କେନ୍ଦ୍ରାପଡା,୧୨ା୧: କେନ୍ଦ୍ରାପଡା ଜିଲ୍ଲା ନାଟ୍ୟ-କଳା-ସାହିତ୍ୟ ପରିଷଦର ଏକ ବୈଠକ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଛକସ୍ଥିତ ହୋଟେଲ୍ ଚଣ୍ଡିଆ ପ୍ୟାଲେସ୍ ପରିସରରେ ସ୍ତମ୍ଭକାର ଡଃ ସର୍ବେଶ୍ୱର ସେଣଙ୍କ ପୌରୋହିତ୍ୟରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ମାଟି କଳା, ସାହିତ୍ୟ ଓ ସଙ୍ଗୀତର ମାଟି ହୋଇଥିବାରୁ ଏଠାରେ ଗୋଟିଏ ନାଟ୍ୟ, କଳା, ସାହିତ୍ୟ, ସଙ୍ଗୀତର ମିଳିତ ଅନୁଷ୍ଠାନ ନଥିବାରୁ ଏକ ନୂତନ ଅନୁଷ୍ଠାନ ଗଠନ କରିବାକୁ ସ୍ଥିର କରାଗଲା […]
କେନ୍ଦ୍ରାପଡ଼ା,୧୨ା୧: କେନ୍ଦ୍ରାପଡା ଜିଲ୍ଲା କ୍ରିକେଟ୍ ଆସୋସିଏସନ ଏବଂ ଓସିଏର ମିଳିତ ଆନୁକୂଲ୍ୟରେ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ରେ ଆୟୋଜିତ ଜିଲାସ୍ତରୀୟ ଆନ୍ତଃ କ୍ଲବ ଶେଷ ସୁପର ଲିଗ୍ ମ୍ୟାଚ୍ରେ ଆଳି କ୍ରିକେଟ୍ ଏବଂ ଷ୍ପୋର୍ସ କାଉନ୍ସିଲ୍ ବିଜୟୀ ହୋଇଛି। ରବିବାର ଦିନ କେନ୍ଦ୍ରାପଡା ଟାଇଗର୍ସ କ୍ରିକେଟ କ୍ଲବ ଓ ଆଳି କ୍ରିକେଟ୍ ଏବଂ ଷ୍ପୋର୍ସ କାଉନ୍ସିଲ୍ ମଧ୍ୟରେ ସୁପର ଲିଗ୍ ଅନୁଷ୍ଠିତ ହୋଇଥିଲା । ପ୍ରଥମେ କେନ୍ଦ୍ରାପଡା ଟାଇଗର୍ସ କ୍ରିକେଟ କ୍ଲବ […]
କେନ୍ଦ୍ରାପଡା,୧୨ା୧: କେନ୍ଦ୍ରାପଡା ଜିଲ୍ଲା ବାରୋଠାରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିସରରେ ଏକ ଧର୍ମଗୁରୁ ସଭା ରବିବାର ଆୟୋଜିତ ହୋଇଯାଇଛି । ସମାଜରୁ କୁସଂସ୍କାର ଓ ଅନ୍ଧ ବିଶ୍ୱାସ ଦୂର କରିବାକୁ ଧାର୍ମିକ ବ୍ୟକ୍ତିବିଶେଷ ଲୋକଙ୍କୁ ସଚେତନ କରିବେ ତଥା ଅସୁସ୍ଥ ବ୍ୟକ୍ତିଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବା ସକାଶେ ସକାରାତ୍ମକ ଉପଦେଶ ଦେବେ । ଅତ୍ୟଧିକ ଶ୍ୱେତସାର ଜାତୀୟ ଖାଦ୍ୟ ଖାଇବା ଯୋଗୁଁ ଇନ୍ସୁଲିନର କାର୍ଯ୍ୟ ବାଧାପ୍ରାପ୍ତ ହେବା ଏବଂ ରୋଗ ସଂକ୍ରମଣ […]
ପୁସ୍ତକମେଳାର ସପ୍ତମ ସନ୍ଧ୍ୟା କେନ୍ଦ୍ରାପଡା,୧୨ା୧: କେନ୍ଦ୍ରାପଡା ଇଭେଣ୍ଟ ମ୍ୟାନେଜର୍ସ (କେମ୍) ଦ୍ୱାରା ଆୟୋଜିତ ଦ୍ୱାବିଂଶତମ ରାଜ୍ୟସ୍ତରୀୟ ପୁସ୍ତକମେଳା ସହରସ୍ଥିତ ଟେଲିକମ ଗ୍ରାଉଣ୍ଡ ପରିସରରେ ଦ୍ୱାବିଂଶ କେନ୍ଦ୍ରାପଡା ରାଜ୍ୟସ୍ତରୀୟ ପୁସ୍ତକମେଳାର ୭ମ ଦିବସରେ କେମ୍ର ଉପଦେଷ୍ଟା ଡ. ବିରଜା ରାଉତରାୟଙ୍କ ସଂଯୋଜନାରେ କଥା ସାହିତ୍ୟର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ‘ସୃଜନୀ ଅଧିବେଶନ’ ଅନୁଷ୍ଠିତ ହୋଇଥିଲା । ଏଥିରେ ଲେଖକ, କବି ଓ ଗାଳ୍ପିକମାନେ ସେମାନଙ୍କର ଲେଖନୀୟ ଜୀବନର ନିଚ୍ଛକ ଅନୁଭୂତି ଓ […]
କେନ୍ଦ୍ରାପଡା,୧୨ା୧: କେନ୍ଦ୍ରାପଡା ଇଭେଣ୍ଟ ମ୍ୟାନେଜର୍ସ (କେମ୍)ର ଉପଦେଷ୍ଟା ଡ. ବିରଜା ରାଉତରାୟଙ୍କ ପୁସ୍ତକ ‘ସମ୍ପାଦକ ଚଷମାରେ’ ଆଜି ମଧ୍ୟାହ୍ନରେ ପୁସ୍ତକ ମେଳା ପରିସରରେ ଲୋକାର୍ପିତ ହୋଇଯାଇଛି । ଏହି ପୁସ୍ତକରେ ବିଗତ ୨୨ବର୍ଷ ଧରି କେମ୍ ଦ୍ୱାରା ପ୍ରକାଶିତ ପୁସ୍ତକମେଳାର ‘କେନ୍ଦ୍ରାପଡା ପରିକ୍ରମା’ର ସମ୍ପାଦକୀୟକୁ ନେଇ ପୁସ୍ତକ ପ୍ରକାଶ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲାର ଭାଷା, ସହରୀ ହାଟ, ଲିଭିଂ ଲିଜେଣ୍ଡ୍, ଗାଁର କଥା, କେନ୍ଦ୍ରାପଡାର ବିକାଶ ଓ ରାଜନୀତି, […]
କେନ୍ଦ୍ରାପଡ଼ା,୧୧ା୧ : ବାଞ୍ଛାନିଧି ଦାସ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବାୟାବାବାଙ୍କ ଦ୍ୱାରା ପ୍ରତିଷ୍ଠିତ ମହାକାଳପଡାସ୍ଥିତ ଆଶ୍ରମବାଲିକୁଦାର ଲକ୍ଷ୍ମୀନାରାୟଣ ବିଦ୍ୟାପୀଠରେ ଶନିବାର ମେଧାବୃତ୍ତି ପ୍ରଦାନ କରାଯାଇଛି। ଏହି ଉପଲକ୍ଷେ ପ୍ରଧାନଶିକ୍ଷକ ପ୍ରଭାତ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ତଥା ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମରିଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗରିବ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ମେଧାବୃତ୍ତି ପ୍ରଦାନ […]
କେନ୍ଦ୍ରାପଡ଼ା ଜିଲା ରାଜନଗର ବନଖଣ୍ଡ ଅନ୍ତର୍ଗତ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ଗଭୀର ସମୁଦ୍ର ମଧ୍ୟରେ ବନ ବିଭାଗ ପାଟ୍ରୋଲିଂ ଟିମ୍ ଉପରକୁ ମାଛ ମାଫିଆମାନେ ଆକ୍ରମଣ କରିଥିବା ସୂଚନା ମିଳିଛି । ରବିବାର ଦିନ ୨ ଟା ସମୟରେ ବାବୁବାଲି ଠାରୁ ୫ କିମି ଦୂର ନିଶିନ୍ଧାଂଚଳରେ ଚଣ୍ଡୀ ତାରେଣୀ ନାମକ ଟ୍ରଲର ମାଛ ମାରୁଥିଲେ । ଖବର ପାଇ ଫରେଷ୍ଟର ସୁରେଶ ଚନ୍ଦ୍ର ପୃଷ୍ଟିଙ୍କ ନେତୃତ୍ୱରେ ବନ ବିଭାଗ […]
ପଟ୍ଟାମୁଣ୍ଡାଇ ୧୧/୧-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡ଼ମୂଳବସନ୍ତ ୟୁନାଇଟେଡ଼ ୟୁଥ କ୍ଲବ ପକ୍ଷରୁ ୪୦ବର୍ଷରୁ ଉର୍ଦ୍ଧ ଯୁବକଙ୍କୁ ନେଇ ଆୟୋଜିତ ୟୁ ୱା ସି କ୍ରିକେଟ ଟୁର୍ନାମେଂଟ ଉଦଘାଟିତ ହୋଇଯାଇଛି । ୟୁ ୱା ସି ସଭାପତି ସଂଗ୍ରାମ କେଶରୀ ସ୍ୱାଇଁଙ୍କ ପୌରହିତ୍ୟରେ ନିତାଇ ଚୈତନ୍ୟ ହାଇସ୍କୁଲ ପଡିଆରେ ଆୟୋଜିତ ୟୁ ୱା ସି କ୍ରିକେଟ ଟୁର୍ନାମେଂଟର ଉଦଘାଟନ ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ମୁଖ୍ୟଅତିଥି, ପଟ୍ଟାମୁଣ୍ଡାଇ ଆଦର୍ଶ […]
ଜିଲ୍ଲାସ୍ତରୀୟ ସିନିୟର୍ ଆନ୍ତଃକ୍ଲବ କ୍ରକେଟ୍ ଟୁର୍ଣ୍ଣାମେଣ୍ଟ କେନ୍ଦ୍ରାପଡ଼ା,୧୧ା୧: କେନ୍ଦ୍ରାପଡା ଜିଲ୍ଲା କ୍ରିକେଟ୍ ଆସୋସିଏସନ ଏବଂ ଓସିଏର ମିଳିତ ଆନୁକୂଲ୍ୟରେ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ରେ ଆୟୋଜିତ ଜିଲାସ୍ତରୀୟ ଆନ୍ତଃ କ୍ଲବ ସୁପର ଲିଗ୍ ୧୯ତମ ମ୍ୟାଚ୍ରେ ଇଲେଭେନ ଷ୍ଟାର କ୍ରିକେଟ କ୍ଲବ ବିଜୟୀ ହୋଇଛି। ଶନିବାର ଦିନ ଇଲେଭେନ ଷ୍ଟାର କ୍ରିକେଟ କ୍ଲବ ଓ କେନ୍ଦ୍ରାପଡା ଟାଇଗର୍ସ କ୍ରିକେଟ୍ କ୍ଲବ ମଧ୍ୟରେ ସୁପର ଲିଗ୍ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟାଇଗର୍ସ […]
କେନ୍ଦ୍ରାପଡ଼ା ୧୧/୧: ଦ୍ୱାବିଶଂତମ ରାଜ୍ୟସ୍ତରୀୟ ପୁସ୍ତକମେଳା ଉଦ୍ଘାଟନ ଦିବସରେ ଲୋକାର୍ପିତ ହୋଇଥିବା ଚଳିତବର୍ଷ ‘କେନ୍ଦ୍ରାପଡା ପରିକ୍ରମା’ର ଭିତରକନିକା ବିଶେଷଜ୍ଞ ବିପୁଳ ପାଠକୀୟ ଆଦୃତି ପାଉଥିବାର ଲକ୍ଷ୍ୟ କରାଯାଇଛି । ଏହି ଆକର୍ଷଣୀୟ ପରିପାଟିରେ ପ୍ରକାଶିତ ଏହି ସଂଗ୍ରହ୍ୟ ବିଶେଷାଙ୍କରେ ଭିତରକନିକାର ଜୈବ ବିବିଧତା, ପ୍ରାକୃତିକ ବିଭବ, ହେନ୍ତାଳବଣ, ବିରଳ ପ୍ରଜାତିର ଜୀବଜନ୍ତୁ, ବଗ ଗହଣ, କୁମ୍ଭୀର ପ୍ରଜନନ କେନ୍ଦ୍ର, ଗହୀରମଥା ଅଲିଭ୍ ରିଡ୍ଲେ କଇଁଛ ଏବଂ ଭିତରକନିକାର ଇତିହାସ, ଅତୀତ […]
ପୁସ୍ତକମେଳାର ଷଷ୍ଠ ସନ୍ଧ୍ୟା କେନ୍ଦ୍ରାପଡା,୧୧ା୧: କେନ୍ଦ୍ରାପଡା ଇଭେଣ୍ଟ ମ୍ୟାନେଜର୍ସ (କେମ୍) ଦ୍ୱାରା ଆୟୋଜିତ ଦ୍ୱାବିଂଶତମ ରାଜ୍ୟସ୍ତରୀୟ ପୁସ୍ତକମେଳା ସହରସ୍ଥିତ ଟେଲିକମ ଗ୍ରାଉଣ୍ଡ ପରିସରରେ ଦ୍ୱାବିଂଶ କେନ୍ଦ୍ରାପଡା ରାଜ୍ୟସ୍ତରୀୟ ପୁସ୍ତକମେଳାର ୬ଷ୍ଠ ଦିବସରେ କେମ ଦ୍ୱାରା ଆୟୋଜିତ ଆଶୁ କୁଇଜ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗୀତାରେ ବିଭିନ୍ନ ସ୍କୁଲରୁ ପ୍ରାୟ ୨୦୦ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ଯେଉଁ ପ୍ରତିଯୋଗୀ ଠିକ ଉତ୍ତର ଦେଉଥିଲେ ସେମାନଙ୍କୁ ଅତିଥିମାନେ […]
ସେଣ୍ଟ ଜାଭିଅର ହାଇସ୍କୁଲର ବାର୍ଷିକ ଉତ୍ସବ କେନ୍ଦ୍ରାପଡ଼ା,୧୧ା୧: କେନ୍ଦ୍ରାପଡା ସହରର ଗୋପସ୍ଥିତ ସେଣ୍ଟ ଜାଭିଅର ହାଇସ୍କୁଲର ଚତୁର୍ଦଶତମ ବାର୍ଷିକ ଉତ୍ସବ ଶନିବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି। ହାଇସ୍କୁଲର ଅଧ୍ୟକ୍ଷ ନିରଞ୍ଜନ ବେହେରାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ଉଦଘାଟନୀ ଉତ୍ସବରେ ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମରିଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ସେ ଆଜକୁ ୫୨ବର୍ଷ ତଳେ ଆଇ.ଆଇ.ଟି.ରୁ ଇଞ୍ଜିନିଅରିଂରେ ଡିଗ୍ରୀ […]
ପଟ୍ଟାମୁଣ୍ଡାଇ ୧୧/୧ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଶ୍ରୀରାମପୁର ପାଳପାଟଣା ସ୍ଥିତ ରାମଚଣ୍ଡୀ ନୋଡ଼ାଲ ବିଦ୍ୟାଳୟରେ ଛାତ୍ର ଓ ଅଭିଭାବକ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟରେ ନୂତନ ଭାବେ ଏକ ଗୋପବନ୍ଧୁ ସ୍କାଉଟ ଟ୍ରୁପ ଓ ଝାନ୍ସୀରାଣୀ ଗାଇଡ଼ କଂପାନୀ ଆନୁଷ୍ଠାନିକ ଭାବେ ଗଠନ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲା ସ୍କାଉଟ ସଂଯୋଜକ ଗାଲେଖ ବିହାରୀ ଭୁୟାଁ ଓ ଡାମରପୁର ସ୍ଥିତ ମା ବାସନ୍ତୀ ବାଳିକା […]
ଦିବ୍ୟାଙ୍ଗଙ୍କୁ କଳିଙ୍ଗ ନବଦିଗନ୍ତ ସ୍ୱେଛାସେବୀ ସଂଗଠନର ସହାୟତା କେନ୍ଦ୍ରାପଡ଼ା,୧୧ା୧: କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ମହୁ ଗ୍ରାମର କିରଣ ସ୍ୱାଇଁ ଜଣେ ଦାଦନ ଶ୍ରମିକ ଭାବେ ସୁଦୁର ବାଙ୍ଗାଲୋରରେ ପାଣି ପାଇପ ମିସ୍ତ୍ରୀ ଭାବେ କାମ କରନ୍ତି। କାମ କରିବା ସମୟରେ ଅସାବଧାନତା ବଶତଃ ତାଙ୍କର ଡାହାଣ ଗୋଡର କାଣୀ ଆଙ୍ଗୁଠିରେ ଆଘାତ ଲାଗି ଏକ କ୍ଷତ ସୃଷ୍ଟି ହୋଇଥିଲା। ସେହି କ୍ଷତ ଧିରେ ଧିରେ ସଂକ୍ରମିତ ହୋଇ […]
ପଟ୍ଟାମୁଣ୍ଡାଇ ତା ୧୦/୧-ପଟ୍ଟାମୁଣ୍ଡାଇ ବ୍ଲକର ୩୧ ପଂଚାୟତରେ କାର୍ଯ୍ୟରତ ପଂଚାୟତ ନିର୍ବାହୀ ଅଧିକାରୀ ( ପି ଇ ଓ )ମାନଙ୍କ ଏକ ବୈଠକ ପ୍ରଭାତ ମଲ୍ଲିକଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇ ହୋଇଯାଇଛି । ଏଥିରେ ମାଧବ ଦଳାଇ, ସୁରଜ କୁମାର ମହାନ୍ତି, ଶଙ୍କର୍ଷଣ ମାଝୀ, ଦୂର୍ଗା ପ୍ରସାଦ ନାୟକ, ବାହାଦୁର ଟୁଡୁ, ଅଲେଖ ପ୍ରଧାନ, ଜ୍ୟୋତିରଞ୍ଜନ ସାମଲ ପ୍ରଦୀପ କୁମାର ଜେନା, ସୁକୁଲ ମାଝୀ, ଶାରଦା ପ୍ରସନ୍ନ ରାଉତ ପ୍ରମୁଖ […]
ଦାବି ପୂରଣ ନହେଲେ ପ୍ରଶାସନକୁ ଅଚଳ କରି ଦିଆଯିବ କେନ୍ଦ୍ରାପଡ଼ା, ୧୦ା୧: ପାଞ୍ଚଦଫା ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ୱାନ କ୍ରମେ ଶୁକ୍ରବାର ରାଜ୍ୟ ବ୍ୟାପି ଚେତାବନୀ ସମାବେଶ ପରିପ୍ରେକ୍ଷୀରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ଚାଷୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଭାଗଚାଷୀଙ୍କୁ କ୍ଷତିପୂରଣ, ରାଜ୍ୟବ୍ୟାପୀ ମଣ୍ଡି ଖୋଲିବା ଏବଂ ମୃତ କୃଷକ ପରିବାରକୁ ୨୦ ଲକ୍ଷ ଟଙ୍କା ପ୍ରଦାନ ଦାବିରେ ଆହୁତ ଏହି ବିକ୍ଷୋଭରେ କୁହାଯାଇଛି ଯେ […]
କେନ୍ଦ୍ରାପଡ଼ା,୧୦ା୧: ଜମଧରସ୍ଥିତ ନିୟନ୍ତ୍ରିତ ବଜାର କମିଟିର ମୁଖ୍ୟ ବଜାର ପ୍ରାଙ୍ଗଣରେ ଶୁକ୍ରବାର ଜିଲ୍ଲାସ୍ତରୀୟ ଧାନକ୍ରୟ ମଣ୍ଡିର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, କେନ୍ଦ୍ରାପଡା ଲୋକସଭା ସାଂସଦଙ୍କ ପ୍ରତିନିଧି ତଥା ଜିଲ୍ଲା ବିଜେପି ସଭାପତି କିଶୋର ପଣ୍ଡା, ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ, ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଫିତା କାଟି […]
କେନ୍ଦ୍ରାପଡ଼ା,୧୦ା୧: କେନ୍ଦ୍ରାପଡା ଜିଲ୍ଲା କ୍ରିକେଟ୍ ଆସୋସିଏସନ ଏବଂ ଓସିଏର ମିଳିତ ଆନୁକୂଲ୍ୟରେ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ରେ ଆୟୋଜିତ ଜିଲାସ୍ତରୀୟ ଆନ୍ତଃ କ୍ଲବ ସୁପର ଲିଗ୍ ୧୮ତମ ମ୍ୟାଚ୍ରେ ଇଲେଭେନ ଷ୍ଟାର କ୍ରିକେଟ କ୍ଲବ ବିଜୟୀ ହୋଇଛି। ସୋମବାର ଦିନ ଇଲେଭେନ ଷ୍ଟାର କ୍ରିକେଟ କ୍ଲବ ଓ ଆଳି କ୍ରିକେଟ୍ ଏବଂ ଷ୍ପୋର୍ସ କାଉନ୍ସିଲ୍ ମଧ୍ୟରେ ସୁପର ଲିଗ୍ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଇଲେଭେନ ଷ୍ଟାର କ୍ରିକେଟ କ୍ଲବ ଟସ୍ […]
ପୁସ୍ତକମେଳାର ପଞ୍ଚମ ସନ୍ଧ୍ୟା କେନ୍ଦ୍ରାପଡା,୧୦ା୧: କେନ୍ଦ୍ରାପଡା ସହରସ୍ଥିତ ଟେଲିକମ ଗ୍ରାଉଣ୍ଡ ପରିସରରେ ଦ୍ୱାବିଂଶ କେନ୍ଦ୍ରାପଡା ରାଜ୍ୟସ୍ତରୀୟ ପୁସ୍ତକମେଳାର ପଞ୍ଚମ ସନ୍ଧ୍ୟା ଅପରାହ୍ନରେ ନେତାଜୀ ମଡେଲ ସ୍କୁଲ ଆନୁକୂଲ୍ୟରେ ଚିତ୍ତାକର୍ଷକ ସାଂସ୍କୃତିକ ବିଚିତ୍ରା ଓ କୁଇଜ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶିକ୍ଷକ ସୁବ୍ରତ କୁମାର ଜେନାଙ୍କ ସଂଯୋଜନାରେ ଏହି କୁଇଜ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ସ୍କୁଲର ପିଲାମାନେ ଭାଗ ନେଇଥିଲେ । ଉତ୍ତର ଦେଇଥିବା ପ୍ରାୟ ୧୦୦ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କାର […]
ପଟ୍ଟାମୁଣ୍ଡଇ ୧୦/୧;ସ୍ୱାଧୀନ ଭାରତରେ ଓଡ଼ିଶାର ଅନ୍ୟତମ ପ୍ରମୁଖ ନିର୍ବାଚନମଣ୍ଡଳୀ ଭାବେ ପଟ୍ଟାମୁଣ୍ଡାଇ ନିର୍ବାଚନମଣ୍ଡଳୀ ସ୍ୱତନ୍ତ୍ର ପରିଚିତି ଲାଭ କରିଥିଲା। ୨୦୦୯ ନିର୍ବାଚନ ପୂର୍ବରୁ ସୀମା ପୁନଃ ନିର୍ଦ୍ଧାରଣ ବେଳେ ପଟ୍ଟାମୁଣ୍ଡାଇ ସଂରକ୍ଷିତ ନିର୍ବାଚନଆସନର ବିଲୋପ ଘଟିଛି । ସୀମା ପୁନଃ ନିର୍ଦ୍ଧାରଣ ପୂର୍ବରୁ ପଟ୍ଟାମୁଣ୍ଡାଇ ବ୍ଲକର ୩୦ଟି ପଂଚାୟତ, ପୌରାଂଚଳର ୨୦ ଟି ଓାର୍ଦ ସହିତ କେନ୍ଦ୍ରାପଡ଼ା ବ୍ଲକର ୫ ଟା ପଂଚାୟତ ଓ ଆଳି ବ୍ଲକର ୧୦ ଟି […]
କେନ୍ଦ୍ରାପଡ଼ା, ୯ା୧: କେନ୍ଦ୍ରାପଡ଼ା ଜିଲ୍ଲାରୁ ରେଳବାଇ ଡାକସେବା ଉଚ୍ଛେଦ କରିବା ନେଇ ଯେଉଁ ନିଷ୍ପତ୍ତି ହୋଇଛି ତାହାକୁ ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଓଡିଶା ସର୍କଲ ମୁଖ୍ୟ ଡାକପାଳଙ୍କୁ ଚିଠି ଲେଖିଛନ୍ତି। ଶ୍ରୀ ବେହେରା ଚିଠିରେ ଉଲ୍ଲେଖ କରିଛନ୍ତି ଯେ କେନ୍ଦ୍ରାପଡା ସହରର ମହିପାଳ ଠାରେ ୧୯୭୭ମସିହାରୁ ଏପର୍ଯ୍ୟନ୍ତ ରେଳବାଇ ଡାକସେବା କାର୍ଯ୍ୟାଳୟ ଚାଲୁଅଛି। ଏହି କାର୍ଯ୍ୟାଳୟ ଜିଲ୍ଲାର ୯ଗୋଟି ବ୍ଲକ ଓ ଦୁଇ ଗୋଟି […]
କେନ୍ଦ୍ରାପଡ଼ା,୯ା୧: କେନ୍ଦ୍ରାପଡା ସହରସ୍ଥ ମଦର୍ସ ଇଣ୍ଟ ନ୍ୟାସନାଲ ସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗିତା ୭ଓ ୮ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତା ଉଦ୍ଘାଟନୀ ଉତ୍ସବରେ କେନ୍ଦ୍ରାପଡା ଜିଲ୍ଲା କ୍ରୀଡା ସଂସଦର ସମ୍ପାଦକ ସୟଦ ଅକମଲ ଅଲ୍ଲୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ କ୍ରୀଡାର ଆବଶ୍ୟକତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଅନୁଷ୍ଠାନର ସଭାପତି ସୟଦ ଏସଦାନ ଅଲ୍ଲୀ(ଟିଚୁ) କ୍ରୀଡା […]
ପଟ୍ଟାମୁଣ୍ଡାଇ ତା ୯/୧-ପଟ୍ଟାମୁଣ୍ଡାଇ ଏ ଡି ଜେ କୋର୍ଟର ନୂତନ ଅତିରିକ୍ତ ଜିଲ୍ଲା ଜଜ ବିଦ୍ୟାଧର ପୃଷ୍ଟିଙ୍କୁ ଓକିଲ ସଂଘ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।ଏହି ଉପଲକ୍ଷେ ଓକିଲ ସଂଘ ସଭାପତି ତପନ କୁମାର ମିଶ୍ର ଙ୍କ ପୌରହିତ୍ୟରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ପଟ୍ଟାମୁଣ୍ଡାଇ ସବଜଜ ସୁଶ୍ରୀ ସଂଗୀତା ମଲ୍ଲିକ, ଜେ ଏମ ଏଫ ସି ବିଦ୍ୟୁତଲତା ପ୍ରଧାନ ଓ ଡ଼ି କେ ବାଲକିଷ୍ଣା, ଓକିଲ ସଂଘ […]
କେନ୍ଦ୍ରାପଡା,୯ା୧: ଦ୍ୱାବିଂଶତିତମ କେନ୍ଦ୍ରାପଡା ରାଜ୍ୟସ୍ତରୀୟ ପୁସ୍ତକମେଳାର ତୃତୀୟ ସନ୍ଧ୍ୟାରେ ପ୍ରକୃତିବନ୍ଧୁ ଶିକ୍ଷାବିତ୍ ନୃସିଂହ ଚରଣ ତ୍ରିପାଠୀଙ୍କ ଦ୍ୱାରା ପ୍ରତିଷ୍ଠିତ ‘ସୃଜନ ଦିଗନ୍ତ’ ତରଫରୁ ସାଂସ୍କୃତିକ ବିଚିତ୍ରା ତଥା ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ତଳବାରଙ୍ଗ ଶ୍ରୀ ସତ୍ୟସାଇ ବାଳ ବିକାଶ କେନ୍ଦ୍ରର ଛାତ୍ର ଦେବ ପ୍ରସାଦ ପତି ପବିତ୍ର ଗୀତାର ପ୍ରଥମ ଅଧ୍ୟାୟ ଆବୃତ୍ତି କରିଥିଲେ ଓ ଦିବ୍ୟଜ୍ୟୋତି ପତି ସାଇ ଭଜନ ଗାନ କରିଥିଲେ […]