କେନ୍ଦ୍ରାପଡ଼ା, ୨୩ା୩: ଓଡିଶାରେ ନାରୀ ନିର୍ଯ୍ୟାତନା, ସ୍କୁଲ/କଲେଜର ଛାତ୍ରୀମାନଙ୍କୁ ଯୈାନ ଶୋଷଣ ଓ ନାରୀ ସୁରକ୍ଷା ଦିଗରେ ବିଜେପି ସରକାରଙ୍କ ଲଗାମହୀନ ଅବନ୍ନତି ବିରୋଧରେ ଠୋସ ପଦକ୍ଷେପ ଗ୍ରହଣ ଦାବିରେ ମାର୍ଚ୍ଚ ୨୭ତାରିଖରେ କଂଗ୍ରେସ ଦଳ ପକ୍ଷରୁ ବିଧାନସଭା ଘେରାଉ କରାଯିବ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ଜିଲ୍ଲାରୁ ଅନ୍ୟୁନ ଦୁଇ ହଜାର କଂଗ୍ରେସ କର୍ମୀ ଯୋଗଦେବେ। ଏଥି ନିମନ୍ତେ କଜଳାସ୍ଥିତ ଜିଲ୍ଲା କଂଗ୍ରେସ ଭବନରେ ଜିଲ୍ଲା କଂଗ୍ରେସର ସଂଯୋଜକ ପ୍ରଫୁଲ୍ଲ […]
featured
କେନ୍ଦ୍ରାପଡ଼ା, ୨୩ା୩: ବାଲି ମାଫିଆଙ୍କ ଠାରୁ ବାଲିଖାଦାନ ଚଳାଇବା ପାଇଁ ଟଙ୍କା ନେଉଥିବା ଭିଡିଓ ଭାଇରାଲ ହେବା ପରେ ଖଣି ଅଧିକାରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ରାଜ୍ୟ ସରକାରଙ୍କ ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ କେନ୍ଦ୍ରାପଡା ଖଣି ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ନିଲମ୍ବନ ପରେଙ୍କ ମୁଖ୍ୟାଳୟ କନ୍ଧମାଳ ଜିଲାର ଫୁଲବାଣୀରେ ଥିବା ଖଣି ଉପନିର୍ଦେଶକଙ୍କ କାର୍ଯ୍ୟାଳୟକୁ ସ୍ଥିର କରାଯାଇଛି। ଖଣି ଉପନିର୍ଦେଶକଙ୍କ ଅନୁମତି ବିନା ମୁଖ୍ୟାଳୟ ଛାଡି […]
କେନ୍ଦ୍ରାପଡ଼ା, ୨୨ା୩: କେନ୍ଦ୍ରାପଡ଼ାରେ ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ କଂଗ୍ରେସ, ବିଜେଡି, ବିଜେପି, ଅନ୍ୟାନ୍ୟ ଦଳ ଓ ସଂଗଠନ ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଶନିବାର ଅପରାହ୍ନରେ କେନ୍ଦ୍ରାପଡାସ୍ଥିତ ଜିଲା କଂଗ୍ରେସ ଭବନରେ ତାଙ୍କ ପାର୍ôଥବ ଶରୀର ପହଞ୍ଚିବା ପରେ ସେଠାରେ ପୂର୍ବରୁ ଉପସ୍ଥିତ ଥିବା ବିଭିନ୍ନ ଦଳ ଓ ସଂଗଠନର ନେତ୍ରୁବୃନ୍ଦ ମାନେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ […]
ଜିଲ୍ଲା ସ୍ତରୀୟ ପ୍ରତିଭା ସମ୍ମାନ ୨୦୨୫ ପଟ୍ଟାମୁଣ୍ଡାଇ ୨୨/୩ -କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବାଇପାସ ଠାରେ ଜୀବନ ସୁରକ୍ଷା ସମିତି ଆନୁକୁଲ୍ୟରେ ଶୁକ୍ରବାର ଜିଲ୍ଲା ସ୍ତରୀୟ ପ୍ରତିଭା ସମ୍ମାନ ୨୦୨୫ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଗାଳ୍ପିକ ପ୍ରଦୀପ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଡ.ପ୍ରତିଭା ମହାରଥୀ ଯୋଗ ଦେଇ ଉତ୍ସବକୁ ସମ୍ବୋଧିତ କରିଥିଲେ। ସେ ତାଙ୍କ ଅଭିଭାଷଣରେ ପ୍ରାଚୀନ ଭାରତୀୟ ଜ୍ଞାନ ପ୍ରଣାଳୀ, ଚିନ୍ତାଧାରା ଓ […]
ପଟ୍ଟାମୁଣ୍ଡାଇ ୨୨/୩ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଡିଭାଇନ ପ୍ୟାଲେସ ଠାରେ ଦିବଙ୍ଗତା ଡା ସୁଚାରୁହାସିନୀ ପାତ୍ରଙ୍କ ଏକାଦଶାହ ଅବସରରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ବରିଷ୍ଠ ନାଗରିକ ମଂଚ ସଭାପତି ପ୍ରଫେସର ଅନିରୁଦ୍ଧ ରାଉଳଙ୍କ ପୌରହିତ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ, ପୂର୍ବତନମନ୍ତ୍ରୀ ପଂଚାନନ କାନୁନଗୋ, ବିଜେବି କଲେଜ ପ୍ରଫେସର ନିତ୍ୟାନନ୍ଦ ସାହୁ,ରାଜନଗର ବିଧାୟକ ଧ୍ରୁବ ସାହୁ, ପୂର୍ବତନ ବିଧାୟକ ପ୍ରଭାତ […]
କେନ୍ଦ୍ରାପଡା,୨୧ା୩: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ଗ୍ରାମ ୭ନଂ ୱାର୍ଡରେ ପ୍ରସ୍ତାବିତ ନୂତନ ଶ୍ମଶାନଗୃହ ନିର୍ମାଣ ସ୍ଥଳକୁ ସ୍ଥାନାନ୍ତର କିମ୍ବା ବାତିଲ କରିବାକୁ ଜିଲ୍ଲାପାଳଙ୍କୁ ଶତାଧିକ ଗ୍ରାମବାସୀ ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ ବର୍ତ୍ତମାନ ସେହି ଅଞ୍ଚଳରେ ଜନବସତି ହେବା ସହିତ ଏକ ମନ୍ଦିର ଓ ଗାଧୂଆ ତୁଠ ରହିଅଛି । ତେଣୁ ସେହି ଅଞ୍ଚଳରେ ଶ୍ମଶାନ କଲେ ସେହି ଅଞ୍ଚଳର ପିଲାମାନେ ସେହି […]
କେନ୍ଦ୍ରାପଡ଼ା,୨୧ା୩: କେନ୍ଦ୍ରାପଡା ଜିଲ୍ଲାର ଆଳି ବିଧାନସଭା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ୬୭ ବୟସରେ ପରଲୋକ ହୋଇଯାଇଛି। ସେ କିଛି ଦିନ ଧରି ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଶ୍ରୁକବାର ରାତି ୮ଟାରେ ତାଙ୍କର ଦେହାନ୍ତ ହୋଇଯାଇଛି । ତାଙ୍କ ମୃତ୍ୟୁ ଖବର ପାଇ କଂଗ୍ରେସର ବରିଷ୍ଠ ନେତା, ବିଜେପି ନେତା ଓ ମନ୍ତ୍ରୀ, ବିଜେଡି ନେତା ପ୍ରମୁଖ ହସପିଟାଲକୁ ଯାଇ ଶେଷ […]
ପଟ୍ଟାମୁଣ୍ଡାଇ ୨୧/୩ -ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଣ୍ଢରା ପଂଚାୟତ ବିଷ୍ଣୁପୁର ଗ୍ରାମର ନବନିର୍ମିତ ପ୍ରବେଶ ଦ୍ୱାର ତୋରଣ ଶୁକ୍ରବାର ଉଦଘାଟିତ ହୋଇଯାଇଛି। ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ମୁଖ୍ୟଅତିଥି, ପଟ୍ଟାମୁଣ୍ଡାଇ ଭାରାପ୍ରାପ୍ତ ବିଡିଓ ଅଶୋକ ମହାନ୍ତି, ଅଣ୍ଢରା ସରପଂଚ କଳ୍ପନା ଜେନା,ପୂର୍ବତନ ସରପଂଚ ବସନ୍ତ ସ୍ୱାଇଁ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ସୁସଜ୍ଜିତ ପ୍ରବେଶ ଦ୍ୱାର ତୋରଣ ଗାଁର ଶୋଭା ବୃଦ୍ଧି କରିବା […]
କେନ୍ଦ୍ରାପଡା,୨୧ା୩: ଆଜି ବାରୁଅ ଗ୍ରାମରେ ଥିବା ଶିଶୁ ଅନନ୍ତ ଆଶ୍ରମରେ ପରିବେଶ, ଗଣତନ୍ତ୍ର ଓ ଧର୍ମ ସମ୍ପର୍କରେ ଅୟୋଜିତ ଏକ ସଚେତନତା କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ପୂଜ୍ୟ ପୂଜକ ବାବା ବଳିଆ ଯୋଗ ଦେଇଥିଲେ । ପୂଜ୍ୟ ପୂଜକ ବାବା ବଳିଆ ନିଜ ଅଭିଭାଷଣରେ ସତସଙ୍ଗର ମହତ୍ୱ ସମ୍ବନ୍ଧରେ ଉଲ୍ଲେଖ କରିବା ସହିତ ଯୁବକମାନେ ନିଶାଦ୍ରବ୍ୟ ପରିତ୍ୟାଗ କରିବା ନିମନ୍ତେ ଆହ୍ୱାନ ଦେଇଥିଲେ । ଅଧୁନା ବୃଦ୍ଧ ପିତାମାତା ସବୁଠୁ ଅଧିକ […]
କେନ୍ଦ୍ରାପଡ଼ା, ୨୧ା୩: ସ୍ୱାଧୀନୋତ୍ତର ଓଡିଶା ରାଜନୀତିରେ ଡାକ୍ତର ଦେବେନ୍ଦ୍ର ପ୍ରଧାନ ଜଣେ ପରିପୂର୍ଣ୍ଣ ପ୍ରେରଣାଦାୟୀ ସଫଳ ବ୍ୟକ୍ତିତ୍ୱ। ଅନୁଗୁଳ ଗଡ଼ଜାତ ଖମାର ଅଞ୍ଚଳର ଏକ କୃଷକ ପରିବାରରେ ଜନ୍ମ ହୋଇ ଚିକିତ୍ସା ସେବାକୁ ଜୀବନର ବୃତ୍ତି ଭାବେ ଗ୍ରହଣ କରିଥିବା ଡାକ୍ତର ଦେବେନ୍ଦ୍ର ପ୍ରଧାନ। ପରବର୍ତ୍ତୀ ସମୟରେ ବିଜେପିର ବ୍ଲକ୍ ସଭାପତି ସ୍ତରରୁ ରାଜନୈତିକ ଜୀବନ ଆରମ୍ଭ କରି ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ଉପସଭାପତି ଭଳି ସାଙ୍ଗଠନିକ ଦାୟିତ୍ୱ […]
କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଶୁକ୍ରବାର ପରଲୋକ ହୋଇଯାଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ଜଣାଯାଇଛି। ତାଙ୍କୁ ୬୬ ବର୍ଷ ହୋଇଥିଲା । ସେ ତୃଣମୂଳ ସ୍ତରରେ ଜଣେ ଭଲ ସଂଗଠକ ଥିଲେ। ସେ କଂଗ୍ରେସ ଟିକେଟ୍ରେ ୨୦୧୪ ନିର୍ବାଚିତ ହୋଇଥିଲେ।
କେନ୍ଦ୍ରାପଡା,୨୦ା୩: ଆଜି ପଖାଳ ଦିବସ ପାଳନ କରାଯାଉଛି । ଏହି ଅବସରରେ ବିଭିନ୍ନ ସ୍ଥାନରେ ପଖାଳ ବଣ୍ଟନ କରାଯାଇଛି । ଏହି ଅବସରରେ ଚଣ୍ଡିଆ ପ୍ୟାଲେସ୍ର ମାଲିକ ବଳରାମ ସାହୁ ଡାକ୍ତରଙ୍କ ଉକ୍ତିକୁ ପାଥେୟ କରି କହିଛନ୍ତି ଯେ ପଖାଳ ଏକ ପୃଷ୍ଟିକର ଖାଦ୍ୟ । ୧୦୦ଗ୍ରାମ ଭାତକୁ ୧୨ଘଣ୍ଟା ପଖଳା ହେବା ପରେ ଲୌହ ପରିମାଣ ୩.୪ ମିଲିଗ୍ରା.ରୁ ୭୩.୯୧ ମିଲିଗ୍ରା କୁ ସେହିପରି ପୋଟାସିୟମ୍ ୮୩୯ମିଲିଗ୍ରା.କୁ ଓ […]
ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ଦାଣ୍ଡିସାହି ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ଦ୍ରୋପଦି ବାରିକଙ୍କ ଗୋଟିଏ ବଖରା ଜଳିଯାଇଛି । ଘରେ ଥିବା ବିରି, ଧାନ, ଚାଉଳ, ସୁନା, ଟଙ୍କା, କଂସା ବାସନ ସମେତ ସମସ୍ତ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଛି । ଖବର ପାଇ ପଟ୍ଟାମୁଣ୍ଡାଇ ଦମକଳବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନଥିବା ବେଳେ ରୋଷେଇ […]
ପଟ୍ଟାମୁଣ୍ଡାଇ ୨୦/୩ -ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ଅଣ୍ଢରା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ମଙ୍ଗଳବାର କେତେକ ଦୁର୍ବୁତ ପସି ରାଜସ୍ୱ ନିରୀକ୍ଷକଙ୍କୁ ମରଣାନ୍ତଙ୍କ ଆକ୍ରମଣ କରିବା ସହିତ ଆଲମିରାରେ ଥିବା ୨୪ ହଜାର ୩୪୮ ସରକାରୀ ଅର୍ଥ ନେଇ କାଗଜପତ୍ରକୁ ଏଣେତେଣେ ଫୋପାଡି ଦେଇଛନ୍ତି ବୋଲି ଆରଆଇ ମନୋଜ କୁମାର ମଲିକ ପଟ୍ଟାମୁଣ୍ଡାଇ ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତି କରି ପଟ୍ଟାମୁଣ୍ଡାଇ ତହସିଲଦାର ପଂଚାନନ ନାୟକ ଏକ ଚିଠି […]
କେନ୍ଦ୍ରାପଡ଼ା,୧୯ା୩ : କେନ୍ଦ୍ରାପଡା ସହର କାକଟ ମୈାଜାରେ ସରକାରୀ ଜମିକୁ ଦଖଲକରି ଗୃହ ନିର୍ମାଣ କରିଥିବା ଜନୈକ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଉଚ୍ଚ ନ୍ୟାୟାଳୟ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି। ଆସନ୍ତା ୪ସପ୍ତାହ ମଧ୍ୟରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ତାହାର ତଥ୍ୟ ଉଚ୍ଚ ନ୍ୟାୟାଳୟରେ ଦାଖଲ କରିବା ପାଇଁ କୋର୍ଟ ନିର୍ଦ୍ଦେଶରେ ଉଲ୍ଲେଖ କରିଛନ୍ତି।
କେନ୍ଦ୍ରାପଡ଼ା,୧୯ା୩: କେନ୍ଦ୍ରାପଡା ସହର ସମେତ ଆଖପାଖ ଅଞ୍ଚଳରେ ବଡ ଧୁମଧାମରେ ପଞ୍ଚୁଦୋଳ ମେଳଣ ଓ ହୋଲି ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ଛାମୁ ମେଳଣରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ବିମାନରେ ସଜ୍ଜିତ ହୋଇ ବାଜାବଜାଇ, ବାଣଫୁଟାଇ ରୋଷଣିକରି ଯୋଗ ଦେଇଥିଲେ । ମଙ୍ଗଳବାର ରାତିରେ ବହୁ ଦୋଳ ବିମାନ ସହରସ୍ଥିତ ପୁରୁଣା ବସ୍ଷ୍ଟାଣ୍ଡରେ ଅନୁଷ୍ଠିତ ମେଲଣରେ ଏକାଠି […]
କେନ୍ଦ୍ରାପଡ଼ା,୧୮ା୩ : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଅକାମି ହୋଇ ପଡିଥିବା ଶୁଦ୍ଧ ପାନୀୟଜଳ ପ୍ରକଳ୍ପକୁ ମାଇଁ ଏନସିସି ଆଲୁମିନି ଆସୋସିଏସନ ପକ୍ଷରୁ କାର୍ଯ୍ୟକ୍ଷମ କରାଯାଇଛି। ଏହି ପ୍ରକଳ୍ପକୁ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ଉଦଘାଟନ କରଥିବା ବେଳେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଅଭିଜିତ ବୋଷ ଉପସ୍ଥିତ ଥିଲେ। ମାଇଁ ଏନସିସି ଆଲୁମିନି ଆସୋସିଏସନର ଏଭଳି ନିସ୍ୱାର୍ଥପର ସେବାମୂଳକ କାର୍ଯ୍ୟକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାପାତ୍ର ଓ ଅଧ୍ୟକ୍ଷ ପ୍ରଫେସର […]
କେନ୍ଦ୍ରାପଡ଼ା, ୧୮ା୩: କେନ୍ଦ୍ରାପଡା ସହରର ମୀରପାଟଣା ଗ୍ରାମରେ ମଙ୍ଗଳବାର ଦିନ ଦୋଳ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ଆରଧ୍ୟା ଦେବତା ଶ୍ରୀ ମା ଥାନପତି ଠାକୁରାଣୀଙ୍କ ପ୍ରାଙ୍ଗଣରେ ପ୍ରତିବର୍ଷ ପରି ଦୋଳ ମହୋତ୍ସବ ମହାସମାରୋହରେ ଅନୁଷ୍ଠିରତ ହୋଇଯାଇଛି । ଏହି ମେଲଣ ଉତ୍ସବରେ ମୀରପାଟଣା ଗ୍ରମ ଦେବତୀଙ୍କ ନିମନ୍ତ୍ରଣରେ ସହର ଓ ଆଖାପାଖ ଅଞ୍ଚଳରୁ ୧୪ଟି ବିମାନ ଯୋଗଦେଇଥିଲେ । ଚାଟରାପାଟଣାର ରାଧାଗୋବିନ୍ଦଜୀଉ, ଇଚ୍ଛାପୁରର ରଘୁନାଥଜୀଉ, ଗଣାମାହାଲର ବିନୋଦବିହାରୀଜୀଉ, […]
କେନ୍ଦ୍ରାପଡା, ୧୮ା୩: କେନ୍ଦ୍ରାପଡ଼ା ବ୍ଲକ ଅର୍ନ୍ତଗତ ବାରୁଅସ୍ଥିତ ଶ୍ରୀ ଶିଶୁ ଅନନ୍ତ ଆଶ୍ରମ ପରିସରରେ ଆସନ୍ତା ଗୁରୁବାର ଅପରାହ୍ନ ୫ଟାରେ ଆଶ୍ରମର ଭକ୍ତବୃନ୍ଦ, ଆଞ୍ଚଳିକ ସଜ୍ଜନ ବୃନ୍ଦ ଏବଂ ଅରିଲୋର ଅନନ୍ତ ବଳିଆ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ପରିବେଶ, ଗଣତନ୍ତ୍ର ଏବଂ ଧର୍ମ ସମ୍ପର୍କିତ ଏକ ବିଶାଳ ଆଧ୍ୟାତ୍ମିକ ସମ୍ମିଳନୀ ଅନୁଷ୍ଠିତ ହେବ। ପୂଜ୍ୟପୂଜକ ପଦ୍ମଶ୍ରୀ ବାବା ବଳିଆଙ୍କ ମାର୍ଗ ଦର୍ଶନରେ ଅନୁଷ୍ଠିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ବିପୁଳ ସଂଖ୍ୟାରେ […]
କେନ୍ଦ୍ରାପଡ଼ା,୧୮ା୩: ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜଣେ କର୍କଟ ପିଡିତଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମରିଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସଙ୍କ ନିର୍ଦେଶ କ୍ରମେ ଟ୍ରଷ୍ଟ ପକ୍ଷରୁ ତାଙ୍କୁ ତୁରନ୍ତ ସହାୟତା ପ୍ରଦାନ କରାଯାଇଛି। ଟ୍ରଷ୍ଟି ଭୁବନମୋହନ ଦାସ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ଗ୍ରାମର ମୁଖକର୍କଟରେ ପିଡିତ ପାଣ୍ଡବ ଚରଣ ମଲିକଙ୍କ ଘରେ […]
କେନ୍ଦ୍ରାପଡ଼ା,୧୭ା୩: ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଅଧିନରେ ଫାର୍ମ ପୋଖରୀ ଖୋଳାରେ ଅନିୟମିତତା ହୋଇଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ କୁରୁଜଙ୍ଗା ଗ୍ରାମପଞ୍ଚାୟତର ମହେଶପୁର-ଶଙ୍କରପୁର ଗ୍ରାମରେ୨୦୨୩-୨୪ଆର୍ଥିକ ବର୍ଷରେ ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ମନରେଗା ଯୋଜନାରେ କୃଷ୍ଣଚନ୍ଦ୍ର ସାହୁ ଏବଂ ନବକିଶୋର ସାହୁଙ୍କ ଫାର୍ମ ପୋଖରୀ ଖୋଳାଯାଇଛି। କିନ୍ତୁ କୃଷ୍ଣଚନ୍ଦ୍ର କିମ୍ବା ନବକିଶୋରଙ୍କ ନିଜସ୍ୱ ଜମିରେ ଏହି ପୋଖରୀ […]
କେନ୍ଦ୍ରାପଡା,୧୭ା୩ : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୋରୋ ଗ୍ରାମପଞ୍ଚାୟତର ତନାର ଗ୍ରାମରେ ଦୋଳପୂର୍ଣ୍ଣିମା ଓ ହୋଲି ଉତ୍ସବ ଆବହମାନକାଳରୁ ପାଳିତ ହୋଇ ଆସୁଅଛି। ଚଳିତବର୍ଷ ଏହି ଅବସରରେ ପ୍ରାୟ ୭୨ଟି ବିମାନ ତନାର ଗ୍ରାମ ମୁଣ୍ଡରୁ ରୋଷଣୀକରି ତନାର ମଠ ମେଲଣ ପଡିଆରେ ପହଞ୍ଚିବା ପରେ ସେଠାରେ ଦୋଳ ମେଲଣ ଅନୁଷ୍ଠିତ ହୋଇଥିଲା। ଗ୍ରାମବାସୀମାନେ ସମସ୍ତେ ମିଶି ଭୋଗ, ଧୂପ,ଦୀପ ସମର୍ପଣ କରି ବିମାନର ଠାକୁରମାନଙ୍କ ଆଶିର୍ବାଦ ଭିକ୍ଷା କରିଥିଲେ। […]
କେନ୍ଦ୍ରାପଡା, ୧୭/୩- ମଦ ପାଇଁ ମହାଭାରତ । ତାତିଲେ ମହିଳା ଭଙ୍ଗାରୁଜା ସହ ପୋଡିଲେ ଚାଖେଣା ଦୋକାନ । ଉତ୍ତେଜନା ସ୍ଥଳରେ ପହଁଞ୍ôଚ ବୁଝା ସୁଝା କରୁଛି ପୋଲିସ । କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଓଲଢ଼ି ଠାରେ ଥିବା ସରକାରୀ ବିଦେଶୀ ମଦ ଦୋକାନକୁ ଆଜି ଶତାଧିକ ମହିଳା ମାନେ ଘେରାଉ କରିବା ସହ ପୋଡା ଜଳା କରିବା ଦେଖିବାକୁ ମିଳିଛି । ତେବେ ସୂଚନା ଆନୁଯାୟୀ ଗତ କାଲି […]
କେନ୍ଦ୍ରାପଡ଼ା, ୧୭ା୩: ସମାନ କାମ ପାଇଁ ସମାନ ଦରମା ଏବଂ ସମାନ ପଦବୀ ନୀତି ହେଉ। ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ ଗୁଡିକୁ ସରକାରୀ ଘୋଷଣା କରାଯାଉ। ଜିଲ୍ଲାର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳୁ ବୋଲି ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ ଜିଲ୍ଲା ବୈଠକରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। ଏହି ବୈଠକ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଗାନ୍ଧୀ ଭବନରେ ଅନୁଷ୍ଠିତ ହୋଇଥିଲା। ପଟ୍ଟାମୁଣ୍ଡାଇ […]










