କେନ୍ଦ୍ରାପଡ଼ା,୨୧ା୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ଗ୍ରାମପଞ୍ଚାୟତର ଅନ୍ତାଲୋ ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅଙ୍ଗନୱାଡିକେନ୍ଦ୍ର ଗୃହ ନିର୍ମାଣ କରାଯିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି କରାଯାଇଛି। ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ଯେ ଗତ ୧୯୭୮ମସିହାରୁ ଅନ୍ତାଲୋ ଗ୍ରାମର ମଧ୍ୟଭାଗରେ ରହି ଆସିଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ନିଜସ୍ୱ ଜମିରେ ସ୍ଥାପନ କରାଯାଇଛି। ବିଦ୍ୟାଳୟ ନାମରେ ଥିବା ଅନ୍ତାଲୋ ମୈାଜାର ଖାତା ନମ୍ବର-୧୦୧ ଓ ପ୍ଲଟ ନମ୍ବର- ୨୫୨ […]
ରାଜ୍ୟ
କେନ୍ଦ୍ରାପଡ଼ା,୨୧ା୨: କେନ୍ଦ୍ରାପଡ଼ା ଜିଲ୍ଲାରେ ମଣ୍ଡି ବ୍ୟବସ୍ଥାର ସଂପ୍ରସାରଣ, ନିଯୁକ୍ତି, ଦରବୃଦ୍ଧି ନିୟନ୍ତ୍ରଣ ପ୍ରଭୃତି ଦାବିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଏକ ଜୋନସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀକୁ ଉଦଘାଟନ କରି ଜିଲ୍ଲା ସାଧାରଣ ସମ୍ପାଦକ ଆଇନଜୀବୀ ରମଣୀରଞ୍ଜନ ରାଉତରାୟ କହିଲେ ଯେ ମଣ୍ଡିରେ ଧାନ ବିକ୍ରୀର ବ୍ୟାପକ ଅବ୍ୟବସ୍ଥା, ବେକାର ଯୁବତୀ/ଯୁବକମାନଙ୍କୁ ନିଯୁକ୍ତି ଓ ଦରବୃଦ୍ଧି ନିୟନ୍ତ୍ରଣ, ଜାତୀୟ ରାଜପଥ ସଂପ୍ରସାରଣ ସମୟରେ ଜାତୀୟ ରାଜପଥ କତ୍ତୃପକ୍ଷଙ୍କ […]
କେନ୍ଦ୍ରାପଡ଼ା,୨୧ା୨: ସାଇ ଗ୍ରୁପ ଅଫ ଇନ୍ଷ୍ଟିଚ୍ୟୁସନ୍ ପକ୍ଷରୁ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗ୍ରୁପ୍ର ଅଧ୍ୟକ୍ଷ ଚନ୍ଦ୍ରଶେଖର ନାୟକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ଓ ଅଧ୍ୟକ୍ଷତାରେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବିଭିନ୍ନ ଫୁଲଗଛର ଚାରା ରୋପଣ କରାଯାଇଥିଲା। ଏଥିସହିତ ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା ସମ୍ପର୍କରେ ଅନୁଷ୍ଠାନର କର୍ମକର୍ତ୍ତା ଓ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଯିବା ସହିତ ପ୍ରତ୍ୟେକ ଗୋଟିଏ […]
ସ୍ୱାଧୀନତା ସଂଗ୍ରାମୀ ଅକ୍ରୁର ଚରଣ ଜେନାଙ୍କ ଶ୍ରଦ୍ଧାଞ୍ଜଳୀ ସଭା କେନ୍ଦ୍ରାପଡ଼ା,୨୦ା୨: କେନ୍ଦ୍ରାପଡ଼ାର ଅସ୍ମିତା, ଗର୍ବ ଗୌରବ ଭୂମିପୁତ୍ର, ପରିବେଶବିତ୍ ତଥା ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ଅକ୍ରୁର ଚରଣ ଜେନାଙ୍କ ୪୯ତମ ଶ୍ରଦ୍ଧାଞ୍ଜଳୀ ସଭା ଆଜି ଜନ୍ମମାଟି ଜମପଡା ଅଗରବିନ୍ଦାଠାରେ ଅନୁଷ୍ଠିତ ହୋଇଯାଇଛି । ଏକ ଶୋଭାଯାତ୍ରା ପଦଯାତ୍ରାରେ ସମେବତ ଅତିଥିଙ୍କୁ ପାଛୋଟି ନେଇଥିଲେ । ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ବୁଦ୍ଧ ତ୍ରିଶରଣ ପ୍ରାର୍ଥନା କରାଯାଇଥିଲା । ଏହି […]
ପଟ୍ଟାମୁଣ୍ଡାଇ ୧୯/୨ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳର ବିଭିନ୍ନ ସ୍ଥାନରେ ବୁଧବାର ସନ୍ଧ୍ୟାରେ ଅଦିନିଆ ଘଡଘଡି ସହ ବର୍ଷା ଓ କେତେକ ସ୍ଥାନରେ କୁଆପଥର ବୃଷ୍ଟି ହୋଇଛି। ପ୍ରାୟ ଅଧଘଂଟା ଧରି ବର୍ଷା ହେବାରୁ ଚାଷୀ ଭୟ ଭିତ ହୋଇଯାଇଥିଲେ। କୁଆପଥର ବୃଷ୍ଟି ହେବା ଫଳରେ ପନିପରିବା, ମୁଗ, ବିରି, ଡାଲି ଜାତୀୟ ଫସଲ ଉପରେ ଏହାର ଗଭୀର ପ୍ରଭାବ ପଡିଥିବା ସୂଚନା ମିଳିଛି । ବିଶେଷ କରି ଧୋୟାଂଚଳରେ […]
କେନ୍ଦ୍ରାପଡା,୧୯ା୨: କନ୍ଦ୍ରୋପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଇତିହାସ ବିଭାଗ ପୁରାତନ ଛାତ୍ରମାନଙ୍କ ଆଲୁମିନି ମିଟ୍ ସଭାପତି କୈଳାସ ଚନ୍ଦ୍ର ବରାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତଥା ମହାବିଦ୍ୟାଳୟ ପରିଚାଳନା ପରିଷଦ ସଭାପତି ନିଲୁ ମହାପାତ୍ର ଯୋଗଦେଇ କହିଲେ କଲେଜର ବିକାଶ ପାଇଁ ପୁରାତନ ଛାତ୍ରଛାତ୍ରୀମାନଙ୍କ ସହଯୋଗ ସହ ନାକ୍ରେ ଭଲ ଗ୍ରେଡ୍ ପାଇଁ ସଂଗଠନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । କଲେଜର ଅଧ୍ୟକ୍ଷ ପ୍ରଫେସର […]
କେନ୍ଦ୍ରାପଡା,୧୯ା୨: ଆଳି ବ୍ଲକର ବିଜେଡି ଯୁବ ସଭାପତି କେଦାରନାଥ ବେହେରାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରୁନାହିଁ। ଯାହା ଫଳରେ ଏହି ଅଭିଯୁକ୍ତମାନେ ଅଭିଯୋଗକାରୀଙ୍କୁ ମାମଲା ଉଠାଇଦେବା ପାଇଁ ହତ୍ୟା ଧମକ ଦେଉଛନ୍ତି। ଥାନାରୁ ନ୍ୟାୟ ନମିଳିବା ପରେ ଅଭିଯୋଗକାରୀ ଓ ବିଜେଡିର ତୁଙ୍ଗନେତାମାନେ ବୁଧବାର ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି। ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କୁ ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସଙ୍କ ନେତୃତ୍ୱରେ ବିଜେଡି […]
ପଟ୍ଟାମୁଣ୍ଡାଇ ୧୭/୨ – ଦେଶ ସ୍ୱାଧିନତା ପରେ ଓଡିଶାର ଗୁରୁତ୍ୱପୂର୍ଣ୍ଣ ବିଧାନସଭା ଆସନ ମଧ୍ୟରୁ ପଟ୍ଟାମୁଣ୍ଡାଇ ନିର୍ବାଚନ ମଣ୍ଡଳୀ ଗୁରୁତ୍ୱ ବହନକରି ଆସୁଥିଲା । ୨୦୦୮ରେ ସୀମା ନିର୍ଦ୍ଧାରଣ ବେଳେ ପଟ୍ଟାମୁଣ୍ଡାଇ ବାଦ୍ ଦିଆଯାଇ ଭାଗଭାଗ କରି ଅନ୍ୟ ତିନି ନିର୍ବାଚନ ମଣ୍ଡଳୀରେ ମିଶାଇ ଦିଆଗଲା । ଫଳରେ ସ୍ୱାଭୀମାନୀ ପଟ୍ଟାମୁଣ୍ଡାଇ ବାସୀଙ୍କ ଭାବାବେଗ ଉପରେ ଶକ୍ତ ଆଘାତ ଲାଗିଥିଲା । ଯାହାକୁନେଇ ପଟ୍ଟାମୁଣ୍ଡାଇର ବିଭିନ୍ନ ସଙ୍ଗଠନ ପକ୍ଷରୁ ସେତେବେଳେ […]
କେନ୍ଦ୍ରାପଡା,୧୮ା୨: କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଅନୁରୋଧ କ୍ରମେ ଜିଲ୍ଲା କୋଷାଗାର ତରଫରୁ ପେନ୍ସନ୍ଭୋଗୀଙ୍କ ନିମନ୍ତେ ଏକ ସ୍ୱାସ୍ଥ୍ୟ ଶିବିର କୋଷାଗାର କାର୍ଯ୍ୟାଳୟ ପରିସରରେ ଆୟୋଜନ କରାଯାଇଥିଲା । ଏହି ସ୍ୱାସ୍ଥ୍ୟ ଶିବିରକୁ ଜିଲ୍ଲା କୋଷାଗାର ଅଧିକାରୀ ପ୍ରମୋଦ କୁମାର ରାଉତ ଉଦ୍ଘାଟନ କରିଥିଲେ । କେନ୍ଦ୍ରାପଡା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଅତିରିକ୍ତ ପ୍ରୋଗ୍ରାମ ମ୍ୟାନେଜର ମମତା ଦାସଙ୍କ ତତ୍ତ୍ୱାବଧାନରେ ଡାକ୍ତର ମିର୍ଜା ବାବର ବେଗ୍, ଡାକ୍ତର […]
କେନ୍ଦ୍ରାପଡ଼ା,୧୮ା୨:ଆଇଡିଆଲ ପବ୍ଲିକ ସ୍କୁଲର ୩୪ତମ ବାର୍ଷିକ ଉତ୍ସବ ଟାଉନ ହଲରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଭିଜିତ ବୋଷ ଯୋଗଦେଇ ଶିକ୍ଷାର୍ଥୀ ମାନଙ୍କର ଉତ୍ତମ ଚରିତ୍ର ଗଠନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ମୁଖ୍ୟ ବକ୍ତା ରୂପେ କେନ୍ଦ୍ରାପଡ଼ା ସ୍ୱଂୟଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଦୁର୍ଯୋଧନ ପରିଡ଼ା ଯୋଗଦେଇ ଶିକ୍ଷାର୍ଥୀମାନେ କିପରି ଭବିଷ୍ୟତରେ ଭଲ ମଣିଷ ହେବେ ସେ ବିଷୟରେ ଆଲୋକପାତ […]
ପଟ୍ଟାମୁଣ୍ଡାଇ ତା୧୮/୨- ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ପୋଖରୀଆ ପଡା କ୍ଲଷ୍ଟର ପକ୍ଷରୁ ପୋଖରୀଆ ପଡା ନୋଡାଲ ସ୍କୁଲ ଠାରେ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ନୂତନ ଶିକ୍ଷା ପଦ୍ଧତିରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ଛାତ୍ରୀଛାତ୍ର କିଭଳି ନିଜ ଭାଷା ଏବଂ ସଂଖ୍ୟାକୁ ପ୍ରାଞ୍ଜଳ ଭାବେ ବୁଝିପାରିବେ, ଲେଖି ପାରିବେ ଏବଂ କହିପାରିବେ ତାହା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ।୨୦୨୬-୨୭ ଶିକ୍ଷାବର୍ଷଠାରୁ କିଭଳି ଛାତ୍ରୀଛାତ୍ର ତୃତୀୟ […]
କେନ୍ଦ୍ରାପଡା,୧୭ା୨: କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷା ପରିଦର୍ଶକ ସଂଗଠନର ବାର୍ଷିକ ଉତ୍ସବ ନିମନ୍ତେ କାର୍ଯ୍ୟକାରୀ କମିଟିର ଏକ ପ୍ରସ୍ତୁତି ବୈଠକ ଗରାପୁରସ୍ଥିତ ଡାକବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ସଭାପତି ପୂର୍ଣ୍ଣାନନ୍ଦ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ସାଧାରଣ ସମ୍ପାଦକ ନରୋତ୍ତମ ଜେନା ଆଭିମୁଖ୍ୟ ଜ୍ଞାପନ କରିଥିଲେ। ଏଥିସହିତ ବାର୍ଷିକ ଉତ୍ସବରେ ପ୍ରତିଭା ସମ୍ମାନ ପ୍ରଦାନ ଓ ବାର୍ଷିକ ମୁଖପତ୍ର “ସାୟଂପ୍ରଭା”ର ଉନ୍ମୋଚନ ସମ୍ପର୍କରେ ସବିଶେଷ ବିବରଣୀ ପ୍ରଦାନ […]
ପଟ୍ଟାମୁଣ୍ଡାଇ ତା୧୭/୨-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ କଖାରୁଣୀ ପଂଚାୟତ କାର୍ଯ୍ୟାଳୟ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଅଜାମ୍ବର ମହାନ୍ତି, ଏସ ପି ସିଦ୍ଧାର୍ଥ କଟାରିଆ, ଉପଜିଲ୍ଲାପାଳ ଅରୁଣ ନାୟକ,ସହକାରୀ ଜିଲ୍ଲାପାଳ ପଲ୍ଲବୀ ପ୍ରିୟଦର୍ଶନୀ,ବିଡ଼ିଓ ଶୁଭ୍ରାଂଶୁ ସାହୁ,ତହସିଲଦାର ପଞ୍ଚାନନ ନାୟକ ପ୍ରମୁଖ ଯୋଗ ଦେଇ ଜନସାଧାରଣଙ୍କ ଆପତ୍ତି ଅଭିଯୋଗ ଶୁଣିଥିଲେ । ବଳଭଦ୍ରପୁର ସରପଞ୍ଚ ପ୍ରିୟବ୍ରତ ଓଝା […]
କେନ୍ଦ୍ରାପଡା,୧୭ା୨: ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ଆନ୍ଦୋଳନରେ କେନ୍ଦ୍ରାପଡା ଜିଲ୍ଲା ଶାଖାର ଏକ ଜରୁରୀ ବୈଠକ ଜିଲ୍ଲା ଓଷ୍ଟା କାର୍ଯ୍ୟାଳୟଠାରେ ଜିଲ୍ଲା ଓଷ୍ଟା ସଭାପତି ଅଶୋକ କୁମାର ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଜିଲ୍ଲା ଓଷ୍ଟା ସମ୍ପାଦକ ଭଗବାନ ସାହୁ ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଆସନ୍ତା ମାର୍ଚ୍ଚ ୧୦ତାରିଖ ମଧ୍ୟରେ ଦାବି ପୁରଣ ନହେଲେ ଭୂବନେଶ୍ୱର ଗାନ୍ଧୀମାର୍ଗରେ ଅହରାତ୍ର […]
କେନ୍ଦ୍ରାପଡା,୧୭ା୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ପ୍ରାଥମିକ ସମବାୟ ସମିତି ଧାନମଣ୍ଡିକୁ ପରିଦର୍ଶନ କରିଛନ୍ତି କେନ୍ଦ୍ରାପଡା ମଣ୍ଡଳ ଉନ୍ନୟନ ଅଧିକାରୀ ଅଭିଷେକ ସ୍ୱାଇଁ। ଏଥିସହିତ ବିଡିଓ ଶ୍ରୀ ସ୍ୱାଇଁ ଏହି ଧାନମଣ୍ଡିରେ କୈାଣସି ସମସ୍ୟା ରହିଛି କି ନାହିଁ ସେ ସମ୍ପର୍କରେ ସମିତିର ସମ୍ପାଦକ ନୃସିଂହ ଚରଣ ଦାସ ଓ ଉପସ୍ଥିତ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ସମିତିର ସମ୍ପାଦକ ଶ୍ରୀ ଦାସ ସୂଚନା ଦେଇଥିଲେ ଯେ […]
ପଟ୍ଟାମୁଣ୍ଡାଇ ତା ୧୭/୨- ପଟ୍ଟାମୁଣ୍ଡାଇ ପୈ।ର ପରିଷଦ ଅନ୍ତର୍ଗତ କଷଣଅଣ୍ଟା ପଂଚାୟତ ହାଇସ୍କୁଲ ଠାରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ମାନଙ୍କର ୩ ଦିନିଆ ଦକ୍ଷତା ବିକାଶ ତାଲିମ ଶିବିର ‘ପ୍ରଗତି’ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳାଇଙ୍କ ପୌରହିତ୍ୟରେ ଆୟୋଜିତ ଶିବିରରେ କଷଣଅଣ୍ଟା ହାଇସ୍କୁଲ ପ୍ରାକ୍ତନ ପ୍ରଧାନଶିକ୍ଷକ ସଚ୍ଚିତ୍ର ବେହୁରା ଓ ଶିକ୍ଷାବିତ ସୁରେଶ ଚନ୍ଦ୍ର ଜେନା ସମ୍ମାନନୀୟ ଅତିଥି […]
ପଟ୍ଟାମୁଣ୍ଡାଇ ତା ୧୬/୨- ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ଜିଲ୍ଲା ସମ୍ମିଳନୀ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦୋଷିଆ ୟୁ ଜି ୟୁ ପି ସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ଜିଲ୍ଲା ସଭାପତି କରୁଣାକର ଭଳଙ୍କ ପୌରହିତ୍ୟରେ ଆୟୋଜିତ ସମ୍ମିଳନୀରେ ଶିକ୍ଷକ ନେତା ଅବନୀ ମହାନ୍ତି ମୁଖ୍ୟଅତିଥି, ବିଜୟ ଜେନା ମୁଖ୍ୟବକ୍ତା, ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ରାଜ୍ୟ ଉପସଭାପତି ଧନେଶ୍ୱର ପାତ୍ର, […]
କେନ୍ଦ୍ରାପଡ଼ା,୧୬ା୨:କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ତହସିଲ ଅନ୍ତର୍ଗତ ବିଞ୍ଚଣା ଅଞ୍ଚଳରେ ଚାଲିଥିବା ହରିଦାସପୁର ବେଆଇନ୍ ବାଲିଘାଟ ଉପରେ ଜିଲ୍ଲା ପ୍ରଶାସନ, ଖଣି ବିଭାଗ ଏବଂ ପାଟକୁରା ଥାନା ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଛି। ଚଢଉ ବେଳେ ୧୯ଟି ହାଇୱା ସମେତ ୨ଟି ପ୍ରୋକଲିନ ମେସିନ ଜବତ୍ କରାଯାଇଛି। ଜବତ ଗାଡିଗୁଡିକୁ ପାଟକୁରା ଥାନାର ଜିମା ଦିଆଯାଇଛି। ଖଣି ଅଧିକାରୀ ରଞ୍ଜିତ ବେହେରା ସୂଚନା ଦେଇଛନ୍ତି ଯେ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ […]
କେନ୍ଦ୍ରାପଡ଼ା,୧୬ା୨: କେନ୍ଦ୍ରାପଡ଼ା ପୌରାଞ୍ଚଳ ଅନ୍ତର୍ଗତ ୧୩ ନମ୍ବର ୱାର୍ଡ ରଣପଡା ମାଦ୍ରାସା ବାହାରୁଲ ଓଲୁମଠାରେ ଭାରତର ପୂର୍ବତନ ରାଷ୍ଟ୍ରପତି ଜାକିର ହୁସେନଙ୍କ ଜନ୍ମ ଜୟନ୍ତୀ କୁନିକୁନି ଛାତ୍ରଛାତ୍ରୀଙ୍କ ଗହଣରେ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଆୟୋଜକ ସମାଜସେବୀ ସେକ ଶାବିର ହୁସେନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ପବିତ୍ର ଦିବସରେ କୁନିକୁନି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଭାରତର ପୂର୍ବତନ ରାଷ୍ଟ୍ରପତି ଜାକିର ହୁସେନଙ୍କ ଜୀବନୀ ସମ୍ପର୍କରେ ବକ୍ତବ୍ୟ ପ୍ରତିଯୋଗିତା […]
ପଟ୍ଟାମୁଣ୍ଡାଇ ତା ୧୬/୨- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସାନମୂଳବସନ୍ତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ୧୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାମନ୍ଦିର ପରିଚାଳନା ସମିତି ସମ୍ପାଦକ ସଂଗ୍ରାମ ସ୍ୱାଇଁଙ୍କ ପୌର ହିତ୍ୟ ଓ ଆଚାର୍ଯ୍ୟା ଶିବାନୀ ଦାଶ ଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ପଟ୍ଟାମୁଣ୍ଡାଇ ସଂକୁଳ ପ୍ରମୁଖ ଗୋଲକ ବିହାରୀ ଭୂୟାଁ, ବଡ଼ ମୂଳବସନ୍ତ ସରପଞ୍ଚ ସନ୍ତୋଷ ସେଠୀ, ସି ଆର ସି ସି ସଞ୍ଜୟ ସାହୁ ସମ୍ମାନିତଅତିଥି […]
କେନ୍ଦ୍ରାପଡା,୧୫ା୨: କେନ୍ଦ୍ରାପଡା ଜିଲ୍ଲାରେ ପ୍ରଶାସନିକ ଅଚଳାବସ୍ଥା ଯୋଗୁଁ କର୍ମଚାରୀଙ୍କ ପଦୋନ୍ନତି ପାଇଁ ରହିଥିବା ବିଧି ବ୍ୟବସ୍ଥା ଡି.ପି.ସି.(ବିଭାଗୀୟ ପଦୋନ୍ନତି କମିଟି)ବସିପାରୁନାହିଁ। ଏହାଦ୍ୱାରା କର୍ମଚାରୀମାନେ ପଦୋନ୍ନତି ପାଇପାରୁନାହାନ୍ତି। ଫଳରେ ସେମାନେ ଦୀର୍ଘବର୍ଷ ଧରି ଯେଉଁ ପଦରେ କାର୍ଯ୍ୟ କରୁଛନ୍ତି ସେହି ପଦରେ ସୀମିତ ରହିବାକୁ ବାଧ୍ୟ ହେଉଛନ୍ତି। ଏହାଦ୍ୱାରା ସେମାନଙ୍କ ଦରମା ବୃଦ୍ଧି ପାଇ ପାରୁନାହିଁ କି ର୍ୟାଙ୍କ ମଧ୍ୟ ବଢୁନାହିଁ। ଫଳରେ ସେମାନଙ୍କ ଚାକିରୀ ସର୍ତ୍ତାବଳୀ ଉଲ୍ଲଙ୍ଘନ ହେଉଥିବା କେତେକ […]
କେନ୍ଦ୍ରାପଡା,୧୪ା୨: କପାଳେଶ୍ୱର ଗ୍ରାମପଞ୍ଚାୟତର ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ଥିବା ଶିବାନନ୍ଦ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଆଶ୍ରମର ପ୍ରତିଷ୍ଠାତା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟ ଅତିଥି, ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ ବିଶିଷ୍ଟ ଅତିଥି, ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ମୁଖ୍ୟବକ୍ତା ଓ ଆଶ୍ରମର ଉପାଧ୍ୟକ୍ଷ ଡ. କାଳି ପ୍ରସନ୍ନ ଶତପଥୀ, ବିଦ୍ୟାମନ୍ଦିର […]
କେନ୍ଦ୍ରାପଡା,୧୪ା୨: କେନ୍ଦ୍ରାପଡା ଜିଲ୍ଲା ରାଜ୍ୟର ଏକ ଶିଳ୍ପ କରିଡର ହେବ ବୋଲି କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ଜୟ ପଣ୍ଡା ଶୁକ୍ରବାର ଅପରାହ୍ନରେ ଗରାପୁରସ୍ଥିତ ସ୍ୱୟଂସିଦ୍ଧା ମଣ୍ଡପରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଗଣମାଧ୍ୟମକୁ କହିଛନ୍ତି। ଶ୍ରୀ ପଣ୍ଡା ଆହୁରି କହିଥିଲେ ଯେ କେନ୍ଦ୍ରାପଡାକୁ ରାଜ୍ୟର ଏକ ବିକଶିତ ଜିଲ୍ଲାରେ ପରିଣତ କରିବା ପାଇଁ ସେ ସବୁ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି। ଜିଲ୍ଲାରେ ରେଳ ଭିତ୍ତିଭୂମିର ବିକାଶ ପାଇଁ […]
କେନ୍ଦ୍ରାପଡ଼ା,୧୪ା୨: ରାଜ୍ୟରେ ଡବଲ ଇଞ୍ଜିନ୍ ସରକାର ଆସିବା ପରେ କେନ୍ଦ୍ରାପଡା ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି କ୍ରମାଗତ ଭାବେ ବିପର୍ଯ୍ୟସ୍ତ ହେବାରେ ଲାଗିଛି । ହେଲେ, ଅପରାଧକୁ ରୋକିବା ପାଇଁ ଜିଲ୍ଲା ପୋଲିସ ଯେମିତି ତତ୍ପରତା ଦେଖାଇବା କଥା ସେପରି ଦେଖାଯାଉନାହିଁ । ଫଳରେ ଜିଲ୍ଳାରେ ଅପରାଧିକ କାର୍ଯ୍ୟକଳାପ ବଢ଼ୁଥିବା ବେଳେ ଲୋକଙ୍କ ଭିତରେ ଭୟ ଓ ଆତଙ୍କ ସୃଷ୍ଟି କରୁଛି। ଏହାର ପ୍ରତିବାଦରେ ଶୁକ୍ରବାର ଭାରତର କମ୍ୟୁନିଷ୍ଟ ପାର୍ଟି […]