କେନ୍ଦ୍ରାପଡା,୧ା୪: ପଞ୍ଚାୟତିରାଜ ଦିବସ ପରିବର୍ତ୍ତନକୁ ପ୍ରତିବାଦ କରି ବ୍ଲକ ଓ ନଗର ବିଜୁ ଜନତା ଦଳ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ସୂଚନା ଯେ ରାଜ୍ୟ ସରକାର ଏକ ନିଷ୍ପତ୍ତି ନେଇ ମାର୍ଚ୍ଚ ୫ ତାରିଖ ପଞ୍ଚାୟତରାଜ ଦିବସ ଭାବେ ପାଳନ କରାଯିବ ନାହିଁ ବୋଲି ଗତକାଲି ଘୋଷଣା କରିଛନ୍ତି । ଏହି ନିଷ୍ପତ୍ତି ଦୁର୍ଭାଗ୍ୟଜନକ । ଓଡିଶାର ବରପୁତ୍ର ତଥା ରାଷ୍ଟ୍ରନାୟକ ବିଜୁ […]

କେନ୍ଦ୍ରାପଡ଼ା,୩ା୩: ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜଣେ କର୍କଟ ପିଡିତଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମରିଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସ ଏସମ୍ପର୍କରେ ଜିଲ୍ଲାର ଜଣାଶୁଣା ସମାଜସେବୀ ପ୍ରଦୀପ କୁମାର ମହାନ୍ତିଙ୍କ ଠାରୁ ଖବର ପାଇବା ପରେ ଟ୍ରଷ୍ଟ ପକ୍ଷରୁ ତୁରନ୍ତ ସହାୟତା ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ। ଟ୍ରଷ୍ଟି ଭୁବନମୋହନ ଦାସ […]

କେନ୍ଦ୍ରାପଡ଼ା,୩ା୩: ନଡିଆବରେଇ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମା’ଗଜଲକ୍ଷ୍ମୀ ସାଂସ୍କୃତିକ ପରିଷଦ ଓ ନଡିଆବରେଇ ଗ୍ରାମପଞ୍ଚାୟତର ଯୁବକସଙ୍ଘ ଦ୍ୱାରା ହାଇଟେକ ମେଡିକାଲ କଲେଜର ଅଭିଜ୍ଞ ଡାକ୍ତରମାନଙ୍କ ଦ୍ୱାରା ଏକ ମାଗଣା ବହୁବିଧ ମେଗା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିସହିତ ଏହି ଶିବିରରେ ୭୫୦ଜଣ ରୋଗୀଙ୍କୁ ପରୀକ୍ଷା କରାଯାଇ ମାଗଣା ଔଷଧ ମଧ୍ୟ ବଣ୍ଟନ କରାଯାଇଥିଲା। ଏହି ଉପଲକ୍ଷେ ଧର୍ମପ୍ରକାଶ ମହାପାତ୍ରଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଶିବିର ଉଦଘାଟନୀ ଉତ୍ସବରେ […]

କେନ୍ଦ୍ରାପଡ଼ା, ୩ା୩: କେନ୍ଦ୍ରାପଡ଼ା ସଦର ମହକୁମାରେ ସୋମବାର ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ଣ ୧୦ ଟାରୁ ଅପରାହ୍ଣ ଗୋଟାଏ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ପୈାରସଂସ୍ଥା ଟାଉନ୍‌ହଲ୍‌ରେ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟାରିଆ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନୀଲୁ ମହାପାତ୍ର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ […]

କେନ୍ଦ୍ରାପଡ଼ା, ୩ା୩: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ପ୍ରଦାନ, କଲେଜରେ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି, ୫ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ରହିଥିବା ଅଧ୍ୟାପକ/ଅଧ୍ୟାପିକାଙ୍କୁ ବଦଳି କରାଯିବା, ବର୍ଷବର୍ଷ ଧରି ଚାଲିଥିବା ବ୍ୟାପକ ହରିଲୁଟ, ଅନିୟମିତତା ଓ ଅରାଜକତା ପ୍ରଭୃତିର ତୁରନ୍ତ ଭିଜିଲାନ୍ସ ବିଭାଗ ଦ୍ୱାରା ତଦନ୍ତ କରାଯିବା ଦାବିରେ ପୁରାତନ ଛାତ୍ରମାନଙ୍କ ପକ୍ଷରୁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ […]

କେନ୍ଦ୍ରାପଡା,୧ା୩: ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟବେକ୍ଷଣ କମିଟି (ଦିଶା)ର ଦ୍ୱିତୀୟ ବୈଠକ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ଜୟ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଶନିବାର ଜିଲ୍ଲା ପରିଷଦ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ପୂର୍ବ ବୈଠକରେ ଆଲୋଚିତ ହୋଇଥିବା ବିଷୟବସ୍ତୁ ଯଥା ଜଳ ଜୀବନ ମିଶନ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ସମ୍ବଦ୍ଧୀୟ କାର୍ଯ୍ୟାନୁଷ୍ଠାନ ଉପରେ ଆଲୋଚନା କରାଯାଇଥିଲା। ଏହାପରେ ଆଜିର ବିଷୟବସ୍ତୁ ଯଥା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଓ […]

କେନ୍ଦ୍ରାପଡ଼ା,୧ା୩: ଡେରାବିଶ ବ୍ଲକ ଅନ୍ତର୍ଗତ ଚାଟରାଚକଡା ପଞ୍ଚାୟତର ରାମଚନ୍ଦ୍ର ନୋଡାଲ ଉଚ୍ଚବିଦ୍ୟାଳୟ କ୍ଲଷ୍ଟରର ସରକାରୀ ଓଲଢି ଉର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷାର ଉଦ୍‌ଘାଟନ ଉତ୍ସବ ପାଳନ ହୋଇଯାଇଛି । ଏହି ଉଦ୍‌ଘାଟନ ଉତ୍ସବରେ ଡେରାବିଶ ଶିକ୍ଷା ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀକାନ୍ତ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଡେରାବିଶ ଶିକ୍ଷା ମଣ୍ଡଳର ମଣ୍ଡଳ ଶିକ୍ଷା ସାଧନ ସଂଯୋଜକ ଦେବଦତ୍ତ […]

କେନ୍ଦ୍ରାପଡ଼ା,୧ା୩: କେନ୍ଦ୍ରାପଡ଼ା ଟାଉନ ଓ ନିକିରାଇ ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର ଚୋରାମଦ ଜବତ କରାଯାଇଛି। ସୂଚନା ଅନୁଯାୟୀ ଚୋରା ମଦ ବିକ୍ରି ହେଉଥିବାର ଏକ ବିଶେଷ ସୁତ୍ରରୁ ଖବର ମିଳିବା ପରେ ଜିଲା୍ଲପାଳଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧିକ୍ଷକ ବିପ୍ରଚରଣ ମଣ୍ଡଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଟିମ ବିଭିନ୍ନ ସ୍ଥାନରେ ଚଢାଉ କରି ୪୭ ଲିଟର […]

କେନ୍ଦ୍ରାପଡ଼ା,୨୮ା୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜମଧର ଗ୍ରାମପଞ୍ଚାୟତର ଜଣ୍ଟିଲୋ ଗ୍ରାମରେ ଗ୍ରାମେଶ୍ୱର ମହୋତ୍ସବ ପବିତ୍ର ଜାଗର ଅବସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଅବସରପ୍ରାପ୍ତ କର୍ମଚାରୀ ରବୀନ୍ଦ୍ର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ମହୋତ୍ସବରେ କୃଷିବିଜ୍ଞାନକେନ୍ଦ୍ରର ବୈଜ୍ଞାନିକ ଡ. ତାପସରଞ୍ଜନ ସାହୁ ମୁଖ୍ୟଅତିଥି, ଅବସରପ୍ରାପ୍ତ ମନସ୍ତତ୍ୱ ବିଭାଗ ପ୍ରାଧ୍ୟାପକ ଡ. ମୂରଲୀଧର ରଥ ମୁଖ୍ୟବକ୍ତା ଓ ପୂର୍ବତନ ଆରକ୍ଷୀ ଅଧୀକ୍ଷକ ନାରାୟଣ ବାରିକ, ଜମଧର ସରପଞ୍ଚ ରାଜକିଶୋର ଖୁଣ୍ଟିଆ, ସମଗ୍ରଶିକ୍ଷା ଅଭିଯାନର […]

କେନ୍ଦ୍ରାପଡା,୨୮ା୨: ଆସନ୍ତ ମାର୍ଚ୍ଚ ୧୩ ତାରିଖରେ ଅନୁଷ୍ଠିତ ହେବ ପ୍ରସିଦ୍ଧ ଓଳକଣା ମେଳଣ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି। ଏହି ମେଳଣଟି କେନ୍ଦ୍ରାପଡା ଓ କଟକ ଜିଲ୍ଲାର କେନ୍ଦ୍ରସ୍ଥଳରେ ଅନୁଷ୍ଠିତ ହୁଏ। ତେବେ ଶୁକ୍ରବାର ମେଳଣ ପଡିଆ ସ୍ଥିତ ଭଗବାନ ବିଦୁରଙ୍କ ମନ୍ଦିର ବେଢାରେ ପ୍ରଶାସନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ମେଳଣ ସମନ୍ୱୟ କମିଟି ସଭାପତି ଡ. ନାମାନନ୍ଦ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉଭୟ […]

କେନ୍ଦ୍ରାପଡା,୨୮ା୨: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଶିକ୍ଷା ବିଭାଗ ପ୍ରାଧ୍ୟାପକ ଡକ୍ଟର ପ୍ରଭାକର ମଲ୍ଲିକ ଶୁକ୍ରବାର ଚାକିରୀରୁ ଅବସର ଗ୍ରହଣ କରିଛନ୍ତି। ସେ ସୁଭଦ୍ରା ମହତାବ ମହାବିଦ୍ୟାଳୟ, ଅସୁରେଶ୍ୱରରୁ ଚାକିରୀ ଆରମ୍ଭ କରି ତୁଳସୀ ମହିଳା ମହାବିଦ୍ୟାଳୟ ଏବଂ ଶେଷରେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି। ଶିକ୍ଷା ବିଭାଗର ଜଣେ ଆଦର୍ଶ ଅଧ୍ୟାପକ ଭାବେ ସୁନାମ ଅର୍ଜନ କରି ଚାକିରୀ କାଳରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବହନ କରି […]

ପଟ୍ଟାମୁଣ୍ଡାଇ ୨୭/ – ରାଜ୍ୟ ସରକାରଙ୍କ ପଂଚାୟତରାଜ ବିଭାଗ ନିର୍ଦେଶରେ ପଟ୍ଟାମୁଣ୍ଡାଇ ବ୍ଲକ ସମ୍ମିଳନୀ କକ୍ଷରେ ସୁଶାସନ ଓ ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିପିଡିଓ ପିତାମ୍ବର ଜେନାଙ୍କ ପୌରହିତ୍ୟରେ ଆୟୋଜିତ ସୁଶାସନ ଓ ବିକାଶ କର୍ମଶାଳା ସଚେତନତା ଶିବିରରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ଉପାଧକ୍ଷା ଜୟନ୍ତୀ ସ୍ୱାଇଁ, ଭାରାପ୍ରାପ୍ତ ବିଡ଼ିଓ ଅଶୋକ ମହାନ୍ତି, ଏବିଡ଼ିଓ ସନ୍ତୋଷ ମନ୍ତ୍ରୀ ପ୍ରମୁଖ ଯୋଗ ଦେଇ ସୁଶାସନ ପାଇଁ […]

ପଟ୍ଟାମୁଣ୍ଡାଇ ୨୭/୨ – ଓଡ଼ିଆ ଭାଷା, ସଂସ୍କୃତି ଓ ସାହିତ୍ୟକୁ ଜାତୀୟ ସ୍ତରରେ ପରିଚିତ କରିବା ଉଦ୍ଦେଶ୍ୟ ନେଇ ଚେନାଇସ୍ଥିତ ପ୍ରବାସୀ ଓଡ଼ିଆ ‘ଭାରତ ଭାରତୀ’ ସଂଗଠନ ପକ୍ଷରୁ ଗତ ୨୩ ତାରିଖ ଦିନ ଅନ୍ତର୍ଜାତୀୟ ମାତୃଭାଷା ସମ୍ମିଳନୀ ଅନୁଷ୍ଠିତ ହେଇଯାଇଛି। ପ୍ରବାସୀ ଓଡିଆ ପରିବାରକୁ ନେଇ ଆୟୋଜିତ ଏହି ସମ୍ମିଳନୀର ପ୍ରାରମ୍ଭରେ ଓଡିଶାର ବଡଠାକୁର ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ପୂଜାଅର୍ଚନା ପୁର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । […]

ପଟ୍ଟାମୁଣ୍ଡାଇ ତା ୨୭/୨- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଚନ୍ଦନନଗର ବନ୍ତୋ ସେଣ୍ଟ ଜାଭିଅର ହାଇସ୍କୁଲର ୧୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଅଧକ୍ଷା ଲଷ୍ମୀପ୍ରିୟା ଦାଶଙ୍କ ପୌରହିତ୍ୟରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ପଟ୍ଟାମୁଣ୍ଡାଇ କଲେଜ ପ୍ରାକ୍ତନ ଅଧକ୍ଷ ପ୍ରଫେସର ଦେବବ୍ରତ ପ୍ରଧାନ ମୁଖ୍ୟଅତିଥି,ସାମ୍ବାଦିକ ଭାସ୍କର ରାଉତରାୟ ମୁଖ୍ୟବକ୍ତା, ଗ୍ରାମାଞ୍ଚଳ ଥାନା ଆଇ ଆଇ ସି ଧୀରଜ ଲେଙ୍କା, ଶିକ୍ଷାବିତ ରଘୁନାଥ ସାହୁ, ପ୍ରତିଷ୍ଠାତା ଖଗେଶ୍ୱର ପାଗଳ ଓ ସୁଲୋଚନା […]

କେନ୍ଦ୍ରାପଡ଼ା, ୨୭ା୨: କେନ୍ଦ୍ରାପଡା ଜିଲ୍ଲାରେ ଗତ ୨୧ ତାରିଖରୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷା ନିମନ୍ତେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ଆସନ୍ତା ମାର୍ଚ୍ଚମାସ ୬ ତାରିଖରେ ଏହି ପରୀକ୍ଷା ଶେଷହେବ। ଚଳିତ ବର୍ଷ ଜିଲ୍ଲାରେ ୧୦୭ଟି ପରୀକ୍ଷା କେନ୍ଦ୍ରରେ ୧୮ହଜାର ୭୨୦ ଛାତ୍ର /ଛାତ୍ରୀ ପରୀକ୍ଷା ଦେଉଛନ୍ତି । ରେଗୁଲାର ଏବଂ ଏକ୍ସ ରେଗୁଲାର ପରୀକ୍ଷାର୍ଥୀମାନେ ପୂର୍ବବର୍ଷ ନିଜନିଜ ସ୍କୁଲରେ ପରୀକ୍ଷା ଦେଇଥିବା ବେଳେ […]

କେନ୍ଦ୍ରାପଡା,୨୭ା୨: ଏକ ଲାଞ୍ଚ କାରବାର ମାମଲାର ବିଚାର କରି କଟକସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ଏଣ୍ଡର ଗ୍ରାମପଞ୍ଚାୟତର ପୂର୍ବତନ ଗ୍ରାମରୋଜଗାର ସେବକ(ଜି.ଆର.ଏସ.) ଲଳିତବସନ୍ତ ଘଡେଇଙ୍କୁ ୪ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିବା ସହିତ ଏକ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ଅଭିଯୁକ୍ତ ଏଣ୍ଡର ଗ୍ରାମପଞ୍ଚାୟତର ପୂର୍ବତନ ଜି.ଆର.ଏସ ଥିବା ବେଳେ ଏକ ସିମେଣ୍ଟ କଂକ୍ରୀଟ ରାସ୍ତାର ନିର୍ମାଣ […]

କେନ୍ଦ୍ରାପଡ଼ା,୨୭ା୨: କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକର ୧୦ଟି ଗ୍ରାମପଞ୍ଚାୟତକୁ ନେଇ ଏକ ନୂତନ ବ୍ଲକ ଗଠନ କରାଯିବାକୁ ଦାବି ହୋଇଛି। ଏନେଇ ଦଶ ପଞ୍ଚାୟତ ବିକାଶ ପରିଷଦ ସଭାପତି ବ୍ରଜସୁନ୍ଦର ଭୂୟାଁଙ୍କ ନେତୃତ୍ୱରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏଥିରେ ଉଲ୍ଲେଖ ରହିଛି ଆଳି ବ୍ଲକ ଅନ୍ତର୍ଗତ ନୂଆପଡା, ବାଟିପଡା, ସାନମଙ୍ଗ, ସହିରା, ପତ୍ରପୁର, ନରେନ୍ଦ୍ରପୁର, ସିଙ୍ଗିରି, […]

କେନ୍ଦ୍ରାପଡା,୨୭ା୨: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ +୩ ପ୍ରଥମ ବର୍ଷର ଛାତ୍ରୀମାନଙ୍କ ପାଇଁ ଏକ ଆତ୍ମସୁରକ୍ଷା ଶିବିର ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଅଭିଜିତ୍ ବୋଷ୍‌ଙ୍କ ପୌରହିତ୍ୟରେ ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ଅଧ୍ୟକ୍ଷ ଶ୍ରୀ ବୋଷ୍ ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ । ନାରୀ ଶକ୍ତିଶାଳୀ, ସେ ମାନସିକ ସ୍ତରରେ ଶକ୍ତିଶାଳୀ, କେବଳ ନିଜ ଉପରେ ବିଶ୍ୱାସ ରଖି ଏବଂ ଆତ୍ମସୁରକ୍ଷାର କୌଶଳଗୁଡିକ ପ୍ରୟୋଗ କରି […]

କେନ୍ଦ୍ରାପଡା ୨୭/୨ – କେନ୍ଦ୍ରାପଡା ଜିଲ୍ଲାରେ ଭିନ୍ନକ୍ଷମଙ୍କ ସଶକ୍ତିକରଣ ଦିଗରେ କାର୍ଯ୍ୟରତ ଅନୁଷ୍ଠାନ ‘ପୁନର୍ବାସ’ ପକ୍ଷରୁ ଚଳନଶକ୍ତି ବାଧିତ ଡେରାବିଶ ବ୍ଲକ ହରିଅଙ୍କ ଗ୍ରାମର ପାରାକ୍ରୀଡାବିତ୍ ବଲରାମ ସ୍ୱାଇଁଙ୍କୁ ମାଡ୍ରାସ ଆଇଆଇଟି ଦ୍ୱାରା ଉଦ୍ଭାଭିତ ଆତ୍ୟାଧୁନିକ ନିଓମୋସନ ବ୍ୟାଟେରୀ ସ୍କୁଟି ପ୍ରଦାନ କରାଯାଇଛି। ପୁନର୍ବାସ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଓ ନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତି […]

କେନ୍ଦ୍ରାପଡା,୨୭ା୨: କେନ୍ଦ୍ରାପଡା ସହର ଉପକଣ୍ଠ ଗରାପୁରଠାରେ ରେଳବାଇର ନୂତନ ଟିକେଟ୍ କାଉଣ୍ଟର ଉଦ୍‌ଘାଟିତ ହୋଇଯାଇଛି । କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟ ଅତିଥି, ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାପାତ୍ର, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମାନସ ରଞ୍ଜନ ପରିଡା, ରେଳବାଇର ଷ୍ଟେସନ ମାଷ୍ଟର କାହ୍ନୁଚରଣ ସେଠୀ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ମ୍ୟାନେଜର ମନୋରଞ୍ଜନ ସେଠୀ, ସରପଞ୍ଚଙ୍କ ପ୍ରତିନିଧି ଲୋହିତ ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନୂତନ […]

କେନ୍ଦ୍ରାପଡା,୨୭ା୨:କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁର ସାଇ ମନ୍ଦିରରେ ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକଙ୍କ ତତ୍ୱାବଧାନରେ ଜାଗର ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଦିନସାରା ବିଧି ଅନୁସାରେ ସାଇ ମନ୍ଦିର ସମସ୍ତ ପୂଜାର୍ଚ୍ଛନା ହେବାପରେ ସନ୍ଧ୍ୟା ସମୟରେ ଆଳତୀ କରାଯାଇଥିଲା । ଏହି ଉପଲକ୍ଷେ ସ୍ୱରତୀର୍ଥ ସାସ୍କୃତିକ ଅନୁଷ୍ଠାନର ବିଶିଷ୍ଟ କଣ୍ଠଶିଳ୍ପୀ ରବିନ୍ଦ୍ର ମିଶ୍ର ଓ ସାଥୀମାନଙ୍କ ଦ୍ୱାରା ସାଇ ଭଜନ ଅନୁଷ୍ଠିତ ହୋଇଥିଲା । ଶ୍ରଦ୍ଧାଳୁମାନେ ଉପବାସ ରହି ଓ ଉଜାଗର […]

କେନ୍ଦ୍ରାପଡ଼ା,୨୭ା୨: ଗତକାଲି କେନ୍ଦ୍ରାପଡ଼ା ନିକଟସ୍ଥ ବାରୁଅ ଗ୍ରାମ ଇଟ୍ଟୀପୁର ପ୍ରସିଦ୍ଧ ଗିରିମଠ ପରିସରରେ ଚଳିତ ବର୍ଷ -୨୦୨୫ ପବିତ୍ର ମହାଶିବରାତ୍ରି ଉପଲକ୍ଷେ ବାର୍ଷିକ ଯଜ୍ଞ ଉତ୍ସବ, ଆଧ୍ୟାତ୍ମିକ ସଭା, ସମ୍ବର୍ଦ୍ଧନାସଭା, ଭଜନ କାର୍ଯ୍ୟକ୍ରମ ଇତ୍ୟାଦି ସ୍ଥାନୀୟ ମହାଦେବ ସେନା ତରଫରୁ ଅନୁଷ୍ଠିତ ହୋଇଥିଲା । ବିଶିଷ୍ଟ ଆଇନଜୀବୀ ପ୍ରଦୀପ ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ାର ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ବିଶିଷ୍ଟ ଅତିଥି କନିକା […]

କେନ୍ଦ୍ରାପଡା୨୬/୨-କେନ୍ଦ୍ରାପଡା କଜଳା ବିଲେଶ୍ୱର ମହାଦେବଙ୍କ କାଗର ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରାତ ୪ଟା ସମୟରେ ମହାସ୍ନାନ କାରାଯାଇ ପ୍ରାତ ୫ଟା ସମୟରେ ମଙ୍ଗଳା ଆରତି କାରାଯିବା ପରେ ବଡସିଂହାର ବେଷ ଅନୁଷ୍ଠିତ ହୋଇଥିଲା । ହଜାର ହଜାର ଭକ୍ତ ମହାଦେବଙ୍କୁ ଦର୍ଶନକରି ଜାଗର ବ୍ରତ ପାଳନ କରିଥିଲେ । ସେହିପରି ସଂନ୍ଦ୍ୟା ୮ଟାରେ ମହାଦେବଙ୍କ ମହାଅଭିଷେକ କରାଯାଇଥିଲା । ମନ୍ଦିର ପରିସରରେ ବହୁଭକ୍ତ ଦିନସାରା […]

ପଟ୍ଟାମୁଣ୍ଡାଇ ତା ୨୬/୨-ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ପବିତ୍ର ମହାଶିବରାତ୍ରି ଓ ଜାଗର ଯାତ୍ରା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି ।  ପଟ୍ଟାମୁଣ୍ଡାଇ ଉତିକଣ ଅଂଚଳର ପ୍ରସିଦ୍ଧ ଶୈବ ପୀଠ ଚନ୍ଦନନଗର ଚନ୍ଦ୍ରମଉଳି ପୀଠରେ ମହାଶିବ ରାତ୍ରି ଉପଲକ୍ଷେ ପ୍ରବଳ ଜନଗହଳି ଦେଖିବାକୁ ମିଳିଥିଲା । ଆଜି ପ୍ରତ୍ୟୁଷରୁ ପୂଜକ ପଣ୍ଡାମାନଙ୍କ ଦ୍ୱାରା ପ୍ରଭୁ ଚନ୍ଦ୍ରମଉଳି ମହାଦେବଙ୍କ ପୂଜାର୍ଚନା ଯଥାବିଧି ସମ୍ପନ୍ନ କରାଯାଇଥିଲା ।  ପ୍ରଭୁଙ୍କ ଦର୍ଶନ […]