ମୌସୁମୀ ସାହିତ୍ୟ ପରିଷଦର ସ୍ୱନକ୍ଷତ୍ର ଦିବସ ପାଳିତ

କେନ୍ଦ୍ରାପଡ଼ା,୧୧ା୧୧: ରାଜ୍ୟର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ମୌସୁମୀ ସାହିତ୍ୟ ପରିଷଦ ଓ ପତ୍ରିକାର ସ୍ୱନକ୍ଷତ୍ର ଦିବସ, ପତ୍ରିକା ଉନ୍ମୋଚନ, କବିତା ପାଠୋତ୍ସବ ଓ ସମ୍ବର୍ଦ୍ଧନା ସଭା ସ୍ଥାନୀୟ କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସମାରୋହର…

ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘ ପକ୍ଷରୁ ଆଲୋଚନାଚକ୍ର

କେନ୍ଦ୍ରାପଡ଼ା,୧୧ା୧୧: କେନ୍ଦ୍ରାପଡ଼ା ଜ଼ିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘ (ପିଷ୍ଟା) ଆନୁକୂଲ୍ୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ଥିବା ବିଭିନ୍ନ ସମସ୍ୟା ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବା ସହିତ ନବନିଯୁକ୍ତ ପ୍ରାଥମିକ ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି ଉପଲକ୍ଷେ କେନ୍ଦ୍ରାପଡା…

କେନ୍ଦ୍ରାପଡ଼ା ଜିଲ୍ଲା ବିକାଶ ପରିଷଦର ପ୍ରତିଷ୍ଠା ଦିବସ ବୈଠକ

କେନ୍ଦ୍ରାପଡ଼ା,୧୧ା୧୧: କେନ୍ଦ୍ରାପଡ଼ା ଜିଲ୍ଲା ବିକାଶ ପରିଷଦର ପ୍ରତିଷ୍ଠା ଦିବସ ବୈଠକ ଆଜି ଗୋକୁଳ ଚନ୍ଦ୍ର ସଂଗୀତ ସଦନ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ଡ଼.ମଧୁସୂଦନ ମିଶ୍ର ଏଥିରେ ଅଧ୍ୟକ୍ଷତା କରି ପରିଷଦ ଗଠନର ଆଭିମୁଖ୍ୟ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର…

ସୁୁରଭି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ପାତର ଅନ୍ତର , ପ୍ରଥମସ୍ଥାନ ପାଇଥିବା ଛାତ୍ରୀଙ୍କୁ ରାଜ୍ୟ ସ୍ତରରୁ ବାଦ , ଜିଲ୍ଲାପାଳଙ୍କୁ ଅଭିଯୋଗ , ଆଇନର ଆଶ୍ରୟ ନେବାକୁ ନିଷ୍ପତି

ପଟ୍ଟାମୁଣ୍ଡାଇ ୧୧/୧୧ -ଗତ ୧ ମାସ ଧରି ଛାତ୍ରୀଛାତଙ୍କୁ ନେଇ ଚାଲଥିବା କ୍ଲଷ୍ଟର ଓ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ପରେ ଚଳିତ ମାସ ୮ ତାରିଖ ଶୁକ୍ରବାର ଜିଲ୍ଲାସ୍ତରୀୟ ସୁରଭି ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏଥିରେ ପ୍ରଥମସ୍ଥାନ ଅଧିକାର…

ପିଲା ଚୋରି ସନ୍ଦେହରେ ୨ ଜଣଙ୍କୁ ଅଟକ ରଖିଲେ ଗ୍ରାମବାସୀ , ନିର୍ଧୁମ ଛେଚିଲେ, ଉଦ୍ଧାର କଲା ପୋଲିସ

ପଟ୍ଟାମୁଣ୍ଡାଇ ୧୧/୧୧ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ନିମପୁର ଶାସନ ଗାଁରେ ସୋମବାର ସକାଳ ପ୍ରାୟ ସାଢ଼େ ୮ଟାରେ ୨ଜଣ ଅଣଓଡ଼ିଆ ଲୋକ ପିଲା ଚୋରି କରି ନେଇ ଯାଉଥିବା ବେଳେ ଗ୍ରାମବାସୀ ଧରି ନିସ୍ତୁକ ମାଡ଼ ମାରିଛନ୍ତି।…

ବିଜେଡି ଡିଜିଟାଲ ସଭ୍ୟ ସଂଗ୍ରହ ତାଲିମ

ପଟ୍ଟାମୁଣ୍ଡାଇ ୧୦/୧୧ କେନ୍ଦ୍ରାପଡା ଜିଲା ରାଜନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକ ଓ ମୁନିସିପାଲିଟିରେ ବିଜେଡି ଡିଜିଟାଲ ସଭ୍ୟ ସଂଗ୍ରହ ତାଲିମ ଶିବିର ରାବିବାର ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ସଭାପତି କିଶୋର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ତାଲିମ…

ମେଗା ସ୍ୱେଚ୍ଛାକୃତ ରକ୍ତଦାନ ଶିବିର: ୧୦୫ ୟୁନିଟ ରକ୍ତ ସଂଗ୍ରହ

ପଟ୍ଟାମୁଣ୍ଡାଇ ୧୦/୧୧-କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଧିନ ନିଗିନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଷରରେ ଏକ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଶିବିରରେ ମୋଟ ୧୦୫ ଜଣ ସ୍ୱେଚ୍ଛାସେବୀ ରକ୍ତଦାନ କରିଛନ୍ତି। ଏହି ରକ୍ତଦନ ଶିବିରକୁ ସ୍ୱାମୀ ବିବେକାନନ୍ଦ…

ଜିଲ୍ଲାସ୍ତରୀୟ ଶ୍ରୀ ଅନ୍ନ ଓ ବିସ୍ତୃତ ଖାଦ୍ୟ ସମ୍ମିଳନୀ

କେନ୍ଦ୍ରାପଡା, ତା.୧୦/୧୧: ଚଳିତ ବର୍ଷ ମାଣ୍ଡିଆ ଦିବସ ପାଳନ ପରିପେକ୍ଷୀରେ କେନ୍ଦ୍ରାପଡ଼ା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆଜି ୧୨.୩୦ ମିନିଟ୍ ସମୟରେ ସଂସ୍କୃତି ଭବନଠାରେ ଜିଲ୍ଲାସ୍ତରୀୟ ଶ୍ରୀ ଅନ୍ନ ଓ ବିସ୍ତୃତ ଖାଦ୍ୟ ସମ୍ମିଳନୀ ଅୟୋଜିତ ହୋଇଯାଇଛି…

ଆହତ କୁକୁରକୁ ଚିକିତ୍ସା କଲେ ଗ୍ରାମବାସୀ

କେନ୍ଦ୍ରାପଡ଼ା,୧୦ା୧୧: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ଗ୍ରାମରେ ଶୁକ୍ରବାର ଦୁର୍ଘଟଣାର ଶିକାର ହୋଇ ମେରୁଦଣ୍ଡ ଭାଙ୍ଗି ଯାଇଥିବା କୁକୁରକୁ ଚିକିତ୍ସା କରାଯାଇଥିଲା । ଗତ ତିନିଦିନ ହେବ ବୁଲା କୁକୁରଟି ରାସ୍ତାରେ ଶୋଇଥିବା ବେଳେ ଏକ ଅଜଣା ଗାଡି ଚଢି ଯାଇଥିଲା…

ତରଡ଼ିପାଳରେ ପ୍ରଧାନଶିକ୍ଷକ ସମ୍ମିଳନୀ

ପଟ୍ଟାମୁଣ୍ଡାଇ ତା ୧୦/୧୧- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ତରଡ଼ି ପାଳ ମାଳତୀ ଦେବୀ ବାଳିକା ହାଇସ୍କୁଲ ଠାରେ ୧୧ ତମ ମାଧ୍ୟମିକ ପ୍ରଧାନଶିକ୍ଷକ ଓ ପ୍ରଧାନଶିକ୍ଷୟତ୍ରୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ହରିହର ଦଳାଇଙ୍କ ପୌରହିତ୍ୟ ଓ…

ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଊଙ୍କ ପୀଠରେ ହବିଷ୍ୟାଳୀ ଉତ୍ସବ ଉଦଘାଟିତ

କେନ୍ଦ୍ରାପଡ଼ା, ୧୦ା୧୧ : ପବିତ୍ର ତୁଳସୀ କ୍ଷେତ୍ରର କ୍ଷେତ୍ରାଧିପତି ତଥା କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ପୀଠରେ କେନ୍ଦ୍ରାପଡା ଦିବ୍ୟ ଜୀବନ ସଙ୍ଘ ତଥା ଗରାପୁର ଶିବାନନ୍ଦ ଆଶ୍ରମ ପକ୍ଷରୁ ରବିବାର କାର୍ତ୍ତିକ ହବିଷ୍ୟାଳୀ ବ୍ରତ ଉଦଘାଟିତ…

ପଟ୍ଟାମୁଣ୍ଡାଇ କଲେଜ ସମାଜବିଜ୍ଞାନ ଆଲୋଚନାଚକ୍ର

ପଟ୍ଟାମୁଣ୍ଡାଇ ୧୦/୧୧ -ପଟ୍ଟାମୁଣ୍ଡାଇ କଲେଜ ସମାଜବିଜ୍ଞାନ ବିଭାଗ ପକ୍ଷରୁ ଶିକ୍ଷାର ସମାଜ ଗଠନରେ ଭୂମିକା ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନାଚକ୍ରରେ କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ କଲେଜ ସମାଜ ବିଜ୍ଞାନ…

ଧୋୟାଂଚଳରେ ବିଜେଡି ଜନସମ୍ପର୍କ ପଦଯାତ୍ରା

ପଟ୍ଟାମୁଣ୍ଡାଇ ୧୦/୧୧ -କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ଧୋୟାଂଚଳରେ ରବିବାର ବିଜେଡି ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡ଼ା ବିଧାୟକ ପୂର୍ବତନମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ଅଳପୁଆ ମା ଧାନେଶ୍ୱରୀ ପୀଠରୁ ଆରମ୍ଭ ହୋଇ ଥିବା ବିଜେଡିର…

ଓଏଏସ୍ ଶୈଳେନ୍ଦ୍ରଙ୍କୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା, ୧୦ା୧୧: ନିଖିଳ ଉତ୍କଳ ପାଟରା ସମିତି ପକ୍ଷରୁ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା କେନ୍ଦ୍ରାପଡ଼ା ପୈାରାଞ୍ଚଳ ଅନ୍ତର୍ଗତ ବଣିଆମାଳର ବଂଶୀଧର ମହାନ୍ତିଙ୍କ ସୁପୁତ୍ର ଶୈଳେନ୍ଦ୍ର କୁମାର ମହାନ୍ତିଙ୍କୁ ରବିବାର ଉତ୍ତରୀୟ, ପୁଷ୍ପଗୁଛ ଓ ମାନପତ୍ର ପ୍ରଦାନ ପୂର୍ବକ…

କେନ୍ଦ୍ରାପଡାକୁ ଫେରିଲେ ଇନସପେକ୍ଟର ତପନ ଓ ଶ୍ରୀକାନ୍ତ

କେନ୍ଦ୍ରାପଡ଼ା,୯ା୧୧: ମାତ୍ର କିଛି ମାସର ବ୍ୟବଧାନ ପରେ ପୁନର୍ବାର କେନ୍ଦ୍ରାପଡା ଜିଲ୍ଲାକୁ ଫେରିଛନ୍ତି ପୋଲିସ ଇନସପେକ୍ଟର ତପନ କୁମାର ନାୟକ ଓ ଶ୍ରୀକାନ୍ତ କୁମାର ବାରିକ। ୨୦୨୪ ସାଧାରଣ ନିର୍ବାଚନର ଅବବ୍ୟହତି ପୂର୍ବରୁ କେନ୍ଦ୍ରାପଡା ଟାଉନ ଥାନାରୁ ତପନ କୁମାର ନାୟକ…

ଶିବାନନ୍ଦ ଆଶ୍ରମରେ ଗୋଷ୍ଠାଷ୍ଟମୀ ପାଳିତ

କେନ୍ଦ୍ରାପଡ଼ା,୯ା୧୧: ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ ଶନିବାର ପବିତ୍ର ଗୋଷ୍ଠାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ପ୍ରାତଃରେ ଆଶ୍ରମର ପ୍ରତିଷ୍ଠାତ୍ରୀ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ରୀତି ନୀତି ଓ ବିଧି ବିଧାନ ଅନୁଯାୟୀ ଗୋପୂଜନ କରିବା ସହିତ ସେମାନଙ୍କୁ ଖାଦ୍ୟ…

ସ୍କୁଲରେ ତାଲା ପକାଇଲେ ଛାତ୍ରୀଛାତ୍ର, ଅଭିଭାବକ

ପଟ୍ଟାମୁଣ୍ଡାଇ, ୮/୧୧- କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ନରସିଂହପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ଛାତ୍ରୀଛାତ୍ର ଓ ଅଭିଭାବକ ମାନେ ଶିକ୍ଷକଙ୍କ ବଦଳି ପ୍ରତିବାଦରେ ସ୍କୁଲ ଗେଟରେ ତାଲା ପକାଇ ଧାରଣାରେ ବସିଛନ୍ତି । ବିଦ୍ୟାଳୟରେ ପ୍ରଥମରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ…

ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି

କେନ୍ଦ୍ରାପଡା,୮ା୧୧: ଜିଲ୍ଲା ସଂସ୍କୃତି ଭବନ ପରିସରରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି। ଶିଶୁ ହସିଲେ ଦେଶ ହସିବ ଓ ଗାଁ ଗହଳିରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ଅନ୍ୱେଷଣ କରିବା ଓ ତାହାକୁ ବିକଶିତ କରିବା…

ଅବକାରୀ ବିଭାଗ ପକ୍ଷରୁ ଚଢାଉ ବିପୁଳ ପରିମାଣର ଚୋରାମଦ ଜବତ

କେନ୍ଦ୍ରାପଡ଼ା,୮ା୧୧: କେନ୍ଦ୍ରାପଡା ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବିପୁଳ ପରିମାଣର ଚୋରା ମଦ ଜବତ କରାଯାଇଛି। ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଜିଲ୍ଲା ଅବକାରୀ ଅଧୀକ୍ଷକ ବିପ୍ର ମଣ୍ଡଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କେନ୍ଦ୍ରାପଡା ଅବକାରୀ କାର୍ଯ୍ୟାଳୟ ପକ୍ଷରୁ…

ଗୋପବନ୍ଧୁ କର୍ମଜୀବୀ ସାମ୍ବାଦିକ ସ୍ୱାସ୍ଥ୍ୟବୀମା କାର୍ଡ ବଣ୍ଟନ

କେନ୍ଦ୍ରାପଡ଼ା, ତା ୮/୧୧ : ଶୁକ୍ରବାର ଅପରାହ୍ଣ ୫.୩୦ ମିନିଟ ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହରେ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଗୋପବନ୍ଧୁ କର୍ମଜୀବୀ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାର କାର୍ଡ ବଣ୍ଟନ କରିଛନ୍ତି । ୧୩୨ ଜଣ ଯୋଗ୍ୟ ଇନସୁରାନ୍ସ୍…

କେନ୍ଦ୍ରାପଡା ବ୍ଲକ ବିଜୁ ଜନତା ଦଳର ବୈଠକ . ନଭେମ୍ବର ୧୨ ଓ ୧୩ରେ ଜନସମ୍ପର୍କ ଯାତ୍ରା

କେନ୍ଦ୍ରାପଡ଼ା,୮ା୧୧: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଞ୍ଚାୟତ ରାଜୀବ ଗାନ୍ଧୀ ସେବାକେନ୍ଦ୍ରରେ ଆଜି ବିଜୁ ଜନତା ଦଳର କର୍ମୀ ବୈଠକ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକ ସଭାପତି ଆଲୋକ ସାହୁ ସଭାପତିତ୍ୱ କରିଥିଲେ…

ପଟ୍ଟାମୁଣ୍ଡାଇ ବିଡ଼ିଓ ଦୁଃବ୍ୟବହାର ଘଟଣା : ଗଣ୍ଡଗୋଳକାରୀଙ୍କ ଗିରଫ ଦାବୀ କଲା ସରପଞ୍ଚ ଓ ସମିତି ସଭ୍ୟ ସଂଘ

ପଟ୍ଟାମୁଣ୍ଡାଇ ତା ୭/୧୧-ପଟ୍ଟାମୁଣ୍ଡାଇ ବିଡ଼ିଓ ଶୁଭ୍ରାଂଶୁ ସାହୁଙ୍କୁ ଗତ ୫ ତାରିଖରେ ତାଙ୍କ ଅଫିସ ମଧ୍ୟରେ ଯୁବନେତା ଜ୍ୟୋତିପ୍ରକାଶ ପ୍ରଧାନ ଦୁଃବ୍ୟବହାରକରିବା ସହିତ ଗଣ୍ଡଗୋଳ କରିବା ଘଟଣାରେବିଡ଼ିଓ ବିଜେପି ନେତା ଶ୍ରୀପ୍ରଧାନଙ୍କ ବିରୋଧରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଅଭିଯୋଗ କରିବା ପରେ…

ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କ ଜନ୍ମ ଦିବସ ପାଳିତ

ପଟ୍ଟାମୁଣ୍ଡାଇ ତା ୭/୧୧-ରାଜନଗର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ତଥା ବିଜେଡି ଯୁବନେତା ଅଂଶୁମାନ ମହାନ୍ତିଙ୍କ ୪୨ତମ ଜନ୍ମ ଦିବସ ସମାରୋହରେ ପାଳିତ ହୋଇଯାଇଛି ।  ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ସଭାପତି କିଶୋର ସାହୁ, ନଗର ବିଜେଡି ସଭାପତି ବୁଢ଼ା ଲେଙ୍କା,ବରିଷ୍ଠ ନେତା…

ଧୋୟାଂଚଳରେ ବିଜେଡି ପଦଯାତ୍ରା ପ୍ରସ୍ତୁତି ବୈଠକ

ପଟ୍ଟାମୁଣ୍ଡାଇ ୭/୧୧ -କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଧୋୟାଂଚଳର ୧୫ନଂ ଜୋନରେ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ପେଣ୍ଠପାଳ ଠାରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ଯୋଗ…