ଜିଲ୍ଲାସ୍ତରୀୟ ସିନିୟର୍ ଆନ୍ତଃକ୍ଲବ କ୍ରକେଟ୍ ଟୁର୍ଣ୍ଣାମେଣ୍ଟ କେନ୍ଦ୍ରାପଡ଼ା,୧୧ା୧: କେନ୍ଦ୍ରାପଡା ଜିଲ୍ଲା କ୍ରିକେଟ୍ ଆସୋସିଏସନ ଏବଂ ଓସିଏର ମିଳିତ ଆନୁକୂଲ୍ୟରେ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍‌ରେ ଆୟୋଜିତ ଜିଲାସ୍ତରୀୟ ଆନ୍ତଃ କ୍ଲବ ସୁପର ଲିଗ୍ ୧୯ତମ ମ୍ୟାଚ୍‌ରେ ଇଲେଭେନ ଷ୍ଟାର କ୍ରିକେଟ କ୍ଲବ ବିଜୟୀ ହୋଇଛି। ଶନିବାର ଦିନ ଇଲେଭେନ ଷ୍ଟାର କ୍ରିକେଟ କ୍ଲବ ଓ କେନ୍ଦ୍ରାପଡା ଟାଇଗର୍ସ କ୍ରିକେଟ୍ କ୍ଲବ ମଧ୍ୟରେ ସୁପର ଲିଗ୍ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟାଇଗର୍ସ […]

କେନ୍ଦ୍ରାପଡ଼ା ୧୧/୧: ଦ୍ୱାବିଶଂତମ ରାଜ୍ୟସ୍ତରୀୟ ପୁସ୍ତକମେଳା ଉଦ୍‌ଘାଟନ ଦିବସରେ ଲୋକାର୍ପିତ ହୋଇଥିବା ଚଳିତବର୍ଷ ‘କେନ୍ଦ୍ରାପଡା ପରିକ୍ରମା’ର ଭିତରକନିକା ବିଶେଷଜ୍ଞ ବିପୁଳ ପାଠକୀୟ ଆଦୃତି ପାଉଥିବାର ଲକ୍ଷ୍ୟ କରାଯାଇଛି । ଏହି ଆକର୍ଷଣୀୟ ପରିପାଟିରେ ପ୍ରକାଶିତ ଏହି ସଂଗ୍ରହ୍ୟ ବିଶେଷାଙ୍କରେ ଭିତରକନିକାର ଜୈବ ବିବିଧତା, ପ୍ରାକୃତିକ ବିଭବ, ହେନ୍ତାଳବଣ, ବିରଳ ପ୍ରଜାତିର ଜୀବଜନ୍ତୁ, ବଗ ଗହଣ, କୁମ୍ଭୀର ପ୍ରଜନନ କେନ୍ଦ୍ର, ଗହୀରମଥା ଅଲିଭ୍ ରିଡ୍‌ଲେ କଇଁଛ ଏବଂ ଭିତରକନିକାର ଇତିହାସ, ଅତୀତ […]

ପୁସ୍ତକମେଳାର ଷଷ୍ଠ ସନ୍ଧ୍ୟା କେନ୍ଦ୍ରାପଡା,୧୧ା୧: କେନ୍ଦ୍ରାପଡା ଇଭେଣ୍ଟ ମ୍ୟାନେଜର୍ସ (କେମ୍‌) ଦ୍ୱାରା ଆୟୋଜିତ ଦ୍ୱାବିଂଶତମ ରାଜ୍ୟସ୍ତରୀୟ ପୁସ୍ତକମେଳା ସହରସ୍ଥିତ ଟେଲିକମ ଗ୍ରାଉଣ୍ଡ ପରିସରରେ ଦ୍ୱାବିଂଶ କେନ୍ଦ୍ରାପଡା ରାଜ୍ୟସ୍ତରୀୟ ପୁସ୍ତକମେଳାର ୬ଷ୍ଠ ଦିବସରେ କେମ ଦ୍ୱାରା ଆୟୋଜିତ ଆଶୁ କୁଇଜ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗୀତାରେ ବିଭିନ୍ନ ସ୍କୁଲରୁ ପ୍ରାୟ ୨୦୦ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ଯେଉଁ ପ୍ରତିଯୋଗୀ ଠିକ ଉତ୍ତର ଦେଉଥିଲେ ସେମାନଙ୍କୁ ଅତିଥିମାନେ […]

ସେଣ୍ଟ ଜାଭିଅର ହାଇସ୍କୁଲର ବାର୍ଷିକ ଉତ୍ସବ   କେନ୍ଦ୍ରାପଡ଼ା,୧୧ା୧: କେନ୍ଦ୍ରାପଡା ସହରର ଗୋପସ୍ଥିତ ସେଣ୍ଟ ଜାଭିଅର ହାଇସ୍କୁଲର ଚତୁର୍ଦଶତମ ବାର୍ଷିକ ଉତ୍ସବ ଶନିବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି। ହାଇସ୍କୁଲର ଅଧ୍ୟକ୍ଷ ନିରଞ୍ଜନ ବେହେରାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ଉଦଘାଟନୀ ଉତ୍ସବରେ ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମରିଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ସେ ଆଜକୁ ୫୨ବର୍ଷ ତଳେ ଆଇ.ଆଇ.ଟି.ରୁ ଇଞ୍ଜିନିଅରିଂରେ ଡିଗ୍ରୀ […]

ପଟ୍ଟାମୁଣ୍ଡାଇ ୧୧/୧ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଶ୍ରୀରାମପୁର ପାଳପାଟଣା ସ୍ଥିତ ରାମଚଣ୍ଡୀ ନୋଡ଼ାଲ ବିଦ୍ୟାଳୟରେ ଛାତ୍ର ଓ ଅଭିଭାବକ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟରେ ନୂତନ ଭାବେ ଏକ ଗୋପବନ୍ଧୁ ସ୍କାଉଟ ଟ୍ରୁପ ଓ ଝାନ୍ସୀରାଣୀ ଗାଇଡ଼ କଂପାନୀ ଆନୁଷ୍ଠାନିକ ଭାବେ ଗଠନ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲା ସ୍କାଉଟ ସଂଯୋଜକ ଗାଲେଖ ବିହାରୀ ଭୁୟାଁ ଓ ଡାମରପୁର ସ୍ଥିତ ମା ବାସନ୍ତୀ ବାଳିକା […]

ଦିବ୍ୟାଙ୍ଗଙ୍କୁ କଳିଙ୍ଗ ନବଦିଗନ୍ତ ସ୍ୱେଛାସେବୀ ସଂଗଠନର ସହାୟତା କେନ୍ଦ୍ରାପଡ଼ା,୧୧ା୧: କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ମହୁ ଗ୍ରାମର କିରଣ ସ୍ୱାଇଁ ଜଣେ ଦାଦନ ଶ୍ରମିକ ଭାବେ ସୁଦୁର ବାଙ୍ଗାଲୋରରେ ପାଣି ପାଇପ ମିସ୍ତ୍ରୀ ଭାବେ କାମ କରନ୍ତି। କାମ କରିବା ସମୟରେ ଅସାବଧାନତା ବଶତଃ ତାଙ୍କର ଡାହାଣ ଗୋଡର କାଣୀ ଆଙ୍ଗୁଠିରେ ଆଘାତ ଲାଗି ଏକ କ୍ଷତ ସୃଷ୍ଟି ହୋଇଥିଲା। ସେହି କ୍ଷତ ଧିରେ ଧିରେ ସଂକ୍ରମିତ ହୋଇ […]

ପଟ୍ଟାମୁଣ୍ଡାଇ ତା ୧୦/୧-ପଟ୍ଟାମୁଣ୍ଡାଇ ବ୍ଲକର ୩୧ ପଂଚାୟତରେ କାର୍ଯ୍ୟରତ ପଂଚାୟତ ନିର୍ବାହୀ ଅଧିକାରୀ ( ପି ଇ ଓ )ମାନଙ୍କ ଏକ ବୈଠକ ପ୍ରଭାତ ମଲ୍ଲିକଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇ ହୋଇଯାଇଛି । ଏଥିରେ ମାଧବ ଦଳାଇ, ସୁରଜ କୁମାର ମହାନ୍ତି, ଶଙ୍କର୍ଷଣ ମାଝୀ, ଦୂର୍ଗା ପ୍ରସାଦ ନାୟକ, ବାହାଦୁର ଟୁଡୁ, ଅଲେଖ ପ୍ରଧାନ, ଜ୍ୟୋତିରଞ୍ଜନ ସାମଲ ପ୍ରଦୀପ କୁମାର ଜେନା, ସୁକୁଲ ମାଝୀ, ଶାରଦା ପ୍ରସନ୍ନ ରାଉତ ପ୍ରମୁଖ […]

ଦାବି ପୂରଣ ନହେଲେ ପ୍ରଶାସନକୁ ଅଚଳ କରି ଦିଆଯିବ କେନ୍ଦ୍ରାପଡ଼ା, ୧୦ା୧: ପାଞ୍ଚଦଫା ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ୱାନ କ୍ରମେ ଶୁକ୍ରବାର ରାଜ୍ୟ ବ୍ୟାପି ଚେତାବନୀ ସମାବେଶ ପରିପ୍ରେକ୍ଷୀରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ଚାଷୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଭାଗଚାଷୀଙ୍କୁ କ୍ଷତିପୂରଣ, ରାଜ୍ୟବ୍ୟାପୀ ମଣ୍ଡି ଖୋଲିବା ଏବଂ ମୃତ କୃଷକ ପରିବାରକୁ ୨୦ ଲକ୍ଷ ଟଙ୍କା ପ୍ରଦାନ ଦାବିରେ ଆହୁତ ଏହି ବିକ୍ଷୋଭରେ କୁହାଯାଇଛି ଯେ […]

କେନ୍ଦ୍ରାପଡ଼ା,୧୦ା୧: ଜମଧରସ୍ଥିତ ନିୟନ୍ତ୍ରିତ ବଜାର କମିଟିର ମୁଖ୍ୟ ବଜାର ପ୍ରାଙ୍ଗଣରେ ଶୁକ୍ରବାର ଜିଲ୍ଲାସ୍ତରୀୟ ଧାନକ୍ରୟ ମଣ୍ଡିର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, କେନ୍ଦ୍ରାପଡା ଲୋକସଭା ସାଂସଦଙ୍କ ପ୍ରତିନିଧି ତଥା ଜିଲ୍ଲା ବିଜେପି ସଭାପତି କିଶୋର ପଣ୍ଡା, ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ, ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଫିତା କାଟି […]

କେନ୍ଦ୍ରାପଡ଼ା,୧୦ା୧: କେନ୍ଦ୍ରାପଡା ଜିଲ୍ଲା କ୍ରିକେଟ୍ ଆସୋସିଏସନ ଏବଂ ଓସିଏର ମିଳିତ ଆନୁକୂଲ୍ୟରେ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍‌ରେ ଆୟୋଜିତ ଜିଲାସ୍ତରୀୟ ଆନ୍ତଃ କ୍ଲବ ସୁପର ଲିଗ୍ ୧୮ତମ ମ୍ୟାଚ୍‌ରେ ଇଲେଭେନ ଷ୍ଟାର କ୍ରିକେଟ କ୍ଲବ ବିଜୟୀ ହୋଇଛି। ସୋମବାର ଦିନ ଇଲେଭେନ ଷ୍ଟାର କ୍ରିକେଟ କ୍ଲବ ଓ ଆଳି କ୍ରିକେଟ୍ ଏବଂ ଷ୍ପୋର୍ସ କାଉନ୍‌ସିଲ୍ ମଧ୍ୟରେ ସୁପର ଲିଗ୍ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଇଲେଭେନ ଷ୍ଟାର କ୍ରିକେଟ କ୍ଲବ ଟସ୍ […]

ପୁସ୍ତକମେଳାର ପଞ୍ଚମ ସନ୍ଧ୍ୟା କେନ୍ଦ୍ରାପଡା,୧୦ା୧: କେନ୍ଦ୍ରାପଡା ସହରସ୍ଥିତ ଟେଲିକମ ଗ୍ରାଉଣ୍ଡ ପରିସରରେ ଦ୍ୱାବିଂଶ କେନ୍ଦ୍ରାପଡା ରାଜ୍ୟସ୍ତରୀୟ ପୁସ୍ତକମେଳାର ପଞ୍ଚମ ସନ୍ଧ୍ୟା ଅପରାହ୍ନରେ ନେତାଜୀ ମଡେଲ ସ୍କୁଲ ଆନୁକୂଲ୍ୟରେ ଚିତ୍ତାକର୍ଷକ ସାଂସ୍କୃତିକ ବିଚିତ୍ରା ଓ କୁଇଜ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶିକ୍ଷକ ସୁବ୍ରତ କୁମାର ଜେନାଙ୍କ ସଂଯୋଜନାରେ ଏହି କୁଇଜ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ସ୍କୁଲର ପିଲାମାନେ ଭାଗ ନେଇଥିଲେ । ଉତ୍ତର ଦେଇଥିବା ପ୍ରାୟ ୧୦୦ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କାର […]

1

ପଟ୍ଟାମୁଣ୍ଡଇ ୧୦/୧;ସ୍ୱାଧୀନ ଭାରତରେ ଓଡ଼ିଶାର ଅନ୍ୟତମ ପ୍ରମୁଖ ନିର୍ବାଚନମଣ୍ଡଳୀ ଭାବେ ପଟ୍ଟାମୁଣ୍ଡାଇ ନିର୍ବାଚନମଣ୍ଡଳୀ ସ୍ୱତନ୍ତ୍ର ପରିଚିତି ଲାଭ କରିଥିଲା। ୨୦୦୯ ନିର୍ବାଚନ ପୂର୍ବରୁ ସୀମା ପୁନଃ ନିର୍ଦ୍ଧାରଣ ବେଳେ ପଟ୍ଟାମୁଣ୍ଡାଇ ସଂରକ୍ଷିତ ନିର୍ବାଚନଆସନର ବିଲୋପ ଘଟିଛି । ସୀମା ପୁନଃ ନିର୍ଦ୍ଧାରଣ ପୂର୍ବରୁ ପଟ୍ଟାମୁଣ୍ଡାଇ ବ୍ଲକର ୩୦ଟି ପଂଚାୟତ, ପୌରାଂଚଳର ୨୦ ଟି ଓାର୍ଦ ସହିତ କେନ୍ଦ୍ରାପଡ଼ା ବ୍ଲକର ୫ ଟା ପଂଚାୟତ ଓ ଆଳି ବ୍ଲକର ୧୦ ଟି […]

କେନ୍ଦ୍ରାପଡ଼ା, ୯ା୧: କେନ୍ଦ୍ରାପଡ଼ା ଜିଲ୍ଲାରୁ ରେଳବାଇ ଡାକସେବା ଉଚ୍ଛେଦ କରିବା ନେଇ ଯେଉଁ ନିଷ୍ପତ୍ତି ହୋଇଛି ତାହାକୁ ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଓଡିଶା ସର୍କଲ ମୁଖ୍ୟ ଡାକପାଳଙ୍କୁ ଚିଠି ଲେଖିଛନ୍ତି। ଶ୍ରୀ ବେହେରା ଚିଠିରେ ଉଲ୍ଲେଖ କରିଛନ୍ତି ଯେ କେନ୍ଦ୍ରାପଡା ସହରର ମହିପାଳ ଠାରେ ୧୯୭୭ମସିହାରୁ ଏପର୍ଯ୍ୟନ୍ତ ରେଳବାଇ ଡାକସେବା କାର୍ଯ୍ୟାଳୟ ଚାଲୁଅଛି। ଏହି କାର୍ଯ୍ୟାଳୟ ଜିଲ୍ଲାର ୯ଗୋଟି ବ୍ଲକ ଓ ଦୁଇ ଗୋଟି […]

କେନ୍ଦ୍ରାପଡ଼ା,୯ା୧: କେନ୍ଦ୍ରାପଡା ସହରସ୍ଥ ମଦର୍ସ ଇଣ୍ଟ ନ୍ୟାସନାଲ ସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗିତା ୭ଓ ୮ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତା ଉଦ୍‌ଘାଟନୀ ଉତ୍ସବରେ କେନ୍ଦ୍ରାପଡା ଜିଲ୍ଲା କ୍ରୀଡା ସଂସଦର ସମ୍ପାଦକ ସୟଦ ଅକମଲ ଅଲ୍ଲୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ କ୍ରୀଡାର ଆବଶ୍ୟକତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଅନୁଷ୍ଠାନର ସଭାପତି ସୟଦ ଏସଦାନ ଅଲ୍ଲୀ(ଟିଚୁ) କ୍ରୀଡା […]

ପଟ୍ଟାମୁଣ୍ଡାଇ ତା ୯/୧-ପଟ୍ଟାମୁଣ୍ଡାଇ ଏ ଡି ଜେ କୋର୍ଟର ନୂତନ ଅତିରିକ୍ତ ଜିଲ୍ଲା ଜଜ ବିଦ୍ୟାଧର ପୃଷ୍ଟିଙ୍କୁ ଓକିଲ ସଂଘ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।ଏହି ଉପଲକ୍ଷେ ଓକିଲ ସଂଘ ସଭାପତି ତପନ କୁମାର ମିଶ୍ର ଙ୍କ ପୌରହିତ୍ୟରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ପଟ୍ଟାମୁଣ୍ଡାଇ ସବଜଜ ସୁଶ୍ରୀ ସଂଗୀତା ମଲ୍ଲିକ, ଜେ ଏମ ଏଫ ସି ବିଦ୍ୟୁତଲତା ପ୍ରଧାନ ଓ ଡ଼ି କେ ବାଲକିଷ୍ଣା, ଓକିଲ ସଂଘ […]

କେନ୍ଦ୍ରାପଡା,୯ା୧: ଦ୍ୱାବିଂଶତିତମ କେନ୍ଦ୍ରାପଡା ରାଜ୍ୟସ୍ତରୀୟ ପୁସ୍ତକମେଳାର ତୃତୀୟ ସନ୍ଧ୍ୟାରେ ପ୍ରକୃତିବନ୍ଧୁ ଶିକ୍ଷାବିତ୍ ନୃସିଂହ ଚରଣ ତ୍ରିପାଠୀଙ୍କ ଦ୍ୱାରା ପ୍ରତିଷ୍ଠିତ ‘ସୃଜନ ଦିଗନ୍ତ’ ତରଫରୁ ସାଂସ୍କୃତିକ ବିଚିତ୍ରା ତଥା ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ତଳବାରଙ୍ଗ ଶ୍ରୀ ସତ୍ୟସାଇ ବାଳ ବିକାଶ କେନ୍ଦ୍ରର ଛାତ୍ର ଦେବ ପ୍ରସାଦ ପତି ପବିତ୍ର ଗୀତାର ପ୍ରଥମ ଅଧ୍ୟାୟ ଆବୃତ୍ତି କରିଥିଲେ ଓ ଦିବ୍ୟଜ୍ୟୋତି ପତି ସାଇ ଭଜନ ଗାନ କରିଥିଲେ […]

ପଟ୍ଟାମୁଣ୍ଡାଇ ୯/୧- ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ ଉପଲକ୍ଷେ ପଟ୍ଟାମୁଣ୍ଡାଇ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ତରଫରୁ ଗୁରୁବାର ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।କେନ୍ଦ୍ରାପଡା ଆରଟିଓ ଧିରେନ କୁମାର ନାୟକଙ୍କ ତତ୍ୱାବଧାନରେ ପଟ୍ଟାମୁଣ୍ଡାଇ ଏସଆଇପିଟି ଅଧ୍ୟକ୍ଷ ଲଷ୍ମୀକାନ୍ତ ବିଶ୍ୱାଳଙ୍କ ସଂଯୋଜନାରେ ଏସଆଇପିଟି ଛାତ୍ରୀଛାତ୍ରମାନେ ଚାହାପଡା ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ପଟ୍ଟାମୁଣ୍ଡାଇ ଆମ୍ବେଦକର ଛକ ଦେଇ ବଜ଼ାର ପରିକ୍ରମା କରିଥିଲେ । […]

କେନ୍ଦ୍ରାପଡ଼ା,୯ା୧: କେନ୍ଦ୍ରାପଡା ସହରର ଟେଲିକମ ଗ୍ରାଉଣ୍ଡରେ କେମ୍ ପକ୍ଷରୁ ଆୟୋଜିତ ୨୨ତମ ରାଜ୍ୟ ସ୍ତରୀୟ କେନ୍ଦ୍ରାପଡା ପୁସ୍ତକମେଳାର ୪ର୍ଥ ସନ୍ଧ୍ୟାରେ ଆୟୋଜିତ ସ୍ୱତନ୍ତ୍ର ସାରସ୍ୱତ ଆସର “ପଞ୍ଚଭାଷା କବି ସମ୍ମିଳନୀ”ରେ ରାଜ୍ୟର ୨୦ରୁ ଉର୍ଦ୍ଧ୍ୱ ଲୋକପ୍ରିୟ କବି ଯୋଗଦେଇ ସ୍ୱରଚିତ କବିତା ଆବୃତ୍ତି କରିଥିଲେ । ଅନୁଷ୍ଠାନର ଇଭେଣ୍ଟ ମ୍ୟାନେଜର କବୟିତ୍ରୀ ନବଜ୍ୟୋତି ରାୟଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ ସମାରୋହରେ ବରିଷ୍ଠ କବୟିତ୍ରୀ ଡଃ ଅପର୍ଣ୍ଣା ମହାନ୍ତି ମୁଖ୍ୟ ଅତିଥି […]

କେନ୍ଦ୍ରାପଡ଼ା,୮ା୧: କେନ୍ଦ୍ରାପଡା ଜିଲ୍ଲାରେ ୭ଟି ନଦୀ ଓ ୨୭ଟି ଉପନଦୀ ରହିଥିବା ବେଳେ ଏଠାରେ ଥିବା ବାଲି ସୈରାତ ନିଲାମ ହୋଇପାରୁନାହିଁ। ମାତ୍ର ଗୋଟିଏ ବାଲି ସୈରାତକୁ ଛାଡି ଦେଲେ ଅନ୍ୟ ସୈରାତ ଗୁଡିକରୁ ଚୋରାରେ ବାଲି ଉଠାଣ ହେଉଛି। ଏହାଦ୍ୱାରା ସରକାର ରାଜସ୍ୱ ହରାଉଛନ୍ତି ବୋଲି ମାଟି ବାଲି ପାଣି ସୁରକ୍ଷା ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ ପୋଲିସ, ଖଣି […]

କେନ୍ଦ୍ରାପଡା,୮ା୧: ଦ୍ୱାବିଂଶ କେନ୍ଦ୍ରାପଡା ରାଜ୍ୟସ୍ତରୀୟ ପୁସ୍ତକମେଳାର ତୃତୀୟ ସନ୍ଧ୍ୟାରେ କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ଆନୁକୂଲ୍ୟରେ ସାହିତ୍ୟ ସଭା ଆଲୋଚନା ଚକ୍ର, ସାହିତ୍ୟରେ ମାନବବାଦ, କବିତା ପାଠୋତ୍ସବ ଓ ସମ୍ବର୍ଦ୍ଧନା ପର୍ବ ସାହିତ୍ୟ ସଂସଦର କାର୍ଯ୍ୟକାରୀ ସଭାପତି କବି କରୁଣାକର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କଥାକାର ତଥା ଭାରତୀୟ ରେଳପଥ ଟ୍ରାଫିକ ସେବାର ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ କୃପାସାଗର ସାହୁ ଯୋଗଦେଇ […]

ପଟ୍ଟାମୁଣ୍ଡାଇ ୮/୧ ପଟ୍ଟାମୁଣ୍ଡାଇ ଅର୍ବାନ ବ୍ୟାଙ୍କର ୨୯ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ପଟ୍ଟାମୁଣ୍ଡାଇ ଅର୍ବାନ ବ୍ୟାଙ୍କ ଶାଖା ନିର୍ଦ୍ଦେଶକ ଅମୂଲ୍ୟ କୁମାର ପ୍ରଧାନଙ୍କ ପୈାରହିତ୍ୟରେ ଆୟୋଜିତ ପ୍ରତିଷ୍ଠା ଦିବସ ଉତ୍ସବରେ ସିଇଓ ଭାଗ୍ୟଲକ୍ଷ୍ମୀ ପଣ୍ଡା ମୁଖ୍ୟଅତିଥି, ଜେନେରାଲ ମ୍ୟାନେଜର ( ଅପରେସନ) ସୁରେଶ ଚନ୍ଦ୍ର ପରିଡା ମୁଖ୍ୟବକ୍ତା,ଆଳି ଶାଖା ନିର୍ଦ୍ଧେଶକ କଳ୍ପତରୁ ମହାପାତ୍ର ସମ୍ମାନିତଅତିଥି ଭାବେ ଯୋଗ ଦେଇ ପଟ୍ଟାମୁଣ୍ଡାଇ ଶାଖା ଉତ୍ତମ ଗ୍ରାହକ ସେବା ଯୋଗାଇ ବ୍ୟବସାୟ […]

କେନ୍ଦ୍ରାପଡ଼ା,୮ା୧ : ଭାଗଚାଷୀଙ୍କୁ କ୍ଷତିପୂରଣ, ରାଜ୍ୟବ୍ୟାପୀ ମଣ୍ଡି ଖୋଲିବା ଏବଂ ମୃତ କୃଷକ ପରିବାରକୁ ୨୦ ଲକ୍ଷ ଟଙ୍କା ପ୍ରଦାନ ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଜାନୁଆରୀ ୧୦ରେ ରାଜ୍ୟବ୍ୟାପୀ କୃଷକ ଚେତାବନୀ ଦିବସ ପାଳନ ହେବ। କେନ୍ଦ୍ରାପଡାରେ ଏହାକୁ ସଫଳ କରିବା ପାଇଁ ସଂଯୁକ୍ତ କିଷାନ ମୋର୍ଚ୍ଚା କେନ୍ଦ୍ରାପଡା ଜିଲ୍ଲା ସମନ୍ୱୟ ସମିତି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଖଡ଼ିଅଙ୍ଗସ୍ଥିତ ଓଡିଶା କୃଷକସଭା ଜିଲ୍ଲା କାର୍ଯ୍ୟାଳୟରେ ବୁଧୁବାର […]

କେନ୍ଦ୍ରାପଡା,୮ା୧: ସମଗ୍ର ଶିକ୍ଷା କେନ୍ଦ୍ରାପଡା ଆନୁକୂଲ୍ୟରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସ୍ଥାନୀୟ ମୁନିସିପାଲଟି ଟାଉନହଲ୍‌ଠାରେ ଜିଲ୍ଲାର ୯ଗୋଟି ବ୍ଲକର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷାଧିକାରୀ, ପ୍ରଶାସନିକ ଅଧିକାରୀ, ଅଭିଭାବକ ଓ ଲୋକ ପ୍ରତିନିଧିମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସାଇକେଲ ଚାଳନା, କୁଇଜ୍‌, ପୋଷ୍ଟର ପ୍ରସ୍ତୁତି ଓ ଉପସ୍ଥାପନା ଏବଂ ରଚନା ଲିଖନ କରାଯାଇଥିଲା । ଉଦ୍‌ଘାଟନୀ ପର୍ବରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ […]

ପଟ୍ଟାମୁଣ୍ଡାଇ ୮/୧- କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ସିଭିଲ କୋର୍ଟ ପରିସରରେ ନୂତନ ଅତିରିକ୍ତ ଜିଲ୍ଲା କୋର୍ଟ ଉଦଘାଟିତ ହୋଇଯାଇଛି । ଓଡିଶା ଉଚ୍ଚନୟାଲୟର ମାନ୍ୟବର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂ, ମାନ୍ୟବର ବିଚାରପତି ଏସ. କେ. ପାଣିଗ୍ରାହୀ ଭର୍ଚୁଆର ମୋଡରେ ଏହି ବହୁ ପ୍ରତିକ୍ଷିତ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ କୋର୍ଟକୁ ଉଦଘାଟନ କରିଥିଲେ। ଜନସାଧାରଣଙ୍କ ଦ୍ୱାରା ଦେଶରେ ନ୍ୟାୟ ପ୍ରଦାନ ପରିପ୍ରେକ୍ଷୀରେ ଏହି କୋର୍ଟ ଉଦଘାଟନ କରାଯାଇଥିବା […]