ଆଇଡିଆଲ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ

କେନ୍ଦ୍ରାପଡ଼ା,୧୮ା୨:ଆଇଡିଆଲ ପବ୍ଲିକ ସ୍କୁଲର ୩୪ତମ ବାର୍ଷିକ ଉତ୍ସବ ଟାଉନ ହଲରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଭିଜିତ ବୋଷ ଯୋଗଦେଇ ଶିକ୍ଷାର୍ଥୀ ମାନଙ୍କର ଉତ୍ତମ ଚରିତ୍ର ଗଠନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।…

ପୋଖରୀଆପଡା ସ୍କୁଲରେ ନିପୁଣ ମେଳା

ପଟ୍ଟାମୁଣ୍ଡାଇ ତା୧୮/୨- ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ପୋଖରୀଆ ପଡା କ୍ଲଷ୍ଟର ପକ୍ଷରୁ ପୋଖରୀଆ ପଡା ନୋଡାଲ ସ୍କୁଲ ଠାରେ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ନୂତନ ଶିକ୍ଷା ପଦ୍ଧତିରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ଛାତ୍ରୀଛାତ୍ର…

ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷା ପରିଦର୍ଶକ ସଂଗଠନର ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡା,୧୭ା୨: କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷା ପରିଦର୍ଶକ ସଂଗଠନର ବାର୍ଷିକ ଉତ୍ସବ ନିମନ୍ତେ କାର୍ଯ୍ୟକାରୀ କମିଟିର ଏକ ପ୍ରସ୍ତୁତି ବୈଠକ ଗରାପୁରସ୍ଥିତ ଡାକବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ସଭାପତି ପୂର୍ଣ୍ଣାନନ୍ଦ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ସାଧାରଣ ସମ୍ପାଦକ…

କଖାରୁଣୀରେ ମିଳିତ ଜନଶୁଣାଣୀ ଶିବିର , ୭୪ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦେଶ

ପଟ୍ଟାମୁଣ୍ଡାଇ ତା୧୭/୨-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ କଖାରୁଣୀ ପଂଚାୟତ କାର୍ଯ୍ୟାଳୟ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି ।  ଏଥିରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଅଜାମ୍ବର ମହାନ୍ତି, ଏସ ପି ସିଦ୍ଧାର୍ଥ କଟାରିଆ, ଉପଜିଲ୍ଲାପାଳ ଅରୁଣ…

ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ବୈଠକ ; ପାଞ୍ଚ ଦଫା ବାଦି ପୁରଣ ନହେଲେ ଆନ୍ଦୋଳନ ତିବ୍ର କରିବାକୁ ଚେତାବନୀ

କେନ୍ଦ୍ରାପଡା,୧୭ା୨: ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ଆନ୍ଦୋଳନରେ କେନ୍ଦ୍ରାପଡା ଜିଲ୍ଲା ଶାଖାର ଏକ ଜରୁରୀ ବୈଠକ ଜିଲ୍ଲା ଓଷ୍ଟା କାର୍ଯ୍ୟାଳୟଠାରେ ଜିଲ୍ଲା ଓଷ୍ଟା ସଭାପତି ଅଶୋକ କୁମାର ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ…

ଗୁଲନଗର ପ୍ରାଥମିକ ସମବାୟ ସମିତି ଧାନମଣ୍ଡି ପରିଦର୍ଶନ କଲେ ବିଡିଓ

କେନ୍ଦ୍ରାପଡା,୧୭ା୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ପ୍ରାଥମିକ ସମବାୟ ସମିତି ଧାନମଣ୍ଡିକୁ ପରିଦର୍ଶନ କରିଛନ୍ତି କେନ୍ଦ୍ରାପଡା ମଣ୍ଡଳ ଉନ୍ନୟନ ଅଧିକାରୀ ଅଭିଷେକ ସ୍ୱାଇଁ। ଏଥିସହିତ ବିଡିଓ ଶ୍ରୀ ସ୍ୱାଇଁ ଏହି ଧାନମଣ୍ଡିରେ କୈାଣସି ସମସ୍ୟା ରହିଛି କି ନାହିଁ ସେ ସମ୍ପର୍କରେ…

କଷଣଅଣ୍ଟାରେ ପ୍ରଧାନଶିକ୍ଷକଙ୍କ ତାଲିମ ଶିବିର

ପଟ୍ଟାମୁଣ୍ଡାଇ ତା ୧୭/୨- ପଟ୍ଟାମୁଣ୍ଡାଇ ପୈ।ର ପରିଷଦ ଅନ୍ତର୍ଗତ କଷଣଅଣ୍ଟା ପଂଚାୟତ ହାଇସ୍କୁଲ ଠାରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ମାନଙ୍କର ୩ ଦିନିଆ ଦକ୍ଷତା ବିକାଶ ତାଲିମ ଶିବିର ‘ପ୍ରଗତି’ ଅନୁଷ୍ଠିତ ହୋଇଯାଇଛି  । ପଟ୍ଟାମୁଣ୍ଡାଇ ବ୍ଲକ…

ଦୋଷିଆରେ ନିମ୍ନମାଧ୍ୟମିକ ଶିକ୍ଷକ ସଂଘ ଜିଲ୍ଲା ସମ୍ମିଳନୀ

ପଟ୍ଟାମୁଣ୍ଡାଇ ତା ୧୬/୨- ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ଜିଲ୍ଲା ସମ୍ମିଳନୀ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦୋଷିଆ ୟୁ ଜି ୟୁ ପି ସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ଜିଲ୍ଲା ସଭାପତି କରୁଣାକର ଭଳଙ୍କ ପୌରହିତ୍ୟରେ…

ବାଲି ଘାଟରେ ଚଢଉ , ୧୯ ହାଇୱା, ୨ ପ୍ରୋକଲିନ ମେସିନ ଜବତ

କେନ୍ଦ୍ରାପଡ଼ା,୧୬ା୨:କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ତହସିଲ ଅନ୍ତର୍ଗତ ବିଞ୍ଚଣା ଅଞ୍ଚଳରେ ଚାଲିଥିବା ହରିଦାସପୁର ବେଆଇନ୍ ବାଲିଘାଟ ଉପରେ ଜିଲ୍ଲା ପ୍ରଶାସନ, ଖଣି ବିଭାଗ ଏବଂ ପାଟକୁରା ଥାନା ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଛି। ଚଢଉ ବେଳେ ୧୯ଟି ହାଇୱା ସମେତ ୨ଟି…

ମାଦ୍ରାସା ବାହାରୁଲ ଓଲୁମରେ ଭାରତର ପୂର୍ବତନ ରାଷ୍ଟ୍ରପତି ଜାକିର ହୁସେନଙ୍କ ଜନ୍ମଜୟନ୍ତୀ ପାଳିତ

କେନ୍ଦ୍ରାପଡ଼ା,୧୬ା୨: କେନ୍ଦ୍ରାପଡ଼ା ପୌରାଞ୍ଚଳ ଅନ୍ତର୍ଗତ ୧୩ ନମ୍ବର ୱାର୍ଡ ରଣପଡା ମାଦ୍ରାସା ବାହାରୁଲ ଓଲୁମଠାରେ ଭାରତର ପୂର୍ବତନ ରାଷ୍ଟ୍ରପତି ଜାକିର ହୁସେନଙ୍କ ଜନ୍ମ ଜୟନ୍ତୀ କୁନିକୁନି ଛାତ୍ରଛାତ୍ରୀଙ୍କ ଗହଣରେ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଆୟୋଜକ ସମାଜସେବୀ ସେକ ଶାବିର…

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବାର୍ଷିକଉତ୍ସବ

ପଟ୍ଟାମୁଣ୍ଡାଇ ତା ୧୬/୨- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସାନମୂଳବସନ୍ତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ୧୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାମନ୍ଦିର ପରିଚାଳନା ସମିତି ସମ୍ପାଦକ ସଂଗ୍ରାମ ସ୍ୱାଇଁଙ୍କ ପୌର ହିତ୍ୟ ଓ ଆଚାର୍ଯ୍ୟା ଶିବାନୀ ଦାଶ ଙ୍କ ସଂଯୋଜନାରେ…

ପଟ୍ଟାମୁଣ୍ଡାଇରେ ସ୍ବେଛାକୃତ ରକ୍ତଦାନ ଶିବିର

ପଟ୍ଟାମୁଣ୍ଡାଇ ତା ୧୬/୨- ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ଅରଡ଼ା ବଜ୍ର ମହାକାଳୀ ଯୁବକ ସଂଘ ଓ ଆମ ଓଡିଶା ମିଳିତ ଆନୁକୂଲ୍ୟରେ ଡିଭାଇନ ପ୍ୟାଲେସ ଠାରେ ଏକ ସ୍ଵେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଯୁବକ ସଂଘ ସଭାପତି ଆଡ଼ଭୋକେଟ…

୫ଦଫା ଦାବୀ ନେଇ ଜନଶକ୍ତି ପାର୍ଟି କରିବ ସଚେତନତା ଯାତ୍ରା

ପଟ୍ଟାମୁଣ୍ଡାଇ ତା ୧୬/୨-ଓଡିଶାର ବିଭିନ୍ନ ସମସ୍ୟା ନେଇ ଜନଶକ୍ତି ପାର୍ଟି ସ୍ୱର ଉତ୍ତୋଳନ କରିବା ସହିତ ଆନ୍ଦୋଳନ କରିଆସୁଛି । ସମ୍ପ୍ରତି ୫ଦାବୀ ଦାବୀ ନେଇ ଏକ ଜନ ସଚେତନତା ଯାତ୍ରା କରିବାକୁ ପାର୍ଟି ଯୋଜନା କରିଛି  । ଏ ସମ୍ପର୍କରେ…

ବସିପାରୁନି ଡିପିସି, ପଦୋନ୍ନତି ପାଉନାହାନ୍ତି କର୍ମଚାରୀ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି ଜନସାଧାରଣ

କେନ୍ଦ୍ରାପଡା,୧୫ା୨: କେନ୍ଦ୍ରାପଡା ଜିଲ୍ଲାରେ ପ୍ରଶାସନିକ ଅଚଳାବସ୍ଥା ଯୋଗୁଁ କର୍ମଚାରୀଙ୍କ ପଦୋନ୍ନତି ପାଇଁ ରହିଥିବା ବିଧି ବ୍ୟବସ୍ଥା ଡି.ପି.ସି.(ବିଭାଗୀୟ ପଦୋନ୍ନତି କମିଟି)ବସିପାରୁନାହିଁ। ଏହାଦ୍ୱାରା କର୍ମଚାରୀମାନେ ପଦୋନ୍ନତି ପାଇପାରୁନାହାନ୍ତି। ଫଳରେ ସେମାନେ ଦୀର୍ଘବର୍ଷ ଧରି ଯେଉଁ ପଦରେ କାର୍ଯ୍ୟ କରୁଛନ୍ତି ସେହି ପଦରେ ସୀମିତ…

ଶିବାନନ୍ଦ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ

କେନ୍ଦ୍ରାପଡା,୧୪ା୨: କପାଳେଶ୍ୱର ଗ୍ରାମପଞ୍ଚାୟତର ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ଥିବା ଶିବାନନ୍ଦ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଆଶ୍ରମର ପ୍ରତିଷ୍ଠାତା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟ ଅତିଥି, ଜିଲ୍ଲା…

କେନ୍ଦ୍ରାପଡ଼ା ହେବ ରାଜ୍ୟର ଶିଳ୍ପ କରିଡର: ବୈଜୟନ୍ତ

କେନ୍ଦ୍ରାପଡା,୧୪ା୨: କେନ୍ଦ୍ରାପଡା ଜିଲ୍ଲା ରାଜ୍ୟର ଏକ ଶିଳ୍ପ କରିଡର ହେବ ବୋଲି କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ଜୟ ପଣ୍ଡା ଶୁକ୍ରବାର ଅପରାହ୍ନରେ ଗରାପୁରସ୍ଥିତ ସ୍ୱୟଂସିଦ୍ଧା ମଣ୍ଡପରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଗଣମାଧ୍ୟମକୁ କହିଛନ୍ତି। ଶ୍ରୀ ପଣ୍ଡା ଆହୁରି କହିଥିଲେ…

ଅସାମାଜିକତତ୍ୱଙ୍କ ଚରାଭୂଇଁ ପାଲଟିଛି କେନ୍ଦ୍ରାପଡା ଜିଲ୍ଲା : ସିପିଆଇ(ଏମ୍‌)ର ଦାବି

କେନ୍ଦ୍ରାପଡ଼ା,୧୪ା୨: ରାଜ୍ୟରେ ଡବଲ ଇଞ୍ଜିନ୍ ସରକାର ଆସିବା ପରେ କେନ୍ଦ୍ରାପଡା ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି କ୍ରମାଗତ ଭାବେ ବିପର୍ଯ୍ୟସ୍ତ ହେବାରେ ଲାଗିଛି । ହେଲେ, ଅପରାଧକୁ ରୋକିବା ପାଇଁ ଜିଲ୍ଲା ପୋଲିସ ଯେମିତି ତତ୍ପରତା ଦେଖାଇବା କଥା ସେପରି ଦେଖାଯାଉନାହିଁ…

ମା’ ସ୍ତରକୁ ନଆସିଲେ ଜଣେ ଆଦର୍ଶ ଶିକ୍ଷକ ହୋଇପାରିବ ନାହିଁ : ପ୍ରେରଣା ତାଲିମ୍ କେନ୍ଦ୍ରରେ ଯୋଗଦେଇ ଜିଲ୍ଲା ଶିକ୍ଷା ଅଧିକାରୀ ବସନ୍ତ ନାୟକଙ୍କ ପରାମର୍ଶ

କେନ୍ଦ୍ରାପଡା,୧୪ା୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାର ନବ ନିଯୁକ୍ତ କନିଷ୍ଠ ଶିକ୍ଷକମାନଙ୍କୁ ତାଲିମ ଦେବା ନିମନ୍ତେ ୫୦ଜଣ ବରିଷ୍ଠ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ୫ ଦିନ ବ୍ୟାପି ପ୍ରେରଣା ତାଲିମ ପ୍ରଦାନ କରାଯାଇଛି । ଚଳିତ ମାସ…

କୁତରଙ୍ଗ ପଞ୍ଚାୟତ ହାଇସ୍କୁଲ ରେ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ସମ୍ବର୍ଦ୍ଧନା ସମାରୋହ

କେନ୍ଦ୍ରାପଡ଼ା,୧୪ା୨: କେନ୍ଦ୍ରାପଡ଼ା ବ୍ଲକ୍ ଅନ୍ତର୍ଗତ କୁତରଙ୍ଗ ପଞ୍ଚାୟତ ହାଇସ୍କୁଲରେ ଜାତିର ପିତା ମହାତ୍ମା ଗାନ୍ଧୀ, ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସ ଓ ସ୍କୁଲର ପ୍ରତିଷ୍ଠାତା ପଦ୍ମନାଭ ଛାଟୋଇଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ…

ପୂର୍ବତନ ସୈନିକ ସଂଘ କେନ୍ଦ୍ରାପଡା ଦ୍ୱାରା ପୁଲବାମା ସହିଦ ଦିବସ ପାଳିତ

କେନ୍ଦ୍ରାପଡା,୧୪ା୨: ପୂର୍ବତନ ସୈନିକ ସଂଘ କେନ୍ଦ୍ରାପଡାର ସାଧାରଣ ସମ୍ପାଦକ ସୁବେଦାର ମେଜର ବୀରବର ପାତ୍ରଙ୍କ ସଭାପତିତ୍ୱରେ ପୁଲବାମା ସହିଦ ଦିବସ କାର୍ଯ୍ୟକ୍ରମ ତିନିମୁହାଣ ଛକସ୍ଥିତ ଅମର ଯବାନ ସହିଦ ସ୍ତମ୍ବ ପରିସରରେ ପାଳିତ ହୋଇଯାଇଛି। ଏହି ଅବସରରେ ସଂଘର ସାଧାରଣ ସମ୍ପାଦକ…

ଇନ୍ସପେକ୍ଟର ସ୍ତରରେ ଅଦଳବଦଳ

କେନ୍ଦ୍ରାପଡ଼ା,୧୩ା୨: କେନ୍ଦ୍ରାପଡ଼ା ଜିଲ୍ଲାର ଇନ୍ସପେକ୍ଟର ସ୍ତରରେ ଆରକ୍ଷୀ ଅଧୀକ୍ଷକ ଅଦଳବଦଳ କରିଛନ୍ତି। ସେହି ଅନୁଯାୟୀ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଥିବା ଇନ୍ସପେକ୍ଟର (ଆରକ୍ଷୀ ନିରୀକ୍ଷକ) ସରୋଜ ସାହୁଙ୍କୁ ଡେରାବିଶ ଥାନାରେ ଅବସ୍ଥାପିତ କରାଯାଇଥିବା ବେଳେ ମୁଖ୍ୟାଳୟରେ ଥିବା ତପନ କୁମାର ନାୟକଙ୍କୁ…

୬ଷ୍ଠ ରାଜ୍ୟ ଅର୍ଥ ଆୟୋଗ ଅଧ୍ୟକ୍ଷଙ୍କ କେନ୍ଦ୍ରାପଡା ଗସ୍ତ

କେନ୍ଦ୍ରାପଡ଼ା, ୧୩ା୨: ରାଜ୍ୟ ଷଷ୍ଠ ଅର୍ଥ ଆୟୋଗର ଅଧ୍ୟକ୍ଷ ଡ. ଅରୁଣ କୁମାର ପଣ୍ଡା, ଭାରତୀୟ ପ୍ରଶାସନିକ ସେବାର ସେବା ନିବୃତ୍ତଅଧିକାରୀ କ୍ଷେତ୍ର ପରିଦର୍ଶନରେ ଆସି କେନ୍ଦ୍ରାପଡା ଜିଲ୍ଲାରେ ପହଞ୍ଚିଥିଲେ। ଏହି ପରିପ୍ରେକ୍ଷୀରେ ଅଧ୍ୟକ୍ଷ ଏବଂ ସଦସ୍ୟମାନେ ଜିଲ୍ଲାପାଳ ସ୍ମୃତି ରଞ୍ଜନ…

ଅଷ୍ଟମପ୍ରହର ନାମ ଯଜ୍ଞ

କେନ୍ଦ୍ରାପଡ଼ା,୧୩ା୨: କେନ୍ଦ୍ରାପଡ଼ା ସହର ଗୋପଛକ ନିକଟ ଟିଭି ସେଣ୍ଟର ଠାରେ ଅଷ୍ଟମ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଗୀତା ଯଜ୍ଞ, ଗୋ-ପୂଜା, ଭଜନ ସନ୍ଧ୍ୟା, ପ୍ରବଚନ ଇତ୍ୟାଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୂଜକ ସୁରେନ୍ଦ୍ର ନାଥ ଶତପଥିଙ୍କ ଦ୍ୱାରା…

ଶ୍ରୀଧର ରାଉତ ଭିନ୍ନକ୍ଷମ ବାର୍ଷିକ ମେଧାବୃତ୍ତି ପ୍ରଦାନ

କେନ୍ଦ୍ରାପଡା,୧୩ା୨: ଭିନ୍ନକ୍ଷମତା ସହିତ ଆର୍ôଥକ ଅନାଗ୍ରସରତା ସର୍ବଦା ଓତଃପ୍ରୋତ ଭାବେ ଜଡ଼ିତ ଥାଏ । ବିଶେଷ କରି ଯେଉଁ ଛାତ୍ରଛାତ୍ରୀମାନେ ଗୁରୁତର ଭିନ୍ନକ୍ଷମତା ସହ ନିମ୍ନ ଆର୍ôଥକ ବର୍ଗରୁ ଆସିଥାନ୍ତି, ସେମାନଙ୍କ ନିମନ୍ତେ ଉଚ୍ଚଶିକ୍ଷା ସମାପନର ଲକ୍ଷ୍ୟ ଦୁରୁହ ହୋଇ ପଡିଥାଏ…