ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟବେକ୍ଷଣ କମିଟି ବୈଠକ

କେନ୍ଦ୍ରାପଡା,୧ା୩: ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟବେକ୍ଷଣ କମିଟି (ଦିଶା)ର ଦ୍ୱିତୀୟ ବୈଠକ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ଜୟ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଶନିବାର ଜିଲ୍ଲା ପରିଷଦ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ପୂର୍ବ ବୈଠକରେ ଆଲୋଚିତ ହୋଇଥିବା ବିଷୟବସ୍ତୁ ଯଥା ଜଳ…

ସରକାରୀ ଓଲଢି ଉର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷାର ଶୁଭାରମ୍ଭ

କେନ୍ଦ୍ରାପଡ଼ା,୧ା୩: ଡେରାବିଶ ବ୍ଲକ ଅନ୍ତର୍ଗତ ଚାଟରାଚକଡା ପଞ୍ଚାୟତର ରାମଚନ୍ଦ୍ର ନୋଡାଲ ଉଚ୍ଚବିଦ୍ୟାଳୟ କ୍ଲଷ୍ଟରର ସରକାରୀ ଓଲଢି ଉର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷାର ଉଦ୍‌ଘାଟନ ଉତ୍ସବ ପାଳନ ହୋଇଯାଇଛି । ଏହି ଉଦ୍‌ଘାଟନ ଉତ୍ସବରେ ଡେରାବିଶ ଶିକ୍ଷା ମଣ୍ଡଳ ଶିକ୍ଷା ଅଧିକାରୀ…

ବିପୁଳ ପରିମାଣର ଚୋରାମଦ ଜବତ, ୫ କୋର୍ଟଚାଲାଣ

କେନ୍ଦ୍ରାପଡ଼ା,୧ା୩: କେନ୍ଦ୍ରାପଡ଼ା ଟାଉନ ଓ ନିକିରାଇ ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର ଚୋରାମଦ ଜବତ କରାଯାଇଛି। ସୂଚନା ଅନୁଯାୟୀ ଚୋରା ମଦ ବିକ୍ରି ହେଉଥିବାର ଏକ ବିଶେଷ ସୁତ୍ରରୁ ଖବର ମିଳିବା…

ଗ୍ରାମେଶ୍ୱର ମହୋତ୍ସବ ଅନୁଷ୍ଠିତ , ପୂଜ୍ୟପୂଜାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ

କେନ୍ଦ୍ରାପଡ଼ା,୨୮ା୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜମଧର ଗ୍ରାମପଞ୍ଚାୟତର ଜଣ୍ଟିଲୋ ଗ୍ରାମରେ ଗ୍ରାମେଶ୍ୱର ମହୋତ୍ସବ ପବିତ୍ର ଜାଗର ଅବସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଅବସରପ୍ରାପ୍ତ କର୍ମଚାରୀ ରବୀନ୍ଦ୍ର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ମହୋତ୍ସବରେ କୃଷିବିଜ୍ଞାନକେନ୍ଦ୍ରର ବୈଜ୍ଞାନିକ ଡ. ତାପସରଞ୍ଜନ ସାହୁ ମୁଖ୍ୟଅତିଥି,…

ଓଳକଣା ମେଲଣ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ , ବିମାନ ଶୋଭାଯାତ୍ରାରେ ଡିଜେ ବନ୍ଦ ନିଷ୍ପତ୍ତି

କେନ୍ଦ୍ରାପଡା,୨୮ା୨: ଆସନ୍ତ ମାର୍ଚ୍ଚ ୧୩ ତାରିଖରେ ଅନୁଷ୍ଠିତ ହେବ ପ୍ରସିଦ୍ଧ ଓଳକଣା ମେଳଣ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି। ଏହି ମେଳଣଟି କେନ୍ଦ୍ରାପଡା ଓ କଟକ ଜିଲ୍ଲାର କେନ୍ଦ୍ରସ୍ଥଳରେ ଅନୁଷ୍ଠିତ ହୁଏ। ତେବେ ଶୁକ୍ରବାର ମେଳଣ ପଡିଆ ସ୍ଥିତ…

ଚେନାଇରେ ‘ଭାରତ ଭାରତୀ’ ସଂଗଠନ ପକ୍ଷରୁ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

ପଟ୍ଟାମୁଣ୍ଡାଇ ୨୭/୨ – ଓଡ଼ିଆ ଭାଷା, ସଂସ୍କୃତି ଓ ସାହିତ୍ୟକୁ ଜାତୀୟ ସ୍ତରରେ ପରିଚିତ କରିବା ଉଦ୍ଦେଶ୍ୟ ନେଇ ଚେନାଇସ୍ଥିତ ପ୍ରବାସୀ ଓଡ଼ିଆ ‘ଭାରତ ଭାରତୀ’ ସଂଗଠନ ପକ୍ଷରୁ ଗତ ୨୩ ତାରିଖ ଦିନ ଅନ୍ତର୍ଜାତୀୟ ମାତୃଭାଷା ସମ୍ମିଳନୀ ଅନୁଷ୍ଠିତ ହେଇଯାଇଛି।…

ଵନ୍ତୋ ସେଣ୍ଟ ଜାଭିଅର ହାଇସ୍କୁଲ ବାର୍ଷିକ ଉତ୍ସବ

ପଟ୍ଟାମୁଣ୍ଡାଇ ତା ୨୭/୨- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଚନ୍ଦନନଗର ବନ୍ତୋ ସେଣ୍ଟ ଜାଭିଅର ହାଇସ୍କୁଲର ୧୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଅଧକ୍ଷା ଲଷ୍ମୀପ୍ରିୟା ଦାଶଙ୍କ ପୌରହିତ୍ୟରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ପଟ୍ଟାମୁଣ୍ଡାଇ କଲେଜ ପ୍ରାକ୍ତନ ଅଧକ୍ଷ ପ୍ରଫେସର ଦେବବ୍ରତ…

ଜିଆରଏସଙ୍କୁ ୪ବର୍ଷ ଜେଲଦଣ୍ଡ

କେନ୍ଦ୍ରାପଡା,୨୭ା୨: ଏକ ଲାଞ୍ଚ କାରବାର ମାମଲାର ବିଚାର କରି କଟକସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ଏଣ୍ଡର ଗ୍ରାମପଞ୍ଚାୟତର ପୂର୍ବତନ ଗ୍ରାମରୋଜଗାର ସେବକ(ଜି.ଆର.ଏସ.) ଲଳିତବସନ୍ତ ଘଡେଇଙ୍କୁ ୪ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିବା ସହିତ ଏକ ହଜାର…

କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଆତ୍ମରକ୍ଷା ଶିବିର ଉଦ୍‌ଘାଟନ

କେନ୍ଦ୍ରାପଡା,୨୭ା୨: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ +୩ ପ୍ରଥମ ବର୍ଷର ଛାତ୍ରୀମାନଙ୍କ ପାଇଁ ଏକ ଆତ୍ମସୁରକ୍ଷା ଶିବିର ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଅଭିଜିତ୍ ବୋଷ୍‌ଙ୍କ ପୌରହିତ୍ୟରେ ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ଅଧ୍ୟକ୍ଷ ଶ୍ରୀ ବୋଷ୍ ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳର ଆବଶ୍ୟକତା…

ପାରାକ୍ରୀଡ଼ାବିତ୍ ଙ୍କୁ ବ୍ୟାଟେରୀ ଚାଳିତ ସ୍କୁଟର ପ୍ରଦାନ

କେନ୍ଦ୍ରାପଡା ୨୭/୨ – କେନ୍ଦ୍ରାପଡା ଜିଲ୍ଲାରେ ଭିନ୍ନକ୍ଷମଙ୍କ ସଶକ୍ତିକରଣ ଦିଗରେ କାର୍ଯ୍ୟରତ ଅନୁଷ୍ଠାନ ‘ପୁନର୍ବାସ’ ପକ୍ଷରୁ ଚଳନଶକ୍ତି ବାଧିତ ଡେରାବିଶ ବ୍ଲକ ହରିଅଙ୍କ ଗ୍ରାମର ପାରାକ୍ରୀଡାବିତ୍ ବଲରାମ ସ୍ୱାଇଁଙ୍କୁ ମାଡ୍ରାସ ଆଇଆଇଟି ଦ୍ୱାରା ଉଦ୍ଭାଭିତ ଆତ୍ୟାଧୁନିକ ନିଓମୋସନ ବ୍ୟାଟେରୀ ସ୍କୁଟି ପ୍ରଦାନ…

ଗରାପୁରରେ ରେଲ୍‌ୱେ ଟିକେଟ୍ କାଉଣ୍ଟର ଉଦ୍‌ଘାଟିତ

କେନ୍ଦ୍ରାପଡା,୨୭ା୨: କେନ୍ଦ୍ରାପଡା ସହର ଉପକଣ୍ଠ ଗରାପୁରଠାରେ ରେଳବାଇର ନୂତନ ଟିକେଟ୍ କାଉଣ୍ଟର ଉଦ୍‌ଘାଟିତ ହୋଇଯାଇଛି । କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟ ଅତିଥି, ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାପାତ୍ର, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମାନସ ରଞ୍ଜନ ପରିଡା, ରେଳବାଇର…

ଗରାପୁର ସାଇ ମନ୍ଦିରରେ ଜାଗର ଉତ୍ସବ

କେନ୍ଦ୍ରାପଡା,୨୭ା୨:କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁର ସାଇ ମନ୍ଦିରରେ ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକଙ୍କ ତତ୍ୱାବଧାନରେ ଜାଗର ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଦିନସାରା ବିଧି ଅନୁସାରେ ସାଇ ମନ୍ଦିର ସମସ୍ତ ପୂଜାର୍ଚ୍ଛନା ହେବାପରେ ସନ୍ଧ୍ୟା ସମୟରେ ଆଳତୀ କରାଯାଇଥିଲା । ଏହି ଉପଲକ୍ଷେ…

ମହାଦେବ ସେନାର ବାର୍ଷିକ ଯଜ୍ଞ ଉତ୍ସବ-୨୦୨୫

କେନ୍ଦ୍ରାପଡ଼ା,୨୭ା୨: ଗତକାଲି କେନ୍ଦ୍ରାପଡ଼ା ନିକଟସ୍ଥ ବାରୁଅ ଗ୍ରାମ ଇଟ୍ଟୀପୁର ପ୍ରସିଦ୍ଧ ଗିରିମଠ ପରିସରରେ ଚଳିତ ବର୍ଷ -୨୦୨୫ ପବିତ୍ର ମହାଶିବରାତ୍ରି ଉପଲକ୍ଷେ ବାର୍ଷିକ ଯଜ୍ଞ ଉତ୍ସବ, ଆଧ୍ୟାତ୍ମିକ ସଭା, ସମ୍ବର୍ଦ୍ଧନାସଭା, ଭଜନ କାର୍ଯ୍ୟକ୍ରମ ଇତ୍ୟାଦି ସ୍ଥାନୀୟ ମହାଦେବ ସେନା ତରଫରୁ ଅନୁଷ୍ଠିତ…

କଜଳା ବିଲେଶ୍ୱର ମହାଦେବଙ୍କ ଜାଗର ଯାତ୍ରା

କେନ୍ଦ୍ରାପଡା୨୬/୨-କେନ୍ଦ୍ରାପଡା କଜଳା ବିଲେଶ୍ୱର ମହାଦେବଙ୍କ କାଗର ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରାତ ୪ଟା ସମୟରେ ମହାସ୍ନାନ କାରାଯାଇ ପ୍ରାତ ୫ଟା ସମୟରେ ମଙ୍ଗଳା ଆରତି କାରାଯିବା ପରେ ବଡସିଂହାର ବେଷ ଅନୁଷ୍ଠିତ ହୋଇଥିଲା । ହଜାର…

ପଟ୍ଟାମୁଣ୍ଡାଇରେ ମହାଶିବରାତ୍ରି ଓ ଜାଗରଯାତ୍ରା

ପଟ୍ଟାମୁଣ୍ଡାଇ ତା ୨୬/୨-ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ପବିତ୍ର ମହାଶିବରାତ୍ରି ଓ ଜାଗର ଯାତ୍ରା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି ।  ପଟ୍ଟାମୁଣ୍ଡାଇ ଉତିକଣ ଅଂଚଳର ପ୍ରସିଦ୍ଧ ଶୈବ ପୀଠ ଚନ୍ଦନନଗର ଚନ୍ଦ୍ରମଉଳି ପୀଠରେ ମହାଶିବ ରାତ୍ରି ଉପଲକ୍ଷେ…

ତୁଳସୀକ୍ଷେତ୍ରରେ ମହାଶିବରାତ୍ରୀ ପାଳିତ

କେନ୍ଦ୍ରାପଡା,୨୬ା୨: ତୁଳସୀ କ୍ଷେତ୍ରରେ ବୁଧବାର ପବିତ୍ର ମହାଶିବରାତ୍ରି ଜାଗର ଯାତ୍ରା ନୀତି ଧୁମ୍‌ଧାମରେ ପାଳିତ ହୋଇଯାଇଛି। କ୍ଷେତ୍ର ମଧ୍ୟସ୍ଥ ବ୍ୟକଣ୍ଠେସ୍ୱର, କାଶୀବିଶ୍ୱନାଥ, ସିଦ୍ଧେଶ୍ୱ. ୟେଶାନିଶ୍ୱର୍‌, କ୍ଷେତ୍ର ପାର୍ଶ୍ୱବର୍ତ୍ତୀ ବୈଦ୍ୟନା. ଦେଉଳେଶ୍ୱର, ଦଣ୍ଡେଶ୍ୱର କୁମାରେଶ୍ୱର୍ ଭରତପୁରର ବଟେଶ୍ୱର ଓ ପ୍ରସିଦ୍ଧ ଅମରେଶ୍ୱର ପ୍ରଭୃତି…

କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କର ୩୮ତମ ସ୍ୱନକ୍ଷତ୍ର ଦିବସ , ଉତ୍କଳ ଗୌରବ ମଧୁବାବୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

କେନ୍ଦ୍ରାପଡ଼ା,୨୪ା୨: ରାଜ୍ୟର ଅଗ୍ରଣୀ ସମବାୟ ଅନୁଷ୍ଠାନ କେନ୍ଦ୍ରାପଡା ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କର ୩୮ତମ ପ୍ରତିଷ୍ଠା ଦିବସ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ବ୍ୟାଙ୍କ ପରିଚାଳନା ପରିଷଦର ସଭାପତି ଗୁରୁପ୍ରସାଦ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ…

ଆଜାଦ୍ କ୍ଲବ ପକ୍ଷରୁ ଜାତୀୟ ସ୍ତରୀୟ ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟ ସେମିଫାଇନାଲ ମ୍ୟାଚ୍‌

କେନ୍ଦ୍ରାପଡ଼ା,୨୨ା୨: କେନ୍ଦ୍ରାପଡା ସହରର ଫକିରାବାଦ୍ ଆଜାଦ୍ କ୍ଲବ ପକ୍ଷରୁ ଅନୁଷ୍ଠିତ ଜାତୀୟ ସ୍ତରୀୟ ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟ୍ ର ପ୍ରଥମ ସେମିଫାଇନାଲ ମ୍ୟାଚ୍ ଶୁକ୍ରବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଆଜାଦ୍ କ୍ଲବର ସଭାପତି ହିବଜୁର ରହେମାନଙ୍କ ସଭାପତିତ୍ୱରେ…

ଶାସନ ନୋଡାଲ ହାଇସ୍କୁଲରେ ଅନ୍ତର୍ଜାତୀୟ ଭାଷା ଦିବସ

ପଟ୍ଟାମୁଣ୍ଡାଇ : ୨୧/୦୨- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନିମପୁର ଶାସନ ହାଇସ୍କୁଲରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇ ଯାଇଛି ।  ଏହି ଉପଲକ୍ଷେ ପ୍ରଧାନ ଶିକ୍ଷକ ତପନ କୁମାର ରାୟଙ୍କ ପୈାରହିତ୍ୟରେ ଆୟୋଜିତ ସଭାରେ କଥାକାର ପ୍ରଦୀପ ନାୟକ ,…

ଅନ୍ତାଲୋ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅଙ୍ଗନୱାଡିକେନ୍ଦ୍ର ଗୃହ ନିର୍ମାଣ କରାଯିବାକୁ ଗ୍ରାମବାସୀଙ୍କ ଦାବି

କେନ୍ଦ୍ରାପଡ଼ା,୨୧ା୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ଗ୍ରାମପଞ୍ଚାୟତର ଅନ୍ତାଲୋ ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅଙ୍ଗନୱାଡିକେନ୍ଦ୍ର ଗୃହ ନିର୍ମାଣ କରାଯିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି କରାଯାଇଛି। ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ଯେ ଗତ ୧୯୭୮ମସିହାରୁ ଅନ୍ତାଲୋ ଗ୍ରାମର ମଧ୍ୟଭାଗରେ…

ଜିଲ୍ଲାରେ ମଣ୍ଡି ବ୍ୟବସ୍ଥାର ସଂପ୍ରସାରଣ, ନିଯୁକ୍ତି, ଦରବୃଦ୍ଧି ନିୟନ୍ତ୍ରଣ ଦାବିରେ ସିପିଆଇର ଜୋନ ସମ୍ମିଳନୀ

କେନ୍ଦ୍ରାପଡ଼ା,୨୧ା୨: କେନ୍ଦ୍ରାପଡ଼ା ଜିଲ୍ଲାରେ ମଣ୍ଡି ବ୍ୟବସ୍ଥାର ସଂପ୍ରସାରଣ, ନିଯୁକ୍ତି, ଦରବୃଦ୍ଧି ନିୟନ୍ତ୍ରଣ ପ୍ରଭୃତି ଦାବିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଏକ ଜୋନସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀକୁ ଉଦଘାଟନ କରି ଜିଲ୍ଲା ସାଧାରଣ ସମ୍ପାଦକ ଆଇନଜୀବୀ ରମଣୀରଞ୍ଜନ ରାଉତରାୟ…

ଆଇଡିଆଲ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ

କେନ୍ଦ୍ରାପଡ଼ା,୧୮ା୨:ଆଇଡିଆଲ ପବ୍ଲିକ ସ୍କୁଲର ୩୪ତମ ବାର୍ଷିକ ଉତ୍ସବ ଟାଉନ ହଲରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଭିଜିତ ବୋଷ ଯୋଗଦେଇ ଶିକ୍ଷାର୍ଥୀ ମାନଙ୍କର ଉତ୍ତମ ଚରିତ୍ର ଗଠନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।…

ପୋଖରୀଆପଡା ସ୍କୁଲରେ ନିପୁଣ ମେଳା

ପଟ୍ଟାମୁଣ୍ଡାଇ ତା୧୮/୨- ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ପୋଖରୀଆ ପଡା କ୍ଲଷ୍ଟର ପକ୍ଷରୁ ପୋଖରୀଆ ପଡା ନୋଡାଲ ସ୍କୁଲ ଠାରେ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ନୂତନ ଶିକ୍ଷା ପଦ୍ଧତିରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ଛାତ୍ରୀଛାତ୍ର…

ମା’ ସ୍ତରକୁ ନଆସିଲେ ଜଣେ ଆଦର୍ଶ ଶିକ୍ଷକ ହୋଇପାରିବ ନାହିଁ : ପ୍ରେରଣା ତାଲିମ୍ କେନ୍ଦ୍ରରେ ଯୋଗଦେଇ ଜିଲ୍ଲା ଶିକ୍ଷା ଅଧିକାରୀ ବସନ୍ତ ନାୟକଙ୍କ ପରାମର୍ଶ

କେନ୍ଦ୍ରାପଡା,୧୪ା୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାର ନବ ନିଯୁକ୍ତ କନିଷ୍ଠ ଶିକ୍ଷକମାନଙ୍କୁ ତାଲିମ ଦେବା ନିମନ୍ତେ ୫୦ଜଣ ବରିଷ୍ଠ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ୫ ଦିନ ବ୍ୟାପି ପ୍ରେରଣା ତାଲିମ ପ୍ରଦାନ କରାଯାଇଛି । ଚଳିତ ମାସ…