ପଟ୍ଟାମୁଣ୍ଡାଇ କଲେଜ ସମାଜବିଜ୍ଞାନ ବିଭାଗ ଆଲୋଚନାଚକ୍ର


ପଟ୍ଟାମୁଣ୍ଡାଇ କଲେଜ ସମାଜବିଜ୍ଞାନ ବିଭାଗ ପକ୍ଷରୁ ଜାତୀୟ ଶିକ୍ଷାନୀତି -୨୦୨୦ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନାଚକ୍ରରେ ବିଜେବି ସ୍ୱୟଂ ଶାସିତ କଲେଜ ସହକାରୀ ପ୍ରଫେସର ବିଭାବରୀ ବଳ ବିଷୟ ବିଶାରଦ ଭାବେ ଯୋଗ ଦେଇ ନୂତନ ଶିକ୍ଷା ନୀତିର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । କଲେଜ ଅଧ୍ୟକ୍ଷ ପ୍ରଫେସର ଭୂୟାଁ ସ୍ୱାଗତଭାଷଣ ଓ କଲେଜ ସମାଜବିଜ୍ଞାନ ବିଭାଗ ମୁଖ୍ୟ କ୍ୟାପଟେନ ମନୋଜ ପରିଡା ଅତିଥିପରିଚୟ ପ୍ରଦାନ କରିଥିଲେ । ଏଥିରେ ଆଇ କ୍‌ଯୁ ଏ ସି ସଂଯୋଜକ ଡ଼ ସୁନୀଲ ପ୍ରଧାନ, ପ୍ରାକ୍ତନ ଅଧ୍ୟକ୍ଷ ଦେବବ୍ରତ ପ୍ରଧାନ ଓ ଅଧ୍ୟକ୍ଷା ଡ଼ ପ୍ରେମଲତା ରାଉତ ,ପ୍ରାଧ୍ୟାପକ ଡ଼ ଦୁଃଶାସନ ପରିଡା, ଡ଼ ଫକୀର ପ୍ରଧାନ, ପ୍ରାଧ୍ୟାପକ ଅମୀୟ ଦାସ,ଡ଼ ଅଞ୍ଜଳି ଦାଶ,ପ୍ରମୋଦ ସ୍ୱାଇଁ, ସର୍ବେଶ୍ୱର ସାହୁ, ରଞ୍ଜନ ଗାହାଣ,ରଞ୍ଜନ ବେହୁରା ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ । ଶେଷରେ ସୁଶ୍ରୀ ବନ୍ଦିତା ସାହୁ ଧନ୍ୟବାଦ ଦେଇଥିଲେ ।


Next Post

ପଟ୍ଟାମୁଣ୍ଡାଇ କଲେଜ ଆଲମୁନି ବୈଠକ

Sat Dec 16 , 2023
ପଟ୍ଟାମୁଣ୍ଡାଇ କଲେଜ ଆଲମୁନି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଲମୁନି କମିଟି ସଭାପତି ପ୍ରଫେସର ଭରତ ଚନ୍ଦ୍ର ପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ସମ୍ପାଦକ ଗୋପୀନାଥ ତ୍ରିପାଠୀ ବିବରଣୀ ପାଠ କରିଥିଲେ । ନିର୍ମାଣାଧୀନ କଲେଜ ମୁଖ୍ୟ ଫାଟକ ନିର୍ମାଣ କାର୍ଯ୍ୟ ତୁରନ୍ତ ସଂପୂର୍ଣ୍ଣ କରିବା ବୈଠକ ଦାବୀ କରାଯାଇଥିଲା । ଆସନ୍ତା ଜାନୁଆରୀ ୨୪ତାରିଖରେ କଲେଜ ଆଲମୁନି କମିଟିର ସାଧାରଣ ବୈଠକ କରାଯିବା ପାଇଁ ନିଷ୍ପତି ନିଆଯାଇଥିଲା । […]

KANIKA