କେନ୍ଦ୍ରାପଡ଼ା, ୧୦/୮: କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଇଚ୍ଛାପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ବିଣାପାଣି ଦାଶଙ୍କ ସଭାପତିତ୍ୱରେ ଅଭିଭାବକ, ଶିକ୍ଷକ, ଶିକ୍ଷୟିତ୍ରୀ ସମ୍ମିଳନୀ (ପିଟିଏ)ର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି…
Month: August 2024
ଋଣ ବୋଝ ସହି ନ ପାରି ଚାଷୀଙ୍କ ଆତ୍ମହତ୍ୟା
କେନ୍ଦ୍ରାପଡା,୯ା୮ :କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମପୁର ଗ୍ରାମପଞ୍ଚାୟତର କହ୍ନେଇପୁର ଗ୍ରାମର ଜନୈକ ଚାଷୀ ଋଣ ବୋଝ ସହି ନପାରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ଜଣଙ୍କ ହେଉଛନ୍ତି ମହେନ୍ଦ୍ର ପ୍ରଧାନ(୫୦)। ମହେନ୍ଦ୍ର ଗୋଟିଏ ଆମ୍ବ ଗଛରେ ରଶି ଲଗାଇ…
ସଦର ଥାନାରେ ଦୁଇ ବାଂଗଲାଦେଶୀ ଅଟକ
କେନ୍ଦ୍ରାପଡା,୧୦ା୮ : କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଉଦୟନଗର ଗ୍ରାମରେ ସନ୍ଦେହଜନକ ଭାବରେ ବୁଲି ଫେରିବାଲା ବ୍ୟବସାୟ କରୁଥିବା ଦୁଇ ବାଂଗଲାଦେଶୀଙ୍କୁ ଗ୍ରାମବାସୀମାନେ ଅଟକାଇ ସଦର ଥାନାକୁ ଖବର ଦେଇଥିଲେ। ସେମାନଙ୍କ ଆଧାରକାର୍ଡ ଓ ଭୋଟର ପରିଚୟପତ୍ର ନକଲି ଥିବା ନେଇ…
ସ୍ୱାଧୀନତା ସଂଗ୍ରାମୀ ମକର ଦାସଙ୍କ ପ୍ରଥମ ଶ୍ରାଦ୍ଧ ଉତ୍ସବ
କେନ୍ଦ୍ରାପଡା,୧୦ା୮ : କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ହାଟବାଣପୁର ଗ୍ରାମରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ମକର ଦାସଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ସ୍ୱର୍ଗତ ମକର ଦାସ ଏବଂ ତାଙ୍କ ପତ୍ନୀ ଦୁଲଣୀ…
ବଳଦେବ ସେନା ପକ୍ଷରୁ ଶ୍ରୀବଳଦେବଜୀଉ ମନ୍ଦିର ନିକଟରେ ବିକ୍ଷୋଭ
କେନ୍ଦ୍ରାପଡା, ୧୦ା୯: ବଳଦେବ ସେନା ପକ୍ଷରୁ ବାଂଲାଦେଶରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିରକୁ ଭଙ୍ଗାରୁଜା କରାଯିବା ଓ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବିରୋଧ ସ୍ୱରୂପ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ମନ୍ଦିର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସେନାର ସଦସ୍ୟ…
ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ଚାଲିଛି ପାଇପ୍ ବିଛା , ରାସ୍ତା କ୍ଷତିଗ୍ରସ୍ତ
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ଘରେ ଘରେ ଟ୍ୟାପ ଯୋଗେ ପାନୀୟ ଜଳ ଯୋଗାଇବା ଲାଗି ରାଜ୍ୟ ସରକାର ସଂସାରଫଳ ଠାରେ ୪୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ଆରମ୍ଭ କରାଯାଇଥିବା ମେଗା ପାନୀୟ ଜଳ ପ୍ରକଳ୍ପର ପାଇପ ବିଛା କାର୍ଯ୍ୟ…
ଇଣ୍ଡିଆ ବୁକ୍ ରେକର୍ଡରେ ସ୍ଥାନ ପାଇଲେ ସ୍ଵାତିସ୍ମିତା ସ୍ୱାଇଁ
କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଦୋଶିଆ ୟୁଜିୟୁପି ସ୍କୁଲର ଛାତ୍ରୀ ସ୍ୱାତୀସ୍ମିତା ସ୍ୱାଇଁ ଚଳିତବର୍ଷ ନିମନ୍ତେ କ୍ରିଏଟିଭ ଆର୍ଟରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ପାଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ସ୍ୱାତୀସ୍ମିତ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଗରା…
କେନ୍ଦ୍ରାପଡାରେ ଅଗଷ୍ଟକ୍ରାନ୍ତି ଦିବସ ପାଳିତ
କେନ୍ଦ୍ରାପଡା,୯ା୮: କେନ୍ଦ୍ରାପଡା ସହରର ତିନିମୁହାଣୀସ୍ଥିତ ଗାନ୍ଧୀ ସ୍ମୃତିପୀଠ ଠାରେ ଆଜି ଅଗଷ୍ଟ କ୍ରାନ୍ତି ଦିବସ ପାଳିତ ହୋଇଯାଇଛି । ଭାରତଛାଡ ଆନ୍ଦୋଳନକୁ ମନେ ପକାଇବା ସହିତ ଆଜିର ଯୁବ ଓ ଛାତ୍ର ସମାଜକୁ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଏହି…
ଜିଲ୍ଲାପାଳଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା
କେନ୍ଦ୍ରାପଡ଼ା, ୯ା୮: ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶଙ୍କୁ ଆଜି ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଜିଲ୍ଲା ପ୍ରଶାସନିକ ଅଧିକାରୀ ଓ କଲେକ୍ଟୋରେଟ ଷ୍ଟଫ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଦାୟକାଳୀନ ସମ୍ବର୍ଦ୍ଧନା…
ଯୁବାବସ୍ଥାରେ କିଡନୀ ରୋଗରେ ଶଯ୍ୟାଶାୟୀ ପୁଅ ଅର୍ଥ ଅଭାବ ଯୋଗୁଁ ହୋଇପାରୁନି ଚିକିତ୍ସା, ସହାୟତା ପାଇଁ ପରିବାରର ଆକୁଳ ନିବେଦନ
ଆଖିରେ ଝର ଝର ହୋଇ ଲୁହ ଝରୁଛି । ଥମିବାର ନା ନେଉନି । ଘରର ଭେଣ୍ଡିଆ ପୁଅ ଯେବେ ବାପା ମାଆଙ୍କୁ ପୋଷିବା ବୟସରେ କୌଣସି ରୋଗରେ ଆକ୍ରାନ୍ତ ହୋଇପଡେ ସେ ଅବା କଣ କରିବେ । ଘରର ପୁଅଟି…
ଡିଆଇପିଆରଓ ଆଲୋକ ମହାନ୍ତିଙ୍କର ବଦଳି
କେନ୍ଦ୍ରାପଡ଼ା, ୮ା୮: କେନ୍ଦ୍ରାପଡା ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଆଲୋକ କୁମାର ମହାନ୍ତିଙ୍କର ସୂଚନା ଓ ଲୋକସମ୍ପର୍କ ବିଭାଗ ମୁଖ୍ୟାଳୟ ଭୁବନେଶ୍ୱରକୁ ବଦଳି ହୋଇଛି। ଏସମ୍ପର୍କରେ ଗତ ଜୁଲାଇମାସ ୨୪ତାରିଖରେ ବିଭାଗୀୟ ନିର୍ଦେଶନାମା ପ୍ରକାଶ ପାଇଥିଲା। କେନ୍ଦ୍ରାପଡା ଜିଲ୍ଲାରେ…
ପୁରୀରୁ ଚୋରି ହୋଇଥିବା ବସକୁ କେନ୍ଦ୍ରାପଡା ପୋଲିସ ଜବତ କଲା
କେନ୍ଦ୍ରାପଡ଼ା, ୮ା୮: ପୁରୀରୁ ଚୋରି ଯାଇଥିବା ‘ଗୋପିନାଥ’ ନାମକ ଏକ ବସକୁ କେନ୍ଦ୍ରାପଡା ସଦର ଥାନା ପୋଲିସ ଆଜି ଅପରାହ୍ନରେ ଜବତ କରିଛି। ପୁରୀରୁ ଚୋରି ହୋଇଥିବା ଏହି ବସଟିକୁ ପ୍ରଥମେ ପାରାଦୀପ ନିଆଯାଇଥିବା ବେଳେ ସେଠାରୁ ୫୩ନମ୍ବର ଜାତୀୟ ରାଜପଥ…
ସ୍ମୃତିରଞ୍ଜନ ପ୍ରଧାନ ହେଲେ କେନ୍ଦ୍ରାପଡାର ନୂତନ ଜିଲ୍ଲାପାଳ
କେନ୍ଦ୍ରାପଡ଼ା, ୮ା୮: କେନ୍ଦ୍ରାପଡାର ନୂତନ ଜିଲ୍ଲାପାଳ ଭାବେ ଆଇ.ଏ.ଏସ. ସ୍ମୃତିରଞ୍ଜନ ପ୍ରଧାନଙ୍କୁ ନିଯୁକ୍ତି ଦିଆଯାଇଛି। ଶ୍ରୀ ପ୍ରଧାନ ଏବେ ଗଜପତିର ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଅଛନ୍ତି। କେନ୍ଦ୍ରାପଡା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶକୁ ବାଲେଶ୍ୱର ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ଜିଲ୍ଲାପାଳ…
ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟାଚାର୍ଯ୍ୟଙ୍କ ବିୟୋଗରେ ଶୋକ
କେନ୍ଦ୍ରାପଡ଼ା, ୮ା୮: ସି ପି ଆଇ(ଏମ୍)ର ପୂର୍ବତନ ପଲିଟିବ୍ୟୁର ସଭ୍ୟ ତଥା ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ସାଥି ବୁଦ୍ଧଦେବ ଭଟାଚାର୍ଯ୍ୟଙ୍କର ୮୦ବର୍ଷ ବୟସରେ କୋଲକତାସ୍ଥିତ ବାସଭବନରେ ଆଜି ଦେହାନ୍ତ ଘଟିଛି। ତାଙ୍କ ବିୟୋଗରେ ସିପିଆଇ(ଏମ୍) କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲା…
ବିଶିଷ୍ଟ ମୂର୍ତ୍ତିସାଜ କାରିଗରଙ୍କ ଦେହାନ୍ତ
କେନ୍ଦ୍ରାପଡ଼ା,୮ା୮:କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଗୁଲନଗର ଗ୍ରାମର ବିଶିଷ୍ଟ ମୂର୍ତ୍ତିସାଜ କାରିଗର କ୍ଷେତ୍ରବାସୀ ସାହୁ(୮୯)ଙ୍କର ଦେହାନ୍ତ ହୋଇଯାଇଛି । ଶ୍ରୀ ସାହୁ ବହୁଦିନ ହେବ ବାର୍ଦ୍ଧକ୍ୟ ରୋଗରେ ପିଡିତ ଥିଲେ । ସେ କେନ୍ଦ୍ରାପଡା ସହର ଓ ଆଖ ଅଞ୍ଚଳରେ ସାଜ କାରିଗର…
ଅନୁସୂଚିତ ଜାତି ଓ ଜନଜାତିଙ୍କ ମୌଳିକ ଅଧିକାର ସଂରକ୍ଷଣକୁ ନେଇ ରାଷ୍ଟ୍ରପତିଙ୍କୁ ଦାବିପତ୍ର
କେନ୍ଦ୍ରାପଡା, ୮ା୮: ଅନୁସୂଚିତ ଜାତି ଓ ଜନଜାତିଙ୍କ ମୌଳିକ ଅଧିକାର ସଂରକ୍ଷଣକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଓ ସୁପ୍ରିମ୍କୋର୍ଟଙ୍କ ବହୁଜନ ବର୍ଗୀକରଣ ରାୟ ପ୍ରତିବାଦରେ ଦେଶବ୍ୟାପୀ ଭାରତ ବନ୍ଦକୁ ସମର୍ଥନ ଜଣାଇ ମୂଳନିବାସୀ ୟୁନାଇଟେଡ୍ ଫୋରମ ପକ୍ଷରୁ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ…
ଚିତ୍ରଶିଳ୍ପୀ ସୌମ୍ୟରଞ୍ଜନଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରାପଡା ପାଇଁ ୫ ବିଷୟକୁ ନେଇ ଦାବିପତ୍ର
କେନ୍ଦ୍ରାପଡା, ୮/୮: କେନ୍ଦ୍ରାପଡା ସହରର କ୍ରିଷ୍ଣା ଏକାଡେମୀ ଅଫ୍ ଆର୍ଟ ଆଣ୍ଡ କଲ୍ଚରର ପ୍ରତିଷ୍ଠାତା ଆର୍ନ୍ତଜାତୀୟ ସ୍ତରରେ ବହୁ ସମ୍ମାନରେ ସମ୍ମାନିତ ଚିତ୍ରଶିଳ୍ପୀ ସୌମ୍ୟରଞ୍ଜନ ପଟ୍ଟନାୟକ ଗତ ଅଗଷ୍ଟ ୭ ତାରିଖରେ ଓଡିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ତାଙ୍କ…
ସି ପି ଆଇ ଏମ ଏଲ ପକ୍ଷରୁ ସହିଦ ଦିବସ
ପଟ୍ଟାମୁଣ୍ଡାଇ ସିପିଆଇଏମଏଲ ପକ୍ଷରୁ ପାର୍ଟି ଅଫିସ ଠାରେ କମ୍ରେଡ ଚାରୁ ମଜୁମଦାରଙ୍କ ୫୪ତମ ସହିଦ ଦିବସ ପାଳିତ ହୋଇଯାଇଛି । ସି ପି ଆଇ ଏମ ଏଲ ନେତା କମ୍ରେଡ ସଂଜୀବ ରାଉତଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ କମ୍ରେଡ ବସନ୍ତ ମଲିକ,…
କଷଣଅଂଟା ହାଇସ୍କୁଲ ଠାରେ ମଣ୍ଡଳ ସ୍ତରୀୟ ପ୍ରତିଯୋଗିତା
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ କଷଣଅଂଟା ହାଇସ୍କୁଲ ଠାରେ ମଣ୍ଡଳ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ଶିକ୍ଷା ମଣ୍ଡଳ ଅଧିନରେ ଥିବା ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କ ପ୍ରତିଭା ଉନ୍ମେଷ ପାଇଁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ରାଜ୍ୟ ସ୍ତରୀୟ ଶିକ୍ଷକନେତା ସିଆରସିସି…
ଚାକିରୀ ହରାଇବା ଆଶଙ୍କାରେ ଏକ ହଜାର ସ୍ୱାସ୍ଥ୍ୟମିତ୍ର
କେନ୍ଦ୍ରାପଡା,୭ା୮: ରାଜ୍ୟରେ ଥିବା ଏକ ହଜାର ସ୍ୱାସ୍ଥ୍ୟମିତ୍ର ଏବେ ଚାକିରୀ ହରାଇବା ଆଶଙ୍କାରେ ରହିଛନ୍ତି। ଏ ନେଇ ଓଡିଶା ସ୍ୱାସ୍ଥ୍ୟମିତ୍ର ସଂଘ ପକ୍ଷରୁ ସ୍ଥାନୀୟ ପବ୍ଲିକ ରିଡିଂ ରୁମ୍ରେ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ନିବେଦନ କରାଯାଇଛି। ସଂଘ ପକ୍ଷରୁ ନିବେଦନ…
ଛାତ୍ରଛାତ୍ରୀଙ୍କୁ ଦୁର୍ବ୍ୟବହାର ଓ ଉପରିସ୍ତ ଅଧିକାରୀଙ୍କୁ ଅସମ୍ମାନ ପାଇଁ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଳମ୍ବିତ
କେନ୍ଦ୍ରାପଡ଼ା, ୭ା୮: ଛାତ୍ରଛାତ୍ରୀମାନଙ୍କୁ ଦୁର୍ବ୍ୟବହାର ଓ ଉପରିସ୍ତ ଅଧିକାରୀଙ୍କୁ ଅସମ୍ମାନ ଅଭିଯୋଗରେ କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଲୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ସନ୍ତୋଷ କୁଣ୍ଡଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗ ନିଳମ୍ବନ କରିଛନ୍ତି । ଶ୍ରୀ କୁଣ୍ଡୁଙ୍କ ବିରୋଧରେ ବିଭିନ୍ନ…
ମତ୍ସ୍ୟ ଅଧିକାରୀଙ୍କୁ ମାନସିକ ନିର୍ଯ୍ୟାତନା ଅଭିଯୋଗ
କେନ୍ଦ୍ରାପଡ଼ା, ୭ା୮: କେନ୍ଦ୍ରାପଡା ବ୍ଲକରେ କାର୍ଯ୍ୟରତ ଅତିରିକ୍ତ ମତ୍ସ୍ୟଅଧିକାରୀ ମୋନାଲିସା ପଣ୍ଡାଙ୍କୁ ଜିଲ୍ଲା ମତ୍ସ୍ୟ ଅଧିକାରୀ ମାନସିକ ନିର୍ଯ୍ୟାତନା ଦେଉଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ସେ ତାଙ୍କ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି ଜିଲ୍ଲା ମତ୍ସ୍ୟ ଅଧିକାରୀ କୈାଣସି କାରଣ ନଥାଇ…
ଚାଷଜମି ଜଳାର୍ଣ୍ଣବ, ବୁଲି ଦେଖିଲେ ଜିଲ୍ଲାପାଳ
କେନ୍ଦ୍ରାପଡ଼ା, ୭ା୮: ୫୩ନମ୍ବର ଜାତୀୟ ରାଜପଥର ଚାରିଲେନ ବିଶିଷ୍ଟ ରାସ୍ତା ନିର୍ମାଣ ପରେ ଛଗରିଆ ନିକଟରେ ଚାଷଜମିରୁ ଉଦବୃତ୍ତ ଜଳ ନିଷ୍କାସନ ପାଇଁ ଥିବା ପଥକୁ ବନ୍ଦ କରି ଦିଆଯାଇଥିବାରୁ ବର୍ଷା ଦିନେ ପ୍ରାୟ ୨ଶହ ହେକ୍ଟର ଚାଷଜମି ପାଣିରେ ବୁଡି…
ଗାଡି ପାର୍କିଂକୁ ନେଇ ରାଜଧାନୀରେ ଡବଲ ମର୍ଡର
ଭୁବନେଶ୍ୱର,୮।୮-ରାଜଧାନୀ ଭୁବନେଶ୍ୱରରେ ବୁଧବାର ବିଳମ୍ବିତ ରାତିରେ ଡବଲ ମର୍ଡର ହୋଇଛି। ଭୁବନେଶ୍ୱରସ୍ଥିତ ହାଇଟେକ ଆପାର୍ଟମେଣ୍ଟ ନିକଟ କଲ୍ୟାଣୀ ପ୍ଲାଜାରେ ଏହି ହତ୍ୟାକାଣ୍ଡ ଘଟିଛି। ଗାଡି ପାର୍କିଂକୁ ନେଇ ଛୁରି ଭୁସି ହତ୍ୟା କରାଯାଇଥିବା ଜଣାଯାଇଛି। ତେବେ ହତ୍ୟାକାରୀଙ୍କୁ ଧରିବା ପାଇଁ ଏୟାରଫିଲଡ…










