କେନ୍ଦ୍ରାପଡ଼ା,୫ା୯:ଗ୍ରୀନ ଡେଭଲପମେଣ୍ଟ ଫାଉଣ୍ଡେସନ ଏବଂ ଓଡିଶା ପ୍ରଗତି ମଞ୍ଚ ପକ୍ଷରୁ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁର ଆନନ୍ଦମାର୍ଗ ବିଦ୍ୟାଳୟ ପରିସରରେ ଦଶମ ରାଜ୍ୟ ସ୍ତରୀୟ ଆଦର୍ଶ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ଉଭୟ ଅନୁଷ୍ଠାନର ଅଧ୍ୟକ୍ଷ ପରିବେଶବିତ ସନ୍ତୋଷ କୁମାର ଜେନା ସଭାପତିତ୍ୱ କରି ଦେଶର ଆଗାମୀ କାଲିର ଭବିଷ୍ୟତଙ୍କୁ ଗଠନ କରିବାରେ ଜଣେ ଗୁରୁଙ୍କର ପ୍ରମୁଖ ଭୂମିକା ରହିଛି ବୋଲି […]
Year: 2025
କେନ୍ଦ୍ରାପଡ଼ା,୫ା୯:କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ଇଚ୍ଛାପୁର ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ଗୁରୁଦିବସ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ଜିଲ୍ଲାପାଳ ରଘୁରାମ ଆର.ଆୟାର ମୁଖ୍ୟଅତିଥି ଭାବେ ଯୋଗଦେଇ ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜଣେ ଜଣେ ଆଦର୍ଶ ଶିକ୍ଷକ ହେବାକୁ ଆହ୍ୱାନ ଦେଇଥିଲେ। ଆଜି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର […]
ପଟ୍ଟାମୁଣ୍ଡାଇ ୫/୯ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳର ଥିବା ଓଡ଼ିଶାର ସର୍ବବୃହତ ପଂଚକଳାତୀର୍ଥ ଗୋପାଳ ଦାଶ ସ୍ମାରକୀ କଳା ମନ୍ଦିର ଗଡମେକରର ବର୍ଣ୍ଣାତ୍ମ୍ୟ ଗୁରୁ ଦିବସ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଗଡମେକର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ଗୁରୁଶ୍ରୀ ସୁଶାନ୍ତ ପାଣିଙ୍କ ପୌରୋହିତ୍ୟରେ ଆୟୋଜିତ ଗୁରୁଦିବସ ଉତ୍ସବର ଅପରାହ୍ନର ବରେଣ୍ୟ ଅତିଥି ଭାବେ ଗୁରୁଶ୍ରୀ ସମୀରଞ୍ଜନ ଦାସ, ଗୁରୁଶ୍ରୀ ରମେଶ ଦେ ଏବଂ ସଂଗଠନର ସାଧାରଣ-ସମ୍ପାଦକ ଦୟାନିଧୂ ବଳ ଓ […]
କେନ୍ଦ୍ରାପଡ଼ା,୫ା୯:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଡେପୁଟି ନର୍ସିଙ୍ଗ ସୁପରିନଟେଣ୍ଡେଣ୍ଟ ବାସନ୍ତି ନାୟକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି ଉପଲକ୍ଷେ ଏକ ସଭା ଶୁକ୍ରବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ଼ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା.ମନୋରଞ୍ଜନ ରାଉତ, ଏ. ଡ଼ି. ଏମ. ଓ.଼ ମେଡିକାଲ ଡା଼. ପ୍ରମୋଦ କୁମାର ପ୍ରହରାଜ, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡା.ସଚ୍ଚିଦାନନ୍ଦ ମିଶ୍ର, […]
କେନ୍ଦ୍ରାପଡା,୪ା୯: ଆଜି କେନ୍ଦ୍ରାପଡା ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟରେ ନବାଗତ ଆଇନସ୍ନାତକ ଛାତ୍ରଛାତ୍ରୀମାନଙ୍କର ୨୦୨୫-୨୬ ଶିକ୍ଷାବର୍ଷ ନିମନ୍ତେ ପ୍ରବେଶ ଉତ୍ସବ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ. ରବିନ୍ଦ୍ର କୁମାର ବଳ ସଭାପତିତ୍ୱ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଉପାଧ୍ୟକ୍ଷ ପ୍ରଫେସର କଳିଙ୍ଗ କେଶରୀ ବେହେରା, ବରିଷ୍ଠ ପ୍ରାଧ୍ୟାପକ ପ୍ରଫେସର ଡ. ଚିରଞ୍ଜିବୀ ପଣ୍ଡା, ପ୍ରଫେସର ତିମିରକାନ୍ତ ପରିଡା, ପ୍ରଫେସର ରାଜକିଶୋର ମହାନ୍ତି, […]
କେନ୍ଦ୍ରାପଡ଼ା,୪ା୯:ବର୍ତ୍ତମାନ ସମସ୍ତ ଯୁବପିଢି ଓଡ଼ିଶାର ପରମ୍ପରାକୁ ଭୁଲି ବିଦେଶୀ ସଂସ୍କୃତିକୁ ଆପଣେଇ ନେଉଥିବା ବେଳେ ଓଡ଼ିଶାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମୂର୍ଚ୍ଛନା ଓ ଓଡ଼ିଶା କଲଚର ଆର୍ଟ ଏକାଡେମୀ (ଓକା)ର ମିଳିତ ଆନୁକୁଲ୍ୟରେ ଓଡ଼ିଶାର ପରମ୍ପରାକୁ ଆଗେଇନେବା ଲାଗି ଭୁବନେଶ୍ୱର ଜୟଦେବ ଭବନରେ ରାଜ୍ୟ ସ୍ତରୀୟ ଗୁରୁପୂଜନ ଉତ୍ସବ ଓ ସ୍ୱର ମହ୍ଳାର କାର୍ଯ୍ୟକ୍ରମ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସଙ୍ଗୀତ ନିର୍ଦ୍ଦେଶକ […]
କେନ୍ଦ୍ରାପଡ଼ା,୪ା୯:ଇଚ୍ଛାପୁର ଉଚ୍ଚ ବିଦ୍ୟାଳୟରେ ଏକ ମଣ୍ଡଳ ସ୍ତରୀୟ ପ୍ରଧାନ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ସମସ୍ତ ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ ଓ ବେସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ତଥା ମଦ୍ରାସାର ପ୍ରଧାନ ଶିକ୍ଷକମାନେ ଯୋଗ ଦେଇଥିଲେ। ଏହି ସମ୍ମିଳନୀରେ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ସହିତ ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ୟତ ଗଠନ ପାଇଁ ‘ସିଦ୍ଧି ଓ ଲକ୍ଷ୍ୟ’ ନାମକ ଏକ ବ୍ଲୁପ୍ରିଣ୍ଟର […]
କେନ୍ଦ୍ରାପଡ଼ା,୧୪ା୮:ସ୍ୱାଧୀନତା ଦିବସର ଅବ୍ୟବହତି ପୂର୍ବରୁ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ବିଶାଳ ଶୋଭାଯାତ୍ରା ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ଜେନାଙ୍କ ନେତୃତ୍ୱରେ ଏବଂ ସଂଯୋଜକ ପ୍ରାଧ୍ୟାପକ ରମାନାଥ ମହାନ୍ତି, ଏନଏସଏସ ଅଧିକାରୀ ଅଧ୍ୟାପକ ପ୍ରମୋଦ କୁମାର ବେହେରା, ଯୁବରେଡକ୍ରସର ଅଧିକାରୀ ଅଧ୍ୟାପକ ବିକାଶ କୁମାର ନାୟକ, ଏନସିସି କ୍ୟାପଟେନ ସୀମା ମହାନ୍ତି ଓ ସତ୍ୟରଞ୍ଜନ ମିଶ୍ରଙ୍କ ତତ୍ୱାବଧାନରେ ମହାବିଦ୍ୟାଳୟର ଏକହଜାରରୁ ଉର୍ଦ୍ଧ୍ୱ […]
କେନ୍ଦ୍ରାପଡ଼ା,୧୪ା୮:ଶ୍ୟାମସୁନ୍ଦରପୁରଗଡାସ୍ଥିତ ଚଣ୍ଡିଆ ପ୍ୟାଲେସ ସଭା ଗୃହରେ ବିଶିଷ୍ଟ ସମାଜ ସେବୀ କବି ଡ଼ ନାରାୟଣ ପତିଙ୍କ ସମ୍ପାଦନାରେ ପ୍ରକାଶିତ ସାହିତ୍ୟ ପତ୍ରିକା “ଯଶସ୍ୱିନି’ର ଶୁଭ ଉନ୍ମୋଚନ ହୋଇଯାଇଛି। ବର୍ତ୍ତମାନର ସାମାଜିକ ସ୍ଥିତିକୁ ନେଇ ଭରପୁର ଆନନ୍ଦ ଦେଉଥିବା ଏହି ପତ୍ରିକାରେ ଅନେକ ମୂଲ୍ୟବାନ ଗଳ୍ପ କବିତା ସ୍ଥାନ ପାଇଛି। ଡ଼ ପତି ସମ୍ପ୍ରତି ମାନବାଧିକାର ସୁରକ୍ଷା ଆୟୋଗର ରାଜ୍ୟ ସଭାପତି ଭାବରେ ମନୋନୀତ ହୋଇଥିବା ବେଳେ ସାହିତ୍ୟ, ଜ୍ୟୋତିଷ, ବାସ୍ତୁ […]
କେନ୍ଦ୍ରାପଡା ସଦର, ୧୪ା୮: ଅଗଷ୍ଟ ୧୪ମଧ୍ୟାହ୍ନ ୯ ଘଟିକା ସମୟରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଉପସ୍ୱାସ୍ଥ୍ୟ କେନ୍ଦ୍ର ବାରୋ ଠାରୁ ଆରମ୍ଭ ହୋଇ ବାରେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ତ୍ରିରଙ୍ଗା ପଦଯାତ୍ରା ଆୟୋଜନ ହୋଇଥିଲା । ସ୍ଥାନୀୟ ସରପଞ୍ଚ ଗୋପୀନାଥ ମଲିକଙ୍କ ନେତୃତ୍ୱରେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ, ଆଶାକର୍ମୀ, ସ୍ୱୟଂସହାୟିକା ଗୋଷ୍ଠୀ ସଦସ୍ୟ, ପଞ୍ଚାୟତ ଜନପ୍ରତିନିଧି, ଶତାଧିକ ଗ୍ରାମବାସୀ ଉକ୍ତ ପଦଯାତ୍ରା ରେସାମିଲ ହୋଇଥିଲେ । “ଘରେ ଘରେ […]
ପଟ୍ଟାମୁଣ୍ଡାଇ ତା୧୪/୮- ରାଜ୍ୟ ସରକାରଙ୍କ ନିର୍ଦେଶରେ ପଟ୍ଟାମୁଣ୍ଡାଇ କଲେଜରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧକ୍ଷ କ୍ୟାପଟେନ ମନୋଜ ପରିଡାଙ୍କ ନେତୃତ୍ୱରେ ୫ଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଶତାଧିକ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ବିଭିନ୍ନ ଦେଶାତ୍ମବୋଧ ସଂଗୀତ ଗାନ ଓ ସ୍ଲୋଗାନ ସହିତ ପଟ୍ଟାମୁଣ୍ଡାଇ କଲେଜରୁ ବାହାରି ପଟ୍ଟାମୁଣ୍ଡାଇ ସମେତ ଆଖପାଖ ଅଂଚଳ ପରିକ୍ରମା କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ଡ଼ ରମେଶ […]
ପଟ୍ଟାମୁଣ୍ଡାଇ ତା ୧୪/୮- ପଟ୍ଟାମୁଣ୍ଡାଇ ପୌର ପରିଷଦ ପକ୍ଷରୁ ଏମ ଏନ ହାଇସ୍କୁଲ ଏନ ସି ସି ସ୍କାଉଟ ସହଯୋଗରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ ଓ ପୌର ନିର୍ବାହୀ ଅଧିକାରୀ ରଞ୍ଜନ ଦାଶଙ୍କ ନେତୃତ୍ୱରେ ଆୟୋଜିତ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ପଟ୍ଟାମୁଣ୍ଡାଇ ପୌର ପରିଷଦ କାର୍ଯ୍ୟାଳୟ ଠାରୁ ବାହାରି ପଟ୍ଟାମୁଣ୍ଡାଇ ଏମ ଏନ ହାଇସ୍କୁଲ […]
ପଟ୍ଟାମୁଣ୍ଡାଇ୧୪/୮ ପଟ୍ଟାମୁଣ୍ଡାଇ ଭାଜପା ତରଫରୁ ହର୍ ଘର୍ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ନଗର ଭାଜପା ସଭାପତି ଅଶୋକ ସାହୁଙ୍କ ନେତୃତ୍ୱରେ ଏକ ବିରାଟ ଶୋଭାଯାତ୍ରା ବାଲିପଡ଼ା ମହାବୀର ମନ୍ଦିର ନିକଟରୁ ବାହାରି ବଜାର ପରିକ୍ରମା କରି ଡକ୍ଟର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ନିକଟରେ ରେ ଶେଷ ହୋଇଥିଲା । ଏଥିରେ ରାଜ୍ୟ ଯୁବ ମୋର୍ଚା ସହ ସଂଯୋଜକ ଅଭିଷେକ ଦାସ, କାଉନସିଲର ବିଦ୍ୟାଧର ସେଠୀ ,ଆଡ଼ଭୋକେଟ ଭାରତ ଭୂଷଣ ଦାସ, […]
ପଟ୍ଟାମୁଣ୍ଡାଇ ତା୧୪/୮- ପଟ୍ଟାମୁଣ୍ଡାଇ ପୌର ପରିଷଦ ଅନ୍ତର୍ଗତ ବାଲିପଡ଼ା ନୋଡାଲ ଉ. ପ୍ରା. ବିଦ୍ୟାଳୟ ପୁରାତନ ଛାତ୍ର ସଂସଦ ବାର୍ଷିକ ଉତ୍ସବ ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାବିତ ପ୍ରମୋଦ କୁମାର ନାୟକଙ୍କ ପୌରହିତ୍ୟରେ ଆୟୋଜିତ ମନୋଜ୍ଞ ଉତ୍ସବରେ ବେଙ୍ଗାଲୁର କାମ୍ବିୟାନ ନେଟୱାର୍କ ଉପସଭାପତି ବିଜୁ କୁଞ୍ଜୁକୁଞ୍ଜୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିକ୍ଷାର ବିକାଶ ପାଇଁ ବିଦ୍ୟାଳୟର ସର୍ବନିମ୍ନ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଓଡ଼ିଶାର ବିଶିଷ୍ଟ ପ୍ରବଚକ […]
କେନ୍ଦ୍ରାପଡ଼ା,୧୩ା୮:ନିଗମାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରାଣପ୍ରତିଷ୍ଠାତା ତଥା ଗଗୁଆ ପଞ୍ଚାୟତର ରାହାମାସ୍ଥିତ ନିଗମାନନ୍ଦ ହାଇସ୍କୁଲର ପୂର୍ବତନ ପ୍ରଧାନଶିକ୍ଷକ ଧ୍ରୁବ ଚରଣ ଦାଶ(୮୩)ଙ୍କର ପରଲୋକ ହୋଇଯାଇଛି। ସେ କିଛିଦିନ ହେବ ବାର୍ଦ୍ଧକ୍ୟଜନିତ ରୋଗରେ ପିଡିତ ଥାଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ଥିଲେ। ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ, ୨ଝିଅ ଓ ଜ୍ୱାଇଁ ଉପସ୍ଥିତ ଥିଲେ। ସେ ଜଣେ ଶିକ୍ଷାବୀତ, ସମାଜ ସଂସ୍କାରକ, ପରୋପକାରୀ ଓ ମିଷ୍ଟଭାଷୀ ବ୍ୟକ୍ତି ଭାବରେ […]
ପଟ୍ଟାମୁଣ୍ଡାଇ ତା ୧୩/୮-କେନ୍ଦ୍ରାପଡ଼ା ଜିଲ୍ଲାର ସର୍ବପୁରାତନ ଆଧ୍ୟାତ୍ମିକ ପୀଠ ପଟ୍ଟାମୁଣ୍ଡାଇ ରାଧାରମଣ ମଠରେ ଝୁଲଣ ଯାତ୍ରା ଅନୁଷ୍ଠିତ ହୋଇଯାଇଛି I ୩ଦିନ ଧରି ଆୟୋଜିତ ଝୁଲଣ ଯାତ୍ରା ପବିତ୍ର ଗହ୍ମାପୂର୍ଣ୍ଣିମା ଅବସରରେ ଉଦଯାପିତ ହୋଇଯାଇଛି I ପୁରୀ ଗୋବର୍ଧନ ପୀଠ ସନ୍ଥ ସଂରକ୍ଷକ ପଟ୍ଟାମୁଣ୍ଡାଇ ରାଧାରମଣ ମଠ ମହନ୍ତ ସ୍ୱାମୀ ଅସୀମାନନ୍ଦ ଦାସ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ପ୍ରତ୍ୟୁଷରୁ ପ୍ରଭୁ ରାଧାରମଣ, ପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ମା […]
କେନ୍ଦ୍ରାପଡ଼ା,୧୩ା୮:କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ଗ୍ରାମପଞ୍ଚାତର ବରିଷ୍ଠ ନାଗରିକମାନଙ୍କ ଏକ ସମାବେଶ ପଞ୍ଚାୟତ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବ୍ରଜକିଶୋର ବିଶ୍ୱାଳ ଏହି ସମାବେଶରେ ଅଧ୍ୟକ୍ଷତା କରିଥିଲେ। ବଗଡା ପଞ୍ଚାୟତର ସରପଞ୍ଚ ସୁବନୀ ସାହୁ ଏଭଳି ସଂଗଠନକୁ ସ୍ୱାଗତ କରିବା ସହ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ। ଏଥିରେ ସଂଯୋଜକ ଭାବେ କୈଳାସ ଚନ୍ଦ୍ର ସ୍ୱାଇଁ ଯୋଗଦେଇ ସଂଗଠନର ଉଦେଶ୍ୟ […]
କେନ୍ଦ୍ରାପଡା,୧୨ା୮:ଆଜି କେନ୍ଦ୍ରାପଡା ଜିଲ୍ଲା ବିଜୁଜନତା ଦଳର ସଭାପତି ଶିବ ପ୍ରସାଦ ଭଳ ଏକ ପ୍ରତିନିଧି ମଣ୍ଡଳି ତୁଳସୀ ମହିଳା ମହାବିଦ୍ୟାଳୟର ସଭାପତି ତଥା କେନ୍ଦ୍ରାପଡାର ଅତିରିକ୍ତ ଜିଲ୍ଲାପାଳ ନବ କିଶୋର ଜେନାକୁ ସାକ୍ଷାତ କରି ମହିଳା ବିଦ୍ୟାଳୟର ଏକ ସଭାକୁ ଦଳୀୟ ସଭାରେ ପରିଣତ କରିବା ବିରୁଦ୍ଧରେ ପ୍ରତିବାଦ କରିଛନ୍ତି । ଘଟଣାରୁ ପ୍ରକାଶ ଯେ ଗତ ୧୦ ତାରିଖରେ ମହିଳା ମହାବିଦ୍ୟାଳୟରେ ଏକ ବାର୍ଷିକ ଉତ୍ସବ ସହିତ ରାଜ୍ୟ […]
କେନ୍ଦ୍ରାପଡା,୧୩ା୮:କେନ୍ଦ୍ରାପଡା ତୁଳସୀକ୍ଷେତ୍ର ପଣ୍ଡିତ ସଭାର ଚତୁର୍ଦ୍ଦଶ ଅଧିବେଶନ ଇଚ୍ଛାପୁର ସ୍ଥିତ ସିଦ୍ଧ ବଳଦେବଜୀୟୁ ମନ୍ଦିର ପରିସରରେ ବରିଷ୍ଠ ସଭ୍ୟ ପ୍ରବଚକ ଦାମୋଦର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଦିବଂଗତ ସଭାପତି ସ୍ୱର୍ଗତ ଧ୍ରୁବଚରଣ ପଣ୍ଡାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ସଂପାଦକ ପଣ୍ଡିତ ସତ୍ୟନାରାୟଣ ପତି ପୂବ ଅଧିବେଶନରେ ବୀବରଣୀ ପାଠ କରିଥିଲେ । କୋଷାଧ୍ୟକ୍ଷ ପଣ୍ଡିତ ମହେଶ୍ୱର ପାଣି ପୂର୍ବ […]
ପଟ୍ଟାମୁଣ୍ଡାଇ ତା ୧୧/୮- ଆଜି ପଟ୍ଟାମୁଣ୍ଡାଇ ବ୍ଲକ ସମ୍ମିଳନୀ କକ୍ଷରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଓ ଏସପିଙ୍କ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ରାପଡ଼ା ଜିଲ୍ଲାର ନୂତନ ଜିଲ୍ଲାପାଳ ରଘୁରାମ ଆର ଆୟାର, ଏସ ପି ସିଦ୍ଧାର୍ଥ କଟାରିଆ, ଅତିରିକ୍ତ ଜିଲ୍ଲାପାଳ ନବ କୃଷ୍ଣ ଜେନା, ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଅଜାମ୍ବର ମହାନ୍ତି, ଡେପୁଟି କଲେକ୍ଟର ତୃପ୍ତି ମହାନ୍ତି,ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ଓ ବିଡ଼ିଓ ଅଶୋକ […]
କେନ୍ଦ୍ରାପଡ଼ା,୧୧ା୮ :ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) କେନ୍ଦ୍ରାପଡା ଜିଲ୍ଲା କମିଟିର ଏକ ପ୍ରତିନିଧି ଦଳ ଆଜି ନିର୍ବାଚନ କମିଶନଙ୍କ ଉଦେଶ୍ୟରେ କେନ୍ଦ୍ରାପଡାର ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନାଙ୍କୁ ଭେଟି ନିର୍ବାଚନୀ ତାଲିକା ସଂପର୍କରେ ଗୁରୁତ୍ୱପୂର୍ଣ୍ଣ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଭୋଟର ତାଲିକାର “ସ୍ୱତନ୍ତ୍ର ଗଭୀର ପୁନଃ ନିରୀକ୍ଷଣ” ପ୍ରକ୍ରିୟା ସମ୍ପର୍କରେ ସି ପି ଆଇ (ଏମ୍) ଚିନ୍ତା ପ୍ରକାଶ କରି ବିଭିନ୍ନ ଦାବି ଉଠାଇଛି। ସି ପି ଆଇ (ଏମ୍) […]
କେନ୍ଦ୍ରାପଡ଼ା,୧୧ା୮:ଡେରାବିଶ ବ୍ଲକ ଅନ୍ତର୍ଗତ ନିଳିକଣାସ୍ଥିତ ଗୋମଙ୍ଗଳ ସମିତିରେ ପବିତ୍ର ଗହ୍ମା ପୂର୍ଣ୍ଣିମା (ବଳଭଦ୍ରଙ୍କ ଜନ୍ମ)ଅବସରରେ ବିଧି ଅନୁସାରେ ଗୋପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମିତିର ସଭାପତି ଫକୀର ଚରଣ ଖଟୁଆଙ୍କ ଉପସ୍ଥିତିରେ ସମ୍ପାଦକ ସୁଶୀଲ କୁମାର ସାମଲ, ସହସମ୍ପାଦକ ତରୁଣ ରଞ୍ଜନ ପ୍ରଧାନ, ବରିଷ୍ଠ ସଭ୍ୟ ଆଇନଜୀବୀ ବିଧୁ ଭୂଷଣ ମହାପାତ୍ର, ଭାରତୀ ସାହୁ, ଶାରଦା ପ୍ରସାଦ ସିଂହ(ରବିନ୍), ଶ୍ରୀନିବାସ ବରାଳ, ପ୍ରଶାନ୍ତ ପ୍ରଧାନ, ରାମନାରାୟଣ ପ୍ରଧାନ, ବିଶ୍ୱମୋହନ ଦାସ, […]
ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ ପଟ୍ଟାମୁଣ୍ଡାଇ ତା ୧୧/୮- ରାଜ୍ୟ ବିଜେଡି ସୁପ୍ରିମୋ ପୂର୍ବତନ ମୁଖ୍ୟମନ୍ତ୍ରୀ ବିରୋଧୀଦଳ ନେତା ନବୀନ ପଟନାୟକଙ୍କ ଆହ୍ୱାନରେ ସାରା ରାଜ୍ୟରେ ଦେଖାଦେଇଥିବା ମହିଳା ନିର୍ଯ୍ୟାତନା, ବ୍ୟଭିଚାର, କଲେଜ ଛାତ୍ରୀ ପୋଡି ମାମଲା ବୃଦ୍ଧି ପାଇବା ସର୍ବୋପରି ମହିଳା ଛାତ୍ରୀ ଅସୁରକ୍ଷିତ ଥିବାବେଳେ ସରକାରଙ୍କ ନିଷ୍କ୍ରିୟତା ବିରୋଧରେ ପଟ୍ଟାମୁଣ୍ଡାଇ ଯୁବଛାତ୍ର ବିଜେଡି ରାସ୍ତାକୁ ଓଲ୍ହାଇଛି । ଆଜି ପଟ୍ଟାମୁଣ୍ଡାଇ ନଗର ଯୁବବିଜେଡି ସଭାପତି ଅଶୋକ ଧଳଙ୍କ ନେତୃତ୍ୱରେ […]










