ପଟ୍ଟାମୁଣ୍ଡାଇ ୫/୧ -ପଟ୍ଟାମୁଣ୍ଡାଇ ଉତିକଣ ଅଂଚଳର ବିଶିଷ୍ଟ ସମାଜିକକର୍ମୀ , ସଂଗଠକ, ବହୁ ପ୍ରତିଷ୍ଠାନର ପ୍ରତିଷ୍ଠାତା, ବଳିଷ୍ଠ କର୍ମକାଣ୍ଡ ତତ୍ୱବିତ, ପ୍ରବୀଣ ରାଜନୈତିକ ମାୟାଧର ତ୍ରିପାଠୀଙ୍କ ଦ୍ୱାଦଶ ତିଥିରେ ତାଙ୍କ ଜନ୍ମ ମାଟି ବିଲପୋଖରିଆପଡା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାବିତ ଦାମୋଦର…
Category: ଆନ୍ତର୍ଜାତୀୟ
ସମାଜସେବୀ ଉମେଶ ଜେନାଙ୍କ ପରଲୋକ
ପଟ୍ଟାମୁଣ୍ଡାଇ ତା ୫/୧-ପଟ୍ଟାମୁଣ୍ଡାଇ ଅଂଚଳର ଯୁବସମାଜସେବୀ କଖାରୁଣୀ ଗ୍ରାମର ଉମେଶ ଜେନାଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁବେଳେକୁ ତାଙ୍କୁ ୬୦ବର୍ଷ ବୟସ ହୋଇଥିଲା । ଦୀର୍ଘ ୧୫ବର୍ଷ ଧରି ଅବିଭକ୍ତ ଖଡିଅଣ୍ଟା ପଂଚାୟତ କଂଗ୍ରେସ ସଭାପତି ଥିଲେ । ପଂଚାୟତର ଉନ୍ନତିରେ…
ସିପିଆଇର ପରିବର୍ଦ୍ଧିତ ଜିଲ୍ଲା କମିଟି ବୈଠକ
କେନ୍ଦ୍ରାପଡା, ୫ା୧: ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପରିବର୍ଦ୍ଧିତ ଜିଲ୍ଲା କମିଟି ବୈଠକ ଗୋପଛକଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପାର୍ଟିର ରାଜ୍ୟ ସଂପାଦକ ଆଶିଷ କାନୁନ୍ଗୋ ମୁଖ୍ୟ ଅତିଥି ଓ ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟ ଜୟନ୍ତ ଦାସ ପର୍ଯ୍ୟବେକ୍ଷକ ରୂପେ ଯୋଗଦେଇଥିଲେ।…
ବିନୋଦବିହାରୀ ମନ୍ଦିରର ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ
କେନ୍ଦ୍ରାପଡ଼ା,୫/୧-କେନ୍ଦ୍ରାପଡ଼ା ସହର ସର୍ବ ପୁରାତନ ପ୍ରସିଦ୍ଧ ଶ୍ରୀ ଶ୍ରୀ ବିନୋଦ ବିହାରୀଜୀଉଙ୍କ ମନ୍ଦିର ଗତ ୬ମାସ ତଳେ ବଜ୍ରାଘାତରେ କ୍ଷତିଗ୍ରସ୍ତ ହେବା ପରେ ଏହି ମନ୍ଦିରର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ ଜିଲ୍ଲାପାଳ ସ୍ମୃତି ରଂଜନ ପ୍ରଧାନ ଗତ ଶୁକ୍ରବାର…
ଚାଷୀ ପ୍ରତିନିଧିଙ୍କ ସହ ପ୍ରଶାସନର ଦ୍ୱିପାକ୍ଷିକ ଆଲୋଚନା
କେନ୍ଦ୍ରାପଡ଼ା,୫ା୧: କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ ଅଞ୍ଚଳରେ ପ୍ରସ୍ତାବିତ ଇସ୍ପାତ କାରଖାନା ପାଇଁ ପ୍ରଶାସନ ଜମି ଅଧିଗ୍ରହଣ ନିମନ୍ତେ ବିଜ୍ଞାପନ ଜାରି କରିବାପରେ ଜମି ହରାଉଥିବା ଚାଷୀମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ସ୍ରୁଷ୍ଟି ହୋଇଛି। ଏହାକୁ ପ୍ରଶମିତ କରିବା ପାଇଁ ଚାଷୀ…
ଦ୍ୱାବିଂଶତମ ରାଜ୍ୟସ୍ତରୀୟ କେନ୍ଦ୍ରାପଡା ପୁସ୍ତକମେଳାର ଶେଷ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡା ୪/୧-କେନ୍ଦ୍ରାପଡା ଇଭେଣ୍ଟମ୍ୟାନେଜର୍ସ (କେମ) ଦ୍ୱାରା ଆୟୋଜିତ ଏକବିଂଶତମ ରାଜ୍ୟସ୍ତରୀୟ ପୁସ୍ତକମେଳାର ଶେଷ ପ୍ରସ୍ତୁତି ବୈଠକ ଉପଦେଷ୍ଠା ଡଃ ବିରଜା ରାଉତରାୟଙ୍କ ନିର୍ଦ୍ଦେଶରେ ମହୀପାଳ ସ୍ଥିତ ଟେଲିକମ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଏହି ପୁସ୍ତକମେଳା ଜାନୁଆରୀ ୬ତାରିଖରୁ ଆରମ୍ଭ ହୋଇ…
ବିଶ୍ୱ ବ୍ରେଲୀ ଦିବସ ପାଳିତ
କେନ୍ଦ୍ରାପଡ଼ା, ୪ା୧: କେନ୍ଦ୍ରାପଡ଼ା ପୌରସଂସ୍ଥା ଦୃଷ୍ଟିବାଧିତ ବିଦ୍ୟାଳୟ ପରିସରରେ ବିଶ୍ୱ ବ୍ରେଲୀ ଦିବସ ଓ ବ୍ରେଲୀ ଲିପିର ଜନକ ମହାତ୍ମା ଲୁଇସ୍ ବ୍ରେଲ୍ଙ୍କ ୨୧୬ତମ ଜୟନ୍ତୀ ଶନିବାର ପାଳିତ ହୋଇଯାଇଛି । ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସ୍ୱପ୍ନାଂଶୁ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି…
ଏମଏନ ହାଇସ୍କୁଲରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ
ପଟ୍ଟାମୁଣ୍ଡାଇ ତା ୪/୧-ପଟ୍ଟାମୁଣ୍ଡାଇ ଏମ ଏନ ହାଇସ୍କୁଲର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ସ୍କାଉଟ , ଗାଇଡ଼ ଓ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଜୟ କୁମାର ରାଉତରାୟ ପ୍ରତ୍ୟକ୍ଷ ତତ୍ୱାବଧାନରେ…
ଜଳ ପରିଚାଳନା ନିଷ୍କାସନରେ ବାଧା, ଉଜୁଡି ଗଲା ୭ ହଜାର ହେକ୍ଟର ଚାଷ ଜମି , ପୋତି ହୋଇଗଲାଣି ବ୍ରୀଟିସ ଅମଳର ଜଳନିଷ୍କାସନ ପଥ, ନୟନଜୋରି ଜବରଦଖଲ
ପଟ୍ଟାମୁଣ୍ଡାଇ ୨/୧ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଚାଷୀର ଭାତହାଣ୍ଡିକୁ ଅଦିନିଆ ବର୍ଷା ଉଜାଡି ଦେଇଛି । ବର୍ଷା ଛାଡି ଯାଇଥିଲେ ମଧ୍ୟ କ୍ଷେତରୁ ଆଜି ପର୍ଯ୍ୟନ୍ତ ପାଣି ଶୁଖିନି । ବର୍ଷା ଜଳ ନିଷ୍କାସନ ପଥ ଗୁଡ଼ିକୁ ବିଭିନ୍ନ ସ୍ଥାନରେ ଜବର…
ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ
ପଟ୍ଟାମୁଣ୍ଡାଇ ୩/୧-ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲରେ ଏମଏନ ହାଇସ୍କୁଲ ଏନସିସି କ୍ୟାଡ଼େଟଙ୍କ ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସବଡିଭିଜନ ହସ୍ପିଟାଲ ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା ନିରାକାର ପରିଡା ଉଦଘାଟନ କରିଥିଲେ । ପଟ୍ଟାମୁଣ୍ଡାଇ ଏମଏନ…
ପଟ୍ଟାମୁଣ୍ଡାଇରେ ଗଡ଼ମେକର ଶିଶିର ଉତ୍ସବ-୨୦୨୫
ପଟ୍ଟାମୁଣ୍ଡାଇ ତା ୩/୧-ଓଡିଶାର ସର୍ବବୃହତ ପଞ୍ଚକଳା ପ୍ରତିଷ୍ଠାନ ଗୋପାଳ ଦାଶ ସ୍ମାରକୀ ସାଂସ୍କୃତିକ ସଂଗଠନ (ଗଡ଼ମେକର)ର ୧୮ତମ ଶିଶିର ଉତ୍ସବ ଓ ୩୮ତମ ବାର୍ଷିକ ଉତ୍ସବ ଅବସରରେ ନୂଆ ବର୍ଷ ଉପଲକ୍ଷେ ପଟ୍ଟାମୁଣ୍ଡାଇ ଶ୍ରୀରାମ ମନ୍ଦିର ସମ୍ମୁଖ ସୁସଜ୍ଜିତ ମଞ୍ଚରେ ଗଡ଼ମେକର…
ମୂର୍ଚ୍ଛନା ଓ ଓଡିଶା କଲଚର ଆର୍ଟ ଏକାଡେମୀ ପକ୍ଷରୁ ଶ୍ରୀକ୍ଷେତ୍ର ମହୋତ୍ସବ ଅନୁଷ୍ଠିତ
କେନ୍ଦ୍ରାପଡା ୩/୦୧- କେନ୍ଦ୍ରାପଡା ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମୂର୍ଚ୍ଛନା ଓ ଓଡିଶା କଲଚର ଆର୍ଟ ଏକାଡେମୀ ପକ୍ଷରୁ ଅନ୍ନପୁର୍ଣ୍ଣା ଥୁଏଟର ପୁରୀଠାରେ ଜାତୀର ସ୍ତରୀୟ ଶ୍ରୀକ୍ଷେତ୍ର ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ଓ ସମ୍ପାଦକ…
ଜିଲ୍ଲାସ୍ତରୀୟ ସିନିୟର ଆନ୍ତଃକ୍ଲବ କ୍ରକେଟ୍ ଟୁର୍ଣ୍ଣାମେଣ୍ଟ ସୁପର ଲିଗ୍ ମ୍ୟାଚ୍ରେ ଗୋପବନ୍ଧୁ କ୍ରିକେଟ କ୍ଲବ ବିଜୟୀ
କେନ୍ଦ୍ରାପଡ଼ା,୩ା୧: କେନ୍ଦ୍ରାପଡା ଜିଲ୍ଲା କ୍ରିକେଟ୍ ଆସୋସିଏସନ ଏବଂ ଓସିଏର ମିଳିତ ଆନୁକୂଲ୍ୟରେ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ରେ ଆୟୋଜିତ ଜିଲାସ୍ତରୀୟ ଆନ୍ତଃ କ୍ଲବ ସୁପର ଲିଗ୍ ତ୍ରୟୋଦଶ ମ୍ୟାଚ୍ରେ ଗୋପବନ୍ଧୁ କ୍ରିକେଟ କ୍ଲବ ବିଜୟୀ ହୋଇଛି। ଶୁକ୍ରବାର ଦିନ ଆଳି କ୍ରିକେଟ ଓ…
ଜାତୀୟ ସଡକ ସୁରକ୍ଷା ମାସ ପାଳନ ଉପଲକ୍ଷେ ସଚେତନତା ରଥର ଶୁଭାରମ୍ଭ
କେନ୍ଦ୍ରାପଡ଼ା,୨ା୧: ଜାନୁୟାରୀ ୧ ତାରିଖରୁ ୩୧ତାରିଖ ପର୍ଯ୍ୟନ୍ତ ଜାତୀୟ ସଡକ ସୁରକ୍ଷା ମାସ ପାଳନ ଉପଲକ୍ଷେ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଏକ ସଚେତନତା ରଥ ଜିଲ୍ଲା ପରିକ୍ରମା କରିବାର ବ୍ୟବସ୍ଥା କରାଯାଇଛି । ଗୁରୁବାର ସକାଳ ସାଢେ ୧୦ଟା ବେଳେ…
ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ , ଜଳର ସୁପରିଚାଳନା ଓ ଆବଣ୍ଟନ ହୋଇପାରିଲେ ଜଳ ସମସ୍ୟା ଜନିତ ଅସୁବିଧା ରହିବ ନାହିଁ।
କେନ୍ଦ୍ରାପଡ଼ା,୨ା୧: ରାଜ୍ୟ ସରକାର କୃଷି ତଥା କୃଷକମାନଙ୍କ ଉନ୍ନତି ଓ କ୍ରମବର୍ଦ୍ଧିଷ୍ଣୁ ଜନସମୁଦାୟର ଖାଦ୍ୟ ସୁରକ୍ଷା ନିମନ୍ତେ ଜଳ ସୁରକ୍ଷାର ବିକାଶ ଓ ସଫଳ ପରିଚାଳନା ନିମନ୍ତେ ଗୁରୁତ୍ୱାରୋପ କରୁଛନ୍ତି ବୋଲି ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷପାଳନ ଉପଲକ୍ଷେ ଜଣ୍ଟିଲୋ ଡାକବଙ୍ଗଳା…
ବକେୟା ଅର୍ଥକୁ ନେଇ ଗାଡିମାଲିକଙ୍କୁ ହତ୍ୟା ଅଭିଯୋଗ
କେନ୍ଦ୍ରାପଡା, ୧ା୧: ଗାଡି ଭଡା ବାବଦ ବକେୟା ଅର୍ଥ ଅଦାୟକୁ ନେଇ ଜଣେ ଗାଡି ମାଲିକଙ୍କୁ ହତ୍ୟା କରାଯାଇଥିବା କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଓସ୍ତପୁର ଗ୍ରାମପଞ୍ଚାୟତର ବିରସ୍ୱତୀ ଗ୍ରାମର ନରହରି…
ବଡ଼ପଡା ପଂଚାୟତ ସରପଞ୍ଚ ଉପନିର୍ବାଚନ : ୪ପ୍ରାର୍ଥୀପତ୍ର ଦାଖଲ
ପଟ୍ଟାମୁଣ୍ଡାଇ ତା ୧/୧-ପଟ୍ଟାମୁଣ୍ଡାଇ ବ୍ଲକର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ପଂଚାୟତ ଭାବେ ବଡ଼ପଡା ପଂଚାୟତ ପରିଚିତ । ବଡପଡା ସରପଞ୍ଚ ସୌଦାମିନୀ ସେଠୀଙ୍କ ବିୟୋଗ ଯୋଗୁ ପ୍ରାୟ ଦେଢ଼ ବର୍ଷ ପରେ ପଂଚାୟତ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ରାଜନୈତିକ ସ୍ପର୍ଶକାତର…
କେନ୍ଦ୍ରାପଡ଼ା ତୁଳସୀକ୍ଷେତ୍ରରେ ବିଶ୍ୱ ପ୍ରାର୍ଥନା ଦିବସ ପାଳିତ
କେନ୍ଦ୍ରାପଡ଼ା,୧ା୧: ବିଶ୍ୱଶାନ୍ତି ପ୍ରାର୍ଥନା ଦିବସର ମୁଖ୍ୟ କେନ୍ଦ୍ର ପୁରାଣ ପ୍ରସିଦ୍ଧ ତୁଳସୀ କ୍ଷେତ୍ର। ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ମନ୍ଦିର ପରିସରରେ ଜାନୁଆରୀ ୧ ତାରିଖ ଦିନ କେନ୍ଦ୍ରାପଡ଼ା ଦିବ୍ୟଜୀବନସଂଘ ପକ୍ଷରୁ ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ…
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଷ୍ଟାଫ କମିଟି ପକ୍ଷରୁ ରକ୍ତଦାନ ଶିବିର
କେନ୍ଦ୍ରାପଡ଼ା,୧ା୧: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଷ୍ଟାଫ୍ କମିଟି ପକ୍ଷରୁ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଇଂରାଜୀ ନବବର୍ଷ ଉପଲକ୍ଷେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଜିଲ୍ଲା କାର୍ଯ୍ୟାଳୟ ଷ୍ଟାଫ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହଠାରେ ଆରମ୍ଭ ହୋଇଥିଲା ଏକ ନିଆରା…
ସତ କହିବାକୁ କିଆଁ ଡରିବି :: ୨୦୨୫ କେବଳ ଏକ ନବବର୍ଷ ନୁହେଁ, ଏହା ଏକ ନୂତନ ଦଶନ୍ଧିର ଶୁଭାରମ୍ଭ
ପିଲାବେଳେ ଶୁଣିଥିଲୁ “ସତ କହିବାକୁ କିଆଁ ଡରିବି, ସତ କହି ପଛେ ମଲେ ମରିବି । ହେଲେ ଭାରତରେ ଏବେ ଏହିଭଳି ପଦ ଗାଇବାକୁ କ୍ୱଚିତ୍ ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି । ଏହାର ଦୃଷ୍ଟାନ୍ତ ସରକାରୀ ତଥ୍ୟ ଓ ଉଚ୍ଚ…
କେନ୍ଦ୍ରାପଡ଼ା ଓ ଡେରାବିଶ ବ୍ଲକର ଫସଲ କ୍ଷୟକ୍ଷତି ଦେଖିଲେ କ୍ଷତିଗ୍ରସ୍ତ ଚାଷୀଙ୍କ ଦୁଃଖ ବୁଝିଲେ ବୈଜୟନ୍ତ
କେନ୍ଦ୍ରାପଡ଼ା,୩୧ା୧୨: ଲଘୁଚାପ ଜନିତ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ଧାନ ଓ ପରିବା ଚାଷୀଙ୍କୁ ଭେଟି ସେମାନଙ୍କ ଦୁଃଖ ବୁଝିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା। ସାଂସଦ ଶ୍ରୀ ପଣ୍ଡା କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଜଜାଙ୍ଗ ଓ ଡେରାବିଶ ବ୍ଲକ ଅନ୍ତର୍ଗତ ବାରିମୂଳ ପଞ୍ଚାୟତରେ…
ଫସଲହାନୀ କ୍ଷୟକ୍ଷତି ରିପୋର୍ଟ ତୁରନ୍ତ ପ୍ରଦାନ ପାଇଁ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ
କେନ୍ଦ୍ରାପଡ଼ା, ୩୧ା୧୨: ଲଗାଣବର୍ଷାରେ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ହୋଇଥିବା ଫସଲହାନୀ ଜନିତ କ୍ଷୟକ୍ଷତିର ତଦନ୍ତ ରିପୋର୍ଟ ବୁଧବାର ସନ୍ଧ୍ୟା ସୁଦ୍ଧା ପ୍ରଦାନ କରିବାକୁ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ଉପସ୍ଥିତ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିୟନ୍ତ୍ରିତ ବଜାର…
ଅଦିନିଆ ବର୍ଷାରେ ଫସଲ କ୍ଷୟକ୍ଷତିର ସମୀକ୍ଷା କଲେ ନବୀନ , ଚାଷୀଙ୍କୁ ଭେଟି ଦୃଢ଼ ଦାବି ପାଇଁ ଦେଲେ ପ୍ରତିଶ୍ରୁତି, ହଜାର ହଜାର ଚାଷୀ ଓ ମହିଳା ନବୀନଙ୍କୁ ଦେଖି ଭାବବିହୁଳ
ପଟ୍ଟାମୁଣ୍ଡାଇ ୩୧/୧୨ -ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦିନିକିଆ କେନ୍ଦ୍ରାପଡା ଗସ୍ତରେ ଆସି ଅଦିନିଆ ବର୍ଷା ଯୋଗୁଁ ହୋଇଥିବା ଫସଲ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି । ରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ଶ୍ୟାମସୁନ୍ଦ୍ରପୁର ଏକ…
ଧାନମଣ୍ଡିରେ ଏଫଏକ୍ୟୁ ମାନର ଧାନ କ୍ରୟ ପାଇଁ ଚାଷୀ ପ୍ରଶିକ୍ଷଣ ଶିବିର
କେନ୍ଦ୍ରାପଡ଼ା,୩୦ା୧୨: ଚଳିତବର୍ଷ କେନ୍ଦ୍ରାପଡା ଜିଲ୍ଲାରେ ଧାନମଣ୍ଡି ଗୁଡିକରେ ଧାନ କ୍ରୟ ନିମନ୍ତେ ୪ଟି ପ୍ରାଥମିକ କୃଷି ସମବାୟ ସମିତିର ଚାଷୀମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଭରତପୁର ପ୍ରାଥମିକ କୃଷି ସମବାୟ ସମିତି ପରିସରରେ ସୋମବାର ଅନୁଷ୍ଠିତ ହୋଇଯାଇଛି। ସମବାୟ ସମିତି…









