କେନ୍ଦ୍ରାପଡ଼ା,୧୬ା୩: କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ଓ ସୃଜନ ଦିଗନ୍ତର ମିଳିତ ଉଦ୍ୟମରେ କବି ବସନ୍ତ କୋକିଳଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ମିଳିତ ଫଗୁଆସର ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ ସାହିତ୍ୟ ସଂସଦର ଉପସଭାପତି ବିଶିଷ୍ଟ ଆଇନଜୀବୀ ପ୍ରଦୀପ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ପ୍ରକୃତି ବନ୍ଧୁ ନୃସିଂହ ଚରଣ ତ୍ରିପାଠୀଙ୍କ ତଳବାରଙ୍ଗସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ପ୍ରକୃତିବନ୍ଧୁ ଶ୍ରୀ ତ୍ରିପାଠୀ ପାରମ୍ପରିକ ଅଭିର ରଙ୍ଗରେ ହୋଲି […]
featured
କେନ୍ଦ୍ରାପଡା,୧୬ା୩ : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ମହାନ୍ତିସାହିର ଦୋଳ ମେଲଣ ଉଦଯାପିତ ହୋଇଯାଇଛି । ଜିଲ୍ଲାର ବହୁ ପୁରାତନ ମେଲଣ ମଧ୍ୟରୁ ମହାନ୍ତି ସାହି ମେଲଣ ପ୍ରାୟ ୨ଶହ ବର୍ଷ ପୂର୍ବେ ପୂର୍ବଜମାନେ ଆରମ୍ଭ କରିଥିଲେ । ମେଲଣକୁ ବିଭିନ୍ନ ଅଂଚଳରୁ ୯ଟି ସୁସଜ୍ଜିତ ବିଭାନ ବାଜାବାଣ ରୋଷଣୀ କରି ମଧ୍ୟାହ୍ନରେ ମହାନ୍ତିସାହିରେ ପହଁଚିଥିଲେ । ଥାନପତି ଶ୍ରୀଦଧିବାବନଜୀଉ ପ୍ରଥମେ ପହଁଚି ଆସ୍ଥାନ ଗ୍ରହଣ କରିବା ପରେ ଅନ୍ୟମାନେ […]
କେନ୍ଦ୍ରାପଡ଼ା,୧୬ା୩: କଟକସ୍ଥିତ ଓଡିଶା ଏନ୍ସିସି ମୁଖ୍ୟ ନିର୍ଦ୍ଦେଶାଳୟର କଟକ ଗ୍ରୁପ୍ ଆନୁକୂଲ୍ୟରେ ସାମାଜିକ ଦାୟିତ୍ୱବୋଧକୁ ପ୍ରୋତ୍ସାହିତ କରିବା ପାଇଁ ଏକ ସାଇକେଲ ଶୋଭାଯାତ୍ରା କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଶନିବାର ଆସି ପହଞ୍ôଚଥିଲା । ଏନ୍ସିସି କ୍ୟାଡେଟ୍ମାନେ ଏଠାରେ ରାତ୍ରି ରହଣି କରିଥିଲେ । ରବିବାର ସକାଳ ୭ଟା ବେଳେ ଶୋଭାଯାତ୍ରାକାରୀମାନେ ପଟ୍ଟାମୁଣ୍ଡାଇ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ଶୋଭାଯାତ୍ରାକାରୀଙ୍କୁ ସ୍ୱାଗତ କରିବା ଉଦେଶ୍ୟରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର […]
କେନ୍ଦ୍ରାପଡ଼ା, ୧୬ା୩ : କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ବ୍ଲକ୍ରେ ୬ଶହ ବର୍ଷର କନିକା ରାଜମେଳଣ ଆନନ୍ଦ ଉତ୍ସାହର ସହିତ ଶେଷ ହୋଇଛି। ପାଂଚଦିନ ଧରି କାଳିକାପୁର, ଆୟତନ, ଦେଉଳି ଏବଂ ଗିରୀଆ ମେଳଣ ଉତ୍ସବ ପରେ କନିକାର ପ୍ରସିଦ୍ଧ ମେଳଣ ଉତ୍ସବର ଶେଷ ଦିନ କନିକା ରାଜପ୍ରସାଦ ଆଗରେ ରାଜ ମେଳଣ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି। ଏହି ରାଜ ମେଳଣ ଉତ୍ସବକୁ ଦେଖିବା ପାଇଁ ଲୋକେ ପ୍ରତିବର୍ଷ […]
କେନ୍ଦ୍ରାପଡ଼ା,୧୬ା୩ : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ବସନ୍ତ କୁମାରୀ ଗ୍ରାମୀଣ ଚକ୍ଷୁ ଚିକିତ୍ସାଳୟ ଓ ଗବେଷଣା କେନ୍ଦ୍ରର ଉନବିଂଶତମ ବାର୍ଷିକ ଉତ୍ସବ ଚିକିତ୍ସାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଚିକିତ୍ସାଳୟର ପ୍ରତିଷ୍ଠାତା ପ୍ରଫେସର ଡା. ବିମଳକାନ୍ତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ସତ୍ୟସାଇ ସେବାସମିତି ସଭାପତି ଉମେଶ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି, ଭୁବନେଶ୍ୱର ରୋଟାରୀ କ୍ଲବ(ୟୁନିକ୍)ର ସଭାପତି ଲକ୍ଷ୍ମୀକାନ୍ତ ପାଲିତ ମୁଖ୍ୟବକ୍ତା ଓ […]
ପଟ୍ଟାମୁଣ୍ଡାଇ ତା ୧୬/୩-ପଟ୍ଟାମୁଣ୍ଡାଇ ଅଂଚଳରେ ପବିତ୍ର ହୋଲି ଉତ୍ସବ ବିପୁଳ ଆନନ୍ଦ ଉଲ୍ଲାସର ସହିତ ସମାରୋହରେ ପାଳିତ ହୋଇଯାଇଛି । ରଙ୍ଗର ପର୍ବ ହୋଲି ଉତ୍ସବକୁ ପଟ୍ଟାମୁଣ୍ଡାଇ ଧୋ୍ୟାଞ୍ଚଳ ଓ ଉତିକଣ ଅଂଚଳରେ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ କରାଯାଇଛି । ହୋଲି ଉତ୍ସବ ଉପଲକ୍ଷେ ବିଭିନ୍ନ ବର୍ଗର ଲୋକମାନେ ପରସ୍ପରକୁ ରଙ୍ଗ ଓ ଅଭିର ମାରି ହୋଲି ଅଭିନନ୍ଦନ ଜ୍ଞାପନ କରିଥିଲେ । ବିଭିନ୍ନ ରାଜନୈତିକ ଦଳର […]
ପଟ୍ଟାମୁଣ୍ଡାଇ, ୧୬ା୩ – ପଟ୍ଟାମୁଣ୍ଡାଇ ବ୍ଳକ ବଡପଡା ପଚାଂୟତ କାଠିଆପଡା ଠାରେ ଅନୁଷ୍ଟିତ ୩୬ତମ ବିଶ୍ୱଶାନ୍ତି ମହାଯଜ୍ଞ ଦୋଳପୂର୍ଣ୍ଣିମା ଶୁକ୍ରବାର ଉଦ୍ଯାପିତ ହୋଇଯାଇଛି । ପଣ୍ଡିତ ପ୍ରଶାନ୍ତ ପଣ୍ଡାଙ୍କ ତତ୍ୱବଧାନରେ ବହୁ ବିଦ୍ୱାନ ବେଦଜ୍ଞ ବ୍ରାହ୍ମଣ ପଣ୍ଡିତମାନେ ଗୁରୁ ପୂଜା, ଧରିତ୍ରୀ ପୂଜା, ସୂର୍ଯ୍ୟପୂଜା, ଗୋପୂଜା. ଶାଲା ମାର୍ଜନା, ଶୌବନାମଗ୍ନୀ ସ୍ଥାପନ, ସ୍ତମ୍ଭ ତୋରଣ ପୂଜା, ଅଗ୍ନି ସ୍ଥାପନ ପରେ ଯଜ୍ଞ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ପଣ୍ଡିତ ମାନଙ୍କ […]
କେନ୍ଦ୍ରାପଡା,ତା୧୬/୩-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ଗ୍ରାମର ଶ୍ରୀ ଗୋବିନ୍ଦଜୀଉ ମନ୍ଦିର ପରିସରରେ ୪୨ତମ ବାର୍ଷିକ ଶ୍ରୀମଦ୍ ଭାଗବତ ପାରାୟଣ ସପ୍ତାହ ମାର୍ଚ୍ଚ ୮ତାରିଖ ଶନିବାର ଠାରୁ ୧୪ତାରିଖ ଶୁକ୍ରବାର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଏହାପରେ ୧୫ତାରିଖ ଠାରୁ ୧୯ତାରିଖ ପର୍ଯ୍ୟନ୍ତ ଦୋଳ ଉତ୍ସବ ପାଳନ କରାଯାଉଛି । ଏହି ଅବସରରେ ଶୁକ୍ରବାରଦିନ ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ରାଧାଗୋବିନ୍ଦଜୀଉଙ୍କ ନିକଟରେ ନୂତନ ପାଞ୍ଜିକା ପଠନ କରାଯିବା ପରେ ଶ୍ରୀମଦ୍ […]
କେନ୍ଦ୍ରାପଡ଼ା,୧୪ା୩: କେନ୍ଦ୍ରାପଡା ସହରସ୍ଥ ଗୁଲନଗର ମାରୁତି ଛକସ୍ଥିତ ସଂଜୀବନୀ ବିଦ୍ୟାମନ୍ଦିରର ପଞ୍ଚଦଶତମ ବାର୍ଷିକ ଉତ୍ସବ ଗୁରୁବାର ଦିନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ଅଞ୍ଚଳର ବିଶିଷ୍ଟ ସମାଜସେବୀ ଭରତ ଚନ୍ଦ୍ର ସାହୁ ଓ ପ୍ରଧାନ ଆଚାର୍ଯ୍ୟ ବିଦ୍ୟାଧର ମହାପାତ୍ରଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟ ସଭା ସମ୍ପାଦକ ନିର୍ମଳ ଚନ୍ଦ୍ର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ […]
ବିଶ୍ୱର ସମସ୍ତ ଦେଶ, ରାଜ୍ୟ ବିକାଶ ଆଡ଼କୁ ଦ୍ରୁତ ଗତିରେ ବଢିଚାଲୁଛି । ବିକାଶ ଆଡ଼କୁ ଅଗ୍ରଗତି କରି ଲୋକେ କୋଠାବାଟି ଗାଡି ଘୋଡା ବଢିଚାଲିଛି । ବଦ୍ଧିତ ସହରରେ ଲୋକେ ବ୍ୟସ୍ତତା ଭିତରେ ଜୀବନ ଅତିବାହିତ କରୁଛନ୍ତି । ହେଲେ ବିକାଶରେ ସାହାଯ୍ୟ କରିଥିବା ପ୍ରାକୃତିକ ସମ୍ପଦଗୁଡ଼ିକ ପ୍ରତି କେହି ଧ୍ୟାନ ଦେଉନାହାଁନ୍ତି । ଲୋକେ ନବୀକରଣୀୟ ଶକ୍ତି ଆଡକୁ ମୁହାଁଇବା ଆରମ୍ଭ କରୁଥିବା ବେଳେ ପ୍ରାକୃତିକ ସମ୍ପଦ […]
ପଟ୍ଟାମୁଣ୍ଡାଇ ତା ୧୩/୩- ଓଡିଶାର ଅନ୍ୟତମ ଅଗ୍ରଣୀ ସମବାୟ ସଂସ୍ଥା କେନ୍ଦ୍ରାପଡ଼ା କ୍ରେଡିଟ କୋପରେଟିଭ ସୋସାଇଟି ପଟ୍ଟାମୁଣ୍ଡାଇ ଶାଖାର ୨୨ତମ ସ୍ୱନକ୍ଷତ୍ର ଉତ୍ସବ ସୋସାଇଟି ଶାଖା ପରିସରରେ ଅନୁଷ୍ଠିତ ହୋଇଯାଇଛି ।ପଟ୍ଟାମୁଣ୍ଡାଇ ଶାଖା ପରିଚାଳକ ମାନସ ରଞ୍ଜନ ରାଉତଙ୍କ ପୌରହିତ୍ୟରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ କେନ୍ଦ୍ରାପଡ଼ା କ୍ରେଡିଟ ସୋସାଇଟି ସଭାପତି ପ୍ରମୋଦ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଦୀର୍ଘ ୨୨ବର୍ଷ ହେଲା ପଟ୍ଟାମୁଣ୍ଡାଇ ଶାଖା ସରକାରୀ ନୀତି ନିୟମ […]
କେନ୍ଦ୍ରାପଡ଼ା,୧୩ା୩: କେନ୍ଦ୍ରାପଡା ଜିଲ୍ଲା ଓକିଲ ସଂଘର ସଦସ୍ୟ ଆଇନଜବୀ ରଞ୍ଜନ କୁମାର ସାମଲ(୫୨)ଙ୍କର ବୁଧବାର ମଧ୍ୟରାତ୍ରିରେ କୁହୁଡିସ୍ଥିତ ବାସଭବନରେ ଅକାଳ ବିୟୋଗ ହୋଇଯାଇଛି । ଗତକାଲି ମଧ୍ୟରାତ୍ରିରେ ତାଙ୍କ ଯନ୍ତ୍ରଣା ଅନୁଭବ କରିବାରୁ ଇଚ୍ଛାପୁରସ୍ଥିତ ସରକାରୀ ଚିକିତ୍ସାଳୟକୁ ଆସିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କର ପରଲୋକ ଖବର ପାଇ ବହୁ ଆଇନଜୀବୀ ଚିକିତ୍ସାଳୟରେ ପହଁଞ୍ଚିଥିଲେ । ଆଜି ଦିନରେ ଶବ ବ୍ୟବଚ୍ଛେଦ ପରେ […]
କେନ୍ଦ୍ରାପଡ଼ା,୧୩ା୩: ଓଡିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ତିନି ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ସରକାରଙ୍କ ବିଭିନ୍ନ ବିଭାଗରୁ ଛଟେଇ ହୋଇଥିବା ସମସ୍ତ ସରକାରୀ ଆଉଟସୋର୍ସିଂ କର୍ମଚାରୀମାନଙ୍କୁ ପୁନଃ ନିଯୁକ୍ତି ଦିଆଯିବା, ଛଟେଇ ବନ୍ଦ କରାଯିବା, ଚାକିରୀ ସୁରକ୍ଷା ପ୍ରଦାନ, ଗୃହ ବିଭାଗର ପତ୍ରସଂଖ୍ୟା- ୨୩୫୮୨ ତା ୧୩.୦୭.୨୦୨୨କୁ ପ୍ରତ୍ୟାହାର କରାଯିବା, ସେବା ପ୍ରଦାନକାରୀ […]
କେନ୍ଦ୍ରାପଡ଼ା, ୧୩ା୩: ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ଦ୍ୱାରା ନାନୋ ୟୁନିକର୍ନ୍ ଯୋଜନାର ସଫଳତା ନିମନ୍ତେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟ ନାନୋ ୟୁନିକର୍ନ୍ ଯୋଜନା ମାଧ୍ୟମରେ ଦକ୍ଷତା ବିକାଶ ତାଲିମ ପ୍ରଦାନ ପାଇଥିବା ପ୍ରାର୍ଥୀ ଓ ପ୍ରାର୍ଥୀନୀ ମାନଙ୍କୁ ଉଦ୍ୟୋଗତା ରୂପେ ଆତ୍ମ ନିର୍ଭରଶୀଳ ହେବା ନିମନ୍ତେ ଏକ ଦଶ ଦିନିଆ ତାଲିମ ପ୍ରଦାନ କାର୍ଯ୍ୟକ୍ରମ […]
କେନ୍ଦ୍ରାପଡ଼ା, ୧୩ା୩: କେନ୍ଦ୍ରାପଡା ସହରର ନୂଆ ବସ୍ଷ୍ଟାଣ୍ଡସ୍ଥିତ ବଡକୋଠା ଠାରେ ଦୋଳ ମେଳଣ ଅନୁଷ୍ଠିତ ହୋଇଯାଇଛି । କାକଟର ରାଧାଗୋବିନ୍ଦଜୀଉଙ୍କ ନିମନ୍ତ୍ରଣରେ ସହର ଓ ଆଖାପାଖ ଅଞ୍ଚଳରୁ ୮ଟି ବିମାନରେ ରାଧାଗୋବିନ୍ଦଜୀଉ ଆସି ବଡକୋଠା ଠାରେ ଏକାଠି ହୋଇ ଭୋଗ ଖାଇଥିଲେ । ପ୍ରଥମେ କାକଟର ରାଧାଗୋବିନ୍ଦଜୀଉ ପୂର୍ବାହ୍ନ ୧୦ଟା ବେଳେ ଆସି ଦୋଳବେଦୀ ଉପରେ ବସିଥିଲେ । ଏହାପରେ ଇଚ୍ଛାପୁରର ରଘୁନାଥଜୀଉ, ଗଣାମାହାଲର ବିନୋଦବିହାରୀଜୀଉ, ବଣିଆମାଳର ତ୍ରିପାଠୀ ସାହି […]
କେନ୍ଦ୍ରାପଡ଼ା,୧୩ା୩: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ପକ୍ଷରୁ ଉପଭୋକ୍ତା ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଉପଭୋକ୍ତା ସୁରକ୍ଷା ଅଧିନିୟମ, ଉପଭୋକ୍ତା ଅଧିକାର, କର୍ତ୍ତବ୍ୟ ଓ ଦାୟିତ୍ୱ ସମ୍ପର୍କରେ ଗ୍ରାମବାସୀଙ୍କୁ ସଚେତନ କରିବା ଏହି ଅଭିଯାନର ମୂଳ ଉଦେଶ୍ୟ ଥିଲା। ଛାତ୍ରଛାତ୍ରୀମାନେ ଉପଭୋକ୍ତା ସଚେତନତାକୁ ନେଇ ଗ୍ରାମବାସୀଙ୍କ ସମ୍ମୁଖରେ ଏକ ପଥପ୍ରାନ୍ତ ନାଟକ ପରିବେଷଣ କରିଥିଲେ। ଗ୍ରାମବାସୀମାନେ ଏହି ଅଭିଯାନକୁ ସ୍ୱାଗତ କରିବା ସହ ଛାତ୍ରଛାତ୍ରୀମାନଙ୍କ ଉଦ୍ୟମକୁ ପ୍ରସଂଶା […]
ପଟ୍ଟାମୁଣ୍ଡାଇ ତା୧୦/୩-ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ଲୋକନାଥପୁର ମା’ ଛୁଆଳିଆ ପୀଠ ମଣ୍ଡପରେ ସିଦ୍ଧ ପରମହଂସ ନୋଡାଲ ୟୁପି ସ୍କୁଲ୍ ଓ ଜରିଆ ବଳଦେବ ସରକାରୀ ଉଚ୍ଚ ବିଦ୍ୟାଳୟ କ୍ଲଷ୍ଟରର ଆନୁକୂଲ୍ୟରେ ମିଳିତ ସମ୍ବର୍ଦ୍ଧନା ସଭା ଏବଂ ଲୋକନାଥପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ପ୍ରାକ୍ତନ ଶିକ୍ଷା ଅନୁନିରୀକ୍ଷକ ବିଜୟ କୁମାର ଜେନାଙ୍କ ପୌରହିତ୍ୟରେ ଆୟୋଜିତ ମନୋଜ୍ଞ ଉତ୍ସବରେ ରାଜ୍ୟ ମାଧ୍ୟମିକ ଶିକ୍ଷା […]
ପଟ୍ଟାମୁଣ୍ଡାଇ ତା ୧୦/୩- କେନ୍ଦ୍ରାପଡ଼ା ଜିଲ୍ଲା ସାମ୍ବାଦିକ ୟୁନିୟନ ଉପସଭାପତି ତଥା ପଟ୍ଟାମୁଣ୍ଡାଇ ଅଂଚଳର ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ବ୍ଲକ ଲୋକନାଥପୁର ମା ଛୁଆଳିଆ ପୀଠରେ ଆୟୋଜିତ ପ୍ରତିଭା ସମ୍ମାନ ଉତ୍ସବରେ ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦେଶକ ହିମାଂଶୁ ଭୂଷଣ ଓଝା ମୁଖ୍ୟଅତିଥି ଭାବେ ଯୋଗ ଦେଇ ସାମ୍ବାଦିକତା କ୍ଷେତ୍ରରେ ବଳିଷ୍ଠ ଅବଦାନ ପାଇଁ ବରିଷ୍ଠ ସାମ୍ବାଦିକ ଶ୍ରୀସାହୁଙ୍କୁ ମାନପତ୍ର […]
ପଟ୍ଟାମୁଣ୍ଡାଇ ତା ୧୦/୩- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଖଡ଼ିଅଣ୍ଟା ପଂଚାୟତ ମିଶନଶକ୍ତି ମହିଳାମାନେ ଗତ ୨୦୨୪ ଜୁନ ମାସ ଠାରୁ ଶାଢ଼ୀ ବାବଦ ଆସିଥିବା ସରକାରୀ ଅର୍ଥ ପ୍ରଦାନ କରାଯାଇନାହିଁ । ବ୍ଲକ କତୃପକ୍ଷଙ୍କ ନିକଟରେ ବାରମ୍ବାର ଦାବୀ ପରେ ଶାଢ଼ୀ ବାବଦ ଅର୍ଥ ନମିଳିବାରୁ ଆଜି ଖଡ଼ିଅଣ୍ଟା ପଂଚାୟତ ମିଶନଶକ୍ତି ମହିଳା ସୁଚିତ୍ରା ରାଉତ, ପ୍ରମିଳା ବିଶ୍ୱାଳ, ମିନତୀ ଦାଶ, ବିଭାଷିନୀ ସାମଲ, ଶାନ୍ତିଲତା ଦାଶ, ସଂଯୁକ୍ତା ସାମଲ, […]
କେନ୍ଦ୍ରାପଡା ୧୦/୩- ବନ୍ଧୁତ ଅନେକ ବନ୍ଧୁତାର ସଂଜ୍ଞାତ ଅନେକ ହେଲେ ଏ ବନ୍ଧୁତା ସ୍ୱତନ୍ତ୍ର ଅଲଗା। ମାର୍ଚ୍ଚ ୯ତାରଖ ଦୋଳ ଦଶମୀ ତିଥି ରବିବାର ଦିନ ଏକତ୍ରିତ ହେଲେ ଗୋପଛକ ସ୍ଥିତି କମଲ ଭବନରେ। ବଳଦେବ ଉଚ୍ଚ ବିଦ୍ୟାଳୟର ୧୯୮୦ ମସିହା ମେଟ୍ରିକ ବ୍ୟାଚ୍ର ଛାତ୍ରଛାତ୍ରୀ ମାନେ। ଅଭୁଲା ସ୍ମୃତିକୁ ମନେପକାଇ ସଭିଏଁ କହିଚାଲିଥିଲେ ସେଦିନର ସ୍କୁଲର ଘଟି ଜାଇଥିବା କଥା କେତେ ଭଲ ଥିଲା ଆମ ସ୍କୁଲ ଏବଂ […]
କେନ୍ଦ୍ରାପଡ଼ା,୧୦ା୩: ଇନ୍ଦୁପୁର ଅଞ୍ଚଳର ତଥା ରାଜ୍ୟର ଏକ ଅଗ୍ରଣୀ ପ୍ରତିଷ୍ଠିତ କଳା ସଂସ୍କୃତି ପରମ୍ପରାକୁ ଆଧାର କରି ଗଢ଼ି ଉଠିଥିବା ପଞ୍ଚକଳା ଶିକ୍ଷାନୁଷ୍ଠାନ ‘ପାୟଲ ମ୍ୟୁଜିକ୍ ସ୍କୁଲ’ର ୨୨ତମ ବାର୍ଷିକ ଉତ୍ସବ ଓ ୪ର୍ଥ ପାୟଲ ମ୍ୟୁଜିକ୍ ଗ୍ରାମୀଣ ମହୋତ୍ସବ ଦୁଇ ଦିନ ଧରି ଇନ୍ଦୁପୁର ପାୟଲ ମ୍ୟୁଜିକ୍ ସ୍କୁଲ ପରିସରରେ ନୀଳମାଧବ ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତହୋଇଯାଇଛି। ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା […]
କେନ୍ଦ୍ରାପଡ଼ା,୯ା୩: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପଳସିଂହା ଗ୍ରାମର ଗଣକବି ଗୋପାଳ ଦାଶ ସ୍ମୃତି ସଂସଦ ଆନୁକୂଲ୍ୟରେ ଆଦର୍ଶ ଶିକ୍ଷକ ନିତ୍ୟାନନ୍ଦ ବିଶ୍ୱାଳଙ୍କ ଏକ ସ୍ମୃତିସଭା ରବିବାର ଅନୁଷ୍ଠିତ ହୋଇଯାଇଛି। ସଭାପତି କେଶବ ଚନ୍ଦ୍ର ବିଶ୍ୱାଳଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ସ୍ମୃତିସଭାରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଆଦର୍ଶ ଶିକ୍ଷକ ତଥା ଗଣକବି ଗୋପାଳ ଦାଶ ସ୍ମୃତି ସଂସଦର ଆଜୀବନ ସଭାପତି ସ୍ୱର୍ଗତ ବିଶ୍ୱାଳଙ୍କ ସ୍ମୃତିଚାରଣ […]
ପଟ୍ଟାମୁଣ୍ଡାଇ ତା ୯/୩- କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡ଼ମୂଳବସନ୍ତ ପଂଚାୟତ ନପଙ୍ଗ ଠାରେ ୨୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଗ୍ରାମ୍ୟ ପାନୀୟଜଳ ପ୍ରକଳ୍ପ ଶିଳାନ୍ୟାସ କରାଯାଇଛି । ଏହି ଉପଲକ୍ଷେ ବଡ଼ମୂଳବସନ୍ତ ସରପଞ୍ଚ ସନ୍ତୋଷ ସେଠୀଙ୍କ ପୌରହିତ୍ୟରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ କେନ୍ଦ୍ରାପଡ଼ା ବିଧାୟକ ପୂର୍ବତନମନ୍ତ୍ରୀ ଗଣେଶ୍ୱର ବେହେରା ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହି ପ୍ରକଳ୍ପର ଶିଳାନ୍ୟାସ କରିବା ସହିତ ଗ୍ରାମାଞ୍ଚଳ ଲୋକମାନଙ୍କୁ ବିଶୁଦ୍ଧ […]
ପଟ୍ଟାମୁଣ୍ଡାଇ ତା ୯/୩- ଭାରତବର୍ଷ କୁ ସବୁ ଦୃଷ୍ଟିରୁ ସୁରକ୍ଷିତ ରଖିବା ଓ ଅପରାଧମୁକ୍ତ ରାଷ୍ଟ୍ର ଗଠନ କରିବା ପାଇଁ କେନ୍ଦ୍ର ସରକାର ନୂତନ ଅପରାଧୀକ ଆଇନ ପ୍ରଣୟନ କରିବା ସହିତ ଏହାକୁ ସଫଳତାର ସହିତ କାର୍ଯ୍ୟକାରୀ କରିବା ପାଇଁ ସବୁ ରାଜ୍ୟକୁ ନିର୍ଦେଶ ଦେଇଛନ୍ତି । ଓଡିଶା ସରକାର ଏହି ନୂତନ ଅପରାଧୀକ ଆଇନ ଲାଗୁ କରିବା ସହିତ ଏ ସମ୍ପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବାକୁ ନିର୍ଦେଶ […]










