କେନ୍ଦ୍ରାପଡା,୨୫ା୯: କେନ୍ଦ୍ରାପଡା ସ୍ଥିତ କଜଳା ଶିରିଡି ସାଇ ମନ୍ଦିରରେ ପବିତ୍ର ଦଶହରା ଓ ଶିରିଡି ସାଇ ବାବାଙ୍କ ୧୦୭ ତମ ମହାସମାଧି ଦିବସ ପାଳନ କରିବା ପାଇଁ ଏକ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ…
Category: ରାଜ୍ୟ
୫୦ ଗ୍ରାମର ବ୍ରାଉନ ସୁଗାର ଜବତ , ଜଣେ ଗିରଫ
ପଟ୍ଟାମୁଣ୍ଡାଇ ୨୪/୯ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅବକାରୀ ବିଭାଗ ପକ୍ଷରୁ ବୁଧବାର ନିମପୁର ଗ୍ରାମରେ ଚଢ଼ାଉ କରାଯାଇ ୫୦ ଗ୍ରାମର ବ୍ରାଉନ ସୁଗାର ଜବତ କରିଛନ୍ତି। ଏହା ସହ ଘଟଣାରେ ସମ୍ପୃକ୍ତ ନିମପୁର ଗ୍ରାମର ରାଜେଶ ସେଠୀ (୨୫)ଙ୍କୁ ଗିରଫ କରାଯାଇଛି।…
ଜିଲ୍ଲାରେ ମେଡ଼ିକାଲ କଲେଜ ଦାବି , ଅହୋରାତ୍ର ଗଣଧାରଣା ୨ୟ ଦିନରେ
କେନ୍ଦ୍ରାପଡ଼ା,୨୩ା୯: କେନ୍ଦ୍ରାପଡ଼ା ଜିଲ୍ଲାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଅହୋରାତ୍ର ଗଣଧାରଣାର ଆଜି ୨ୟ ଦିବସ ପୂର୍ଣ୍ଣ ହୋଇଛି। ରାଜ୍ୟ ମନ୍ତ୍ରିମଣ୍ଡଳର ଏକାଧିକ ସଦସ୍ୟଙ୍କ ସହ ଖୋଦ୍ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡାରେ ମେଡିକାଲ କଲେଜ ଓ ହସ୍ପିଟାଲ…
ରାଜ୍ୟରେ ମହିଳା ମାନଙ୍କ ପ୍ରତି ଘଟୁଥିବା ଅପରାଧ ବିରୋଧରେ ଜିଲ୍ଲା ମହିଳା ବିଜେଡି ପକ୍ଷରୁ ମହାନିର୍ଦ୍ଦେଶକଙ୍କୁ ଦାବିପତ୍ର
କେନ୍ଦ୍ରାପଡା ୧୭/୯- ରାଜ୍ୟରେ ମହିଳା ମାନଙ୍କ ବିରୁଦ୍ଧରେ ସମ୍ପ୍ରତି ଘଟୁଥିବା ଅପରାଧ, ଅସମ୍ମାନ ଓ ଅପମାନ ଜନକ ପରିସ୍ଥିତି ପ୍ରତି ଦୃଷ୍ଟି ଆକର୍ଷଣ ଏବଂ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ରାପଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ଜିଲ୍ଲା…
ଶିକ୍ଷୟତ୍ରୀଙ୍କ ବେକରୁ ସୁନାଚେନ ଲୁଟ୍ ,ଥାନାରେ ଏତଲା
ପଟ୍ଟାମୁଣ୍ଡାଇ ୧୫/୯ – ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ଅରୁଆ -କଦଳୀବଣ ହାଇସ୍କୁଲ ସମ୍ମୁଖରେ ସୋମବାର ଜନୈକା ଶିକ୍ଷୟତ୍ରୀଙ୍କ ବେକରୁ ଦୁବୃତମାନେ ସୁନା ଚେନ ଚିଣ୍ଡାଇ ନେଇ ଚମ୍ପଟ ମାରିଛନ୍ତି । ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଏତଲା ଦିଆଯାଇଛି…
ବିବେକାନନ୍ଦ ଲୋକସଂସଦର ଉଦବୋଧନୀ ବକ୍ତୃତାମାଳା , ସ୍ୱାମୀ ବିବେକାନନ୍ଦ ଜାତୀୟତାର ପ୍ରତୀକ
କେନ୍ଦ୍ରାପଡ଼ା,୧୧ା୯:କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଗୁରୁବାର ମହାବିଦ୍ୟାଳୟ ଆଭ୍ୟନ୍ତରିକ ଗୁଣବତ୍ତା ଆଶ୍ୱାସନ ପ୍ରକୋଷ୍ଠ ଦ୍ୱାରା ଏକ ବିବେକାନନ୍ଦ ବକ୍ତୃତାମାଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମଟି କେନ୍ଦ୍ରାପଡା ଜିଲ୍ଲା ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ଯୁବ ଶାଖାର ସହଯୋଗରେ ଅନୁଷ୍ଠିତ ହୋଇଥିଲା।…
ଶିକ୍ଷକ ନିର୍ମଳ ସ୍ୱାଇଁ ପାଇଲେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର
କେନ୍ଦ୍ରାପଡ଼ା,୮ା୯:କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ଏଣ୍ଡର ଗ୍ରାମପଞ୍ଚାୟତର କୁସୁପୁର ନୋଡାଲ ଉଚ୍ଚବିଦ୍ୟାଳୟର ହିନ୍ଦୀ ଶିକ୍ଷକ ନିର୍ମଳ କୁମାର ସ୍ୱାଇଁ ୨୦୨୪-୨୫ ଶିକ୍ଷାବର୍ଷର ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଛନ୍ତି। ପବିତ୍ର ଗୁରୁଦିବସ ଅବସରରେ ଇଛାପୁର ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ…
ବିଶ୍ୱଗୁରୁ ସ୍ୱାମୀ ଶିବାନନ୍ଦ ଜୟନ୍ତୀ
କେନ୍ଦ୍ରାପଡ଼ା,୮ା୯:ବିଶ୍ୱଗୁରୁ ସ୍ୱାମୀ ଶିବାନନ୍ଦ ସରସ୍ୱତୀଙ୍କ ଜୟନ୍ତୀ କେନ୍ଦ୍ରାପଡା ଦିବ୍ୟ ଜୀବନ ସଙ୍ଘ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି। ବିଶ୍ୱଶାନ୍ତି ପାଇଁ ରୁଦ୍ରାଭିଷେକ, ଗୁରୁଦେବଙ୍କ ପାଦପୂଜନ, ଭଜନକୀର୍ତ୍ତନ କରାଯିବା ସହ ବିଭିନ୍ନ ବୃକ୍ଷର ଚାରା…
ଖେଳାଳୀ ଚୟନ ପାଇଁ କେନ୍ଦ୍ରାପଡାର ୨୯ଜଣ ଯୋଗଦେଲେ
କେନ୍ଦ୍ରାପଡ଼ା,୮ା୯: ଆସନ୍ତା ୨୨ତାରିଖରୁ ୨୪ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ରାଞ୍ଚିର ମୋରାବାଡି ଫୁଟବଲ ଷ୍ଟାଡିୟମରେ ୩୬ତମ ପୂର୍ବ ଜୋନ କନିଷ୍ଠ ଆଥଲେଟିକ ଚମ୍ପିଆନସିପ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ରାଜ୍ୟ ଆଥଲେଟିକ ଆସୋସିଏସନ ଦ୍ୱାରା କଟକ…
ବନିତା ରାଉତ ହତ୍ୟା ଘଟଣା ,ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା , କ୍ରାଇମବ୍ରାଞ୍ଚତଦନ୍ତ ଦାବି
କେନ୍ଦ୍ରାପଡ଼ା,୮ା୯: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧିନ ଭେଣ୍ଡିଂ ଜୋନ କ୍ୟାବିନରେ ବୋଧଗାଁର ଝିଅ ବନିତା ରାଉତ ବିଭତ୍ସ ହତ୍ୟା ଘଟଣାର ପ୍ରତିବାଦରେ ସୋମବାର ଜିଲାପାଳଙ୍କ ଅଫିସ ସମ୍ମୁଖରେ ଏକ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି। ପୋଲିସିର ନିଷ୍କ୍ରିୟତା ଓ ପକ୍ଷପାତିତା,…
ଆରିପଦା ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ପାଇଲେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର
କେନ୍ଦ୍ରାପଡ଼ା,୭ା୯: ଡେରାବିଶ ବ୍ଲକ ଅଧିନ ଆରିପଦା ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ବନିତା ଭଦ୍ରଙ୍କୁ ଗୁରୁଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି। ଇଛାପୁର ହାଇସ୍କୁଲ ପରିସରରେ ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ…
ସରସ୍ୱତୀ ସରକାରୀ ହାଇସ୍କୁଲ ହିନ୍ଦୀ ଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର
କେନ୍ଦ୍ରାପଡ଼ା,୭ା୯:କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଦେପୁର ସରସ୍ୱତୀ ସରକାରୀ ହାଇସ୍କୁଲର ହିନ୍ଦୀ ଶିକ୍ଷକ ମହେଶ୍ୱର ସାହୁଙ୍କୁ ଗୁରୁଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି। ଇଛାପୁର ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ…
ବନ୍ୟା ବିପନ୍ନଙ୍କୁ ମିଳିଲାନାହିଁ ରିଲିଫ୍: ବଢୁଛି ଅସନ୍ତୋଷ
ପଟ୍ଟାମୁଣ୍ଡାଇରେ ବନ୍ୟା ପରିସ୍ଥିତି ଗମ୍ଭୀର, ୭୦ହଜାର ଲୋକ ବିପନ୍ନ ମିଳୁନାହିଁ ବିଶୁଦ୍ଧ ପାଣି ପଟ୍ଟାମୁଣ୍ଡାଇ ୭/୯- ପଟ୍ଟାମୁଣ୍ଡାଇ ବ୍ଲକ ଦେଇ ପ୍ରବାହିତ ବ୍ରାହ୍ମଣୀ, ବୈତରଣୀ ଓ କାଣୀ ନଦୀରେ ଗତ ଜୁଲାଇ ୭ରୁ ଆଜି ପର୍ଯ୍ୟନ୍ତ ୪ ଥର ବନ୍ୟା ଆସି…
ପଟ୍ଟାମୁଣ୍ଡାଇରେ ଓଡି ଟି ଭି ଚ୍ୟାନେଲ ଉଦଘାଟିତ
ପଟ୍ଟାମୁଣ୍ଡାଇ ତା ୬/୯- କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରୁ ଓଡିଶା ଡ୍ରିମ ଟିଭି ଚ୍ୟାନେଲ ଉଦଘାଟିତ ହୋଇଯାଇଛି I ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ପୌର ପରିଷଦ କଲ୍ୟାଣ ମଣ୍ଡପ ଠାରେ ଗୋପୀନାଥ ତ୍ରିପାଠୀଙ୍କ ପୌରହିତ୍ୟରେ ଆୟୋଜିତ ଉଦଘାଟନ ଉତ୍ସବରେ ରାଜନଗର ପୂର୍ବତନ…
ପଟ୍ଟାମୁଣ୍ଡାଇରେ ବନ୍ୟା ପରିସ୍ଥିତି ଗମ୍ଭୀର, ୭୦ହଜାର ଲୋକ ବିପନ୍ନ
ସିଂହଗାଁ,ଶ୍ରୀରାମପୁର, ବାଛରା ଡାମରପୁର, ବଳଭଦ୍ରପୁର, ବାଲିପାଟଣା,ତନୁପୁର ବିଛିନ୍ନ ପଟ୍ଟାମୁଣ୍ଡାଇ ତା ୬/୯-ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବାରମ୍ବାର ଲଘୁଚାପ ଜନିତ ଲଗାଣବର୍ଷା ଓ ରେଙ୍ଗାଲି ପାଣି ଛାଡିବା ଯୋଗୁଁ ବ୍ରାହ୍ମଣୀ, ବୈତରଣୀ ଓ କାଣୀ ନଦୀରେ ୪ର୍ଥ ବନ୍ୟା ଆସିବା ଫଳରେ ପଟ୍ଟାମୁଣ୍ଡାଇ…
ଗୁରୁଦିବସରେ “ପୁନର୍ବାସ ଶିକ୍ଷାଶ୍ରୀ ସମ୍ମ।ନ’ ପ୍ରଦାନ
କେନ୍ଦ୍ରାପଡା ୫/୯- ପବିତ୍ର ଗୁରୁ ଦିବସ ଅ୍ୱସରରେ ଜିଲ୍ଳାରେ ଭିନ୍ନକ୍ଷମଙ୍କ ଥେରାପି ସେବା, ଅଧିକାର ସଚେତନତା ଓ ସଶକ୍ତିକରଣ ନିମନ୍ତେ କାର୍ଯ୍ୟରତ ଅନୁଷ୍ଠାନ “ପୁନର୍ବାସ’ ତରଫରୁ ନିଜର ଭିନ୍ନକ୍ଷମତା ସତ୍ତ୍ୱେ ଶିକ୍ଷାଦାନ ବୃତ୍ତିରେ ନିଷ୍ଠାପରତା ଓ ପ୍ରତିବଦ୍ଧତା ରଖିଥିବା ଜିଲ୍ଲାର ପାଞ୍ଚଜଣ…
ଜିଲ୍ଲା ସ୍ତରୀୟ ଗୁରୁଦିବସ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ
କେନ୍ଦ୍ରାପଡ଼ା,୫ା୯:କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ଇଚ୍ଛାପୁର ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ଗୁରୁଦିବସ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ଜିଲ୍ଲାପାଳ ରଘୁରାମ ଆର.ଆୟାର ମୁଖ୍ୟଅତିଥି…
ଗୋପାଳ ଦାଶ ସ୍ମାରକୀ କଳା ମନ୍ଦିରରେ ଗୁରୁ ଦିବସ
ପଟ୍ଟାମୁଣ୍ଡାଇ ୫/୯ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳର ଥିବା ଓଡ଼ିଶାର ସର୍ବବୃହତ ପଂଚକଳାତୀର୍ଥ ଗୋପାଳ ଦାଶ ସ୍ମାରକୀ କଳା ମନ୍ଦିର ଗଡମେକରର ବର୍ଣ୍ଣାତ୍ମ୍ୟ ଗୁରୁ ଦିବସ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଗଡମେକର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ଗୁରୁଶ୍ରୀ ସୁଶାନ୍ତ ପାଣିଙ୍କ…
ଡେପୁଟୀ ନର୍ସିଂ ସୁପରିନଟେଣ୍ଡେଣ୍ଟଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
କେନ୍ଦ୍ରାପଡ଼ା,୫ା୯:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଡେପୁଟି ନର୍ସିଙ୍ଗ ସୁପରିନଟେଣ୍ଡେଣ୍ଟ ବାସନ୍ତି ନାୟକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି ଉପଲକ୍ଷେ ଏକ ସଭା ଶୁକ୍ରବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ଼…
ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟରେ ନବାଗତ ଛାତ୍ରଛାତ୍ରୀଙ୍କ ପ୍ରବେଶ ଉତ୍ସବ
କେନ୍ଦ୍ରାପଡା,୪ା୯: ଆଜି କେନ୍ଦ୍ରାପଡା ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟରେ ନବାଗତ ଆଇନସ୍ନାତକ ଛାତ୍ରଛାତ୍ରୀମାନଙ୍କର ୨୦୨୫-୨୬ ଶିକ୍ଷାବର୍ଷ ନିମନ୍ତେ ପ୍ରବେଶ ଉତ୍ସବ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ. ରବିନ୍ଦ୍ର କୁମାର ବଳ ସଭାପତିତ୍ୱ କରିଥିଲେ ।…
ରାଜ୍ୟସ୍ତରୀୟ ଗୁରୁପୂଜନ ଉତ୍ସବ
କେନ୍ଦ୍ରାପଡ଼ା,୪ା୯:ବର୍ତ୍ତମାନ ସମସ୍ତ ଯୁବପିଢି ଓଡ଼ିଶାର ପରମ୍ପରାକୁ ଭୁଲି ବିଦେଶୀ ସଂସ୍କୃତିକୁ ଆପଣେଇ ନେଉଥିବା ବେଳେ ଓଡ଼ିଶାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମୂର୍ଚ୍ଛନା ଓ ଓଡ଼ିଶା କଲଚର ଆର୍ଟ ଏକାଡେମୀ (ଓକା)ର ମିଳିତ ଆନୁକୁଲ୍ୟରେ ଓଡ଼ିଶାର ପରମ୍ପରାକୁ ଆଗେଇନେବା ଲାଗି ଭୁବନେଶ୍ୱର ଜୟଦେବ…
ମଣ୍ଡଳ ସ୍ତରୀୟ ପ୍ରଧାନ ଶିକ୍ଷକ ସମ୍ମିଳନୀ
କେନ୍ଦ୍ରାପଡ଼ା,୪ା୯:ଇଚ୍ଛାପୁର ଉଚ୍ଚ ବିଦ୍ୟାଳୟରେ ଏକ ମଣ୍ଡଳ ସ୍ତରୀୟ ପ୍ରଧାନ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ସମସ୍ତ ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ ଓ ବେସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ତଥା ମଦ୍ରାସାର ପ୍ରଧାନ…
କେନ୍ଦ୍ରାପଡା ମହାବିଦ୍ୟାଳୟ ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା
କେନ୍ଦ୍ରାପଡ଼ା,୧୪ା୮:ସ୍ୱାଧୀନତା ଦିବସର ଅବ୍ୟବହତି ପୂର୍ବରୁ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ବିଶାଳ ଶୋଭାଯାତ୍ରା ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ଜେନାଙ୍କ ନେତୃତ୍ୱରେ ଏବଂ ସଂଯୋଜକ ପ୍ରାଧ୍ୟାପକ ରମାନାଥ ମହାନ୍ତି, ଏନଏସଏସ ଅଧିକାରୀ ଅଧ୍ୟାପକ…









