କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ପଟ୍ଟାମୁଣ୍ଡାଇ ବ୍ଲକ ବିଜୁ ଜନତା ଦଳ ତରଫରୁ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅଣ୍ଢରାଠାରେ ଆୟୋଜିତ ହୋଇଯାଇଛି । କେନ୍ଦ୍ରାପଡ଼ା ବିଧାନସଭା ବିଜେଡି ସଂଯୋଜକ ଦୂର୍ଗାଶିଷ ମହାନ୍ତିଙ୍କ ପୌରହିତ୍ୟ ଓ ବରିଷ୍ଠ ନେତା ଚିତରଞନ ମଲ୍ଲିକଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ୫ ଶହରୁ ଅଧିକ ନେତା ଓ କର୍ମୀ ଯୋଗ ଦେଇ ଦଳର ବିଜୟ ନେଇ ଆଲୋଚନା କରିଥିଲେ । ଏହି ଅବସରରେ କେନ୍ଦ୍ରାପଡା ଜିଲ୍ଲା ପର୍ଯ୍ୟବେକ୍ଷକ […]
featured
(ରଶ୍ମିତା ସେଠୀ) ଦରିଦ୍ରତାଙ୍କୁ ନେଇ ଦୀର୍ଘଦିନ ହେଲା ଦେଶରେ ବିତର୍କ ଚାଲୁଥିବା ବେଳେ ଦରିଦ୍ର କାହାକୁ କୁହାଯିବ ଓ ସେମାନଙ୍କ ସଂଖ୍ୟା କେତେ ସେନେଇ ପ୍ରଶ୍ନ ଉଠୁଛି । କେଉଁ ସାମାଜିକ ଅର୍ଥନୈତିକ କାରଣରୁ ଦରିଦ୍ରତା ବଢୁଛି ଏବଂ ଦରିଦ୍ରତାରୁ ଲୋକମାନଙ୍କୁ କିପରି ମୁକ୍ତ କରାଯାଇ ପାରିବ ସେନେଇ ସଚେତନ ନାଗରିକ ମାନଙ୍କୁ ବିବ୍ରତ କରୁଛି । ଆମ ଦେଶରେ ଦରିଦ୍ରତାର ଯେ ଆକଳନ ନ ହୋଇଛି, ସେକଥା ନୁହଁ […]
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡ଼ମୋହନପୁର ପଂଚାୟତରେ ଆଗାମୀ ସାଧାରଣ ନିର୍ବାଚନରେ ରେକର୍ଡ ବିଜୟ ପାଇଁ କ୍ଷେତ୍ର ପ୍ରସ୍ତୁତ କରିଛି ବିଜେଡି । ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ବୃହତ ବିଜୟ ବ୍ୟବଧାନ ପାଇଁ ଦଳ ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ବିଜେଡି ସଭାପତି କିଶୋର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ମିଶ୍ରଣ ସମାବେଶରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ […]
କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଚଉଦକୁଲାଟ ଫାଣ୍ଡି ଗାଙ୍ଗପଡା ଗ୍ରାମର ଅଶୋକ ଜେନାଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୩ ବଖରା ଛାଳଘର ପୋଡି ପାଉଁଶ ହୋଇଯାଇଛି । ଘରେ ଥିବା ଧାନ, ଚାଉଳ, ଟଙ୍କା, ପୋଷାକ ଆଦି ସମସ୍ତ ଆସବାବ ପତ୍ର ପୋଡି ପାଉଁଶ ହୋଇ ଯାଇଛି । ଘରେ ସମସ୍ତେ ଶୋଇଥିବା ବେଳେ ଏଭଳି କାଣ୍ଡ ଘଟିଛି । ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ଦମକଳବାହିନୀ ଖବର […]
କେନ୍ଦ୍ରାପଡ଼ା, ୨୭ା୪: ଶତ ପ୍ରତିଶତ ଭୋଟଦାନ ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅନନ୍ୟ ପ୍ରୟାସ ଜାରି ରହିଛି । କେବେ ଡଙ୍ଗାରେ ନଦୀ ପାର ହୋଇ ଘରକୁ ଘର ବୁଲି ଭୋଟରଙ୍କୁ ସଚେତନ କରୁଛନ୍ତି ତ ଆଉ କେବେ ଜଳ ସେବା କେନ୍ଦ୍ର ମାଧ୍ୟମରେ ମତଦାତାଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାର ସୁନିଶ୍ଚିତ କରିବାକୁ ଆହ୍ୱାନ ଦେଉଛନ୍ତି । କିନ୍ତୁ ଆଜି ଆଉ ଏକ […]
ଆଗାମୀ ସାଧାରଣ ନିର୍ବାଚନରେ ଉଭୟ କେନ୍ଦ୍ରାପଡ଼ା ଲୋକସଭା ଓ ରାଜନଗର ବିଧାନସଭା ଆସନରେ ଭାଜପା ପ୍ରତି ଜନସମର୍ଥନ ଉତ୍ସାହଜନକ ବୋଲି ଆଜି ପଟ୍ଟାମୁଣ୍ଡାଇ ଭାଜପା କାର୍ଯ୍ୟାଳୟରେ ଭାରତିୟ ଜନତା ପାଟି ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜନଗର ଆସନ ଭାଜପା ପ୍ରାର୍ଥୀ ଯୁବନେତା ଲଳିତ ବେହେରା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅବ କି ବାର ୪୦୦ ପାର ନାରା ପ୍ରତି ଜନସମର୍ଥନ […]
କେନ୍ଦ୍ରାପଡା( ଲକ୍ଷ୍ମୀକାନ୍ତ ନାୟକ )କେନ୍ଦ୍ରାପଡା ଲୋକସଭାର ଭାଜପା ପ୍ରାର୍ଥୀ ତଥା ହେବି ୱେଟ୍ ନେତା କୁହାଯାଉଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପାଇଁ ଏବେ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି କେନ୍ଦ୍ରାପଡା ବିଧାନସଭା ପ୍ରାର୍ଥୀ ଚୟନ ପ୍ରକ୍ରିୟା । ନିର୍ବାଚନ ଦିନକୁ ଦିନ ଯେତେ ଯେତେ ପାଖେଇ ଆସୁଛି ପ୍ରାର୍ଥୀ ଚୟନ କରିବା ସେତେ କଷ୍ଟକର ବ୍ୟାପାର ହେଉଛି ବୋଲି ବୈଜୟନ୍ତ କହିଛନ୍ତି । କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରରେ ୭ଟି […]
କେନ୍ଦ୍ରାପଡା ୨୬/୪ – ଦୁର୍ଘଟଣା ବଶତଃ ଚଳନଶକ୍ତି ହରାଇଥିବା ମଣିଷ ଭିତରେ ପ୍ରତିଭାର ସୁପ୍ତ ପ୍ରାଚୁର୍ୟ୍ୟ ଅନାବିସ୍କୃତ ହୋଇ ରହିଥାଏ । ଯଦି ତାକୁ ପ୍ରୋତ୍ସାହନ ଓ ସହାୟକ ଗତିଶୀଳତା ମିଳେ ତେବେ ସେ ନିଜ ସାମର୍ଥ୍ୟ ପ୍ରତିପାଦିତ କରିପାରେ । ଏହି ପରି ଜଣେ ସମ୍ଭାବନାମୟ ମହାକାଳପଡ଼ାର ଚଳନ ଶକ୍ତି ବାଧିତ ପାରା କ୍ରୀଡାବିତ୍ ପ୍ରଶାନ୍ତ କୁମାର ନାୟକଙ୍କୁ ମାଡ୍ରାସ ଆଇଆଇଟି ଦ୍ୱାରା ବିକଶିତ ଅତ୍ୟାଧୁନିକ ନିଉମୋସନ ମୋଟର […]
କେନ୍ଦ୍ରାପଡ଼ା, ୨୫ା୪:ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ,କୁଶିଆପାଳ ଇକୋ କ୍ଲବ ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶୁଭ୍ରାଲିନ୍ ଜେନା ସଭାପତିତ୍ୱ କରିଥିଲେ । ଗ୍ରୀଷ୍ମର ପ୍ରଚଣ୍ଡ ରୈାଦ୍ରତାପକୁ ନିୟନ୍ତ୍ରଣ କରିବା ପାଇଁ ବୃକ୍ଷରୋପଣର ଆବଶ୍ୟକତା ରହିଛି ବୋଲି କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା । ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଜେନା ଚଳିତବର୍ଷ ଏନ.ଆର.ଟି.ଏସ. ଓ ଏନ.ଏମ.ଏମ.ଏସ. ପାଇଥିବା ବିଦ୍ୟାଳୟର ମେଧାବୀ ଛାତ୍ର […]
କେନ୍ଦ୍ରାପଡା ୨୪/୪- ଚଳିତ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଭିନ୍ନକ୍ଷମଙ୍କ ପାଇଁ କାର୍ଯରତ କେନ୍ଦ୍ରାପଡ଼ାର ସ୍ୱେଚ୍ଛାସେବୀ ସଂଗଠନ ପୁନର୍ବାସ ତରଫରୁ ମାଧପୁର ସ୍ଥିତ କାର୍ଯ୍ୟାଳୟ ସଭାଗୃହରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ପ୍ରସଙ୍ଗ ‘ସୁଗମ ନିର୍ବାଚନ ଓ ଭିନ୍ନକ୍ଷମଙ୍କ ଗଣତାନ୍ତ୍ରିକ ଅନ୍ତର୍ଭୁକ୍ତି’ ସମ୍ପର୍କିତ ଏକ ସଚେତନଧର୍ମି ସଭା ଅନୁଷ୍ଟିତ ହୋଇଯାଇଛି । ମୁଖ୍ୟ ଉପଦେଷ୍ଟା ତଥା ବିଶିଷ୍ଟ କଥାକାର ଡକ୍ଟର ବିରଜା ରାଉତରାୟଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି […]
କେନ୍ଦ୍ରାପଡ଼ା, ୨୪ା୪: କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକର ପୂର୍ବତନ କିରାଣୀ ତଥା ଡିଲିଙ୍ଗ ଆସିଷ୍ଟାଣ୍ଟ ମାଧବ ଚରଣ ଆଚାର୍ଯ୍ୟଙ୍କୁ ଜନୈକ ଇନ୍ଦିରା ଆବାସ ହିତାଧିକାରୀଙ୍କ ଠାରୁ ଗୃହ ନିର୍ମାଣ ପାଇଁ ପ୍ରଥମ କିସ୍ତି ବାବଦ ଅର୍ଥ ପ୍ରଦାନ ନିମନ୍ତେ ଲାଞ୍ଚ ଗ୍ରହଣ କରିଥିବା ମାମଲାର ବିଚାର କରି କଟକସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଶ୍ରୀ ଆଚାର୍ଯ୍ୟଙ୍କୁ ୨ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ […]
କେନ୍ଦ୍ରାପଡ଼ା, ୨୪ା୪: ଆସନ୍ତା ଜୁନ୍ ମାସ ୧ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଏକକାଳୀନ ଉଭୟ ଲୋକସଭା ଓ ବିଧାନସଭା ପାଇଁ ନିର୍ବାଚନ ତାରିଖ ଚୂଡ଼ାନ୍ତ ହୋଇଛି । ତେଣୁ ଏହି ନିର୍ବାଚନରେ ଶତପ୍ରତିଶତ ଭୋଟ୍ ଦାନ ପାଇଁ ବ୍ୟାପକ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭିନବ ଶୈଳୀରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି କ୍ରମରେ ଜଳସେବା କେନ୍ଦ୍ର ମାଧ୍ୟମରେ ଭୋଟର୍ମାନଙ୍କୁ ସଚେତନ କରିବାକୁ ଆଜିଠୁ […]
କେନ୍ଦ୍ରାପଡ଼ା,୨୪ା୪: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ଗ୍ରାମର ବୁଢାଗୋବିନ୍ଦଜୀୟୁଙ୍କ ଜମି ଜବରଦଖଲ ମାମଲା ସୁପ୍ରିମକୋର୍ଟରେ ଚାଲୁଅଛି । ସୂଚନାଯୋଗ୍ୟ ଯେ ତିନିମୁହାଣୀସ୍ଥିତ ବୁଢାଗୋବିନ୍ଦଜୀୟୁଙ୍କ ଜମିକୁ କିଛି ଅସାଧୁ ବ୍ୟବସାୟୀ ଜବରଦଖଲ କରି ବହୁଦିନ ହେବ ବ୍ୟବସାୟ କରୁଛନ୍ତି । ଏହି ଘଟଣାକୁ ବିଚାର କରି ଗତ ୨୦୨୧ ମସିହା ଅକ୍ଟୋବର ୬ ତାରିଖରେ ସୁପ୍ରିମକୋର୍ଟ ଏକ ଅନ୍ତରୀଣ ଆଦେଶ ଦେଇଥିଲେ ଯେ ମାମଲା ଶେଷ ହେବା ପର୍ଯ୍ୟନ୍ତ ଯେଉଁ ବ୍ୟବସାୟୀମାନେ […]
କେନ୍ଦ୍ରାପଡା,୨୩ା୪: କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ଆନୁକୂଲ୍ୟରେ ଅଣୁକବି ବ୍ରହ୍ମାନନ୍ଦ ଦାସଙ୍କ ୮୬ତମ ଜୟନ୍ତୀ ସାହିତ୍ୟ ସଂସଦର କାର୍ଯ୍ୟକାରୀ ସଭାପତି କରୁଣାକର ଦାସଙ୍କ ପୌରୋହିତ୍ୟରେ ଆଜି ଅପରାହ୍ନରେ ସ୍ଥାନୀୟ ରିଡିଂ ରୁମ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ କଣ୍ଠଶିଳ୍ପୀ ଗୋଲୋକ କୁମାର ସେଠୀ ଆବାହନୀ ସଙ୍ଗୀତ ଗାନ କରିଥିଲେ । ଅଣୁକବି ଜୟନ୍ତୀ ଅବସରରେ ଅତିଥିମାନେ ବ୍ରହ୍ମାନନ୍ଦ ଦାସଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । […]
କେନ୍ଦ୍ରାପଡ଼ା, ୨୩ା୪: ଏସ୍.ୟୁ.ସି.ଆଇ(ସି) ପାର୍ଟି ପକ୍ଷରୁ ମଙ୍ଗଳବାର କେନ୍ଦ୍ରାପଡା ସହରର ହାଇସ୍କୁଲ ଛକ ନିକଟସ୍ଥ ଗୋକୁଳ ଚନ୍ଦ୍ର ସଂଗୀତ ସଦନ ପରିସରରେ କମ୍ୟୁନିଷ୍ଟ କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ସୈାଭାଗ୍ୟ କେତନ ସାମଲଙ୍କୁ ସହଯୋଗ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏସ୍.ୟୁ.ସି.ଆଇ(ସି) ରାଜ୍ୟ କମିଟି ସମ୍ପାଦକ କମ୍ରେଡ ଶଙ୍କର ଦାଶଗୁପ୍ତା, ରାଜ୍ୟ କମିଟି ସଦସ୍ୟ କମ୍ରେଡ ବିଭୂତି ନାୟକ, କେନ୍ଦ୍ରାପଡା ଆଂଚଳିକ କମିଟିର ସମ୍ପାଦିକା […]
କେନ୍ଦ୍ରାପଡ଼ା, ୨୩ା୪ : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଦେପୁରସ୍ଥିତ ସରସ୍ୱତୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ନିରାପତା ଓ ସୁରକ୍ଷା ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କାଦମ୍ବିନୀ ନାୟକଙ୍କ ସଭାପତିତ୍ୱରେ ବିଦ୍ୟାଳୟ ସଭାଗୃହରେ ଅନୁଷ୍ଠିତ କର୍ମଶାଳାରେ ମୋ ସ୍କୁଲ ଅଭିଯାନ ସଭାପତି ଡ. ଉପେନ୍ଦ୍ର ନାଥ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବିଦ୍ୟାଳୟ ପରିଚାଳନା ସମିତି ସଭାପତି ମନୋଜ କୁମାର ନାୟକ […]
ନଦୀ ପରି ଭୋଟଦାନର ସଚେତନତା ବାର୍ତା ବହିଯାଉ ପ୍ରାଣରୁ ପ୍ରାଣକୁ ବତୀଘର ପରି ଭୋଟଦାନ ଜାଗରଣର ପ୍ରଦୀପ ଉଜ୍ଜ୍ୱଳି ଉଠୁ ପ୍ରତିଟି ହୃଦୟରେ ଶତ ପ୍ରତିଶତ ଭୋଟ୍ଦାନ କରି ଗଣତାନ୍ତ୍ରିକ ଅଧିକାରକୁ ସୁନିଶ୍ଚିତ କରିବାକୁ ଆହ୍ୱାନ କେନ୍ଦ୍ରାପଡା: ଆସନ୍ତା ସାଧାରଣ ନିର୍ବାଚନରେ ଭୋଟ ଦେବାପାଇଁ ଜିଲା ପ୍ରଶାସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । କେନ୍ଦ୍ରାପଡା ଜିଲାରେ ଆସନ୍ତା ଜୁନ ୧ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । […]
ପଟ୍ଟାମୁଣ୍ଡାଇ ୨୨/୪ ଅନନ୍ତ ଦାଶ -କେନ୍ଦ୍ରାପଡ଼ା ଲୋକସଭା ଭାଜପା ପ୍ରାର୍ଥୀ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ସୋମବାର ପଟ୍ଟାମୁଣ୍ଡାଇରେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ପ୍ରଥମେ ବେଲତଳ ଗ୍ରାମକୁ ଯାଇ କାଉନସିଲର ଗୋପୀବଲ୍ଲଭ ନାୟକଙ୍କ ଭାଇ ରବି ବଲ୍ଲଭ ନାୟକ ପରଲୋକ ହୋଇଥିବାରୁ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ । ସେହିପରି ଭାଜପା ନେତା ଚନ୍ଦନ ପାତ୍ରଙ୍କ ପିତା ଗୁରୁ ଚରଣ ପାତ୍ରଙ୍କ ପରଲୋକ ହୋଇ ଥିବାରୁ ତାଙ୍କ […]
ପଟ୍ଟାମୁଣ୍ଡାଇ ୨୨/୪ ଅନନ୍ତ ଦାଶ – ବିକାଶ ସାଥୀ ପକ୍ଷରୁ ବିଶ୍ୱ ଧରିତ୍ରୀ ଦିବସ ପାଳନ ଅବସରରେ ପ୍ଲାଷ୍ଟିକ ବର୍ଜନ ସଚେତନତା ଅଭିଯାନ କସ୍ତୁରୀ କଳା ନିକେତନ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ପ୍ରକଳ୍ପ ମୁଖ୍ୟ ରୁତିକା ନାଥଙ୍କ ପୌରହିତ୍ୟରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ବହୁ ପରିବେଶବିତ, ପ୍ରକୃତିପ୍ରେମୀ ଶିକ୍ଷାବିତ ଓ ସମାଜସେବୀ ଯୋଗ ଦେଇ ବିଶ୍ୱ ଧରିତ୍ରୀ ଦିବସ ପାଳନର ମହତ୍ୱ ସମ୍ପର୍କରେ ଆଲୋକପାତ କରିବା ସହିତ […]
କେନ୍ଦ୍ରାପଡ଼ା, ୨୨ା୪: ଗାଁ ସାଥୀ(ମେଟ୍) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ଓଡିଶା ପ୍ରଦେଶ ଶାଖାର ଆହ୍ୱାନ କ୍ରମେ କେନ୍ଦ୍ରାପଡା ଜିଲ୍ଲା ଶାଖା ସଂଘର ସଭାପତି ଅନିଲ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଗରାପୁରସ୍ଥିତ ଶ୍ରୀ ଗୋପାଳଜୀୟୁଙ୍କ ମନ୍ଦିର ପରିସରରେ ଜି୍ଲ୍ଲା ଓ ବ୍ଲକ କମିଟିର ଶତାଧିକ ସଭ୍ୟସଭ୍ୟାଙ୍କୁ ନେଇ ଏକ ସାଂଗଠନିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଂଗଠନର ରାଜ୍ୟ ସଭାପତି ଲକ୍ଷ୍ମୀଧର […]
କେନ୍ଦ୍ରାପଡା,୨୨ା୪ : କେନ୍ଦ୍ରାପଡା ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳି ସେଠୀ ଆଜି ବିଜେପିରେ ଯୋଗ ଦେଇଛନ୍ତି । ସେ କେନ୍ଦ୍ରାପଡା ବିଧାନସଭା ଆସନରୁ ବିଜେପିର ପ୍ରାର୍ଥୀ ହେବେ ବୋଲି ଶୁଣା ଯାଉଛି । ଭାରତୀୟ ଜନତା ପାର୍ଟିରୁ ରାଜନୀତି ଆରମ୍ଭ କରିଥିବା ଶ୍ରୀମତୀ ସେଠୀ ବିଜେପି -ବିଜେଡି ମେଣ୍ଟସମୟରେ ଗତ ୨୦୦୨ମସିହାରେ ବିଜେପିରୁ କେନ୍ଦ୍ରାପଡା ଜିଲ୍ଲା ପରିଷଦର ଉପସଭାପତି ଭାବେ ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ଶ୍ରୀମତୀ ସେଠୀ […]
କେନ୍ଦ୍ରାପଡ଼ା ଜିଲ୍ଲାର ସର୍ବପୁରାତନ ଆଧ୍ୟାତ୍ମିକ ପୀଠ ପଟ୍ଟାମୁଣ୍ଡାଇ ରାଧାରମଣ ମଠରେ ପ୍ରଭୁ ଶ୍ରୀ ଶ୍ରୀ ରାଧାରମଣ ଦେବଙ୍କ ଶୁଭ ଆବିର୍ଭାବ ମହୋତ୍ସବ ଉଦଯାପିତ ହୋଇଯାଇଛି । ପୁରୀ ଗୋବର୍ଧନ ପୀଠର ସନ୍ଥ ସଂରକ୍ଷକ ସ୍ୱାମୀ ଅସୀମାନନ୍ଦ ଦାସମହାରାଜଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପ୍ରଭୁ ରାଧାରମଣ ଦେବ, ପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର, ମା ସୁଭଦ୍ରା, ଗୋପେଶ୍ୱର ମହାଦେବ ଓ ପ୍ରଭୁ ହନୁମାନଜୀଉଙ୍କ ଯଥାରୀତି ପୂଜାର୍ଚନା ସହ ବିଶାଳ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି […]
ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଏଥିରୁ ନିସ୍ତାର ମିଳିପାରିନାହିଁ । ଉପକୂଳ ଓଡ଼ିଶା କେନ୍ଦ୍ରାପଡା ଜିଲାରେ ଆଜିବି ତାପମାତ୍ରା ୪୨ ଡିଗ୍ରୀ ପାଖାପାଖି ରହିଛି । ଅସହ୍ୟ ଗରମ ଯୋଗୁ ଲୋକେ ଯେତେ କାମ ଥିଲେ ବି ଅପରାହ୍ନରୁ ବାହାରକୁ ବାହାରିବାକୁ ପସନ୍ଦ କରୁନାହାଁନ୍ତି । ଏପରିସ୍ଥଳେ ଯେଉଁମାନେ ବିଭିନ୍ନ ଜରୁରି କାର୍ଯ୍ୟରେ ବାହାରକୁ ଯାଉଛନ୍ତି, ସେମାନଙ୍କୁ ଶୋଷ ହେଲେ ପ୍ରାୟତଃ ଥଣ୍ଡା ପାଉଚ ଓ ବୋତଲ ପାଣି […]
କେନ୍ଦ୍ରାପଡା ୨୧/୪- ତେଣ୍ଡାକୁଡା ପଞ୍ଚାୟତର ସାନନୟନ ପୁର ଗ୍ରାମରେ ହନୁମାନଜୀଉଙ୍କ ଦ୍ୱାଦଶତମ ବାର୍ଷିକ ଜନ୍ମୋସ୍ଥବ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ହନୁମାନ ଜୟନ୍ତୀ ଉପଲକ୍ଷେ ସକାଳୁ ଗ୍ରାମବାସୀଙ୍କ ଦ୍ୱାରା କଳସୀଯାତ୍ରା କରାଯାଇଥିଲା । ପଣ୍ଡିତ ବିଷ୍ଣୁ ଚରଣ ପତିଙ୍କ ଦ୍ୱାରା ହନୁମାନଙ୍କ ମହାସ୍ନାନ, ଅଭିଷେକ ଓ ଷୋଡଶ ଉପଚାର ପୂଜନ କାର୍ଯ୍ୟ କରାଯାଇଥିଲା । ଏହି ପୂଜା ଉତ୍ସବରେ ଜଗବନ୍ଧୁ ଦଳାଇ ଓ ବିଜୟଲଷ୍ମୀ ଦଳାଇ କର୍ତ୍ତା ଓ […]
