍କାରେ ବିକ୍ରି କରୁଛନ୍ତି ବେପାରୀ

ଖାଦ୍ୟ ପ୍ରସ୍ତୁତିରେ ପ୍ରମୁଖ ମସଲା ଭାବେ ବ୍ୟବହାର କରାଯାଉଥିବା ଅଦାର ବଜାର ଦର ହୁ ହୁ ହୋଇ ବଢିଚାଲିଛି । ବଜାରରେ ଅଦା ଦର ପଚାରିଲେ ଡ଼ର ଲାଗୁଛି । ବେପାରି କହୁଛନ୍ତି, କିଲୋ ପିଛା ଅଦା ଦର ୩ଶହରୁ ୩୨୦…

ଦକ୍ଷତା ବିକାଶ ତାଲିମ ନିମନ୍ତେ ପରାମର୍ଶ ଶିବିର

କେନ୍ଦ୍ରାପଡ଼ା, ୧ା୭ : କେନ୍ଦ୍ରାପଡା ବିଜୁ ଦକ୍ଷତା ବିକାଶ କେନ୍ଦ୍ରରେ ପ୍ରଶିକ୍ଷଣ ନିମନ୍ତେ ଏକ ପରାମର୍ଶ ଶିବିର କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଆସିଷ୍ଠାଣ୍ଟ ଇଲେକ୍ଟ୍ରୀସିଆନ ଟ୍ରେଡ ନିମନ୍ତେ ଦଶମରୁ ଉର୍ଦ୍ଧ୍ୱ ପାସ ପିଲାଙ୍କୁ ଆଡମିଶନ ଏବଂ…

ରସଗୋଲା ଦିବସ ଅବସରରେ ଚିତ୍ରଶିଳ୍ପୀଙ୍କ ନିଆରା ପ୍ରୟାସ

କେନ୍ଦ୍ରାପଡା ୧/୭- ପ୍ରବାଦ ଅଛି ଆଜି ଶ୍ରୀ ଜଗନ୍ନାଥଙ୍କ ନିଳାଦ୍ରି ବିଜେ ବେଳେ ମା ଲକ୍ଷ୍ମୀ ସିଂହ ଦ୍ୱାର ବନ୍ଦ କରିଦିଅନ୍ତି । ପ୍ରଭୂ ଶ୍ରୀ ଜଗନ୍ନାଥ ରସଗୋଲା ଦେଇ ମାଁ ଲକ୍ଷ୍ମୀଙ୍କୁ ମାନ ଭଞ୍ଜନ କରିଥାନ୍ତି । ତେଣୁ ଆଜି…

ତୁଳସୀକ୍ଷେତ୍ରର ବ୍ରହ୍ମ ତାଳଧ୍ୱଜ ରଥରେ ପ୍ରଭୁଙ୍କୁ ଶ୍ରୀ ବଳଦେବ ପାଞ୍ଜି ସମର୍ପିତ

କେନ୍ଦ୍ରାପଡା ୧ /୭-ପୁରାଣ ପ୍ରସିଦ୍ଧ ତୁଳସୀକ୍ଷେତ୍ର କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ବଳଦେବଜୀଉଙ୍କ ଅପାର କରୁଣାରୁ ବହୁ ପ୍ରତିକ୍ଷୀତ “ବଳଦେବ ପଞ୍ଜିକା” ପବିତ୍ର ନୀଳାଦ୍ରି ବିଜୟ ଅବସରରେ “ଶ୍ରୀ ବଳଦେବ ପଞ୍ଜିକା” ରଥ ଉପରେ ପ୍ରଭୁଙ୍କୁ ସମର୍ପିତ ହୋଇଥିଲା । ପ୍ରକାଶ ଥାଉକି…

 କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ପିଲାଙ୍କ ବିଦ୍ୟାରମ୍ଭ

କେନ୍ଦ୍ରାପଡା ୧/୭- ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟରେ ୨୦୨୩-୨୪ ଶିକ୍ଷାବର୍ଷର ପ୍ରଥମ ଶ୍ରେଣୀ ପିଲାମାନଙ୍କର ଆଜି ପାଠପଢା ଆରମ୍ଭ ହୋଇଛି । ସକାଳ ୮ଟାରେ ପିଲାମାନଙ୍କ ସହିତ ସେମାନଙ୍କ ଅଭିଭାବକମାନେ ସ୍କୁଲ ପରିସରରେ ପହଞ୍ôଚଥିଲେ । ପ୍ରଧାନ ଶିକ୍ଷକ ସେକ୍ ଇଦ୍ରିସ ଅଲ୍ଲୀ…

କେନ୍ଦ୍ରାପଡାରେ ମଣିପୁର ସଦଭାବନା ଦିବସ ପାଳିତ,ମଣିପୁରରେ ଶାନ୍ତି ପ୍ରତିଷ୍ଠା ପାଇଁ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ସ୍ମାରକପତ୍ର

କେନ୍ଦ୍ରାପଡ଼ା, ୧ା୭ : ଦେଶର ଉତ୍ତର ପୂର୍ବ ରାଜ୍ୟ ମଣିପୁରରେ ଦୀର୍ଘ ୨ମାସରୁ ଅଧିକ କାଳ ଧରି ଲାଗି ରହିଥିବା ଦଙ୍ଗାରେ ଶତାଧିକ ନିରୀହ ଲୋକ ମୃତ୍ୟୁବରଣ କରିଥିବା ବେଳେ ହଜାର ହଜାର ଘର ପୋଡି ପାଉଁଶ ଗଦାରେ ପରିଣତ ହୋଇଗଲାଣି…