ଏଥରବି କ’ଣ ଉଜେଇ ଦିଆହେବ କେନ୍ଦ୍ରାପଡା କଲେଜର ଶୈକ୍ଷିକ ସ୍ୱାର୍ଥ

କେନ୍ଦ୍ରାପଡ଼ା,୩ା୨ : ନିର୍ବାଚନ ଆସିଲେ ଆମ ପ୍ରଶାସନକୁ ଖୋଜାପଡେ ନିର୍ବାଚନ କାମ କରିବାକୁ ବଡବଡ ସୁରକ୍ଷିତ କୋଠା । ଯେଉଁ ଘର ଚାହିଁଁବେ ତାକୁ ନେଇ ପାରିବେ । କୁହାଯାଏ ଏହା ଜାତୀୟ ଆବଶ୍ୟକତା । କେହି ମନା କରିପାରିବେ ନାହିଁ…

ମୂଳବସନ୍ତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ବାର୍ଷିକ ଉତ୍ସବ

ଶିଶୁମାନେ ହେଉଛନ୍ତି ଦେଶର ଆଗାମୀ ଭବିଷ୍ୟତ ପଟ୍ଟାମୁଣ୍ଡାଇ ତା୨୮.୧- ଶିଶୁମାନେ ଦେଶର ଆଗାମୀ ଭବିଷ୍ୟତ ହୋଇଥିବାରୁ ସେମାନଙ୍କୁ ଉଚିତ ମାର୍ଗ ଦର୍ଶନ ପ୍ରଦାନ କରି ଭଲ ମଣିଷ ତିଆରି କରିବା ସହିତ ଏକ ସୁଦୃଢ, ବିକଶିତ ରାଜ୍ୟ ଓ ଦେଶ ଗଠନରେ…

ଜିଳ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାପାଳଙ୍କୁ ଭାବବିହ୍ୱଳ ବିଦାୟକାଳୀନ ସମ୍ବର୍ଦ୍ଧନା

  କେନ୍ଦ୍ରାପଡ଼ା ଜିଲ୍ଳାପାଳଭାବେ କାର୍ଯ୍ୟକରୁଥିବା ଅମ୍ରିତ୍ ଋତୁରାଜ ଶ୍ରମ କମିଶନ ଭାବେ ବଦଳି ହୋଇଛନ୍ତି । ରବିବାର ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନଙ୍କ ପକ୍ଷରୁ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି…

ଏକବିଂଶ କେନ୍ଦ୍ରାପଡ଼ା ପୁସ୍ତକମେଳା ଜାନୁଆରୀ ୬ରୁ ପ୍ରକାଶ ପାଇବ ଭିତରକନିକା ସ୍ୱତନ୍ତ୍ର ବିଶେଷାଙ୍କ

କେନ୍ଦ୍ରାପଡ଼ା ସହରର ମହୀପାଳ ଟେଲିକମ ପଡିଆରେ ଏକବିଂଶ ରାଜ୍ୟସ୍ତରୀୟ କେନ୍ଦ୍ରାପଡ଼ା ପୁସ୍ତକମେଳା ଆଗାମୀ ଜାନୁଆରୀ ୬ରୁ ଆରମ୍ଭ ହେବ ।ଆଠ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଉକ୍ତ ମେଳା ୧୩ତାରିଖରେ ଶେଷ ହେବ । ଜିଲ୍ଲାର କଳା, ସଂସ୍କୃତି ଓ…

ଜୀବେ ନିଷ୍ଠୁରତା ପ୍ରତିଷେଧକ ସମିତିର ଉପାଧ୍ୟକ୍ଷ ନିର୍ବାଚନ

କେନ୍ଦ୍ରାପଡା ଜିଲ୍ଲା ଜୀବେ ନିଷ୍ଠୁରତା ପ୍ରତିଷେଧକ ସମିତିର ଉପାଧ୍ୟକ୍ଷ ନିର୍ବାଚନ ଜିଲ୍ଲା କୃଷି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରାଣୀ ସମ୍ପଦ ଚିକିତ୍ସା ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିିତ ଏହି ଉପାଧ୍ୟକ୍ଷ ନିର୍ବାଚନରେ ସମାଜସେବୀ ଫକୀର ଚରଣ ଖଟୁଆ…

ଶ୍ରୀ ଗଙ୍ଗାଭଗିରଥ ପୂଜା କମିଟିର ୮୨ବର୍ଷ ପୂର୍ତ୍ତି ପାଳନ

କେନ୍ଦ୍ରାପଡ଼ା, ୨୯ା୧୦ : ଚଳିତବର୍ଷ ଶ୍ରୀ ଗଙ୍ଗାଭଗିରଥ ପୂଜା କମିଟି ତା’ର ୮୨ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରୁଅଛି । ଏବର୍ଷ ପୂଜା କମିଟି ଚାନ୍ଦି ମେଢ ଓ ସିଂହାସନ ନିର୍ମାଣରେ ଦୁଇ କ୍ୱିଣ୍ଟାଲ ୨୦ କି.ଗ୍ରା ଚାନ୍ଦି ରୂପା ବ୍ୟବହାର…

ପୂର୍ବତନ ବିଧାୟିକାଙ୍କ ପରଲୋକରେ ଶୋକ

କେନ୍ଦ୍ରାପଡ଼ା,୧୦ା୮ : ପୂର୍ବତନ ବିଧାୟିକା ତଥା କଟକ ମହାନଗର ନିଗମର ମେୟର ସୁଶ୍ରୀ ନିବେଦିତା ପ୍ରଧାନଙ୍କର ଆଜି ଅପରାହ୍ନରେ ୬୦ବର୍ଷ ବୟସରେ କଟକର ଏକ ଘରୋଇ ଡାକ୍ତରଖାନାରେ ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟୁ ଖବର କେନ୍ଦ୍ରାପଡାରେ ପହଞ୍ଚିବା ପରେ ବିଭିନ୍ନ…

ପୋତି ହେବାରେ ଲାଗିଛି କେନାଲ ଚାଷ କ୍ଷେତକୁ ଉଠୁନୀ ପାଣି,କ୍ଷେତ ପଡିଆ ପଡିବା ଆଶଙ୍କା  

ରାସ୍ତା ତିଆରି କାମ ଚାଲିଛି କେନାଲ ପୋତି ହେବାରେ ଲାଗିଛି । ଶହ ଶହ ଚାଷ ଜମିକୁ ପାଣି ଯିବାରେ ବ୍ୟାଘ୍ରାତ ଘଟୁଛି । ନୂତନ ରାସ୍ତା ତିଆରି ନାଁରେ ପଙ୍କ ମାଟି ବ୍ୟବହାର ହୋଇ ଦୋହରା ଖସି କେନାଲ ପୋତି…

ଅଗଷ୍ଟ ୧୫ ପାଇଁ ବିଭିନ୍ନ ପ୍ରତିଯୋଗିତା ଓ ପ୍ରତିଭା ଚୟନ

ପଟ୍ଟାମୁଣ୍ଡାଇ ୧୦୮-ଆଗାମୀ ସ୍ୱାଧୀନତା ଦିବସକୁ ସମାରୋହରେ ପାଳନ କରିବା ସହିତ କୃତି ପ୍ରତିଭାମାନଙ୍କୁ ଚୟନ କରିବା ପାଇଁ ବକ୍ତୃତା, ଚିତ୍ରାଙ୍କନ, ସାଧାରଣଜ୍ଞାନ ପ୍ରତିଯୋଗିତା ଏମଏନ ହାଇସ୍କୁଲ ପରିସରରେ କରାଯାଇଥିଲା । ଏଥିରେ ଜାତୀୟଦିବସ ପାଳନ କମିଟି ସଦସ୍ୟ ପ୍ରଫେସର ଦୁର୍ଯ୍ୟୋଧନ ପରିଡା,…

ପଟ୍ଟାମୁଣ୍ଡାଇ ବାଳିକା ହାଇସ୍କୁଲରେ ଜାତୀୟ କୃମିନାଶକ ଦିବସ ପାଳିତ

ପଟ୍ଟାମୁଣ୍ଡାଇ ୧୦ା୮-ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲ ପକ୍ଷରୁ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ କୃମି ନାଶକ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସବଡିଭିଜନ ହସ୍ପିଟାଲ ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା. ନିରାକାର ପରିଡାଙ୍କ ପୌରହିତ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ…

ପରମହଂସ ପ୍ରଜ୍ଞାନାନନ୍ଦଙ୍କ ୬୪ତମ ଜୟନ୍ତୀ ଓ ରକ୍ତଦାନ ଶିବିର

ପଟ୍ଟାମୁଣ୍ଡାଇ ୧୦.୮-ଆନ୍ତର୍ଯ୍ୟାତିକ ଖ୍ୟାତିସମ୍ପନ୍ନ କ୍ରିୟାଯୋଗୀ ପରମହଂସ ପ୍ରଜ୍ଞାନାନନ୍ଦଜୀଙ୍କ ୬୪ତମ ଜନ୍ମ ଜୟନ୍ତୀ ସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରଜ୍ଞାନ ମିଶନ ପକ୍ଷରୁ ବେଲତଳ ହରିହରାନନ୍ଦ ଧ୍ୟାନ ମନ୍ଦିର ଠାରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ସ୍ୱାମୀ…

କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଏକାଡେମିକ ବିଲଡିଂ ଉଦଘାଟିତ

କେନ୍ଦ୍ରାପଡ଼ା,୧୦ା୮ : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ନବ ନିର୍ମିତ ଏକାଡେମିକ ବିଲଡିଂ ଗୁରୁବାର ଅପରାହ୍ନରେ ଉଦଘାଟିତ ହୋଇଯାଇଛି । ଉଚ୍ଚଶିକ୍ଷା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥି ଭାବେ…

ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଙ୍ଘର ଏକଦିବସୀୟ ଧାରଣା

କେନ୍ଦ୍ରାପଡ଼ା,୧୦ା୮ : ଅଖିଳ ଭାରତୀୟ ଗ୍ରାମୀଣ ଡାକ ସେବକ ସଙ୍ଘ ଓ ଜାତୀୟ ଗ୍ରାମୀଣ ଡାକ ସେବକ ସଙ୍ଘର ମିଳିତ ଆନୁକୂଲ୍ୟରେ କେନ୍ଦ୍ରାପଡା ମଣ୍ଡଳ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଦିବସୀୟ ଧାରଣା ଅନୁଷ୍ଠିତ ହୋଇଯାଇଛି । ସଙ୍ଘ ପକ୍ଷରୁ ୯ଦଫା…

ତୁଳସୀ ମହିଳା ମହାବିଦ୍ୟାଳୟର ସ୍ୱନକ୍ଷତ୍ର ଦିବସ

କେନ୍ଦ୍ରାପଡ଼ା,୧୦ା୮ : କେନ୍ଦ୍ରାପଡା ଜିଲ୍ଲାର ଅଗ୍ରଣୀ ତଥା ଆଦର୍ଶ ସର୍ବ ପ୍ରଥମ ମହିଳା ଉଚ୍ଚଶିକ୍ଷା ଅନୁଷ୍ଠାନ ତୁଳସୀ ମହିଳା ମହାବିଦ୍ୟାଳୟର ୪୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶାର ଉଚ୍ଚଶିକ୍ଷା, ଖାଦ୍ୟ ଯୋଗାଣ ଓ…

କେନ୍ଦ୍ରାପଡା ମୁଖ୍ୟ କେନାଲରେ ପାଣି ଛଡାଯିବାକୁ ନେଇ ଜଳସେଚନ ଅଧିକ୍ଷଣ ଯନ୍ତ୍ରୀଙ୍କ ସହ ଆଲୋଚନା

କେନ୍ଦ୍ରାପଡ଼ା, ୮ା୮ : କେନ୍ଦ୍ରାପଡା ଗୋବରୀ କେନାଲ ସମେତ ଅନ୍ୟ ମୁଖ୍ୟ କେନାଲ ଗୁଡିକରେ ଚାଷକାର୍ଯ୍ୟ ନିମନ୍ତେ ପାଣି ଛଡାଯିବାକୁ ନେଇ କେନ୍ଦ୍ରାପଡା ଜଳସେଚନ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀଙ୍କ ସହ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଣ୍ଡୁଳୀଠାରେ ଭରପୁର…

ଐତିହାସିକ ଗାନ୍ଧୀ ପଦଯାତ୍ରା ସ୍ମାରକୀ ଉଦଘାଟନ ସମାରୋହ

କେନ୍ଦ୍ରାପଡ଼ା,୯ା୮ : କେନ୍ଦ୍ରାପଡା ସହରର ତିନିମୁହାଣି ଛକରେ ଅଗଷ୍ଟ କ୍ରାନ୍ତୀ ଦିବସ ଅବସରରେ ଐତିହାସିକ ଗାନ୍ଧୀ ପଦଯାତ୍ରା ସ୍ମାରକୀ ମହାସମାରୋହରେ ଉଦଘାଟିତ ହୋଇଯାଇଛି । ୧୯୩୪ମସିହା ମଇମାସ ୨୭ତାରିଖରେ ବିଶ୍ୱମାନବ ମହାତ୍ମାଗାନ୍ଧୀ ତାଙ୍କ ପଦଯାତ୍ରା ସମୟରେ ଏକ ବିରାଟ ଜନ ସମାବେଶରେ…

କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟଳୟ ସମ୍ମୁଖରେ କେନ୍ଦ୍ରାପଡା ଜିଲ୍ଲା ଓଷ୍ଟାର ଧାରଣା

କେନ୍ଦ୍ରାପଡ଼ା ୯/୮- ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପାଦକ ନିର୍ମଳ କୁମାର ନାୟକଙ୍କ ନେତୃତ୍ୱରେ ହଜାର ହଜାର ଶିକ୍ଷକ, ଶିକ୍ଷିକା ଓ କର୍ମଚାରୀମାନେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିଭିନ୍ନ ଦାବି ନେଇ ଧାରଣାରେ ବସିଥିଲେ । ଶିକ୍ଷକ…

ପଟ୍ଟାମୁଣ୍ଡାଇ ଦିହୁଡିପୁର ସମିତିସଭ୍ୟା ଉପନିର୍ବାଚନ ୬୦% ମତଦାନ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦିହୁଡିପୁର ପଂଚାୟତର କଂଗ୍ରେସ ସମର୍ôଥତ ସମିତି ସଭ୍ୟା ପୁଷ୍ପଲତା ସ୍ୱାଇଁଙ୍କ ଅକାଳ ବିୟୋଗ ପରେ ଏହି ପଂଚାୟତର ସମିତିସଭ୍ୟା ପଦବୀ ପାଇଁ ବୁଧବାର ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ଆସନକୁ ହାତେଇବା ପାଇଁ…

ମଦନପୁର କଟ୍ ରାସ୍ତାରେ ବୃକ୍ଷରୋପଣ

କେନ୍ଦ୍ରାପଡା ଜିଲ୍ଲା ରାଜନଗର ବନ୍ୟପ୍ରାଣୀ ବନଖଣ୍ଡ ଡିଭିଜନ ପକ୍ଷରୁ ବୁଧବାର ପଟ୍ଟାମୁଣ୍ଡାଇ ମଦନପୁର ବନ୍ୟା ଘେରିବନ୍ଧ ରାସ୍ତା ମଦନପୁର କଟ୍ ରେ ବୃକ୍ଷରୋପଣ କରାଯାଇଛି । ରାଜନଗର ବନ୍ୟପ୍ରାଣୀ ବନଖଣ୍ଡ ଡିଭିଜନର ମୁଖ୍ୟ ସୁଦର୍ଶନ ଗୋପିନାଥ ଯାଦବ କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ…

ଡକାୟତି ଅଭିଯୋଗରେ ଜଣେ ଗିରଫ

କେନ୍ଦ୍ରାପଡା ୮ା୮: କେନ୍ଦ୍ରାପଡା ସଦରଥାନା ପୋଲିସ ମୁଖ୍ୟାତ ଡକାୟତ ମିର୍ଜାମେହେବୁବ ବେଗକୁ ଗିରଫ କରି କୋଟଚାଲାଣ କରିଛି । ତା ନାମରେ ୧୨ରୁ ଅଧିକ ମାମଲା ଅଛି । ଗତକାଲି ସେ ଠାକୁରପାଟଣାର ମିର୍ଜାପାଟଣା ଗ୍ରାମରେ ଡକାୟତି କରିବାକୁ ଯାଉଥିବା ଅବସ୍ଥାରେ…

ଡାକ୍ତରଖାନାରେ ଖାଲି ପଡିଥିବା ଡାକ୍ତର ପଦବୀ ପୂରଣ ନିମନ୍ତେ ଧାରଣା

କେନ୍ଦ୍ରାପଡା ୮ା୮: କେନ୍ଦ୍ରାପଡା ଜିଲ୍ଲା ଡେରାବିଶ୍ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୪ ବିଶେଷଜ୍ଞ ଡାକ୍ତର ପଦବୀ ଓ ୬ ଜଣ ଏମ୍‌.ବି.ବି.ଏସ୍ ପଦବୀ ପୂରଣ ନିମନ୍ତେ ରାଜ୍ୟ ଭଜପା ମୁଖପାତ୍ର ତେଜେଶ୍ୱର ପରିଡାଙ୍କ ନେତୃତ୍ୱରେ ଭାଜପା କର୍ମି, ସମାଜସେବୀ ଓ ବୁଦ୍ଧିମାନେ…

ପଟ୍ଟାମୁଣ୍ଡାଇ କଲେଜ ଆଲମୁନି ପକ୍ଷରୁ ବୃକ୍ଷରୋପଣ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ କଲେଜ ଆଲମୁନି ପକ୍ଷରୁ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ କରାଯାଇଛି । ଏଥିରେ ପଟ୍ଟାମୁଣ୍ଡାଇ କଲେଜ ପୂର୍ବତନ ଅଧକ୍ଷ ପ୍ରଫେସର ଦେବବ୍ରତ ପ୍ରଧାନ, ପ୍ରାଧ୍ୟାପକ ଡ଼ ସୁନୀଲ ପ୍ରଧାନ,ପ୍ରାଧ୍ୟାପକ ପ୍ରମୋଦ ସ୍ୱାଇଁ, ପ୍ରାଧ୍ୟାପକ ରଂଜିତ ସେନାପତି କ୍ୟାପଟେନ…

ବିଜେପି ତରଫରୁ “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା ତା.୭/୭: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତୀ ଅବସରରେ ଦେଶରେ ଅମୃତ କାଳ ଚାଲି ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ବିଜେପି ତରଫରୁ “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହି ଅବସରରେ ଦେଶର…

କେନ୍ଦ୍ରାପଡାରେ ମିଳିତ ଅଭିଯୋଗ ଶୁଣାଣି ଶିବିର

କେନ୍ଦ୍ରାପଡା ୭/୮- ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଆଜି ପୂର୍ବାହ୍ନ ୧୦ ଘଟିକା ଠାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ମ୍ୟୁନିସିପାଲିଟି ଟାଉନ୍ ହଲ୍ ପରିସରରେ ଅନୁଷ୍ଠିତ ଉକ୍ତ ମିଳିତ ଅଭିଯୋଗ…